Posted inଫୁରସତ

କାହାଣୀର ନାଁ କନକ ମଞ୍ଜରୀ

କାମ କରୁ କରୁ ଛାନ୍ଦ, ଚଉପଦୀ, ଭଞ୍ଜ, ବଳଦେବ, ଗୋପାଳକୃଷ୍ଣଙ୍କୁ ସ୍ବର କରି ଗାଇ ଯାଉଥିବା ମାଆ ଏବଂ ଜେମାଆଙ୍କଠାରୁ ଶୁଣି ଶୁଣି ସାହିତ୍ୟ ପ୍ରତି ଅନୁରକ୍ତ ହୋଇଥିଲେ ସେ। ଆଦୌ ଚାଟଶାଳୀ ମାଡି ନଥିବା ଜେଜେମାଆଙ୍କର ଅଭିଧାନ ପ୍ରୀତି ଏବଂ ଶବ୍ଦ ଆହରଣ ଜ୍ଞାନ ଦ୍ୱାରା ବାଲ୍ୟକାଳୁ ଗଭୀର ଭାବରେ ପ୍ରଭାବିତ ହୋଇଥିବା ଡକ୍ଟର କନକମଞ୍ଜରୀ ପଟ୍ଟନାୟକ ଓଡ଼ିଆ ସାହିତ୍ୟ ଓ ଶିକ୍ଷାକ୍ଷେତ୍ରରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ । ଜଣେ ଓଡ଼ିଆ ପ୍ରାଧ୍ୟାପିକା ହିସାବରେ ତାଙ୍କର ସମ୍ବଳ ହେଲା ଅଗଣିତ ଛାତ୍ରଛାତ୍ରୀଙ୍କର ଶ୍ରଦ୍ଧା ଓ ସମ୍ମାନ ପୁଣି ଲେଖିକା ହିସାବରେ ସେ ସାଉଁଟିଛନ୍ତି ଅସୁମାରୀ ପାଠକଙ୍କ ବିପୁଳ ଆଦର। ୧୯୫୩ରେ ଘୁମୁସରର ମୁନିଗାଡିରେ ଜନ୍ମିତ କନକମଞ୍ଜରୀ ପଟ୍ଟନାୟକଙ୍କ ପ୍ରଥମ ପ୍ରକାଶିତ ଲେଖା ହେଉଛି ‘ମହଙ୍ଗା ଯୁଗରେ ନାରୀର କର୍ତ୍ତବ୍ୟ, ଯାହା ପ୍ରକାଶିତ ହୋଇଥିଲା ୧୯୬୯ ମସିହାରେ ‘ସ୍ବରାଜ୍ୟ’ ପୃଷ୍ଠାରେ । ଏହି ଲେଖାଟି ସେ ପ୍ରସ୍ତୁତ କରିଥିଲେ ଦଶମ ଶ୍ରେଣୀର ଛାତ୍ରୀ ଥିଲାବେଳେ । ପରବର୍ତ୍ତୀ ସମୟରେ ଏହି ପ୍ରବନ୍ଧଟି ଆକାଶବାଣୀ କଟକ ଆନୁକୂଲ୍ୟରେ ନାରୀମହଲ କାର୍ଯ୍ୟକ୍ରମରେ ପ୍ରଚାରିତ ହୋଇଥିଲା। ପୁନଶ୍ଚ ୧୯୭୨ ମସିହାରେ ଆକାଶବାଣୀ କଟକରୁ ପ୍ରଚାରିତ ହୋଇଥିଲା ତାଙ୍କର ପ୍ରଥମ ବେତାର ନାଟକ ଅଷ୍ଟବଜ୍ର ସମ୍ମିଳନ। ଏସବୁ ପ୍ରାରମ୍ଭିକ ଉଦବେଳନ ସୂଚେଇ ଦେଇଥିଲା ଯେ ସାହିତ୍ୟ କ୍ଷେତ୍ରରେ ସେ ଅତିକ୍ରମ କରିବେ ବହୁ ଦୀର୍ଘପଥ ।

