ୟୁରୋପର ଅଜବ ପ୍ରଥା

ପୃଥିବୀର ବିଭିନ୍ନ ପ୍ରାନ୍ତରେ ଥିବା ଜନସାଧାରଣଙ୍କର ଚାଲିଚଳଣ, କଥାବାର୍ତ୍ତା ଏବଂ ପ୍ରଥା ପରସ୍ପରଠାରୁ ଭିନ୍ନ। ତେବେ ୟୁରୋପରେ ଏବେବି ଏମିତି କିଛି ପ୍ରଥାର ପ୍ରଚଳନ ରହିଛି, ଯାହା ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଜାଣିବା ଏଭଳି ବିଚିତ୍ର ପ୍ରଥା ସମ୍ପର୍କରେ…

ଟମାଟିନୋ ଫେଷ୍ଟିଭାଲ: ସ୍ପେନ୍‌ର ଭ୍ୟାଲେନ୍ସିଆନ୍‌ ନାମକ ଏକ ଛୋଟ ଟାଉନ୍‌ରେ ଅଗଷ୍ଟ ମାସ ତୃତୀୟ ବୁଧବାର ଦିନ ପାଳନ ହୋଇଥାଏ ଟମାଟିନୋ ଫେଷ୍ଟିଭାଲ୍‌, ଯେଉଁଥିରେ ପ୍ରତିବର୍ଷ ୪୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଭାଗ ନେଉଥିବା ବେଳେ ପ୍ରାୟ ୪୦ ମେଟ୍ରିକ୍‌ ଟନ୍‌ ଟମାଟୋ ବ୍ୟବହାର କରାଯାଇଥାଏ। ଖୁବ୍‌ କମ୍‌ ସମୟ ପାଇଁ ଆୟୋଜିତ ଏହି ଫେଷ୍ଟିଭାଲ୍‌ରେ ମାତ୍ର ଏକ ଘଣ୍ଟା ମଧ୍ୟରେ ପରସ୍ପରକୁ ଏତେ ସଂଖ୍ୟାରେ ଟମାଟୋ ଫିଙ୍ଗିଥା’ନ୍ତି ଯେ ସହର ମଧ୍ୟରେ ଏକ ଟମାଟୋ ରସର ବନ୍ୟା ଭଳି ଦେଖାଯାଇଥାଏ।
ଇଷ୍ଟରରେ ମହିଳାଙ୍କୁ ହୁଏ ମାଡ଼: ଗୋଟିଏ ପର୍ବରେ ସମସ୍ତେ ମିଳିମିଶି ଖୁସି ମନାଇବା ବଦଳରେ ମହିଳାଙ୍କୁ ମାଡ଼ କାହିଁକି ହୁଏ, ଏକଥା ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ। ହେଲେ ୟୁରୋପର ଜେଚ୍‌ ରିପବ୍ଲିକ୍‌ରେ ରହିଛି ଏଭଳି ଏକ ଅଜବ ପରମ୍ପରା। ଇଷ୍ଟର ପାଳନ ଅବସରରେ ସେଠାକାର ପୁରୁଷମାନେ ମହିଳାମାନଙ୍କୁ ଦେଖିବା ମାତ୍ରେ ଗଛର ଡାଳରେ ମାଡ଼ ମାରିଥା’ନ୍ତି। ଏହାଦ୍ୱାରା ମହିଳାଙ୍କ ପ୍ରଜନନ କ୍ଷମତା ବୃଦ୍ଧି ହେବା ସହ ପରିବାରକୁ ସୁଖ ସମୃଦ୍ଧି ଆସିଥାଏ ବୋଲି ସେଠାକାର ଲୋକେ ବିଶ୍ୱାସ ରଖନ୍ତି। ତେବେ ଏହି ମାଡ଼ ବଦଳରେ ମହିଳାମାନେ ଯୁବକମାନଙ୍କୁ ରଙ୍ଗିନ ଅଣ୍ଡା ଦେଉଥିବା ବେଳେ ମଧ୍ୟବୟସ୍କମାନଙ୍କୁ ମଦ ଉପହାର ଦେଇଥା’ନ୍ତି।
କାଗା ଟିଓ: ସ୍ପେନ୍‌ର କାଟାଲୋନିଆଠାରେ ଖ୍ରୀଷ୍ଟମାସ୍‌ ବେଳେ ଏକ ଅଜବ ପରମ୍ପରା ପାଳନ ହେଉଥିବାର ଦେଖାଯାଏ। ସେଠାକାର ଲୋକେ ଡିସେମ୍ବର ମାସ ଆରମ୍ଭରେ ଏକ ଛୋଟ କାଠଗଣ୍ଡିରେ ମୁହଁ ଭଳି ଆକୃତି ପ୍ରସ୍ତୁତ କରି ଘର ସମ୍ମୁଖରେ ରଖନ୍ତି, ଯାହାକୁ କାଗାଟିଓ କୁହାଯାଏ। ପିଲାମାନେ ଏହାର ଯତ୍ନ ନିଅନ୍ତି ଏବଂ ଖାଇବାକୁ ଦିଅନ୍ତି, ପ୍ରତିବଦଳରେ ସେ ତାଙ୍କୁ ଉପହାର ଦେବ ବୋଲି ସେମାନଙ୍କର ବିଶ୍ୱାସ ରହିଥାଏ। ଖ୍ରୀଷ୍ଟମାସ ଦିନ ପିଲାମାନେ ଏକ ସ୍ବତନ୍ତ୍ର ଗୀତ ଗାଇ ବାଡ଼ି ସାହାଯ୍ୟରେ ଏହାକୁ ମାରିଥା’ନ୍ତି। ଶେଷରେ ସେମାନଙ୍କୁ ସେଥିରୁ ପରିବାର ସଦସ୍ୟଙ୍କ ଦ୍ୱାରା ପୂର୍ବରୁ ଲୁଚାଇ ରଖାଯାଇଥିବା ଛୋଟ ଛୋଟ ଉପହାର ଚକୋଲେଟ୍‌ ଆଦି ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ଜନଗଣନା ତାଲିମ ବେଳେ ଚେତାଶୂନ୍ୟ ହୋଇପଡ଼ିଲେ ଶିକ୍ଷୟିତ୍ରୀ, ଆଉ ତା’ପରେ…

ହିଞ୍ଜିଳିକାଟୁ, ୨୮।୩( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ପିଏମଶ୍ରୀ ସରକାରୀ ବୃନ୍ଦାବନ ବିଦ୍ୟାଳୟରେ ଚାଲିଥିବା ଜନଗଣନା ତାଲିମର ତୃତୀୟ ପର୍ଯ୍ୟାୟରେ ତାଲିମ ବେଳେ ଶନିବାର କେନ୍ଦ୍ରରେ ଜଣେ ଶିକ୍ଷୟିତ୍ରୀ…

ଗିରଫ ପରେ ଜାମିନରେ ଖଲାସ ହେଲେ ଏହି ଗଲ୍‌ଫ ଖେଳାଳି, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

ଜୁପିଟର ଆଇଲାଣ୍ଡ, ୨୮ା୩: ବିଶିଷ୍ଟ ଗଲ୍‌ଫ ଖେଳାଳି ଟାଇଗର ଉଡ୍ସ ନିଶାଗ୍ରସ୍ତ ଅବସ୍ଥାରେ ଡ୍ରାଇଭିଂ କରିଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହେବାପରେ ଶୁକ୍ରବାର ବିଳମ୍ବିତ ରାତିରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ଉପଖଣ୍ଡ ମାନ୍ୟତା ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ରିଷିଡ଼ା,୨୮ା୩ (ସୁଶାନ୍ତ ମଲ୍ଲିକ)କଳାହାଣ୍ଡି ଜିଲାର ମଦନପୁର ରାମପୁରକୁ ଉପଖଣ୍ଡ ମାନ୍ୟତା ଦେବା ପାଇଁ ଯୁବ ନେତା ତଥା ରାଜ ପରିବାର ସଦସ୍ୟ ନୀଳମାଧବ ସିଂଦେଓ ମୁଖ୍ୟମନ୍ତ୍ରୀ ମୋହନ…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri