ପଥରରେ ଛେଚି ଯୁବକଙ୍କୁ ହତ୍ୟା: ଜଣେ ଗିରଫ

କେନ୍ଦୁଝର,୧ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ବଂଶପାଳ ବ୍ଲକ ଅନ୍ତର୍ଗତ ଫୁଲଝର ଗ୍ରାମ ନିକଟରେ ପଥରରେ ଛେଚି ଜଣେ ଯୁବକଙ୍କୁ ହତ୍ୟା ଘଟଣାରେ ସଦର ଥାନା ବୋଲି ବୁଧବାର ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ବୋଲି ଥାନାଧିକାରୀ ସୁଶାନ୍ତ ଦାସ ସୂଚନା ଦେଇଛନ୍ତି। ଗିରଫଙ୍କ ନାମ ଯଶୋବନ୍ତ ଦେହୁରୀ ବୋଲି ଜଣାପଡ଼ିଛି। ମୃତକ ତରଣିସେନ ଖଟୁଆଙ୍କ ସହିତ ଅନ୍ୟ ଜଣେ ବାଇକ୍‌ରେ କେନ୍ଦୁଝର ଆସି ମଦ ପିଇଥିଲେ। କୌଣସି କାରଣରୁ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ସେମାନେ ପଥର ଛେଚି ହତ୍ୟା କରି ଫେରାର ହୋଇଯାଇଥିଲେ।