Posted inଫୁରସତ

ଅଜବ ଡ୍ରାଇଭିଂ ରୁଲ୍ସ: କାର୍‌ ମଇଳା ଥିଲେ ଜରିମାନା; ଟ୍ରାଫିକ୍‌ ପୋଲିସ୍‌କୁ ରାଗିକି ଅନାଇଲେ ବି ଦଣ୍ଡ

ପୃଥିବୀରେ ଅଛି ଅନେକ ଦେଶ। ସବୁ ଦେଶର ଚଳଣି, ନୀତି ନିୟମ ଭିନ୍ନ ଭିନ୍ନ ହୋଇଥାଏ। ସେଥିପାଇଁ ଯେଉଁଠିକୁ ଗଲେ ସେଠାକାର ନିୟମ ମାନିବାକୁ ହୁଏ। ଖାସ୍‌ କରି ସେହି ସ୍ଥାନର ଡ୍ରାଇଭିଂ ରୁଲ୍ସ ଜାଣିବା ନିହାତି ଆବଶ୍ୟକ। କାରଣ ଅନେକ ସ୍ଥାନରେ ରହିଛି ଡ୍ରାଇଭିଂକୁ ନେଇ କିଛି ଅଜବ ନିୟମ। ଆଉ ସେସବୁ ନ ଜାଣିଥିଲେ ପଡ଼ିଯିବେ ହରଡଘଣାରେ ଆଉ ଗଣିବେ ଜରିମାନା..

ରୁଷିଆ- ରୁଷିଆରେ ମଇଳା କାର୍‌ ଚଲାଇବା ମନା। ଭିତର ହେଉ କି ବାହାର, କାର୍‌ ମଇଳା ହୋଇଥିବା ଦେଖିବା ମାତ୍ରେ ରୁଷୀୟ ପୋଲିସ ୫୦ଡଲାର୍‌ର ଜରିମାନା ପକାନ୍ତି।

ସାଇପ୍ରସ୍‌- ଏହି ଦେଶର ଡ୍ରାଇଭିଂ ନିୟମ ଅନୁଯାୟୀ ଆପଣ ନିଜ ଗାଡ଼ି ଭିତରେ କିଛି ବି ଖାଇ ପିଇ ପାରିବେନି। ଏମିତି କି ଗାଡ଼ି ଭିତରେ ପାଣି ପିଇବା ବି ଅପରାଧ। ଆଉ ଯଦି ଗାଡ଼ି ଭିତରେ ଖାଇବା ପିଇବା ସମୟରେ ଧରାପଡ଼ନ୍ତି, ମୋଟା ଅଙ୍କର ଜରିମାନା ଦେବାକୁ ହେବ। ତେଣୁ ଭୋକିଲା ରହିବା ସାର।

ସର୍ବିୟା- ୟୁରୋପ ମହାଦେଶର ସର୍ବିୟାରେ ଲୋକେ ଗାଡ଼ିରେ ଦଉଡି ରଖିପାରିବେ ନାହିଁ। କାରଣ ଦଉଡି ରଖିଲେ ଜରିମାନା ଦେବାକୁ ହୁଏ।

ଆଲାସ୍କା- ଅନେକେ ଘରେ କୁକୁରକୁ ପେଟ୍‌ ଭାବେ ରଖନ୍ତି। ଆଉ ବାହାରକୁ ଗଲେ ପ୍ରିୟ କୁକୁରକୁ ଗାଡ଼ିରେ ବସାଇ ନିଅନ୍ତି। ପୋଷା କୁକୁର ବି ଗାଡ଼ିରେ ବୁଲିବାର ବେଶ୍‌ ମଜା ଉଠାଏ। କିନ୍ତୁ ଆମେରିକାର ଆଲାସ୍କାରେ ରହୁଥିବା ଲୋକ ନିଜ ପେଟ୍‌ କୁକୁରକୁ କାର୍‌ରେ ବସାଇ ନେଇପାରିବେ ନାହିଁ। କାରଣ ଏଭଳି କଲେ ଜରିମାନା ଦେବାକୁ ହେବ।

ଥାଇଲାଣ୍ଡ- ଋତୁ ଯାହା ହେଉନା କାହିଁକି ଏଠାରେ ଶାର୍ଟ ପିନ୍ଧି ଗାଡ଼ି ଚଳାଇବାକୁ ପଡେ। କାରଣ ଟପ୍‌ଲେସ୍‌ ହୋଇ କାର୍‌ ଚଳାଇବା ଏଠାରେ ଦଣ୍ଡନୀୟ ଅପରାଧ। ଆଉ ଏଭଳି କଲେ ଜରିମାନା ଦେବା ସୁନିଶ୍ଚିତ।

ମାନିଲା- ଯଦି ଆପଣ ଫିଲିପାଇନ୍ସରେ ଅଛନ୍ତି ଓ ଆପଣଙ୍କ ଗାଡ଼ିର ନମ୍ବର ପ୍ଲେଟ୍‌ର ଶେଷକୁ ୧ କିମ୍ବା ୨ ନମ୍ବର ରହୁଛି, ତେବେ ଆପଣ ସୋମବାର ଦିନ ଗାଡ଼ି ଚଳାଇପାରିବେ ନାହିଁ।

ସାଉଦିଆରବ- ଏଠାରେ ମହିଳାମାନେ ଗାଡ଼ି ଚଳାଇ ପାରିବେ ନାହିଁ। କାରଣ ମହିଳାମାନେ ଗାଡ଼ି ଚଳାଇବାକୁ ସାଉଦିଆରବରେ ଅପରାଧ ଭାବେ ଗଣନା କରାଯାଏ। ଆଉ ଯିଏ ଏହି ନିୟମ ଭାଙ୍ଗେ ତାଙ୍କୁ ତୁରନ୍ତ ଗିରଫ କରାଯାଏ।

ନ୍ୟୁ ଜର୍ସି- ଆମ ଦେଶରେ ଏମିତି ବହୁତ ଘଟଣା ଘଟିଛି ଯେଉଁଠି ଟ୍ରାଫିକ ପୋଲିସ୍‌ ସହ ସାଧାରଣ ଜନତାଙ୍କର ଝଗଡା ହୋଇଛି। କିନ୍ତୁ ନ୍ୟୁ ଜର୍ସିରେ ଟ୍ରାଫିକ୍‌ ପୋଲିସ୍‌ ସହ ଝଗଡା ତ ଦୂରର କଥା ରାଗିକି ଅନାଇଲେ ବି ଦଣ୍ଡ ମିଳିବ। ତାଙ୍କ ସହ ଯୁକ୍ତିତର୍କ କରିବା ସମ୍ପୂର୍ଣ୍ଣ ମନା। କାରଣ ସର୍ବସାଧାରଣରେ ଆକ୍ରୋଶ ଦେଖାଇବା ଏଠାରେ ଅପରାଧ।

ସ୍ପେନ- ସ୍ପେନ୍‌ର ଡ୍ରାଇଭିଂ ନିୟମ ଅନୁଯାୟୀ ଚଷମା ଲଗାଇ ଗାଡ଼ି ଚଳାଉଥିବା ବ୍ୟକ୍ତି, ପିନ୍ଧୁଥିବା ଚଷମା ଭଳି ଆଉ ଏକ ଯୋଡା ଚଷମା ଗାଡ଼ିରେ ରଖିବାକୁ ବାଧ୍ୟ। ଯଦି ନ ରଖି ଧରାପଡ଼ନ୍ତି ତେବେ ଜରିମାନା ଦେବାକୁ ହୁଏ।

ଡେନମାର୍କ- ସ୍ବିଡେନ: ଏଠାରେ ଗାଡ଼ି ଚଳାଇବା ସମୟରେ ଦିନସାରା ହେଡ଼ ଲାଇଟ୍‌ ଲଗାଇବା ଅନିବାର୍ଯ୍ୟ। ଦିନରେ ହେଡ ଲାଇଟ୍‌ ନ ଲଗାଇଥିଲେ ଜରିମାନା ଦେବାକୁ ପଡିପାରେ।

ଓହିଓ- କେତେଜଣ ଆଡଭେଞ୍ଚର ପାଇଁ କାର୍‌ ଉପରେ ବସନ୍ତି। କିନ୍ତୁ ଓହିଓରେ କାର୍‌ ଉପରେ ବସିବା ମନା। ଏଭଳି କରି ଧରାପଡ଼ିଲେ ମୋଟା ଅଙ୍କର ଜରିମାନା ଗଣିବାକୁ ପଡ଼େ।

କଲରାଡୋ- କଲରାଡୋର ଡେନ୍‌ଓ୍ବର ସହରରେ ରବିବାର ଓ ‘ପବ୍ଲିକ୍‌ ହଲିଡେ’ରେ କଳା ରଙ୍ଗର ଗାଡ଼ି ଚଳାଇବା ମନା।

ଓକ୍ଲାହୋମା- ଏଠାରେ ଡ୍ରାଇଭିଂ କରିବାବେଳେ କମିକ୍‌ ବୁକ୍‌ ପଢ଼ିବା ମନା। ଏହାର ଅର୍ଥ ହେଉଛି କମିକ୍‌ ବ୍ୟତୀତ ଆପଣ ଅନ୍ୟ ଯେକୌଣସି ବହି ପଢ଼ି ଗାଡି ଚଳାଇପାରିବେ।
କାଲିଫର୍ନିଆ- କାଲିଫର୍ନିଆରେ ଯଦି କୌଣସି ମହିଳା ଗାଉନ୍‌ ପିନ୍ଧି ଗାଡ଼ି ଚଳାନ୍ତି ତେବେ ଜରିମାନା ଦେବାକୁ ପଡ଼େ।
ପେନ୍‌ସିଲଭାନିଆ- ଏଠାରେ ଗାଡ଼ି ଚଳାଇବା ସମୟରେ ଯେମିତି କୌଣସି ପ୍ରାଣୀର କ୍ଷତି ନ ହୁଏ ସେଥିପ୍ରତି ଗୁରୁତ୍ୱ ଦିଆଯାଏ। ତେଣୁ ପ୍ରତି ୧ କି.ମି. ପରେ ଲାଇଟ୍‌ ଜଳାଇ ଜୀବଜନ୍ତୁଙ୍କୁ ସିଗ୍‌ନାଲ ଦେବା ଏଠାରେ ଜରୁରୀ ଅଟେ।

 


Enter your email to get our daily news in your inbox.

All Right Reserved By Dharitri.Com

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri