ବାତ୍ୟା ମିଗଜୋମ: ପ୍ରବଳ ବର୍ଷାରୁ ଶିବାଲିଙ୍ଗାପୁର ଷ୍ଟେସନ ନିକଟରେ ପାହାଡ଼ରୁ ପଥର ଖସି ଟ୍ରେନ ଚଳାଚଳ ବ୍ୟାହତ, ବାତିଲ ହେଲା ୪ଟ୍ରେନ

କୋରାପୁଟ,୫।୧୨(ଅମିତାଭ ବେହେରା): ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଛତିଶଗଡ଼ ରାଜ୍ୟର କିରାଣ୍ଡୁଲ ପର୍ଯ୍ୟନ୍ତ ଲମ୍ବିଥିବା କେକେ ରେଳପଥ ଆନ୍ଧ୍ରର ଆରକୁ ଅଞ୍ଚଳର ତ୍ୟାଡା ଓ ଶିବଲିଙ୍ଗପୁରମ ରେଳଷ୍ଟେଶନ ମଧ୍ୟରେ ପ୍ରବଳ ବର୍ଷା ଯୋଗୁ ମଙ୍ଗଳବାର ସଂଧ୍ୟାରେ ରେଳ ଧାରଣା ଉପରକୁ ପାହାଡ଼ରୁ ପଥର ଖସି ଆସିଛି । ସେଇ ସମୟରେ ଟ୍ରାକ ଦେଇ ଏକ ମାଲବାହୀ ଟ୍ରେନ ଆସୁଥିବା ବେଳେ ଟ୍ରେନ ଉପରକୁ ପଥର ଖସିଥିଲା l ଏହି ଦୁର୍ଘଟଣାରେ କାହାରି କିଛି କ୍ଷତି ହୋଇ ନ ଥିବା ବେଳେ କିରାଣ୍ଡୁଲ ଓ ବିଶାଖାପାଟଣା ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ରେଳ ବିଭାଗ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ଏହି ରୁଟଦ୍‌ରେ ଚଳାଚଳ କରୁଥିବା ୪ଟି ଟ୍ରେନକୁ ବାତିଲ କରାଯାଇଛି l ଆଜି ବିଶାଖାପାଟଣାରୁ କିରାଣ୍ଡୁଲକୁ ଆସୁଥିବା ରାତ୍ର ଏକ୍ସପ୍ରେସକୁ ଆରକୁ ପରିବର୍ତ୍ତେ ରାୟଗଡ଼ା ବାଟ ଦେଇ ଚଳାଚଳ କରାଯାଉଥିବା ବେଳେ ଆରକୁ ଦେଇ ବିଶାଖାପାଟଣା ଓ ଜଗଦଲପୁରକୁ ଯାଉଥିବା ବାକି ସମସ୍ତ ଟ୍ରେନକୁ ଆଜି ଓ କାଲି ପାଇଁ ବାତିଲ କରିଦିଆଯାଇଛି।

ସୂଚନାଯୋଗ୍ୟ, ବାତ୍ୟା ମିଗଜୋମ ପ୍ରଭାବରେ ମଙ୍ଗଳବାର ପୂର୍ବାହ୍ନରୁ କୋରାପୁଟ ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ଯଦିଓ ସେତେଟା ପବନ ନାହିଁ ହେଲେ ସକାଳ ୮ଟା ସୁଦ୍ଧା ଜିଲାରେ ୧୧୫.୬ ମିମି ବର୍ଷା ହୋଇଛି। ସେହିପରି ଅପରାହ୍ନଣ ୫ଟା ସୁଦ୍ଧା ଜିଲାରେ ୧୭୩.୬ମିମି ବର୍ଷା ରେକର୍ଡ ହୋଇଥିବା ଜିଲା ଜରୁରୀ ଅଧିକାରୀ ଜ୍ଞାନଜିତ ତ୍ରିପାଠୀ କହିଛନ୍ତି। ଜିଲାର ପଟ୍ଟାଙ୍ଗି ଅଞ୍ଚଳରେ ୫୦ମିମିରୁ ଉର୍ଦ୍ଧ ବର୍ଷା ହୋଇଥିବା ବିଭାଗ ପକ୍ଷରୁ ଜଣାପଡିଛି। ଖବର ଲେଖାଯିବା ପର୍ଯ୍ୟନ୍ତ କୋରାପୁଟ ସହରରେ ପ୍ରବଳ ବର୍ଷା ଜାରିି ରହିଛି.


Enter your email to get our daily news in your inbox.

All Right Reserved By Dharitri.Com

ଏସବୁ ଦେଶ ସବୁଠୁ ଅଧିକ କିଣନ୍ତି ଅସ୍ତ୍ରଶସ୍ତ୍ର, ଜାଣନ୍ତୁ କେତେ ନମ୍ବରରେ ରହିଛି ଭାରତ

ନୂଆଦିଲ୍ଲୀ,୨ା୧: ଷ୍ଟକ୍‌ହୋମ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ (SIPRI)ର ସଦ୍ୟତମ ରିପୋର୍ଟ ଅନୁଯାୟୀ, ବିଶ୍ୱ ଅସ୍ତ୍ରଶସ୍ତ୍ର ବାଣିଜ୍ୟ ଉପରେ ଆଲୋକପାତ କରିଛି। ରିପୋର୍ଟ ଅନୁଯାୟୀ, ୨୦୨୦ରୁ...

ଶ୍ରୀମନ୍ଦିର ନୀତିକ୍ରାନ୍ତିରେ ବିଭ୍ରାଟ, ସକାଳ ୯ଟା ୪୫ରେ ହେଲା ପତିତପାବନଙ୍କ ଆଳତି

ପୁରୀ ୨/୨( ଅଜିତ୍ କୁମାର ମହାନ୍ତି ):  ପୁରୀ ଶ୍ରୀମନ୍ଦିର ନୀତିକ୍ରାନ୍ତିରେ ପୁଣି ବିଭ୍ରାଟ ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ପ୍ରଶାସନ ମହାପ୍ରଭୁଙ୍କ ନୀତିକୁ ଗୁରୁତ୍ଵ ଦେଇ...

‘ମୁଁ ନୁହେଁ, ସେ ମୋତେ ଭେଟିବାକୁ ଆସିଥିଲେ…’ ଜୟଶଙ୍କରଙ୍କ କରମର୍ଦ୍ଦନକୁ ନେଇ ଗର୍ବ କଲା ପାକିସ୍ତାନ, କଲା ଏମିତି ଦାବି

ନୂଆଦିଲ୍ଲୀ/ଇସଲାମାବାଦ,୨।୧: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ଉତ୍ତେଜନା ମଧ୍ୟରେ, ଢାକାରୁ ଆସିଥିବା ଏକ ଫଟୋ ପାକିସ୍ତାନରେ ଆଲୋଚନାର ବିଷୟ ପାଲଟିଛି।...

ଶୋଇଥିଲେ ବି ବିକାଶ କଥା ଚିନ୍ତା କରେ: ଭାବବିହ୍ବଳ କଲେ ନରସିଂହ

ଲୋଇସିଂହା,୨।୧(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଜନକଲ୍ୟାଣ ଯୁବ ସାମ୍ମୁଖ୍ୟ କ୍ଲବ ପକ୍ଷରୁ ଅଭିନନ୍ଦନ-୨୦୨୬ ଉତ୍ସବ ପାଳିତ ହୋଇଯାଇଛି। ଉତ୍ସବକୁ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର...

ନିଜ IPL ଟିମ୍‌ KKRରୁ କେତେ ରୋଜଗାର କରନ୍ତି କିଙ୍ଗ୍‌ ଖାନ? ଜାଣିଲେ…

ନୂଆଦିଲ୍ଲୀ,୨।୧: ବଲିଉଡର କିଙ୍ଗ ଖାନ ସବୁବେଳେ ଖବରର ଶିରୋନାମାରେ ରହିଥାନ୍ତି। ସେ ତାଙ୍କ ଫିଲ୍ମ ମାଧ୍ୟମରେ ପ୍ରଶଂସକମାନଙ୍କୁ ମୋହିତ କରନ୍ତି। ବର୍ତ୍ତମାନ, ପ୍ରଶଂସକମାନେ ଶାହରୁଖ ଖାନଙ୍କ...

ପ୍ରିୟଙ୍କା ଗାନ୍ଧୀଙ୍କ ଜିପ୍‌ ସାମ୍ନାକୁ ଚାଲିଆସିଲା ବାଘ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨।୧: କଂଗ୍ରେସ ମହାସଚିବ ଏବଂ ଏମପି ପ୍ରିୟଙ୍କା ଗାନ୍ଧୀ ତାଙ୍କ ପୁଅର ନିର୍ବନ୍ଧ ପାଳନ କରିବା ଏବଂ ଏକ ବ୍ୟକ୍ତିଗତ ଯାତ୍ରାରେ ନୂତନ ବର୍ଷ ଛୁଟି...

ଗଜପତି ଜିଲାର ନୂଆ ଜିଲାପାଳ ହେଲେ ଅକ୍ଷୟ ସୁନିଲ ଅଗ୍ରୱାଲ

ଗଜପତି(ଗିରିଧାରୀ ପରିଛା):୦୨/୦୧- ଗଜପତି ଜିଲ୍ଲାର ନୂଆ ଜିଲ୍ଲାପାଳ ହେଲେ ଅକ୍ଷୟ ସୁନିଲ ଅଗ୍ରୱାଲ । ନୂଆବର୍ଷରେ ନିଯୁକ୍ତି ଦେଇଛନ୍ତି ସରକାର । ଗତ କିଛି ଦିନ...

ଅସହାୟଙ୍କୁ ସାହା ‘ୟୁସେ ସଂଗଠନ’: ବୁଦ୍ଧିଜୀବୀଙ୍କ ପ୍ରଶଂସା

ପରଜଙ୍ଗ,୨।୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକର ବିଭିନ୍ନ ବସ୍ତି,ସାହି ମାନଙ୍କରେ ନୂତନ ବର୍ଷର ପ୍ରଥମ ଦିବସରେ ୟୁଥ ୟୁନାଇଟେଡ଼ ଫୋର୍‌ ସଷ୍ଟେନେବ୍ଲ୍ୟୁ ଏନଭର୍ଣ୍ଣମେଣ୍ଟ ଟ୍ରଷ୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri