ସଟର ତାଡ଼ି ଦୋକାନରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ଲୁଗାପଟା

କର୍ଲାମୁଣ୍ଡା,୨ା୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରଠାରୁ ପ୍ରାୟ ଦୁଇ କିଲୋମିଟର ଦୂର ପୁଟିଗାଁ ଚିନାବାଡ଼ିଠାରେ ଥିବା ମା’ ତ୍ରିପୁରା କ୍ଲଥ ଷ୍ଟୋର୍‌ରୁ ମଙ୍ଗଳବାର ରାତିରେ ଦୁର୍ବୃତ୍ତମାନେ ସଟର ଲକ୍‌ କାଟି ଦୋକାନ ଭିତରେ ଥିବା ଲକ୍ଷାଧିକ ଟଙ୍କାର ଦାମୀ ଲୁଗାପଟା ନେଇଯାଇଥିବା ଦୋକାନ ମାଲିକ ଜଗବନ୍ଧୁ ସାହୁ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ମ. ରାମପୁର ଥାନାଧିକାରୀ ସଚିନ୍ଦ୍ର ପଧାନ,ଫାଣ୍ଡି ଅଧିକାରୀ କୃତ୍ତିବାସ ପୂଜାରୀ ଓ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।