କନକ ମଞ୍ଜରୀଙ୍କ ସାହିତ୍ୟ ପ୍ରତିଭା ବହୁମୁଖୀ ଏବଂ ବହୁପ୍ରସ୍ତି। ତାଙ୍କ ମତରେ ସେ ସାହିତ୍ୟର ସବୁରୁପରେ ଓ ଆଙ୍ଗିକରେ ସଚ୍ଛନ୍ଦରେ ବିଚରଣ କରିପାରନ୍ତି। ଯେଉଁ ସମୟରେ ତାଙ୍କର ଆଲୋଡନକୁ ଯେଉଁ ରୂପ ଉପଯୋଗୀ ମନେହୁଏ ସେ ତାହା ଆହରଣ କରନ୍ତି । ସେହି ଆଙ୍ଗିକରେ ନିଜ ଆବେଗର ଉପସ୍ଥାପନ କରନ୍ତି । ତାଙ୍କର ସୃଷ୍ଟିସମ୍ଭାର ବିପୁଳ। ତାଙ୍କୁ ଆମେ ଏକାଦିକ୍ରମେ କବି, ଗାଳ୍ପିକ, ଔପନ୍ୟାସିକା, ଅନୁବାଦିକା , ଗୀତିକବି, ସମାଲୋଚିକା, ଶିଶୁ ସାହିତ୍ୟିକା ପୁଣିନାଟ୍ୟକାର ଏହିପରି କେତେ ରୂପରେ ଦେଖିପାରିବା। କବି ହିସାବରେ ତାଙ୍କର କୃତୀ ଗୁଡିକ ହେଲା ତଥାଗତ, ସନେଟ, କଥାକୁହା ଜହ୍ନରାତି, ବର୍ଷାରେ ଦୁଷ୍ଟଝିଅ ଓ ଶବ୍ଦ ଛଳଛଳ ଇତ୍ୟାଦି ଛଅଟି କବିତା ଗ୍ରନ୍ଥ। ଏଗୁଡିକର ମୂଳ ସ୍ବର ଗଭୀର ଆବେଗ ଓ ନିବିଡ଼ ଅନୁରାଗ । ଗାଳ୍ପିକା ହିସାବରେ ସେ ରଚନା କରିଛନ୍ତି ମାଟିଦୀପ, ଅଥ ଅବଧୂତ ଓ ନଦୀର ନାମ ସରସ୍ବତୀ ଆଦି ତିନୋଟି ଗଳ୍ପ ସଙ୍କଳନ। ତାଙ୍କର ଏକମାତ୍ର ଉପନ୍ୟାସ ବେଳାଭୂମିର ଚିହ୍ନ ପାଠକ ମହଲରେ ସୁପରିଚିତ। ଅନୁବାଦିକା ଭାବରେ ସେ ଓଡ଼ିଆ ସାହିତ୍ୟକୁ ଦେଇଛନ୍ତି କିଶୋର ଉପନ୍ୟାସ, ଗ୍ରୀକ ବୀର ପର୍ସିୟସ, ସମକାଳୀନ ହିନ୍ଦୀ କାହାଣୀ, କମ୍ରେଡ଼ଙ୍କ କୋର୍ଟ ଓ ଅନ୍ୟାନ୍ୟ ଗଳ୍ପ ତଥା ଅନୁଦିତ ଲଘୁକଥା ଆଦି ଚାରୋଟି ଗ୍ରନ୍ଥ। ତାଙ୍କର ଦୁଇ ଗୀତିକବିତା ଗ୍ରନ୍ଥ ଚିତ୍ର ନଦୀ ଓ ଗୀତି ନୈବେଦ୍ୟ ବେଶ ଚିତ୍ତକର୍ଷକ। ତାଙ୍କର ଅନେକ ଗୀତି କବିତା ଆକାଶବାଣୀରୁ ପ୍ରଚାରିତ। ପଲ୍ଲୀ କବି କାବ୍ୟବିଭା ତାଙ୍କ ସମାଲୋଚକୀୟ ସ୍ବାକ୍ଷର ବହନ କରେ। ଶିଶୁ ସାହିତ୍ୟ କ୍ଷେତ୍ରରେ ମଧ୍ୟ ସେ ସଫଳତାର ସହ ଲେଖନୀ ଚାଳନା କରିଛନ୍ତି । ଲେଖିଛନ୍ତି ଇନ୍ଦ୍ରଧନୁ କବିତା ସଙ୍କଳନ । ଏହା ବାଦ ଶିଶୁମାନଙ୍କ ପାଇଁ ପାଞ୍ଚ ଶହରୁ ଉର୍ଦ୍ଧ୍ୱ କବିତା ଓ ଶତାଧିକ ଗଳ୍ପ । ତାଙ୍କର ଗୀତିନାଟ୍ୟ ଯସ୍‌ମା, ଆକାଶବାଣୀ ଜୟପୁରରୁ ପ୍ରଚାରିତ ଏବଂ ଅନ୍ୟ ଏକ ଗୀତିନାଟ୍ୟ ଗୋପ ବିଭୁତି ଭୁବନେଶ୍ବର, ଦୂରଦର୍ଶନରୁ ପ୍ରସାରିତ ହୋଇ ଶ୍ରୋତା ତଥା ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଛି । ତାଙ୍କର ଲେଖନୀ ଏବେ ବି ଚଳଚଞ୍ଚଳ। ଆଗକୁ ପ୍ରକାଶ ପାଇବାକୁ ଅଛି କାକଳି ଓ ଅନ୍ୟାନ୍ୟ କବିତା, ସମୟର ଶିଳାଲିପି ନାମକ ଅନ୍ୟ ଏକ ଉପନ୍ୟାସ ତଥା ଏକ କିଶୋର କବିତା ସଙ୍କଳନ।

ଅବିରତ ସାରସ୍ବତ ସାଧନା ନିମନ୍ତେ ସେ ଅନେକ ଅନୁଷ୍ଠାନ ଦ୍ୱାରା ପୁରସ୍କୃତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି। ସେଥିମଧ୍ୟରୁ ଅଂକୁର ସାହିତ୍ୟ ସମ୍ମାନ ( ପାରଳାଖେମୁଣ୍ଡି ), କଳଙ୍ଗ ସାହିତ୍ୟ ସମାଜ ବ୍ରହ୍ମପୁର ତରଫରୁ ସୁପ୍ରୀତି ଦେବୀ ସ୍ମୃତି ସମ୍ମାନ, ଅନୁବାଦ ପାଇଁ ତୀରତରଙ୍ଗ ସମ୍ମାନ, କୋଣାର୍କ ନାଟ୍ୟମଣ୍ଡପ ସମ୍ମାନ, ବିଷ୍ଣୁପ୍ରିୟା ସାମନ୍ତସିଂହାର ସମ୍ମାନ, ସୁପ୍ରଭା ରାୟ ଅନୁବାଦ ପୁରସ୍କାର, ଅଜିତ ଅନୁବାଦ ପୁରସ୍କାର ତଥା ମନସ୍ବିନୀ ରାୟ ସ୍ମୃତି ସମ୍ମାନ ଇତ୍ୟାଦି ଉଲ୍ଲେଖନୀୟ ।

ଓଡ଼ିଶାର ଅଣସାହିତି୍ୟକ ପରିବେଶ ସମ୍ପର୍କରେ ତାଙ୍କର ମତ ହେଲା ଅନ୍ଧାରକୁ ଅଭିଶାପ ଦେବା ପରିବର୍ତ୍ତେ ଛୋଟ ଆଲୋକବର୍ତ୍ତିକାଟେ ଜଳେଇବା ଉଚିତ । ତେଣୁ ସତ ସାହିତି୍ୟକମାନେ ଅଙ୍ଗିକାରବଦ୍ଧ ହୋଇ ଏକ ସର୍ଜନମୁଖର ପରିବେଶ ସୃଷ୍ଟି କରିପାରିଲେ ନକରାତ୍ମକ ସ୍ଥିତି ଆପେ ସୁଧୁରିଯିବ । ତାଙ୍କ ସହ ସବୁ ସମୟରେ ରହି ଆସିଛି ତାଙ୍କ ଜୀବନସାଥୀ ସୁସାହିତି୍ୟକ ତଥା ପ୍ରକାଶକ ରାଜ କିଶୋର ଦାସଙ୍କ ସହଯୋଗର ହାତ। କନକ ମଞ୍ଜରୀ କହିଲେ ଯେଉଁ କାହାଣୀ ତାହା ଦେହରେ ଯୋଡ଼ା ହେବାକୁ ଅଛି ଆହୁରି ନୂତନ ଅଧ୍ୟାୟ । ତାଙ୍କର ସାରସ୍ବତ ଯାତ୍ରା ଏହିପରି ପ୍ରଲମ୍ବିତ ହେଉ ।

-ମାନମୟୀ ରଥ ସେଣ୍ଟ ଜାଭିୟର୍ସ କିଟ୍ସ, ବାଲିପୁଟ, ପୁରୀ
ମୋ: ୭୯୭୮୫୭୯୩୯୯

 


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପାଇଁ ‘ହୋର୍ମୁଜ ଦ୍ୱାର’ ଖୋଲିଲା ଇରାନ, ନିଭାଇଲା ବନ୍ଧୁତା, LPG ସଙ୍କଟରୁ ମିଳିବ ମୁକ୍ତି !

ନୂଆଦିଲ୍ଲୀ,୧୩।୩: ଦେଶରେ ରନ୍ଧନ ଗ୍ୟାସର ଅଭାବକୁ ନେଇ ଚିନ୍ତା ବଢୁଥିବା ବେଳେ ଇରାନ ଭାରତକୁ ବନ୍ଧୁତାର ହାତ ବଢ଼ାଇଛି। ହୋର୍ମୁଜ ଷ୍ଟ୍ରେଟ୍‌ରେ ଫସି ରହିଥିବା ଭାରତର ଦୁଇଟି…

ଯାତ୍ରୀଙ୍କୁ ‘ଇଣ୍ଡିଗୋ’ର ଝଟ୍‌କା: ବିମାନ ଟିକେଟ ଉପରେ ଲାଗିଲା ‘ଫ୍ୟୁଏଲ ସରଚାର୍ଜ’, ମାର୍ଚ୍ଚ ୧୪ରୁ…

ନୂଆଦିଲ୍ଲୀ,୧୩।୩: ବିଶ୍ୱ ବଜାରରେ ବିମାନ ଇନ୍ଧନ (ATF) ଦର ଅହେତୁକ ଭାବେ ବୃଦ୍ଧି ପାଇବା ପରେ ଇଣ୍ଡିଗୋ ନିଜର ଭଡ଼ା ବୃଦ୍ଧି କରିବା ନିଷ୍ପତ୍ତି ନେଇଛି। ପଶ୍ଚିମ…

ପେଟାପାଙ୍ଗା ଗ୍ରାମ ପାହାଡ଼ର ଗୁମିକିଆ ଜଙ୍ଗଲରେ ହାତୀ ଆକ୍ରମଣ: ୨ ମୃତ

ରାଇକିଆ/ଜି.ଉଦୟଗିରି,୧୩/୦୩(ପ୍ରଦୀପ ବେହେରା/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ରାଇକିଆ ବ୍ଲକ ଅନ୍ତର୍ଗତ ପେଟାପାଙ୍ଗା ଗ୍ରାମ ଡ. ପାହାଡ଼ର ଗୁମିକିଆ ଜଙ୍ଗଲରେ ହାତୀ ଆକ୍ରମଣରେ ଦୁଇ ଜଣ ଗ୍ରାମବାସୀ…

IPL ୨୦୨୬ରୁ ବାଦ୍‌ ପଡ଼ିଲେ ହର୍ଷିତ ରାଣା, ତଥାପି ମିଳିବ ୪ କୋଟି; କାରଣ ଜାଣିଲେ… 

ନୂଆଦିଲ୍ଲୀ,୧୩।୩: ଆଇପିଏଲ୍‌ ୨୦୨୬ ଆରମ୍ଭ ହେବା ପୂର୍ବରୁ କୋଲକାତା ନାଇଟ୍‌ ରାଇଡର୍ସ (KKR)କୁ ଶକ୍ତ ଧକ୍କା ଲାଗିଛି। ଦଳର ତାରକା ଦ୍ରୁତ ବୋଲର ହର୍ଷିତ ରାଣା ଆହତ…

ଚାଷୀଙ୍କ ପାଇଁ ବଡ଼ ଖୁସିଖବର, ପିଏମ୍‌ କିଷାନର ୨୨ତମ କିସ୍ତି ଜାରି, ଆପଣଙ୍କ ଆକାଉଣ୍ଟକୁ ଆସି ନ ଥିଲେ…

ନୂଆଦିଲ୍ଲୀ,୧୩।୩:  କେନ୍ଦ୍ର ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ (PM-KISAN) ଯୋଜନା ଅଧୀନରେ ଦେଶର କୋଟି କୋଟି ଚାଷୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

‘ହୋର୍ମୁଜ ଷ୍ଟ୍ରେଟ୍‌’ରେ ଭାରତର ଦବଦବା! ଇରାନ ରାଷ୍ଟ୍ରଦୂତ ଦେଲେ ବଡ଼ ସଂକେତ, କିଛି ସମୟରେ ବଡ଼ ଘୋଷଣା…  

ନୂଆଦିଲ୍ଲୀ,୧୩।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବଢୁଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ଭାରତ ପାଇଁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ପାରସ୍ୟ ଉପସାଗରରେ ଜାରି…

ଆରଆଇଙ୍କୁ ମାଡ ଘଟଣାରେ: ଜଣେ ଗିରଫ

ନନ୍ଦପୁର,୧୩।୨(ତୁଷାର କାନ୍ତ ମହାନ୍ତି): ଜାତିଗତ ପ୍ରମାଣପତ୍ର ପାଇଁ ନନ୍ଦପୁର ତହସିଲରେ କାର୍ଯ୍ୟରତ ରାଜସ୍ବ ନିରୀକ୍ଷକ ମଧୁସୁଦନ ଖେମୁଣ୍ଡୁଙ୍କୁ ଅଶାଳୀନ ବ୍ୟବହାର ଓ ମାଡ ମାରିବା ଘଟଣାରେ ଜଣେ…

ଲାଞ୍ଚନେଇ ବନ୍ଧାହେଲେ ବଡ଼ଗାଁ ଥାନା ଏଏସ୍‌ଆଇ

ସୁନ୍ଦରଗଡ,୧୩।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ବଡ଼ଗାଁ ଥାନା ପୋଲିସ, ଏଏସ୍‌ଆଇ ଅରୂପା ନନ୍ଦ ଦାସ ଗୁରୁବାର ସନ୍ଧ୍ୟାରେ ଜଣେ ଢାବା ମାଲିକଙ୍କଠାରୁ ୨୫,୦୦୦ଟଙ୍କା ଲାଞ୍ଚ ନେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri