କୋମଳ ତ୍ୱଚା ପାଇଁ ଷ୍ଟିମ୍‌

ଷ୍ଟିମ୍‌ କରିବା ଦ୍ୱାରା ଆପଣଙ୍କ ମୁହଁର ସୂକ୍ଷ୍ମ ଛିଦ୍ର ଖୋଲିଥାଏ। ଏହା ତ୍ୱଚାରେ ଥିବା ମୃତ କୋଷଗୁଡ଼ିକୁ ଦୂର କରି ମୁହଁକୁ ପ୍ରାକୃତିକଭାବେ ସତେଜ କରିଥାଏ।
ତ୍ୱଚାକୁ ହାଇଡ୍ରେଟ କରିବାରେ ସାହାଯ୍ୟ କରିଥାଏ ଷ୍ଟିମ୍‌। ଚର୍ମରେ ତୈଳ ଅଂଶକୁ କମାଇ ମଇଳା ପରିଷ୍କାର କରିବା ସହ ପ୍ରାକୃତିକ ଭାବରେ ମଶ୍ଚରାଇଜ ମଧ୍ୟ କରିଥାଏ।
ନିୟମିତ ଷ୍ଟିମ୍‌ କରିବା ଦ୍ୱାରା ବ୍ଲାକହେଡସ୍‌ ଏବଂ ହ୍ବାଇଟହେଡସ୍‌ ସମସ୍ୟା ଦୂର ହୋଇଥାଏ। ତ୍ୱଚାରେ ବ୍ଲାକହେଡ୍‌ସ ନ ରହିଲେ ମୁହଁ ଅଧିକ ଗ୍ଲୋ କରିବା ସହ କୋମଳ ଲାଗିଥାଏ।
ସ୍କିନ୍‌ କେୟାର ରୁଟିନ୍‌ ଫଲୋ କରୁଥିଲେ ବେଳେବେଳେ ତ୍ୱଚା ଶୁଖିଲା ଦେଖାଯିବା ସହ ଡିହାଇଡ୍ରେଟ ହୋଇଯାଏ। ଏହାର ମୁଖ୍ୟ କାରଣ ସେହି ସ୍ଥାନରେ ରକ୍ତ ସଞ୍ଚାଳନ ହୋଇ ନ ଥାଏ। ତେବେ ଫେସ୍‌ ଷ୍ଟିମିଂ ନେବା ଦ୍ୱାରା ରକ୍ତ ସଞ୍ଚାଳନ ହେବା ସହ ତ୍ୱଚା ଆକର୍ଷଣୀୟ ହୋଇଥାଏ।
ମୁହଁର ସୌନ୍ଦଯର୍‌ୟ ଅଧିକ ବଢ଼ାଇବାକୁ ଚାହଁୁଥିଲେ ଫେସ୍‌ମାସ୍କ ବ୍ୟବହାର କରି ଫେସ୍‌ ଷ୍ଟିମିଂ କରନ୍ତୁ। ଫେସ୍‌ ମାସ୍କକୁ ବାହାର କରିବା ପାଇଁ ଥଣ୍ଡା ପାଣିରେ ମୁହଁ ଧୁଅନ୍ତୁ। ପରେ ଆଇସ୍‌ କ୍ୟୁବ୍‌କୁ ମୁହଁ ଓ ବେକରେ କିଛି ସମୟ ପାଇଁ ଘଷନ୍ତୁ।
ବ୍ରଣ ସମସ୍ୟା ଦୂର କରିବା ପାଇଁ ମଧ୍ୟ ଷ୍ଟିମ୍‌ କରିପାରିବେ। ୩ରୁ ୪ମିନିଟ୍‌ ଫେସ୍‌ ଷ୍ଟିମ କରିବା ପରେ ଅଧଘଣ୍ଟା ପାଇଁ ଛାଡ଼ି ଦିଅନ୍ତୁ। ପରେ ସେଥିରେ ୫ମିନିଟ୍‌ ପାଇଁ ଆଇସ୍‌ କ୍ୟୁବ୍‌ ଘଷନ୍ତୁ। ଏହା ଦ୍ୱାରା ପିମ୍ପଲ୍‌ ଦୂର ହେବା ସହ ନାଲିଦାଗ କିମ୍ବା ତ୍ୱଚା ପୋଡାଜଳା ହେଉଥିଲେ ଉପଶମ ମିଳିବ।
ଯଦି ପ୍ରତିଦିନ ମେକ୍‌ଅପ ହେଉଛନ୍ତି ତେବେ ସପ୍ତାହକୁ ଅତିକମରେ ଥରେ ଫେସ୍‌ ଷ୍ଟିମିଂ କରନ୍ତୁ। ଏହା ଆପଣଙ୍କ ମେକଅପ୍‌କୁ ସଫା କରିଦେଇଥାଏ ଏବଂ କୌଣସି ଇନ୍‌ଫେକ୍‌ସନ ମଧ୍ୟ ହୋଇ ନ ଥାଏ।