Posted inଫୁରସତ

କାହାଣୀର ନାଁ କନକ ମଞ୍ଜରୀ

କାମ କରୁ କରୁ ଛାନ୍ଦ, ଚଉପଦୀ, ଭଞ୍ଜ, ବଳଦେବ, ଗୋପାଳକୃଷ୍ଣଙ୍କୁ ସ୍ବର କରି ଗାଇ ଯାଉଥିବା ମାଆ ଏବଂ ଜେମାଆଙ୍କଠାରୁ ଶୁଣି ଶୁଣି ସାହିତ୍ୟ ପ୍ରତି ଅନୁରକ୍ତ ହୋଇଥିଲେ ସେ। ଆଦୌ ଚାଟଶାଳୀ ମାଡି ନଥିବା ଜେଜେମାଆଙ୍କର ଅଭିଧାନ ପ୍ରୀତି ଏବଂ ଶବ୍ଦ ଆହରଣ ଜ୍ଞାନ ଦ୍ୱାରା ବାଲ୍ୟକାଳୁ ଗଭୀର ଭାବରେ ପ୍ରଭାବିତ ହୋଇଥିବା ଡକ୍ଟର କନକମଞ୍ଜରୀ ପଟ୍ଟନାୟକ ଓଡ଼ିଆ ସାହିତ୍ୟ ଓ ଶିକ୍ଷାକ୍ଷେତ୍ରରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ । ଜଣେ ଓଡ଼ିଆ ପ୍ରାଧ୍ୟାପିକା ହିସାବରେ ତାଙ୍କର ସମ୍ବଳ ହେଲା ଅଗଣିତ ଛାତ୍ରଛାତ୍ରୀଙ୍କର ଶ୍ରଦ୍ଧା ଓ ସମ୍ମାନ ପୁଣି ଲେଖିକା ହିସାବରେ ସେ ସାଉଁଟିଛନ୍ତି ଅସୁମାରୀ ପାଠକଙ୍କ ବିପୁଳ ଆଦର। ୧୯୫୩ରେ ଘୁମୁସରର ମୁନିଗାଡିରେ ଜନ୍ମିତ କନକମଞ୍ଜରୀ ପଟ୍ଟନାୟକଙ୍କ ପ୍ରଥମ ପ୍ରକାଶିତ ଲେଖା ହେଉଛି ‘ମହଙ୍ଗା ଯୁଗରେ ନାରୀର କର୍ତ୍ତବ୍ୟ, ଯାହା ପ୍ରକାଶିତ ହୋଇଥିଲା ୧୯୬୯ ମସିହାରେ ‘ସ୍ବରାଜ୍ୟ’ ପୃଷ୍ଠାରେ । ଏହି ଲେଖାଟି ସେ ପ୍ରସ୍ତୁତ କରିଥିଲେ ଦଶମ ଶ୍ରେଣୀର ଛାତ୍ରୀ ଥିଲାବେଳେ । ପରବର୍ତ୍ତୀ ସମୟରେ ଏହି ପ୍ରବନ୍ଧଟି ଆକାଶବାଣୀ କଟକ ଆନୁକୂଲ୍ୟରେ ନାରୀମହଲ କାର୍ଯ୍ୟକ୍ରମରେ ପ୍ରଚାରିତ ହୋଇଥିଲା। ପୁନଶ୍ଚ ୧୯୭୨ ମସିହାରେ ଆକାଶବାଣୀ କଟକରୁ ପ୍ରଚାରିତ ହୋଇଥିଲା ତାଙ୍କର ପ୍ରଥମ ବେତାର ନାଟକ ଅଷ୍ଟବଜ୍ର ସମ୍ମିଳନ। ଏସବୁ ପ୍ରାରମ୍ଭିକ ଉଦବେଳନ ସୂଚେଇ ଦେଇଥିଲା ଯେ ସାହିତ୍ୟ କ୍ଷେତ୍ରରେ ସେ ଅତିକ୍ରମ କରିବେ ବହୁ ଦୀର୍ଘପଥ ।

କନକ ମଞ୍ଜରୀଙ୍କ ସାହିତ୍ୟ ପ୍ରତିଭା ବହୁମୁଖୀ ଏବଂ ବହୁପ୍ରସ୍ତି। ତାଙ୍କ ମତରେ ସେ ସାହିତ୍ୟର ସବୁରୁପରେ ଓ ଆଙ୍ଗିକରେ ସଚ୍ଛନ୍ଦରେ ବିଚରଣ କରିପାରନ୍ତି। ଯେଉଁ ସମୟରେ ତାଙ୍କର ଆଲୋଡନକୁ ଯେଉଁ ରୂପ ଉପଯୋଗୀ ମନେହୁଏ ସେ ତାହା ଆହରଣ କରନ୍ତି । ସେହି ଆଙ୍ଗିକରେ ନିଜ ଆବେଗର ଉପସ୍ଥାପନ କରନ୍ତି । ତାଙ୍କର ସୃଷ୍ଟିସମ୍ଭାର ବିପୁଳ। ତାଙ୍କୁ ଆମେ ଏକାଦିକ୍ରମେ କବି, ଗାଳ୍ପିକ, ଔପନ୍ୟାସିକା, ଅନୁବାଦିକା , ଗୀତିକବି, ସମାଲୋଚିକା, ଶିଶୁ ସାହିତ୍ୟିକା ପୁଣିନାଟ୍ୟକାର ଏହିପରି କେତେ ରୂପରେ ଦେଖିପାରିବା। କବି ହିସାବରେ ତାଙ୍କର କୃତୀ ଗୁଡିକ ହେଲା ତଥାଗତ, ସନେଟ, କଥାକୁହା ଜହ୍ନରାତି, ବର୍ଷାରେ ଦୁଷ୍ଟଝିଅ ଓ ଶବ୍ଦ ଛଳଛଳ ଇତ୍ୟାଦି ଛଅଟି କବିତା ଗ୍ରନ୍ଥ। ଏଗୁଡିକର ମୂଳ ସ୍ବର ଗଭୀର ଆବେଗ ଓ ନିବିଡ଼ ଅନୁରାଗ । ଗାଳ୍ପିକା ହିସାବରେ ସେ ରଚନା କରିଛନ୍ତି ମାଟିଦୀପ, ଅଥ ଅବଧୂତ ଓ ନଦୀର ନାମ ସରସ୍ବତୀ ଆଦି ତିନୋଟି ଗଳ୍ପ ସଙ୍କଳନ। ତାଙ୍କର ଏକମାତ୍ର ଉପନ୍ୟାସ ବେଳାଭୂମିର ଚିହ୍ନ ପାଠକ ମହଲରେ ସୁପରିଚିତ। ଅନୁବାଦିକା ଭାବରେ ସେ ଓଡ଼ିଆ ସାହିତ୍ୟକୁ ଦେଇଛନ୍ତି କିଶୋର ଉପନ୍ୟାସ, ଗ୍ରୀକ ବୀର ପର୍ସିୟସ, ସମକାଳୀନ ହିନ୍ଦୀ କାହାଣୀ, କମ୍ରେଡ଼ଙ୍କ କୋର୍ଟ ଓ ଅନ୍ୟାନ୍ୟ ଗଳ୍ପ ତଥା ଅନୁଦିତ ଲଘୁକଥା ଆଦି ଚାରୋଟି ଗ୍ରନ୍ଥ। ତାଙ୍କର ଦୁଇ ଗୀତିକବିତା ଗ୍ରନ୍ଥ ଚିତ୍ର ନଦୀ ଓ ଗୀତି ନୈବେଦ୍ୟ ବେଶ ଚିତ୍ତକର୍ଷକ। ତାଙ୍କର ଅନେକ ଗୀତି କବିତା ଆକାଶବାଣୀରୁ ପ୍ରଚାରିତ। ପଲ୍ଲୀ କବି କାବ୍ୟବିଭା ତାଙ୍କ ସମାଲୋଚକୀୟ ସ୍ବାକ୍ଷର ବହନ କରେ। ଶିଶୁ ସାହିତ୍ୟ କ୍ଷେତ୍ରରେ ମଧ୍ୟ ସେ ସଫଳତାର ସହ ଲେଖନୀ ଚାଳନା କରିଛନ୍ତି । ଲେଖିଛନ୍ତି ଇନ୍ଦ୍ରଧନୁ କବିତା ସଙ୍କଳନ । ଏହା ବାଦ ଶିଶୁମାନଙ୍କ ପାଇଁ ପାଞ୍ଚ ଶହରୁ ଉର୍ଦ୍ଧ୍ୱ କବିତା ଓ ଶତାଧିକ ଗଳ୍ପ । ତାଙ୍କର ଗୀତିନାଟ୍ୟ ଯସ୍‌ମା, ଆକାଶବାଣୀ ଜୟପୁରରୁ ପ୍ରଚାରିତ ଏବଂ ଅନ୍ୟ ଏକ ଗୀତିନାଟ୍ୟ ଗୋପ ବିଭୁତି ଭୁବନେଶ୍ବର, ଦୂରଦର୍ଶନରୁ ପ୍ରସାରିତ ହୋଇ ଶ୍ରୋତା ତଥା ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଛି । ତାଙ୍କର ଲେଖନୀ ଏବେ ବି ଚଳଚଞ୍ଚଳ। ଆଗକୁ ପ୍ରକାଶ ପାଇବାକୁ ଅଛି କାକଳି ଓ ଅନ୍ୟାନ୍ୟ କବିତା, ସମୟର ଶିଳାଲିପି ନାମକ ଅନ୍ୟ ଏକ ଉପନ୍ୟାସ ତଥା ଏକ କିଶୋର କବିତା ସଙ୍କଳନ।

ଅବିରତ ସାରସ୍ବତ ସାଧନା ନିମନ୍ତେ ସେ ଅନେକ ଅନୁଷ୍ଠାନ ଦ୍ୱାରା ପୁରସ୍କୃତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି। ସେଥିମଧ୍ୟରୁ ଅଂକୁର ସାହିତ୍ୟ ସମ୍ମାନ ( ପାରଳାଖେମୁଣ୍ଡି ), କଳଙ୍ଗ ସାହିତ୍ୟ ସମାଜ ବ୍ରହ୍ମପୁର ତରଫରୁ ସୁପ୍ରୀତି ଦେବୀ ସ୍ମୃତି ସମ୍ମାନ, ଅନୁବାଦ ପାଇଁ ତୀରତରଙ୍ଗ ସମ୍ମାନ, କୋଣାର୍କ ନାଟ୍ୟମଣ୍ଡପ ସମ୍ମାନ, ବିଷ୍ଣୁପ୍ରିୟା ସାମନ୍ତସିଂହାର ସମ୍ମାନ, ସୁପ୍ରଭା ରାୟ ଅନୁବାଦ ପୁରସ୍କାର, ଅଜିତ ଅନୁବାଦ ପୁରସ୍କାର ତଥା ମନସ୍ବିନୀ ରାୟ ସ୍ମୃତି ସମ୍ମାନ ଇତ୍ୟାଦି ଉଲ୍ଲେଖନୀୟ ।

ଓଡ଼ିଶାର ଅଣସାହିତି୍ୟକ ପରିବେଶ ସମ୍ପର୍କରେ ତାଙ୍କର ମତ ହେଲା ଅନ୍ଧାରକୁ ଅଭିଶାପ ଦେବା ପରିବର୍ତ୍ତେ ଛୋଟ ଆଲୋକବର୍ତ୍ତିକାଟେ ଜଳେଇବା ଉଚିତ । ତେଣୁ ସତ ସାହିତି୍ୟକମାନେ ଅଙ୍ଗିକାରବଦ୍ଧ ହୋଇ ଏକ ସର୍ଜନମୁଖର ପରିବେଶ ସୃଷ୍ଟି କରିପାରିଲେ ନକରାତ୍ମକ ସ୍ଥିତି ଆପେ ସୁଧୁରିଯିବ । ତାଙ୍କ ସହ ସବୁ ସମୟରେ ରହି ଆସିଛି ତାଙ୍କ ଜୀବନସାଥୀ ସୁସାହିତି୍ୟକ ତଥା ପ୍ରକାଶକ ରାଜ କିଶୋର ଦାସଙ୍କ ସହଯୋଗର ହାତ। କନକ ମଞ୍ଜରୀ କହିଲେ ଯେଉଁ କାହାଣୀ ତାହା ଦେହରେ ଯୋଡ଼ା ହେବାକୁ ଅଛି ଆହୁରି ନୂତନ ଅଧ୍ୟାୟ । ତାଙ୍କର ସାରସ୍ବତ ଯାତ୍ରା ଏହିପରି ପ୍ରଲମ୍ବିତ ହେଉ ।

-ମାନମୟୀ ରଥ ସେଣ୍ଟ ଜାଭିୟର୍ସ କିଟ୍ସ, ବାଲିପୁଟ, ପୁରୀ
ମୋ: ୭୯୭୮୫୭୯୩୯୯

 


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri