Categories: ବାଣିଜ୍ୟ

ଖସୁଛି ଶେୟାର ବଜାର କାରବାର

ନୂଆଦିଲ୍ଲୀ,୩୦।୯:କ୍ରମାଗତ ୭ମ ଦିନ ହେବ ଭାରତୀୟ ଶେୟାର ବଜାରର କାରବାର ମାନ୍ଦା ସାଙ୍ଗକୁ ଫଳାଫଳ ମଧ୍ୟ ଖରାପ ରହିଛି। ଏପରିକି ଚଳିତ ସପ୍ତାହର ୪ର୍ଥ କାର୍ଯ୍ୟଦିବସର ଫଳାଫଳ ଅନୁସାରେ ଦଲାଲ ଷ୍ଟ୍ରିଟ୍‌ର କାରବାର ମଧ୍ୟ ହ୍ରାସ ପାଇଛି। ଫଳରେ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ଗୁରୁବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ର ସେନ୍‌ସେକ୍ସ ପ୍ରାୟ ୧୮୮ (୧୮୮.୩୨) ପଏଣ୍ଟ ବା ୦.୩% ହ୍ରାସ ପାଇ ୫୬,୪୧୦ (୫୬,୪୦୯.୯୬) ଅଙ୍କରେ କାରବାର ବନ୍ଦ କରିଥିବା ବେଳେ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ର ନିଫ୍ଟି-୫୦ରେ ମଧ୍ୟ ପ୍ରାୟ ୪୧ (୪୦.୫୦) ପଏଣ୍ଟ ବା ୦.୩% ତଳକୁ ଖସି ୧୬,୮୧୮ (୧୬,୮୧୮.୧୦) ଅଙ୍କରେ ବନ୍ଦ ହୋଇଛି।

Share