ରାଫାହ ବର୍ବରରାଫାହ ବର୍ବରତା ବନ୍ଦ କର: ଆଇସିଜେତା ବନ୍ଦ କର: ଆଇସିଜେ

ହେଗ୍‌,୨୫ା୫: ଗାଜା ସିଟିର ରାଫାହରେ ବୋମା ବର୍ଷଣ ଓ ରକେଟ ମାଡ଼ ତୁରନ୍ତ ବନ୍ଦ କରିବା ପାଇଁ ନେଦରଲାଣ୍ଡ୍ସର ହେଗ୍‌ସ୍ଥିତ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ ଶୁକ୍ରବାର ଇସ୍ରାଏଲ୍‌କୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଏହି ଦକ୍ଷିଣାଞ୍ଚଳ ବସତିରେ ଅସ୍ତ୍ରବିରତି ରୋକିବା ଉପରେ କିଛି କହି ନାହାନ୍ତି। ଇସ୍ରାଏଲ୍‌ ଏହି ରାୟକୁ ମାନି ନ ପାରେ। ତେବେ ଆଇସିଜେଙ୍କ ନିର୍ଦ୍ଦେଶ ପରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ଉପରେ ଅନ୍ତର୍ଜାତୀୟ ଚାପ ବୃଦ୍ଧି ପାଇପାରେ।
ଗତବର୍ଷ ଅକ୍ଟୋବର ୭ରେ ହମାସ୍‌ ପକ୍ଷରୁ ଇସ୍ରାଏଲ ଉପରେ ଆକ୍ରମଣ କରାଯାଇଥିଲା। ଏଥିରେ ୧,୨୦୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ହମାସ୍‌ ଆତଙ୍କବାଦୀମାନେ ୨୫୦ରୁ ଅପହରଣ କରି ପଣବନ୍ଦୀ ରଖିଥିଲେ। ଏହାର ଜବାବୀ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଇସ୍ରାଏଲ ୭ ମାସ ଧରି ଆକ୍ରମଣ ଜାରି ରଖିଛି। ଏଥିରେ ୩୫,୦୦୦ ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିଥିବାବେଳେ ଗାଜା ଜନସଂଖ୍ୟାର ୨.୩ ନିୟୁତ ଲୋକ ବିସ୍ଥାପିତ ହୋଇ ଅନ୍ୟତ୍ର ପଳାୟନ କଲେଣି। ସେମାନଙ୍କ ମଧ୍ୟରୁ ୮ ଲକ୍ଷ ରାଫାହର ଶରଣାର୍ଥୀ ଶିବିରଗୁଡ଼ିକରେ ଆଶ୍ରୟ ନେଇଛନ୍ତି। ପାଲେଷ୍ଟିନୀୟଙ୍କୁ ଜରୁରୀ ସହାୟତା ପ୍ରଦାନ ପାଇଁ ଜାତିସଂଘ ନେତୃତ୍ୱରେ ଚାଲିଥିବା ଅନ୍ତର୍ଜାତୀୟ ଉଦ୍ୟମରେ ଇସ୍ରାଏଲ ବାଧକ ସାଜିଛି। ଇସ୍ରାଏଲୀ ସେନା ଏବେ ବି ଉକ୍ତ ଅଞ୍ଚଳରେ ରକେଟ ମାଡ଼ କରୁଛି। ଦକ୍ଷିଣ ଆଫ୍ରିକା ଇସ୍ରାଏଲର ଏହି ସାମରିକ ବର୍ବରତାକୁ ନିନ୍ଦାକରି ଆଇସିଜେରେ ପିଟିଶନ ଦାଖଲ କରିଥିଲା। ସୋମବାର ପ୍ରସିକ୍ୟୁଟର୍ସ ଅଫିସ୍‌ ପକ୍ଷରୁ ନେତାନ୍ୟାହୁ, ତାଙ୍କ ପ୍ରତିରକ୍ଷା ମୁଖ୍ୟ ୟୋଆଭ୍‌ ଗାଲାଣ୍ଟ ଏବଂ ୩ ଜଣ ହମାସ୍‌ ନେତାଙ୍କ ବିରୋଧରେ ଯୁଦ୍ଧ ଅପରାଧ ଏବଂ ମାନବଜାତି ବିରୋଧରେ ଅପରାଧ ଘଟାଇବା ଅଭିଯୋଗରେ ଗିରଫ ପରଓ୍ବାନା ଜାରି କରାଯାଉ ବୋଲି ଆଇସିଜେରେ ଦାବି କରାଯାଇଥିଲା। ଇତିମଧ୍ୟରେ ବୁଧବାର ନରଓ୍ବେ, ସ୍ପେନ୍‌ ଓ ଆୟର୍ଲାଣ୍ଡ ପାଲେଷ୍ଟାଇନ୍‌କୁ ରାଷ୍ଟ୍ର ମାନ୍ୟତା ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ। ଏହାର ପ୍ରତିବାଦରେ ଉକ୍ତ ୩ ୟୁରୋପୀୟ ଦେଶରୁ ଇସ୍ରାଏଲ ନିଜ କୂଟନୀତିଜ୍ଞମାନଙ୍କୁ ଫେରାଇ ନେଇଛି।
ଏଭଳି ସମୟରେ ଜାତିସଂଘର ଶୀର୍ଷ ଅଦାଲତ ଆଇସିଜେ ଉପରୋକ୍ତ ରାୟ ଶୁଣାଇଛନ୍ତି।
ଉଲ୍ଲେଖଯୋଗ୍ୟ, ୨୦୨୨ରେ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ରୋକିବା ପାଇଁ ମଧ୍ୟ ଆଇସିଜେ ମସ୍କୋକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ରୁଷିଆ ଆଇସିଜେ ରାୟକୁ ଅଣଦେଖା କରିଥିଲା। ତେଣୁ ଆଇସିଜେ ରାୟକୁ ଇସ୍ରାଏଲ ମାନିବ ନାହିଁ ବୋଲି ପୂର୍ବରୁ ସଙ୍କେତ ଦେଇଥିଲା। ପୃଥିବୀର କୌଣସି ଗାଜାରେ ଅପରେଶନ୍‌ ରୋକିପାରିବ ନାହିଁ ବୋଲି ନେତାନ୍ୟାହୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri