ଟାଟା ଷ୍ଟିଲ୍‌ ପ୍ଲାଣ୍ଟରେ ଫାଟିଲା ଷ୍ଟିମ୍‌ ଲାଇନ୍‌ ପାଇପ୍‌

ରତନ ନାୟାର/କାର୍ତ୍ତିକ ସାହୁ
ଢେଙ୍କାନାଳ ଅଫିସ/କଟକ ଅଫିସ, ୧୪ା୬: ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ନରେନ୍ଦ୍ରପୁରସ୍ଥିତ ଟାଟା ଷ୍ଟିଲ୍‌ ମେରାମଣ୍ଡଳୀ କମ୍ପାନୀରେ ମଙ୍ଗଳବାର ବଡ଼ଧରଣର ଦୁର୍ଘଟଣା ଘଟିଛି। ଅପରାହ୍ନ ପ୍ରାୟ ୧ଟାରେ କାରଖାନାର ବ୍ଲାଷ୍ଟ ଫର୍ନେଶ ଷ୍ଟିମ୍‌ ଲାଇନ୍‌ ଫାଟି ଉତ୍ତପ୍ତ ବାଷ୍ପ ନିର୍ଗମନ ହେବାରୁ ୨ ଅଧିକାରୀଙ୍କ ସମେତ ୧୮ ଶ୍ରମିକ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଉଭୟ ଓଡ଼ିଆ ଓ ଅଣଓଡ଼ିଆ କୁଶଳୀ, ଅଣକୁଶଳୀ, ଠିକା ଶ୍ରମିକ ଏବଂ କମ୍ପାନୀ କର୍ମଚାରୀ ଅଛନ୍ତି। ସମସ୍ତଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅବସ୍ଥା ସଙ୍ଗିନ ଥିବାରୁ ଜଣଙ୍କୁ ଆଇସିୟୁରେ ଏବଂ ଅନ୍ୟ ୬ ଜଣଙ୍କୁ ସେମି ଆଇସିୟୁରେ ଚିକିତ୍ସା କରାଯାଉଛି। ଅବଶିଷ୍ଟ ୧୧ ଜଣ କାଜୁଆଲିଟିରେ ଚିକିତ୍ସିତ ହେଉଛନ୍ତି। ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରି ସେମାନଙ୍କୁ ଅନ୍ୟ ଓ୍ବାର୍ଡକୁ ସ୍ଥାନାନ୍ତର କରାଯିବ ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ଅପରାହ୍ନରେ ବିଏଫ୍‌ ପାୱାର ପ୍ଲାଣ୍ଟ-୨ ଷ୍ଟିମ୍‌ ଲାଇନ ନିରୀକ୍ଷଣ କାର୍ଯ୍ୟ ଚାଲିଥିବାବେଳେ ହଠାତ୍‌ ପାଇପ୍‌ ଫାଟି ଯାଇଥିଲା। ପ୍ରବଳ ମାତ୍ରାରେ ଉତ୍ତପ୍ତ ବାଷ୍ପ ନିର୍ଗମନ ହୋଇଥିଲା। ଫଳରେ ସେଠାରେ କାର୍ଯ୍ୟରତ ୧୮ ଜଣ ପୋଡ଼ିଯାଇଥିଲେ। ସେମାନଙ୍କୁ ପ୍ରଥମେ କମ୍ପାନୀର ପ୍ରାଥମିକ ଚିକିତ୍ସାଳୟକୁ ନିଆଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ କଟକ ସ୍ଥାନାନ୍ତର କରାଯାଇଛି। ଜଗବନ୍ଧୁ ସ୍ବାଇଁ ନାମକ ଜଣେ ଶ୍ରମିକଙ୍କ ଶରୀରର ୯୦% ପୋଡ଼ିଯାଇଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଛି। ତାଙ୍କ ଜୀବନ ପ୍ରତି ବିପଦ ଥିବା ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଅନ୍ୟ ଗୁରୁତରଙ୍କ ଶରୀରର ୪୦% ପୋଡ଼ିଯାଇଛି। ସମସ୍ତଙ୍କ ମୁହଁ, ହାତ, ଛାତି, ପେଟ ସମେତ ଶରୀରର ବିଭିନ୍ନ ଅଙ୍ଗରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଅତ୍ୟଧିକ ଗରମ ଯୋଗୁ ପାଇପ୍‌ ଫାଟିଯାଇଥିବା ଅନୁମାନ କରାଯାଉଛି। ଏଭଳି ଅଭାବନୀୟ ଘଟଣା
ପରେ ଫ୍ୟାକ୍ଟ୍ରି ଓ ବଏଲର୍ସ ଡେପୁଟି ଡାଇରେକ୍ଟରଙ୍କ ଦ୍ୱାରା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି। ଦୁର୍ଘଟଣା ପରେ କମ୍ପାନୀ ମୁଖ୍ୟ ଫାଟକ ଦେଇ କାହାରିକୁ ଛଡ଼ାଯାଇ ନ ଥିଲା। ଏହାକୁ ନେଇ ସେଠାରେ ଚାପା ଉତ୍ତେଜନା ଦେଖାଦେଇଥିଲା। ମୋଟଙ୍ଗା, କଣ୍ଟାବଣିଆ ଥାନା ପୋଲିସ ପହଞ୍ଚତ୍ ସ୍ଥିତି ନିୟନ୍ତ୍ରଣ କରିଥିଲା। ଏହାପରେ ଜିଲାପାଳ ସରୋଜ କୁମାର ସେଠୀ, ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ର, ଓଡ଼ାପଡ଼ା ତହସିଲଦାର ବାଣୀ ନିବେଦିତା ସ୍ବାଇଁ, ସଦର ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ ପ୍ରମୁଖ ପ୍ଲାଣ୍ଟ ଭିତରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଏ ସମ୍ପର୍କରେ କମ୍ପାନୀର ମୁଖ୍ୟ କର୍ପୋରେଟ ସର୍ଭିସେସ୍‌ ମୋହିତ ଦାସ କୁହନ୍ତି, ଷ୍ଟିମ୍‌ ପାଇପ୍‌ ମରାମତି ବେଳେ ହଠାତ୍‌ ଲିକେଜ୍‌ ହୋଇ ଏଭଳି ଘଟଣା ଘଟିଛି। ଆହତଙ୍କୁ ତୁରନ୍ତ କଟକ ଅଶ୍ୱିନୀ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଡାକ୍ତରଙ୍କ ସହ କଥାବର୍ତ୍ତା କରାଯାଇଛି। କମ୍ପାନୀର ବୈଷୟିକ ଟିମ୍‌, ଫାକ୍ଟ୍ରି ଆଣ୍ଡ୍‌ ବଏଲର୍ସ ବିଭାଗ ଅଧିକାରୀ ଘଟଣାର ତଦନ୍ତ କରୁଛନ୍ତି। ତଦନ୍ତ ପରେ ଦୁର୍ଘଟଣାର କାରଣ ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରିବ। ଜିଲାପାଳ ସେଠୀ କୁହନ୍ତି, ଷ୍ଟିମ୍‌ ଲିକେଜ୍‌ ଯୋଗୁ ଏହି ଘଟଣା ଘଟିଛି। ୧୮ଜଣଙ୍କ ମଧ୍ୟରୁ ୧୭ଜଣ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି। ଜଣେ ଆତଙ୍କିତ ହୋଇ ତଳେ ପଡ଼ିଯାଇ ଆହତ ହୋଇଛନ୍ତି। ଏଭଳି ଘଟଣାର ଯେପରି ପୁନରାବୃତ୍ତି ନ ହୁଏ, ସେଥିପାଇଁ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଯତ୍ନବାନ ହେବାକୁ କୁହାଯାଇଛି। ଏସ୍‌ପି ମହାପାତ୍ର କୁହନ୍ତି, ପ୍ରାୟ ୩ ମହଲା ଉଚ୍ଚତାରେ ଏହି ଦୁର୍ଘଟଣା ଘଟିଛି। ଘଟଣା ଉଦ୍ଦେଶ୍ୟ ପ୍ରଣୋଦିତ ହୋଇଥିବା ପ୍ରମାଣିତ ହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କଟକ ଜିଲାପାଳ ଭବାନୀ ଶଙ୍କର ଚୟନି ମଧ୍ୟ ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ସେ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଛନ୍ତି।
ମନେପଡ଼ିଲା ଭୂଷଣ ଟ୍ରାଜେଡି
ଭୂଷଣ ପରିଚାଳନାରେ ଥିବାବେଳେ ଦୁର୍ଘଟଣାକୁ ନେଇ ଅପଯଶ ମୁଣ୍ଡାଇଥିଲା କମ୍ପାନୀ। ଟାଟା କମ୍ପାନୀ ଏହାର ପରିଚାଳନା ଦାୟିତ୍ୱ ନେବା ପରେ ପ୍ରଥମ ଥର ଏତେବଡ଼ ଦୁର୍ଘଟଣା ଘଟିଛି। ଫଳରେ ଗତ ଦିନର ଟ୍ରଜେଡି ପୁଣିଥରେ ମନେପଡ଼ିଛି। ଫ୍ୟାକ୍ଟ୍ରି ଆଣ୍ଡ ବଏଲର୍ସ ନିର୍ଦ୍ଦେଶାଳୟର ସୂଚନା ଅନୁଯାୟୀ, ଭୂଷଣ ପରିଚାଳନାରେ ଥିବାବେଳେ ୨୦୧୩ରେ କମ୍ପାନୀରେ ଦୁର୍ଘଟଣା ଘଟି ୧୧ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହିକ୍ରମରେ ୨୦୧୨ରେ ୫, ୨୦୧୧ରେ ୯, ୨୦୧୦ରେ ୯, ୨୦୦୯ରେ ୧୫, ୨୦୦୮ରେ ୧୧, ୨୦୦୭ରେ ୫ ଜୀବନ ଯାଇଥିଲା। ଟାଟା ହାତକୁ କମ୍ପାନୀ ଆସିବା ପରେ କାରଖାନାର ବିପଜ୍ଜନକ ସ୍ଥାନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା କୁହାଯାଉଛି। ହେଲେ ମଙ୍ଗଳବାର ଦୁର୍ଘଟଣା ଏକାଧିକ ପ୍ରଶ୍ନ ଛିଡ଼ା କରାଇଛି। କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା, ଏହା ବୈଷୟିକଜନିତ ନା ମନୁଷ୍ୟକୃତ, ଯଦି ବୈଷୟିକ ତେବେ ପୂର୍ବରୁ ରୁଟିନ୍‌ ଯାଞ୍ଚ କରାଯାଇଥିଲା କି ନାହଁି ଏସବୁର ନିରପେକ୍ଷ ତଦନ୍ତ କରାଯିବାକୁ ସାଧାରଣରେ ଦାବି ହୋଇଛି। ଅନ୍ୟପଟେ ଅଘଟଣକୁ ନେଇ ଶ୍ରମିକଙ୍କ ସମ୍ପର୍କୀୟ ମୁହଁ ଖୋଲିଛନ୍ତି। କାରଖାନାରେ ପରିଚାଳନାଗତ ତ୍ରୁଟି ପାଇଁ ଏଭଳି ଦୁଃଖଦ ଘଟଣା ଘଟିଥିବା ସେମାନେ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ୨୦୧୮ ମେ’ରେ ଟାଟା ହାତକୁ ଯିବା ପରେ ଏହାର ନାମ ଟାଟା ଷ୍ଟିଲ୍‌ ବିଏସ୍‌ଏଲ୍‌ ହୋଇଥିଲା। ପରବର୍ତ୍ତୀ ସମୟରେ ୨୦୨୧ରେ ଏହାର ନାମକୁ ପୁଣି ପରିବର୍ତ୍ତନ କରାଯାଇ ଟାଟା ଷ୍ଟିଲ୍‌ ମେରାମଣ୍ଡଳୀ ରଖାଯାଇଥିଲା।
କମ୍ପାନୀ ପକ୍ଷରୁ ଆଭ୍ୟନ୍ତରୀଣ ତଦନ୍ତ ଆରମ୍ଭ
ଟାଟା ଷ୍ଟିଲ୍‌ ମେରାମଣ୍ଡଳୀରେ ହୋଇଥିବା ଦୁର୍ଘଟଣାକୁ ନେଇ କମ୍ପାନୀ ଦୁଃଖ ପ୍ରକାଶ କରିଛି। ଅଘଟଣ ପରେ ପ୍ରଭାବିତଙ୍କୁ କାରଖାନା ପରିସରରେ ଥିବା ବୃତ୍ତିଗତ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ପରେ ଅଧିକ ଚିକିତ୍ସା ପାଇଁ କମ୍ପାନୀ ଆମ୍ବୁଲାନ୍ସରେ କଟକ ସ୍ଥାନାନ୍ତର କରାଯାଇଥିଲା। ସେମାନଙ୍କ ସହ ଡାକ୍ତର, ପାରା ମେଡିକାଲ ଷ୍ଟାଫ୍‌ ଯାଇଥିଲେ। ଦୁର୍ଘଟଣା ପରେ ପ୍ରଭାବିତ ଅଞ୍ଚଳକୁ ଆବଦ୍ଧ କରାଯାଇଥିଲା। ଏ ସମ୍ପର୍କରେ ଶ୍ରମିକଙ୍କ ପରିବାରକୁ ସୂଚନା ଦିଆଯାଇଛି। ସହାୟତା ପ୍ରଦାନକୁ କମ୍ପାନୀ ସୁନିଶ୍ଚିତ କରିଛି। ସ୍ଥାନୀୟ ସରକାରୀ ଅଧିକାରୀଙ୍କ ସହ ମିଶି ମିଳିତ ଭାବେ କାର୍ଯ୍ୟ କରାଯାଉଛି। ଦୁର୍ଘଟଣାର କାରଣ ଜାଣିବା ଲାଗି ଆଭ୍ୟନ୍ତରୀଣ ତଦନ୍ତ ଆରମ୍ଭ ହୋଇଛି। କମ୍ପାନୀରେ କର୍ମଚାରୀଙ୍କ ସୁରକ୍ଷାକୁ ସର୍ବଦା ପ୍ରାଥମିକତା ଦେଇ ଆସିଛି। ଏହି ଘଟଣା ଆମକୁ ଶିକ୍ଷା ଦେଇଛି ବୋଲି କମ୍ପାନୀର ମୁଖ୍ୟ କର୍ପୋରେଟ ସର୍ଭିସେସ୍‌ ମୋହିତ ଦାସ କହିଛନ୍ତି।
ତଥ୍ୟକୁ ନେଇ ଦ୍ୱନ୍ଦ୍ୱ
୨୦୧୩ରେ ଭୂଷଣ କମ୍ପାନୀରେ ଘଟିଥିବା ଦୁର୍ଘଟଣାର ଠିକ୍‌ ତଥ୍ୟ ସାର୍ବଜନୀନ କରାଯାଇ ନ ଥିଲା। ସେତେବେଳେ ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଥିଲା। ମଙ୍ଗଳବାର ଦୁର୍ଘଟଣା ପରେ ଟାଟା ଷ୍ଟିଲ୍‌ କମ୍ପାନୀ କର୍ତ୍ତୃପକ୍ଷ ସୁରକ୍ଷାଜନିତ କାରଣ ଦର୍ଶାଇ ପ୍ଲାଣ୍ଟ ଭିତରକୁ କାହାରିକୁ ଛାଡ଼ି ନ ଥିଲେ। ତେଣୁ ଏହାକୁ ନେଇ ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି। କମ୍ପାନୀ ପକ୍ଷରୁ ଦିଆଯାଇଥିବା ଆହତଙ୍କ ସଂଖ୍ୟାକୁ ସେମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି। ଯଦି ୧୮ଜଣ ଆହତ ହୋଇଛନ୍ତି, ତେବେ ପ୍ଲାଣ୍ଟ ଭିତରକୁ ଗଣମାଧ୍ୟମ ପ୍ରତିନିଧି, ଜନପ୍ରତିନିଧିଙ୍କୁ ଛାଡ଼ିବାରେ ସମସ୍ୟା କେଉଁଠି ଥିଲା ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲା ବଡ଼ ଡିଲ୍‌: ମାଡ଼ି ବସିଲା ପୋଲିସ

ସୋନପୁର/ଡୁଙ୍ଗୁରିପାଲି, ୭।୨(ମୃତ୍ୟୁଞ୍ଜୟ ଶତପଥୀ/ଦୀନବନ୍ଧୁ ସୁନା)-ସୁବର୍ଣ୍ଣପୁର ଜିଲା ରାମପୁର ପୋଲିସ ଶନିବାର ଚଢ଼ାଉକରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ୍‌ କରିଛି। ଏହି ଘଟଣାରେ ପରିବହନକାରୀ ତଥା ବରଗଡ଼…

ଶେଫର୍ଡଙ୍କ ହ୍ୟାଟ୍ରିକ୍‌ : କୋଲ୍‌କାତାରେ ମ୍ୟାଚ୍‌ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

କୋଲ୍‌କାତା, ୭ା୨: ରୋମାରିଓ ଶେଫର୍ଡଙ୍କ ହ୍ୟାଟ୍ରିକ୍‌ ସହ ୫ ଉଇକେଟ ସଫଳତା ବଳରେ ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଶନିବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ୩୫…

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇର ବିକ୍ଷୋଭ: ଦାବି ପୂରଣ ନ ହେଲେ…

ଛତ୍ରପୁର,୭ା୨ (ଦିଲ୍ଲୀପ ସାମଲ )- ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ପକ୍ଷରୁ ବିଭିନ୍ନ ଦାବି ନେଇ ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।…

ଫେବୃଆରୀ ୧୨ରେ ଭାରତ ବନ୍ଦ: ସମର୍ଥନ ଜଣାଇ ପ୍ରସ୍ତୁତି ବୈଠକରେ…

ଦିଗପହଣ୍ଡି, ୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ଶନିବାର ସାରେ ଆସନ୍ତା ଫେବୃୟାରୀ ୧୨ ତାରିଖରେ ବିଭିନ୍ନ ଜନ ସମସ୍ୟାର ସମାଧାନ…

ପଦ୍ମନାଭପୁର ହାଇସ୍କୁଲର ବାର୍ଷିକୋତ୍ସବ: ନିଜର ଭବିଷ୍ୟତ ପାଇଁ କଠିନ ପରିଶ୍ରମ କରିବାକୁ…

ଦିଗପହଣ୍ଡି,୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ନୋଡାଲ ହାଇସ୍କୁଲର ବାର୍ଷିକୋତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷୟତ୍ରୀ ବିଦ୍ୟୁତଲତା ମହାରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri