Posted inଫୁରସତ

ଅନେକରେ ଏକ ଅଶ୍ରୁମୋଚନ

ସେଇ ଶୀତସକାଳ। ସେଇ ସୋରିଷ ଫୁଲ। ସେଇ ଆମ୍ବବଉଳ। ସେଇ ବରଓହଳ। ସେଇ ଝିପିଝିପି ବର୍ଷା। ସେଇ କାଦୁଅର ରାସ୍ତା। ଧାନଭରା କିଆରି, କଇଁଭରା ପୋଖରୀ। ଡାକେ ଆଜି ହାତଠାରି, ଚାଲ ଗାଁକୁ ଯିବା ଫେରି। ଏବେ ଗାଁକୁ ଫେରିବାର ସମୟ ଆସିଛି, ନମସ୍କାର ଜଣାଉଛି ଆପଣଙ୍କୁ…। ପୁଣି ଗାୟତ୍ରୀ- ନା ସେ ମନ୍ତ୍ର! ନା ସେ ତନ୍ତ୍ର! ସାମାନ୍ୟ ଗୋଟେ ନାଁ! ସେ ପୁଣି ଚ୍ୟାଲେଞ୍ଜ କରିବ, ଶକ୍ତି ସାସମଲକୁ! ହାଃ ସ୍‌..ସ୍‌..। ଏମିତି ଅନେକ ସଂଳାପକୁ ସେ ଫୁଟାଇଛନ୍ତି ତାଙ୍କ ତୁଣ୍ଡରେ। ତାଙ୍କର ନିଖୁଣ ଅଭିନୟ ହିଁ ଦର୍ଶକଙ୍କ ମନରେ ନିଆରା ଭାବ ସୃଷ୍ଟି କରିଥାଏ। ଏଥିପାଇଁ ସମସ୍ତଙ୍କ ମନକୁ ସେ ଜିଣି ପାରିଥାନ୍ତି। ବିଶେଷକରି ଜଣେ ନିରଳସ, ସାଦାସିଧା ଗାଉଁଲି ମଣିଷଙ୍କ ଅଭିନୟକୁ ସେ ଜୀବନ୍ତ କରିବାର କଳାକୌଶଳରେ ସ୍ବୟଂସିଦ୍ଧ। ଥିଏଟର, ଯାତ୍ରା, ରେଡିଓ, ଟିଭି ଓ ସିନେମା ଆଦିରେ ଆୟୋଜିତ ବିଭିନ୍ନ ଲୋକକଳା କ୍ଷେତ୍ରରେ ତାଙ୍କ ଅଭିନୟର ସ୍ବତନ୍ତ୍ରତା ବେଶ୍‌ ବାରି ହୋଇପଡ଼େ। କେବେ ମାଗୁଣିର ଶଗଡ଼ ହେଉ କି ଡାକମୁନ୍‌ସୀ ଅବା ଛ’ମାଣ ଆଠଗୁଣ୍ଠ ପରି ବିଭିନ୍ନ ଗଳ୍ପ, ଉପନ୍ୟାସରେ ତାଙ୍କ ଅଭିନୟର ପରାକାଷ୍ଟା ଦେଖିବାକୁ ମିଳେ। ଏପରି କି ଏକ ଟିଭି ପ୍ରାୟୋଜିତ ‘ଛୋଟମୋର ଗାଁ’ଟି କାର୍ଯ୍ୟକ୍ରମରେ ବିଭିନ୍ନ ଗାଁକୁ ଘୂରି ବୁଲିବା ବେଳେ ଗାଁ ମାଟିର ପାରିପାର୍ଶ୍ୱିକ ଘଟଣାର ନିଚ୍ଛକ କଥାକୁ ବଖାଣି, ହସହସ ମୁହଁରେ ଆବେଗର ଭାବଭଙ୍ଗୀକୁ ଦେଖାଇ ସଂଳାପ ଉଚ୍ଚାରଣରେ ସଭିଙ୍କୁ ଆପଣେଇବାର ଭାବ ସୃଷ୍ଟି କରିଥାନ୍ତି। ଯେମିତି କି ସାଧାରଣ ଲୋକଙ୍କଠାରୁ ଆରମ୍ଭକରି ଅସାଧାରଣ ବ୍ୟକ୍ତିଙ୍କ ମନରେ ତାଙ୍କର ବଳିଷ୍ଠ ଅଭିନୟ ଓ ସଂଳାପ ବେଶ୍‌ ହୃଦୟକୁ ଛୁଇଁ ପାରିଥାଏ। ଏଥିପାଇଁ ଓଡ଼ିଶାର ପୁରପଲ୍ଲୀରେ ସେ ଅତି ପରିଚିତ।

ହେଲେ- ଓଡ଼ିଆ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ସଫଳ ଅଭିନେତା ଓ ନାଟ୍ୟ ନିର୍ଦ୍ଦେଶକ ଅଶ୍ରୁମୋଚନ ମହାନ୍ତି। ପିତା- ରାସବିହାରୀ ମହାନ୍ତି, ମା’- ସୌଦାମିନୀ ମହାନ୍ତି। ଘର କେନ୍ଦୁଝର ଜିଲାର ଆନନ୍ଦପୁର ଅନ୍ତର୍ଗତ ଓରାଳି ଗାଁରେ। ସେ କୁହନ୍ତି, ଏକ ସ୍ବାଧୀନତା ସଂଗ୍ରାମୀଙ୍କ ପରିବାରରେ ୧୯୫୯ମସିହା ଏପ୍ରିଲ ୨ତାରିଖରେ ମୋର ଜନ୍ମ। ମୋ (ବାପା) ରାସବିହାରୀ ମହାନ୍ତିଙ୍କୁ ସାନବାପା ଓ ବଡ଼ବାପା କୀର୍ତ୍ତନ ବିହାରୀ ମହାନ୍ତିଙ୍କୁ ବାପା ବୋଲି ଡାକୁଥିଲି। ଉଭୟ ଥିଲେ ସ୍ବାଧୀନତା ସଂଗ୍ରାମୀ। ବାପା ଆମ ଅଞ୍ଚଳର ଲୋକପ୍ରତିନିଧିଭାବେ ଆମ ଗାଁର ସରପଞ୍ଚ ଥିଲେ। ମୋର ମନେପଡ଼ୁଛି ଆମ ଗାଁ ସ୍କୁଲରେ ୪ର୍ଥରେ ପଢୁଥାଏ, ଗଣେଶ ପୂଜାରେ ଶ୍ରୀଗଣେଶ ଗୀତିନାଟ୍ୟରେ ବିଷ୍ଣୁଙ୍କ ଚରିତ୍ରରେ ଅଭିନୟ କରିଥିଲି। ଦଣ୍ଡନାଚ, ଗୋଟିପୁଅ ନୃତ୍ୟରେ ବି ଭାଗନେଇଛି । କିନ୍ତୁ ୮ମରୁ ୧୦ମ ଯାଏ ମୋର ପଢ଼ା ଖଡ଼ଗପୁରରେ ହୋଇଥିଲା। ପରେ ସେଠାରୁ ଫେରି ଆନ୍ଦନପୁର କଲେଜରେ ସାଇନ୍ସ ପଢ଼ିଲି। କଲେଜ ଡ୍ରାମାରେ ବି ଅଭିନୟ କଲି। ହଁ ପ୍ରତିବର୍ଷ ସରସ୍ବତୀ ପୂଜାକୁ ଆମଘରେ ଆମ ପରିବାରର ଭାଇ ଓ ଅନ୍ୟମାନଙ୍କୁ ନେଇ ଏକ ନାଟକ ମଞ୍ଚସ୍ଥ ହୁଏ। ଏଥିରେ ବାପା ନିର୍ଦ୍ଦେଶନା ଦେଉଥିଲେ। କଲେଜ ପଢ଼ା ସାରି ଏୟାର ଫୋର୍ସରେ ନିଯୁକ୍ତି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଭୁବନେଶ୍ୱର ଆସିଥିଲି, ମାତ୍ର ମୋର ଜଣେ ସାଙ୍ଗ ପୂର୍ଣ୍ଣେନ୍ଦୁଙ୍କ ସହିତ ଦେଖା ହେବାରୁ ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ପଢିବା ପାଇଁ ଇଚ୍ଛାକଲି। ଯୋଗକୁ ସେଦିନ ସେହି ମହାବିଦ୍ୟାଳୟରେ ପରୀକ୍ଷା ହେଉଥିଲା, ବାସ୍‌ ଏଠାରେ ନାଁ ଲେଖିଲି। ନାଟକ ଅଭିନୟ ପାଇଁ ପଢିଲି। ତେବେ ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ପଢିବାବେଳେ ଷ୍ଟାଇପେଣ୍ଡ ବାବଦକୁ ୬୦ଟଙ୍କା ମିଳୁଥିଲା। ପୁଣି ଟ୍ୟୁଶନରୁ ପ୍ରାୟ ୨୦୦ଟଙ୍କା ଆୟ କରି ନିଜର ଖର୍ଚ୍ଚ ଉଠାଉଥିଲି। ଏଥିରେ ସକାଳେ ଜଳଖିଆ ପାଇଁ ଚୁଡ଼ା, ଛତୁଆ କିଣୁ ଥିଲି। କିନ୍ତୁ ସିନେମା ଦେଖା ପାଇଁ ଟ୍ୟୁଶନରୁ ମିଳୁଥିବା ଟଙ୍କା ଖର୍ଚ୍ଚ ହେଉଥିଲା। ମାତ୍ର ପଇସା ଅଭାବରୁ ଶ୍ରୀବତ୍ସ ନାମକ ଜଣେ ବଡ଼ଭାଇଙ୍କ ହଳଦୀ ଫ୍ୟାକ୍ଟ୍ରୀରେ ପ୍ରତିଦିନ ରାତିରେ ୩/୪ଘଣ୍ଟା ହଳଦୀ ପ୍ୟାକିଂ କରି ଯାହାକିଛି ରୋଜଗାର ହେଲା ସେଥିରୁ କିଛି ସଞ୍ଚୟକରି ଗୋଟେ ସାଇକେଲ କିଣିଥିଲି। ଏଥିରେ ବିଭିନ୍ନ ସ୍ଥାନକୁ ଯିବାପାଇଁ ସୁବିଧା ହେଲା। ସଂଗୀତ ମହାବିଦ୍ୟାଳୟରେ ଏକ କୋର୍ସ; ଯାହାର ନାଁ ଥିଲା ଅବଜରଭେଶନ, ଯାହା ମୋତେ ବେଶ୍‌ ପ୍ରଭାବିତ କରିଥିଲା। ଫଳାଫଳ ସ୍ବରୂପ ମୋତେ ଆଜି ସଫଳତା ମିଳିଛି। ଏମିତିରେ ନାଟକ ଅଭିନୟରେ ପିଜି ବି ସରିଲା। ସମୟକ୍ରମେ ପ୍ରଥମେ ବାବାଜୀ ନାଟକ, ଯୁଗଜ୍ୟୋତି, ଅରୁଣ ରଙ୍ଗର ପକ୍ଷୀ, କୁହୁଡ଼ି, ବାଞ୍ଛା ବଗିଚା, ମେଣ୍ଢା, ଜୀବନ୍ୟାସ, ଲଚ୍ଛମା, ଛ’ମାଣ ଆଠଗୁଣ୍ଠ, ରେବତୀ, କ୍ରୀତଦାସ, ଅନଶନ ସମେତ ପ୍ରାୟ ୫୦ଟି ନାଟକରେ ଅଭିନୟ କରିପାରିଛି। ସେହିପରି ‘ଭଙ୍ଗା ଆଇନା’ ଆଦି ପ୍ରାୟ ୯୦ଟି ଯାତ୍ରା ନାଟକରେ ନିର୍ଦ୍ଦେଶନା ଦେଇଛି। ପ୍ରାୟ ୨୫ଟି ରେଡିଓ ନାଟକରେ ଭାଗନେଇଛି। ଚଳଚ୍ଚିତ୍ର କ୍ଷେତ୍ରରେ ପ୍ରଥମେ ”କୁରୁକ୍ଷେତ୍ର, ଚକାଆଖି ସବୁଦେଖୁଛି, ପୁଅ ମୋର କଳାଠାକୁର, ସାଗର, ସାଗରଗଙ୍ଗା, ସୁରଦାସ, କାଶିଆ କପିଳା, ପାଚେରି ଉଠିଲା ମଝି ଦୁଆରୁ, ସିଂହ ବାହିନୀ, କେମିତି ଏ ବନ୍ଧନ, ଫେରିଆ ମୋ ସୁନାଭଉଣୀ, ଆ ଜହ୍ନରେ ଲେଖିବା ନାଁ, ଆଶା, ପାପ, ଉଦଣ୍ଡୀ ସୀତା, ସ୍ତ୍ରୀ , ଆସୁଛି ମୋ କାଳିଆ ସୁନା, ନାଗ ପଞ୍ଚମୀ, ତୋର ମୋର କଥାହେବା ଚୁପ୍‌ଚାପ, ମତେ ବୋହୂକରି ନେଇ ଯା, ତୁମେ ହିଁ ସାଥୀ ମୋର“ ସମେତ ପ୍ରାୟ ଶତାଧିକ ସିନେମାରେ ଅଭିନୟ କରିସାରିଛି। ସେହିପରି ଭାବେ ”ବାବାଜୀ, ଅଗଷ୍ଟ୯, କୁହୁଡ଼ି, ଗାୟତ୍ରୀ, ଆହୁତି, ଗଙ୍ଗା ଯମୁନା ସରସ୍ବତୀ, ବୋହୂ ଆମର ଏନଆରଆଇ, ଅହି ସୁଲକ୍ଷଣୀ, ସୌଭାଗ୍ୟବତୀ, ମୁଁ’ର ମୂର୍ଚ୍ଛନା, ଦୂରଦିଗନ୍ତ, ମୁକ୍ତି ମଶାଲ, ଢୋଲ“ ଆଦି ପ୍ରାୟ ୧୫ଟି ଟିଭି ଧାରାବାହିକରେ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରିସାରିଛି। ଶର୍ଟ ଫିଲ୍ମ ଭାବେ- ମାୟାର ସଂସାର, ଜନ୍ମ, ଲୋଭ, ଡାକମୁନ୍‌ସୀ, ମାଗୁଣୀର ଶଗଡ଼, ରେବତୀ, ଛ’ମାଣ ଆଠଗୁଣ୍ଠ, ଲଚ୍ଛମା ଆଦି ଅନେକ ଗଳ୍ପ ଓ ଉପନ୍ୟାସରେ ଅଭିନୟ କରି ଭିନ୍ନ ପ୍ରତିଭାର ପରିଚୟ ସୃଷ୍ଟି କରିପାରିଛି। ଏପରି କି କେତେକ ସଂଗୀତ ରୂପକ ଆଲବମ୍‌ ଓ ୟୁଟ୍ୟୁବ ଚ୍ୟାନେଲ ପାଇଁ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ ଅଭିନୟ କରିପାରିଛି। ଏଥି ସହିତ ପ୍ରଫୁଲ ମହାନ୍ତିଙ୍କ ସାନ୍ତାଳ ସିନେମା ‘ମହୁଲ ଗଛର ଛାଇ’ , ଅର୍ପଣ୍ଣାସେନଙ୍କ ବଙ୍ଗଳା ସିନେମା ‘ଯୁଗାନ୍ତର’ ଏବଂ ଅରୁଣ ପାଣ୍ଡିୟାନଙ୍କ ତାମିଲ ସିନେମା ‘ଦେବନ୍‌’ରେ ମଧ୍ୟ ଅଭିନୟ କରିଛି। ସ୍କୁଲ ବୟସରେ ଅଭିନୟ କରିବାକୁ ଯେତେବେଳେ ଇଚ୍ଛା କରୁଥିଲି ସେତେବେଳେ ପରିବାର ପକ୍ଷରୁ ପ୍ରତିବନ୍ଧକ ଥିଲା। ବିଶେଷକରି ବାପାଙ୍କ ଅନିଚ୍ଛା ଥିଲା। ତଥାପି ଘରଲୋକଙ୍କ କଥା ନ ମାନି ଅଭିନୟ କରିବାକୁ ବାହାରିଥିଲି। ଦିନେ ଆକାଶବାଣୀରେ ‘ବିର୍ସା ମୁଣ୍ଡା’ ନାଟକ ହୋଇଥିଲା; ଯାହା ରେଡିଓରେ ବାଜିଥିଲା। ସେଥିରେ ମୁଖ୍ୟଚରିତ୍ର ବିର୍ସାମୁଣ୍ଡାରେ ମୁଁ ଅଭିନୟ କରିଥିଲି। ଏଥିରେ ବେଶ୍‌ ପ୍ରଶଂସିତ ହୋଇଥିଲି। ପରଦିନ ସକାଳେ ବାପାଙ୍କ କେତେଜଣ ବନ୍ଧୁ ମୋ ଅଭିନୟ ବିଷୟରେ ଖୁବ୍‌ ପ୍ରଶଂସା କରିଥିଲେ। ସେତେବେଳେ ମୁଁ ଲୁଚିଲୁଚି ବାପାଙ୍କ ଖୁସୀ ଦେଖିଥିଲି; ଯାହା ମୋ ଜୀବନର ନିଆରା ଅନୁଭୂତି। ଥିଏଟର ସହିତ ଜଡ଼ିତ ଅଛି ଅଭିନୟ କ୍ଷେତ୍ରରେ ପାରଙ୍ଗମ ପାଇଁ। ଅଭିନୟରେ ଏହି ତିନୋଟି ମୌଳିକ ଶିକ୍ଷାମିଳେ- କେଉଁଠି ଅଛୁ, କାହିଁକି ଅଛୁ, ଏବଂ କ’ଣ କରିବାକୁ ପଡ଼ିବ। ଏହି ଉପାଦାନଗୁଡ଼ିକ ଥିଏଟରରୁ ଶିଖିବାକୁ ମିଳେ। ନାଟ୍ୟ ଅନୁଷ୍ଠାନ ଶତାବ୍ଦୀର କଳାକାରରେ ଯୋଗଦେଇ ଅଭିନୟ କରିଛି। ମାତ୍ର ପୂର୍ବପରି ଏତେ ମାତ୍ରାରେ ନୁହେଁ। ପାଠପଢିବା ବେଳେ ସଂଳାପକୁ ବେଶି ଗୁରୁତ୍ୱ ଦେଉଥିଲି। ଶବ୍ଦର ବ୍ୟବହାରକୁ ଜୋରକରି ପାଟିରେ ଅଭ୍ୟାସ କରିବାକୁ ପଡ଼ୁଥିଲା। ଏକ ପ୍ରାୟୋଜିତ ଟିଭି କାଯର୍‌ୟକ୍ରମ ‘ଛୋଟ ମୋର ଗାଁଟି’ ମାଧ୍ୟମରେ ଗାଁ ଗାଁ ବୁଲି ଲୋକଙ୍କ ସହ ମିଶି ଭାବର ଆଦାନ ପ୍ରଦାନ କରିବା ଯୋଗୁ ଲୋକଙ୍କ ପ୍ରିୟପାତ୍ର ହୋଇପାରିଛି। ଏହାଠାରୁ ବଡ଼ ମୋ ପାଇଁ ଆଉ କ’ଣ ହୋଇପାରେ। ଗାଁରୁ ସହର ସବୁଲୋକ ଏବଂ ପରିବେଶ ସହିତ ମିଶିବାକୁ ବେଶ୍‌ ଭଲପାଏ। ଅଭିନୟ କ୍ଷେତ୍ରରେ ବିଶେଷକରି ଆଦର୍ଶଭାବେ ଦୁଃଖୀରାମ ସ୍ବଇଁ, ହେମନ୍ତ ଦାସ, ବିଜୟ ମହାନ୍ତି, ଅଜିତ୍‌ ଦାସ ଓ ଧୀର ମଲ୍ଲିକ ପ୍ରମୁଖ ଅନେକ ଗୁରୁଜନଙ୍କୁ ମୋର ଆନ୍ତରିକତା ରହିଛି। ନୀଳଶୈଳ, ଚଳଚ୍ଚିତ୍ର ଜଗତ, ବିନ୍ଦୁ ବଳୟ, ଗାଁ ଲୋକକଳା ଉତ୍ସବ, ସିନେ ସାମ୍ବାଦିକ ସଂଘ ସମେତ ଶତାଧିକ ଅନୁଷ୍ଠାନ ତରଫରୁ ସମ୍ମାନିତ ଓ ପୁରସ୍କୃତ ହୋଇଛି। ମୁକ୍ତି ମଶାଲ ଚଳଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତା। ଏମିତି ବି ପ୍ରେମ ହୁଏ ଚଳଚ୍ଚିତ୍ର ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି। କାଶିଆ କପିଳା ପାଇଁ ମଧ୍ୟ ସମ୍ମାନିତ ହୋଇଛି। ଏମିତି ଶତାଧିକ ସମ୍ମାନ ଓ ପୁରସ୍କାର ମିଳିଛି। ମୋ ପରିବାର କହିଲେ ଅନ୍ୟମାନଙ୍କ ମଧ୍ୟରେ ଆମେ ତିନିଭାଇ, ଗୋଟିଏ ଭଉଣୀ ଏବଂ ବଡ଼ବାପାଙ୍କ ଦୁଇ ପୁଅ ପୁଣି ଏକ ଭଉଣୀ ଏଥିସହିତ ମୋ ଝିଅ ଆଶ୍ରିତା, ପୁଅ ଆଶୀର୍ବାଦ ଓ ପତ୍ନୀ ନୟନାଙ୍କୁ ନେଇ ମୋ ଘର ସଂସାର। ଏକଥା ସତ ଯେ ଯଦି ଅଭିନେତା ନ ହୋଇଥାନ୍ତି ତେବେ ବାପା, ବଡ଼ବାପାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସୈନ୍ୟବାହିନୀରେ ଯୋଗଦେଇଥାନ୍ତି।

-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri