ପାର୍କରୁ ଚୋରି ହେଉଛି ବ୍ୟାୟାମ ଉପକରଣ

ବ୍ରହ୍ମପୁର ଅଫିସ,୩ା୬: ବ୍ରହ୍ମପୁର ମହାନଗର ନିଗମ (ବିଇଏମସି) ପକ୍ଷରୁ ସହରବାସୀଙ୍କ ଆମୋଦ ପ୍ରମୋଦ ଓ ବ୍ୟାୟାମ ନିମନ୍ତେ ମିନି ପାର୍କ ନିର୍ମାଣ କରାଯାଇଛି। ନିଗମ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷରେ ୪କୋଟି ୯ ଲକ୍ଷ ୮ ହଜାର ଟଙ୍କା ବ୍ୟୟରେ ୪୬ଟି ମିନି ପାର୍କ ନିର୍ମାଣ କରାଯାଇଛି। ଏହି ପାର୍କ ଗୁଡିକରେ ଚଲାପଥ, ଜିମ ଓ ବସିବା ନିମନ୍ତେ ଚଉକି ନିର୍ମାଣ କରାଯାଇଛି। ପାର୍କ ପରିସରରେ ପେଭର ବ୍ଲକ ରାସ୍ତା, ଆଲୋକୀକରଣ ବ୍ୟବସ୍ଥା ସହ ସ୍ବଚ୍ଛତା ନିମନ୍ତେ ଡଷ୍ଟବିନ ରଖାଯାଇଛି। ସକାଳେ ଓ ସନ୍ଧ୍ୟାରେ ପାର୍କକୁ ବରିଷ୍ଠ ନାଗରିକଙ୍କଠାରୁ ଆରମ୍ଭ କରି ପିଲାମାନେ ମଧ୍ୟ ଆସିଥାନ୍ତି। ଯୁବପୀଢ଼ୀ ଓ ବରିଷ୍ଠ ନାଗରିକମାନେ ପାର୍କରେ ଥିବା ବ୍ୟାୟମ ଉପକରଣରେ ବ୍ୟବହାର କରିଥାନ୍ତି। ତେବେ ଏଭଳି ପାର୍କ ରହିଛି ଯାହାକି ବର୍ତ୍ତମାନ ଅବହେଳିତ ହୋଇରହିଛି। ନିଗମର ଅସାବଧାନତା କାରଣରୁ ପାର୍କ ପରିସରରୁ ବ୍ୟାୟମ ଉପକରଣ ଚୋରି ହେଉଥିବା ଅଭିଯୋଗ ହୋଇଛି। ଏଥିସହ ସିମେଣ୍ଟ ଚଉକିଗୁଡିକ ଭାଙ୍ଗି ରୁଜି ଯାଇଥିବା ଦେଖିବାକୁ ମିଳିଛି। ବିଇଏମସିର ୨୩ ନଂ. ୱାର୍ଡ ଅନ୍ତର୍ଗତ ଗୋଲାପଲୀ ବନ୍ଧ ପାର୍କରେ ଏଭଳି ସମସ୍ୟା ଦେଖିବାକୁ ମିଳିଛି।
ଗୋଲାପଲୀ ବନ୍ଧ ପାର୍କ ୩ ବର୍ଷ ତଳେ ନିର୍ମାଣ କରାଯାଇଥିଲା। ପାର୍କ ପରିସରରେ ସମସ୍ତ ପ୍ରକାର ବ୍ୟାୟମ ଉପକରଣଠାରୁ ଆରମ୍ଭ କରି ସାୈନ୍ଦର୍ଯ୍ୟକରଣ ମଧ୍ୟ କରାଯାଇଛି। କିନ୍ତୁ ବିଇଏମସିର ଅସାବଧାନତାରୁ ବର୍ତ୍ତମାନ ପାର୍କ ପରିସରରୁ ବହୁ ବ୍ୟାୟମ ଉପକରଣ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏଠାରେ ଥିବା ୧୦ରୁ ଉର୍ଦ୍ଧ୍ୱ ଉପକରଣ କଟାଯାଇ ଚୋରି ହୋଇଛି। ଚୋରି ନେଇ ଅଭିଯୋଗ ପରେ ମଧ୍ୟ ନିଗମ ପକ୍ଷରୁ କାୈଣସି କାର୍ଯ୍ୟାନୁ୍‌ଷ୍ଠାନ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହୋଇଛି। ପାର୍କ ମଧ୍ୟରେ ପେଭର ବ୍ଲକ ମଧ୍ୟ ଦବି ଯାଇଛି। ଯାହାଦ୍ୱାରା ବରିଷ୍ଠ ନାଗରିକମାନେ ଚାଲିବା ସମୟରେ ଅସୁବିଧା ଭୋଗୁଉଛନ୍ତି। ପାର୍କରେ ପରିଷ୍କାର ପରିଚ୍ଛନତା ପ୍ରତି ଦୃଷ୍ଟି ଦିଆଯାଉ ନାହିଁ। ଲାଇଟ ଜଳୁନାହିଁ। ଫଳରେ ସନ୍ଧ୍ୟା ସମୟରେ ପାର୍କ ମଧ୍ୟରେ ଅନ୍ଧାରର ସୁଯୋଗ ନେଇ ଅସାମାଜିକ ଯୁବକମାନେ ଆଡ୍ଡା ଜମାଉଛନ୍ତି। ପାର୍କର ରକ୍ଷଣାବେକ୍ଷଣ ନିମନ୍ତେ ଜଣେ କର୍ମଚାରୀ ନିୟୋଜିତ ରହିଥିବା ବେଳେ ସେ ଠିକ ସମୟରେ ଆସୁ ନ ଥିବା କାରଣରୁ ପାର୍କଟି ଅନେକ ସମୟରେ ବନ୍ଦ ରହୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏ ନେଇ ବିଇଏମସି ନିର୍ବାହୀ ଯନ୍ତ୍ରୀ ଇଂ ଲଳିତ ମୋହନ ଦାଶଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ପ୍ରତି ୱାର୍ଡରେ ପାର୍କର ରକ୍ଷଣାବେକ୍ଷଣ ନିମନ୍ତେ ଏସଏଚଜିଙ୍କୁ ଦାୟିତ୍ୱ ପ୍ରଦାନ କରାଯିବ। ଏସଏଚଜିମାନେ ପାର୍କର ରକ୍ଷଣାବେକ୍ଷଣ ଦାୟିତ୍ୱ ତୁଲାଇବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri