ଓଡିଶାରୁ ପଶ୍ଚିମବଙ୍ଗକୁ ଗଡୁଛି ଚୋରା ବାଲି ଗାଡ଼ି: ଜବତ ଗାଡି ଛାଡିଲେ ହେବ ଗଣ ଆନ୍ଦୋଳନ

ଭୋଗରାଇ,୩।୧୧(ପ୍ରଦୀପ ଦାସ): ବାଲେଶର ଜିଲାରେ ଚାଲିଛି ବାଲି ମାଫିଆଙ୍କ ରାଜୁତି। ଶତାଧିକ ଟ୍ରାକ୍ଟର ଓ ଡମ୍ପରରେ ବ୍ୟାପକ ଭାବେ ବାଲି ଦିନରାତି ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଛି। ଏହାକୁ ରୋକିବା ତ’ ଦୂରର କଥା ସ୍ଥାନୀୟ ପୋଲିସ ପ୍ରଶାସନ ଓ ଖଣି ବିଭାଗ ଅଧିକାରୀଙ୍କ ସଲାସୁତୁରାରେ ବାଲି ପଶ୍ଚିମବଙ୍ଗକୁ ଚୋରାଚାଲାଣ ଚାଲିଥିବା ବାରମ୍ବାର ଅଭିଯୋଗ ହୋଇଛି। ଭୋଗରାଇ ବ୍ଲକ ର ମୁଖ୍ୟ ଜଳେଶ୍ୱର -ଚନ୍ଦନେଶ୍ୱର-ଦୀଘା ରାଜ୍ୟ ରାଜପଥ ଓ ଅନ୍ୟ ଗଳାବାଟା ରାସ୍ତା ଦେଇ ଦୈନନ୍ଦିନ ଶତାଧିକ ୧୦ ଚକିଆଠୁ ଆରମ୍ଭ କରି ୧୬ ଚକିଆ ଡମ୍ପର ପର୍ଯ୍ୟନ୍ତ ବାଲି ବୋଝେଇ ଗାଡି ଅବାଧରେ ଗଡୁଛି। ଏଭଳି ସ୍ଥିତିରେ ବାଲି ମାଫିଆ ମାନେ ସମୁଦ୍ରକୂଳ ହୁଗୁଳି,ସାହାବାଜିପୁର,ଗୋଚ୍ଛିଦା ତେଘରି ପଞ୍ଚାୟତର ୬ ଟି ରାଜସ୍ବ ଗ୍ରାମ ସରକାରୀ ଖାତାରେ ଥିବା ସୁଉଚ୍ଚ ବାଲି ପନ୍ତାରେ ଜେସିବି ଦ୍ୱାରା ଗଭୀର ପୋଖରୀ ଖୋଳି ବିପୁଳ ପରିମାଣର ବାଲି ପଶ୍ଚିମବଙ୍ଗକୁ ଚାଲାଣ କରୁଛନ୍ତି l କୂଳଖାଉଥିବା ସମୁଦ୍ର ପ୍ରାକୃତିକ ଦ୍ୱାରା ସୃଷ୍ଟ ଶହ ବର୍ଷର ପାହାଡ଼ ସଦୃଶ ସୁଉଚ୍ଚ ବାଲିପନ୍ତା ଏବେ ସମତଳ ଭୂମି ଓ ଗଭୀର ପୋଖରୀରେ ପରିଣତ ହେଉଥିବାରୁ ତଟ ସୁରକ୍ଷା ପ୍ରତି ବିପଦ ଦେଖାଦେଇଥିବାବେଳେ ଗଛ ପତ୍ର ଉଜୁଡି ଯିବାରୁ ପରିବେଶ ପ୍ରତି ଗଭୀର ପ୍ରଭାବ ପଡୁଛି । ଏନେଇ ବିଭାଗୀୟ ଅଧିକାରୀଙ୍କ ଠାରେ ସ୍ଥାନୀୟଲୋକଙ୍କ ଅଭିଯୋଗ ପରେ ରାଜସ୍ବ ବିଭାଗ ପକ୍ଷରୁ ଉକ୍ତ ସ୍ଥାନ ମାନଙ୍କରେ ପୂର୍ବରୁ ୧୪୪ ଧାରା ଜାରି କରାଯିବା ସହିତ ବାଲି ଚୋରି ରୋକିବା ପାଇଁ ଖଣି ବିଭାଗକୁ ଚିଠି ଲେଖାଯାଇଥିଲେ ମଧ୍ୟ ପ୍ରଶାସନ ନିଦାବିଷ୍ଣୁ ସାଜିଛନ୍ତି l ଅପରପକ୍ଷରେ ଆଇନକୁ ଉଲଙ୍ଘନ କରି ପୁଣି ଖୁଲମଖୁଲା ସମୁଦ୍ରକୂଳରୁ ବାଲି ଚୋରା ଚାଲାଣ ହେଉଛି। ଏହାସହିତ ଚନ୍ଦନେଶ୍ୱର-ଦୀଘା ମୁଖ୍ୟ ରାସ୍ତାରେ ଦିନରାତି ୧୬ ଚକିଆ ଶହଶହ ଡମ୍ପର ନଦୀ ବାଲି ବୋଝେଇ ଗାଡି ପଶ୍ଚିମବଙ୍ଗକୁ ଯାଉଛି l ଗୁରୁବାର ବରବରିଆ ଗାଁରେ ସରକାରୀ ରାଜସ୍ବ ଖାତାରେ ଥିବା ଗୋଚର ଓ ଅନାବାଦୀ ଓ ଗ୍ରାମ୍ୟ ଜଙ୍ଗଲ କିସମ ଜମିରୁ ଜେସିବି ସାହାଯ୍ୟରେ ମାଟି ଖୋଳି ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଥିବା ବେଳେ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଜେସିବିକୁ ଅଟକାଇ ସ୍ଥାନୀୟ ପୋଲିସକୁ ଖବର ଦେବା ପରେ ତାଳସାରି ସାମୁଦ୍ରିକ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିବାରୁ ବାଲି ମାଫିଆ ଓ ଜେସିବି ଚାଳକ କୌଶଳକ୍ରମେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ତାଳସାରି ସାମୁଦ୍ରିକ ଥାନା ପୋଲିସ ସେଠାକୁ ଯାଇ ଉକ୍ତ ଜେସିବିକୁ ଥାନା ପରିସର ଏକ ବଣ ମଧ୍ୟରେ ଲୁଚାଇ ରଖି ଥିବାର ରହସ୍ୟକୁ ନେଇଁ ସାଧାରଣରେ ଚର୍ଚ୍ଚା ଜୋର ଧରିଛି l ଘଟଣାର ୩ ଦିନ ବିତିଥିଲେ ମଧ୍ୟ ପୋଲିସ ମାମଲା ଋ଼ଜୁ କରିବାର ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଗ୍ରାମରେ ଅସନ୍ତୋଷ ର ତାତି ବଢ଼ିବାରେ ଲାଗିଛି lଚୋରା ବାଲି ଚାଲାଣ ଓ ଜେସିବି ଜବତକୁ ନେଇଁ ତାଳସାରୀ ମେରାଇନଥାନା ଅଧିକାରିଣୀ ଚମ୍ପାବତୀ ସୋରେନ ତଦନ୍ତ ଚାଲିଛି ବୋଲି ସୂଚନା ଦେଇଥିବାବେଳେ ଚୋରାରେ ବାଲି ଉତ୍ତୋଳନ କରୁଥିବା ଜେସିବିକୁ ପୋଲିସ ଛାଡିଦେଲେ ଗ୍ରାମବାସୀଙ୍କ ପକ୍ଷରୁ ବ୍ୟାପକ ଗଣ ଆନ୍ଦୋଳନ କରାଯିବବୋଲି ଗ୍ରାମବାସୀମାନେ ପ୍ରଶାସନକୁ ଚେତାବନୀ ଦେଇଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ମହାପ୍ରଭୁଙ୍କ ଶରଣରେ ପଶିଲେ ପିୟୂଷ: ଯାତ୍ରା ମଞ୍ଚ ପାଇଁ ଫିଟିଗଲା ବାଟ

ଭୁବନେଶ୍ୱର,୨୦।୧: ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ ପିୟୂଷ ତ୍ରିପାଠୀଙ୍କ ପାଇଁ ଖୋଲିଛି ମଞ୍ଚକୁ ଫେରିବାର ବାଟ। ଅପେରା ସୂର୍ଯ୍ୟମନ୍ଦିର ମାଲିକ ପ୍ରମୋଦ ସ୍ୱାଇଁଙ୍କ ସହ ଚାଲିଥିବା...

ସଂଘବଦ୍ଧ ଆକ୍ରମଣ: ପୁଅଙ୍କୁ ବଞ୍ଚାଇବାକୁ ଯାଇ ବାପା-ମା’ ଆହତ, ଗୁରୁତର… 

ଦିଗପହଣ୍ଡି,୨୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମରେ ବ୍ୟବସାୟିକ ଶତ୍ରୁତାକୁ ନେଇ ଗୋଟିଏ ପରିବାରର ବାପ,ମା ଓ ପୁଅଙ୍କୁ...

ଆଗକୁ ପଞ୍ଚାୟତ ନିର୍ବାଚନ: ସାଙ୍ଗଠନିକ ବୈଠକରେ ବାଜିଲା ଭାଜପାର ବିଗୁଲ… 

କୋରାପୁଟ,୨୦।୧(ଅମିତାଭ ବେହେରା): ଆସନ୍ତା ପଞ୍ଚାୟତ ନିର୍ବାଚନ ନେଇ କୋରାପୁଟରେ ଭାଜପାର ସାଙ୍ଗଠନିକ  ଭିତ୍ତିଭୂମିକୁ  ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ମଙ୍ଗଳବାର ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ...

ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ, ଜ଼ିଲାପାଳମାନଙ୍କ ସମ୍ମିଳନୀ:ପଞ୍ଚାୟତ, ପୌର ନିର୍ବାଚନ ସଫଳତାର ସହ…

ଛତ୍ରପୁର,୨୦ା୧(ଦିଲୀପ ସାମଲ): ଆଗାମୀ ପଞ୍ଚାୟତ, ପୌର ନିର୍ବାଚନ ଏବଂ ଭୋଟର ତାଲିକା ସଂଶୋଧନକୁ ସ୍ବଚ୍ଛ, ନିରପେକ୍ଷ ଓ ସଫଳତାର ସହ ସମ୍ପାଦନ କରିବା ପାଇଁ ଛତ୍ରପୁରସ୍ଥିତ...

ପିଏମଶ୍ରୀ ଉତ୍ସବରେ ୩ ବିଧାୟକ: ଛାତ୍ରଛାତ୍ରୀଙ୍କ ପ୍ରତିଭା ଦେଖି କଲେ ପ୍ରଶଂସା

ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ) – ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଚାଲିଥିବା ବରଗଡ଼ ଜିଲାସ୍ତରୀୟ ପିଏମଶ୍ରୀ ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ...

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri