Categories: ଫୁରସତ

ଝିଅ ନା ରବର

ମଣିଷ ଶରୀରର ଅଙ୍ଗଗୁଡିକ ଏପରିଭାବେ ସଂଯୋଗ ହୋଇଛି, ଯେମିତିକି ତାହା ଭଲରେ ସଂଞ୍ଚାଳନ ହୋଇପାରିବ। ଆଗପଛ, ବାମ ଡାହାଣ ହୋଇପାରିବ। ହେଲେ କିଛିଟା ସୀମା ପର୍ଯ୍ୟନ୍ତ ଏସବୁ ହୋଇପାରେ। ତେବେ ଜର୍ମାନୀର ଜୁଲିଆ ଗୁନ୍ଥେଲ ଯେକି ଜେଲ୍ଟା ନାମରେ ବେଶ୍‌ ପରିଚିତ ତାଙ୍କ ଶରୀର ସବୁଠୁ ଭିନ୍ନ। ଅବିଶ୍ୱସନୀଭାବେ ତାଙ୍କ ଶରୀରର ଅଙ୍ଗଗୁଡିକ ମୋଡି ପାରେ। ତାଙ୍କ ଶରୀର ଏତେ ଫ୍ଲେକ୍ସିବଲ୍‌ ବା ନମନୀୟ ଯେ, ନିଜକୁ ମୋଡି ସେ ଏକ ସୁଟ୍‌ବକ୍ସ ଭିତରେ ରହିପାରନ୍ତି। ଏହି ଶରୀର ଲାଗି ସେ ଅନେକ ରେକର୍ଡ ବି କରିଛନ୍ତି। ଯେମିତିକି ଏକ ନିର୍ଦ୍ଦିଷ୍ଟ ଦୂରତାରେ ଥିବା ପ୍ରାୟ ୧ ଫୁଟ୍‌ ଉଚ୍ଚତାର ଦୁଇଟି ବାଡି ଉପରେ ସନ୍ତୁଳନ ରକ୍ଷା କରି ଠିଆ ହୋଇ ଶରୀରକୁ ସମ୍ପୂର୍ଣ୍ଣଭାବେ ପଛକୁ ମୋଡି ଭୂମି ଉପରେ ଥିବା ପ୍ଲେଟ୍‌ରୁ ସର୍ବାଧିକ ୧୦ଟି ଗୋଲାପ ଫୁଲ ପାଟିରେ ଉଠାଇ ଆଣି ଶରୀରକୁ ସିଧା କରି ଆଉଥରେ ଶରୀରକୁ ସାମ୍‌ନା ପଟକୁ ନୁଆଇଁ ଫୁଲକୁ ତଳେ ରଖି ଏକ ରେକର୍ଡ କରିଛନ୍ତି। ସେହିଭଳି ଶରୀରକୁ ପୂରାପୁରି ପଛକୁ ମୋଡି, ପିଠି ଓ ନିତମ୍ବ ମଝିରେ ବେଲୁନ୍‌ ରଖି ତାକୁ ଫୁଟାଇ ଆଉ ଏକ ରେକର୍ଡ କରିଛନ୍ତି। ସେହିଭଳି ଏଲ୍‌ବୋ ଷ୍ଟାଣ୍ଡ ପୋଜିସନ୍‌ରେ ରହି ଦୁଇ ଗୋଡକୁ ପିଠି ପଟକୁ ମୋଡି ମୁଣ୍ଡ ପାଖରେ ଭୂମି ଉପରେ ଥିବା ବିୟର ବୋତଲର ଠିପିକୁ ଗୋଡରେ ଫିଟାଇ ଜେଲ୍ଟା ଆଉ ଏକ ରେକର୍ଡ ମଧ୍ୟ କରିଛନ୍ତି। ସେ ଏହି ସବୁ କାରନାମା କଲାବେଳେ ଯେ କେହି ତାଙ୍କ ଶରୀରର ନମନୀୟତାକୁ ଦେଖି ଚକିତ ହୋଇଯାଆନ୍ତି।

 

 

Share