Categories: ଖେଳ

କୋହଲିଙ୍କୁ ପଛରେ ପକାଇଲେ ସ୍ମିଥ୍‌

ଦୁବାଇ,୧୨।୧: ସିଡ୍‌ନୀ ଟେଷ୍ଟ ପରେ ଆଇସିସି ଟେଷ୍ଟ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ବଡ଼ ପରିବର୍ତ୍ତନ ଘଟିଛି। ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି ଅଷ୍ଟ୍ରେଲିଆନ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ। ଭାରତ ବିପକ୍ଷ ତୃତୀୟ ଟେଷ୍ଟର ଉଭୟ ଇନିଂସରେ ମୋଟ ୨୧୨ ରନ୍‌ କରିଥିବା ସ୍ମିଥ ଆଇସିସି ଟେଷ୍ଟ ବ୍ୟାଟ୍ସମ୍ୟାନଙ୍କ ତାଲିକାର ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏଥିଯୋଗୁ ୩ୟ ସ୍ଥାନକୁ ଖସି ଯାଇଛନ୍ତି ପ୍ରଥମ ଟେଷ୍ଟ ପରେ ଭାରତ ଫେରିଥିବା କୋହଲି। ପୂର୍ବ ଭଳି ଶୀର୍ଷସ୍ଥାନ ବଜାୟ ରଖିଛନ୍ତି ନ୍ୟୁଜିଲାଣ୍ଡର ଅଧିନାୟକ କେନ ଓ୍ବିଲିୟମସନ। ଅନ୍ୟପକ୍ଷରେ ଉଭୟ ଇନିଂସରେ ଅର୍ଦ୍ଧଶତକ ହାସଲ କରିଥିବା ଅଷ୍ଟ୍ରେଲିଆର ଯୁବ ବ୍ୟାଟ୍ସମ୍ୟାନ ମାର୍ନସ ଲାବୁସେନ (୪ର୍ଥ) କ୍ୟାରିୟରର ସର୍ବାଧିକ ୮୬୬ ପଏଣ୍ଟ ହାସଲ କରିଛନ୍ତି।

Share