Posted inଫୁରସତ

ଅଜବ କଫିନ୍‌ର ଦେଶ

ଅନେକ ସମ୍ପ୍ରଦାୟରେ ମୃତ ବ୍ୟକ୍ତିଙ୍କୁ କଫିନ୍‌ରେ ରଖି କବର ଦିଆଯିବା ପରମ୍ପରା ରହିଛି। ଏହି କଫିନ୍‌ ବେଶ୍‌ ସାଧାରଣ ହୋଇଥାଏ। ଏହାକୁ ଦେଖିଲେ ମୃତ୍ୟୁର ଭୟ ଚାଲିଆସେ। ହେଲେ ଏମିତି ଏକ ଦେଶ ଅଛି, ଯେଉଁଠି ମୃତକଙ୍କ ପାଇଁ ଏଭଳି କଫିନ୍‌ ବ୍ୟବହାର କରାଯାଏ, ଯାହାକୁ ଦେଖିଲେ ବିଶ୍ୱାସ କରି ହେବନାହିଁ ତାହା କଫିନ୍‌ ବୋଲି। ପଶ୍ଚିମ ଆଫ୍ରିକାସ୍ଥିତ ଘାନାରେ ଦେଖିବାକୁ ମିଳେ ଅଜବ ଗଜବ କଫିନ୍‌। ଏଠାରେ କଫିନ୍‌ ମୃତକଙ୍କ ପରିବାରର ଷ୍ଟାଟସ୍‌କୁ ଦର୍ଶାଏ। ତେଣୁ କେବେ ବେଶ୍‌ ସୁନ୍ଦର ତ କେବେ ବେଶ୍‌ ଅଜବ ଡିଜାଇନ୍‌ର କଫିନ୍‌ ବ୍ୟବହାର କରାଯାଏ। ବିବିସିର ଏକ ରିପୋର୍ଟ ମୁତାବକ ଏଠାରେ ଅଜବ କଫିନ୍‌ ତିଆରି ପରମ୍ପରା କେଉଟ ସମ୍ପ୍ରଦାୟର ଲୋକଙ୍କଠାରୁ ଆସିଛି। ସେମାନେ ମୃତକଙ୍କ ପାଇଁ ମାଛ ଆକୃତିର କଫିନ୍‌ ତିଆରି କରୁଥିଲେ। ଏହାପରେ ବ୍ୟବସାୟୀମାନେ ଲକ୍‌ଜ୍ୟୁରି ମର୍ସିଡିଜ୍‌ କାର୍‌ ଆକୃତିର କଫିନ୍‌ ବ୍ୟବହାର କରିବା ଆରମ୍ଭ କରିଥିଲେ; ଯାହା କି ଷ୍ଟାଟସ୍‌୍‌କୁ ଦର୍ଶାଏ। ଏଠାରେ ଉଡାଜାହାଜ ଆକୃତିର କଫିନ୍‌ ବି ଦେଖିବାକୁ ମିଳେ। ୧୯୫୧ ମସିହା ପ୍ରଥମେ ଦୁଇଜଣ ଭାଇ ନିଜର ୯୧ ବର୍ଷୀୟା ମା’ ପାଇଁ ଉଡାଜାହାଜ ଆକୃତିର କଫିନ୍‌ ତିଆରି କରିଥିଲେ। କଥା କ’ଣ କି ତାଙ୍କ ମା’ କେବେ ବି ଉଡାଜାହାଜରେ ବସି ନ ଥିଲେ। ସବୁବେଳେ ସ୍ବପ୍ନ ଦେଖୁଥିଲେ ଦିନେ ଉଡାଜାହାଜରେ ବସିବେ। ତେଣୁ ମା’ର ସ୍ବପ୍ନ ପୂରଣ କରିବା ପାଇଁ ଏଭଳି ଆକୃତିର କଫିନ୍‌ ତିଆରି କରିଥିଲେ। ଏବେ ଘାନାରେ ଆହୁରି ଅନେକ ପ୍ରକାରର ଅଜବ କଫିନ୍‌ ଦେଖିବାକୁ ମିଳୁଛି। ବିଦେଶରେ ବି ଘାନାର କଫିନ୍‌ର ଚାହିଦା ବଢିଛି। ଘାନା ବଜାରରେ ଏହି କଫିନ୍‌ର ମୂଲ୍ୟ ୭୦ ହଜାର ଟଙ୍କା ହେଉଥିବାବେଳେ ବିଦେଶରେ ଏହାର ମୂଲ୍ୟ ୭-୮ ଗୁଣ ବଢିଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri