Categories: ଫୁରସତ

ଶରୀର ବାହାରେ ପେଟ

କ୍ୟାମ୍ବ୍ରିଜ୍‌ରେ ରହୁଥିବା କୁନି ଝିଅ ଲୌରେଲ୍‌ ଜନ୍ମରୁ ହିଁ ଚର୍ଚ୍ଚାରେ ଅଛନ୍ତି। ଚର୍ଚ୍ଚାର କାରଣ ହେଉଛି ତାଙ୍କ ଅଜବ ଶରୀର। ଜାଣି ଆଶ୍ଚର୍ଯ୍ୟ ହେବେ ଲୌରେଲ୍‌ ଜନ୍ମ ହେବା ପରେ ଦେଖିବାକୁ ମିଳିଲା ଯେ, ତାଙ୍କ ପେଟ, ଯକୃତ ଓ ଅନ୍ତନଳୀ ଶରୀର ବାହାରେ ଏକ ଥଳୀରେ ରହିଥିଲା। ଯଦିଓ ଏବେ ସେ ୨ ବର୍ଷ ବୟସର ଏବଂ ଏକ ସାଧାରଣ ଜୀବନ ବିତାଉଛନ୍ତି। ଅନ୍ୟ ପିଲାଙ୍କ ଭଳି ଖେଳୁଛନ୍ତି। କିନ୍ତୁ ତାଙ୍କ ମା’ବାପାଙ୍କୁ ସବୁବେଳେ ତାଙ୍କୁ ଜଗିବାକୁ ପଡିଥାଏ। କାରଣ ଏକ ଚମଡା ପରସ୍ତ ଭିତରେ ଝୁଲି ରହିଥିବା ପେଟରେ ଆଘାତ ଲାଗିଲେ ଅବସ୍ଥା ସଙ୍ଗିନ ହୋଇପାରେ। ତେବେ ଲୌରେଲ ଜନ୍ମ ହେବା ପୂର୍ବରୁ ୧୨ ସପ୍ତାହର ଅଲ୍ଟାସାଉଣ୍ଡରୁ ଜଣାପଡି ଯାଇଥିଲା ତାଙ୍କର ଏହି ଅବସ୍ଥା ସମ୍ପର୍କରେ। ତେଣୁ ଡାକ୍ତର ଛୁଆଟିକୁ ଜନ୍ମ ହେବା ପୂର୍ବରୁ ମାରିଦେବାକୁ ପରାମର୍ଶ ଦେଇଥିଲେ। ହେଲେ ଲୌରେଲଙ୍କ ମା’ କେଲି ଓ ବାପା ଏଥିରେ ରାଜି ହୋଇ ନ ଥିଲେ। ତେବେ ଡାକ୍ତର କହନ୍ତି, ‘ଲୌରେଲକୁ ୩ ବର୍ଷ ବୟସ ହେଲେ ବାହାରେ ଝୁଲି ରହିଥିବା ପେଟକୁ ଅସ୍ତ୍ରୋପଚାର କରି ଶରୀର ଭିତରକୁ ନେବାକୁ ଚେଷ୍ଟା କରିବୁ।’ ଏଥିରେ ଅନେକ ବିପଦ ବି ରହିଛି। ତଥାପି ଲୌରେଲଙ୍କ ମା’ବାପା ଏହାକୁ ଉଠାଇବାକୁ ମାନସିକ ସ୍ତରରେ ପ୍ରସ୍ତୁତ ଅଛନ୍ତି।

Share