Company Rules: ଟଏଲେଟ୍‌ରେ ୨ ମିନିଟ୍‌ରୁ ଅଧିକ ରହିଲେ ପଡ଼ିବ ୧୨୦୦ ଟଙ୍କା ଜରିମାନା, ଜାଣନ୍ତୁ କାରଣ…

ବେଜିଂ,୨୧ା୨: ପଡ଼ୋଶୀ ଦେଶ ଚାଇନାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ଯାହା ଲୋକଙ୍କୁ ସ୍ତବ୍ଧ କରିଦେଇଛି। ଏଠାକାର ଏକ କମ୍ପାନୀ ତା’ର କର୍ମଚାରୀଙ୍କ ପାଇଁ ୨ ମିନିଟ୍‌ର ଏକ ଅଜବ ଟଏଲେଟ୍‌ ନିୟମ ଲାଗୁ କରିଛି, ଯାହା ସୋସିଆଲ ମିଡିଆରେ ବହୁ ଭାଇରାଲ ହେଉଛି। କମ୍ପାନୀକୁ ଏନେଇ ବହୁତ ସମାଲୋଚନା କରାଯାଇଛି।

ଅଫିସରେ ଯିଏ ଟଏଲେଟ୍‌ ଯିବେ ତାଙ୍କୁ କେବଳ ଦୁଇ ମିନିଟ୍‌ ସମୟ ଦିଆଯାଏ ଯାହାକି ଅତ୍ୟନ୍ତ ଅମାନବୀୟ। ଏହା ଉପରେ ସିସିଟିଭି ମାଧ୍ୟମରେ କର୍ମଚାରୀମାନଙ୍କ ଉପରେ ନଜର ରଖିବା ଏବଂ ନିୟମ ଉଲ୍ଲଂଘନ ପାଇଁ ମୋଟା ଅଙ୍କର ଜରିମାନା ଆଦାୟ କରିବା ଆହୁରି ଅନ୍ୟାୟ ବୋଲି ୟୁଜରମାନେ ମନ୍ତବ୍ୟ ଦେଇଛନ୍ତି।

ଗୁଆଙ୍ଗଡୋଙ୍ଗର ଫୋସାନରେ ଅବସ୍ଥିତ ଥ୍ରୀ ବ୍ରଦର୍ସ ମେଶିନ ମ୍ୟାନୁଫ୍ୟାକଚରିଂ କମ୍ପାନୀ ୧୧ ଫେବୃଆରୀରେ ଦୁଇ ମିନିଟର ଟଏଲେଟ୍‌ ବିରତି ନିୟମ ଲାଗୁ କରିଥିଲା। ଏକ ପ୍ରାଚୀନ ଚିକିତ୍ସା ପାଠ୍ୟକୁ ଉଦ୍ଧୃତ କରି କମ୍ପାନୀ ଯୁକ୍ତି ଦେଇଛି ଯେ, କର୍ମଚାରୀଙ୍କ ସ୍ବାସ୍ଥ୍ୟକୁ ଧ୍ୟାନରେ ରଖି ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଏହା ବ୍ୟତୀତ, ନୂତନ ନିୟମର ଲକ୍ଷ୍ୟ ହେଉଛି ଦକ୍ଷତା ଏବଂ କର୍ମକ୍ଷେତ୍ର ଶୃଙ୍ଖଳାକୁ ଉନ୍ନତ କରିବା।

ଏହି ନିୟମ କ’ଣ?
କମ୍ପାନୀର ନୂଆ ନିୟମ ଅନୁଯାୟୀ, କର୍ମଚାରୀମାନେ ସକାଳ ୮ଟା ପୂର୍ବରୁ, ସକାଳ ୧୦.୩୦ରୁ ୧୦.୪୦ ମଧ୍ୟରେ, ମଧ୍ୟାହ୍ନ ୧୨ରୁ ୧.୩୦ ମଧ୍ୟରେ, ଅପରାହ୍ନ ୩.୩୦ରୁ ୩.୪୦ ମଧ୍ୟରେ, ଏବଂ ସନ୍ଧ୍ୟା ୫.୩୦ରୁ ୬ଟା ମଧ୍ୟରେ ଟଏଲେଟ୍‌ ବ୍ୟବହାର କରିପାରିବେ, କିନ୍ତୁ ତାହା ମଧ୍ୟ କେବଳ ୨ ମିନିଟ୍‌ ପାଇଁ। ଯଦି କାହାକୁ ନିର୍ଦ୍ଧାରିତ ସମୟ ସୀମା ଅତିକ୍ରମ କରିବାକୁ ପଡ଼େ, ତେବେ ଏଥିପାଇଁ ଏଚ୍‌ଆରଙ୍କଠାରୁ ଅନୁମତି ନେବାକୁ ପଡ଼ିବ।

ଏକ ରିପୋର୍ଟ ଅନୁଯାୟୀ, ନିୟମ ଭଙ୍ଗ ନ କରିବା ପାଇଁ କମ୍ପାନୀ କ୍ୟାମେରା ମାଧ୍ୟମରେ କର୍ମଚାରୀମାନଙ୍କ ଉପରେ ନଜର ରଖିବ ଏବଂ ନିୟମ ଭଙ୍ଗ କରୁଥିବା ଲୋକଙ୍କ ଉପରେ ୧୦୦ ୟୁଆନ ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୧୨୦୦ ଟଙ୍କା) ଜରିମାନା ଲଗାଇବ। ଏହା ଫେବୃଆରୀ ୧୧ରେ ଏକ ପାଇଲଟ ପ୍ରୋଜେକ୍ଟ ଭାବରେ ଆରମ୍ଭ ହୋଇଥିଲା ଏବଂ କମ୍ପାନୀ କହିଥିଲା ଯେ, ମାର୍ଚ୍ଚ ୧ରୁ ଏନେଇ କଠୋର ପଦକ୍ଷେପ ନିଆଯିବ।

କମ୍ପାନୀର ଏହି ନିଷ୍ପତ୍ତିକୁ ନେଇ ସୋସିଆଲ ମିଡିଆରେ ବହୁତ ବିବାଦ ହୋଇଥିଲା। ଯାହା ପରେ କମ୍ପାନୀକୁ ତା’ର ନିଷ୍ପତ୍ତି ପ୍ରତ୍ୟାହାର କରିନେଇଛି। ଲୋକମାନେ କହିଛନ୍ତି, ଏହି ନିଷ୍ପତ୍ତି କେବଳ ଅନୈତିକ ନୁହେଁ ବରଂ କର୍ମଚାରୀଙ୍କ ମାନସିକ ଏବଂ ଶାରୀରିକ ସ୍ବାସ୍ଥ୍ୟ ପାଇଁ ମଧ୍ୟ କ୍ଷତିକାରକ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗର ୨୧ ଚୋରଙ୍କୁ ବାନ୍ଧିଲା ଭଞ୍ଜନଗର ପୋଲିସ, ବିଦେଶୀ ଲିଙ୍କ୍‌ର ହେବ ଖୋଳତାଡ଼, ପାଖରୁ ମିଳିଲା…

ଭଞ୍ଜନଗର,୩୧ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଆନ୍ତଃରାଜ୍ୟ ଚୋର ଗ୍ୟାଙ୍ଗର ୨୧ ଜଣକୁ ଗିରଫ କରିବାରେ ସକ୍ଷମ ହୋଇଛି। ଏଥିସହ ସେମାନଙ୍କଠାରୁ ୧୦୬୬ଟି…

ଚାଲାଣ କଟା ପରେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣାଗାଡ଼ି : ଆଜି ରାସ୍ତାରେ ମୃତଦେହ ରଖି …

ସମ୍ବଲପୁର,୩୧।୧(ପ୍ରମୋଦ ବହିଦାର): ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ଭତରା ପେଟ୍ରୋଲ ପମ୍ପ ନିକଟରେ ଜାତୀୟ ରାଜପଥ-୫୫ରେ ଶୁକ୍ରବାର ଭୟଙ୍କର ଦୁର୍ଘଟଣା ଘଟିଥିଲା। ଏକ ଅଜଣା ଗାଡ଼ି ଧକ୍କାରେ…

NCP ବିଧାୟକ ଦଳର ନେତା ନିର୍ବାଚିତ ହେଲେ Sunetra Pawar, ସନ୍ଧ୍ୟା ୫ଟାରେ ଉପ ମୁଖ୍ୟମନ୍ତ୍ରୀ ଶପଥ ନେବେ

ମୁମ୍ବାଇ,୩୧।୧: ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (NCP) ବୈଠକରେ ନିଷ୍ପତ୍ତି ହୋଇଛି। ସୁନେତ୍ରା ପାୱାର ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବେ ଏବଂ ସା ୫ଟାରେ ଶପଥ ଗ୍ରହଣ କରିବେ।…

ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଖେଳାଳିଙ୍କୁ ଏମିତି କହିଦେଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ,୩୧।୧: ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ର ଶେଷ ସୁପର ୬ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ ରବିବାର ଅନୁଷ୍ଠିତ ହେବ। ଏହି ମ୍ୟାଚ ଅତ୍ୟନ୍ତ…

ଡାଏଲଗ ନାହିଁ, ଦର୍ଶକଙ୍କୁ ଦୁଇ ଘଣ୍ଟା ବାନ୍ଧି ରଖୁଛି ଏହି ଫିଲ୍ମ

ମୁମ୍ବାଇ: ଡାଏଲଗ୍‌ ବିନା ଫିଲ୍ମ। ଆଜିର ଯୁଗରେ ଏମିତି ଫିଲ୍ମ ନିର୍ମାଣ କରିବା ବୋଧହୁଏ କାଠିକର ପାଠ। କିନ୍ତୁ ନିର୍ଦ୍ଦେଶକ କିଶୋର ପାଣ୍ଡୁରଙ୍ଗ ବେଲେକର ଟିକେ ନିଆରା।…

CM ଦେବେନ୍ଦ୍ର ଫଡ଼ନଭିସଙ୍କ ପାଖରେ ରହିବ ଅର୍ଥ ବିଭାଗ, Deputy CM ସୁନେତ୍ରାଙ୍କ ଶପଥ ଗ୍ରହଣ ପୂର୍ବରୁ ରାଜନୀତି ସରଗରମ

ମୁମ୍ବାଇ,୩୧।୧: ଶନିବାର ମହାରାଷ୍ଟ୍ର ରାଜନୀତିରେ ଏକ ବଡ଼ ଘଟଣା ଘଟୁଛି। ପାୱାର ପରିବାର ଏବଂ ଏନସିପି ମଧ୍ୟରେ ଆଭ୍ୟନ୍ତରୀଣ ରାଜନୈତିକ ଅସ୍ଥିରତା ମଧ୍ୟରେ, ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ…

ଦାଦନ ଶ୍ରମିକଙ୍କ ପାଇଁ ଖୁସିଖବର: ଜିଲା ଭିତରେ ଯୋଗାଇ ଦିଆଯିବ କାମ, ମନ୍ତ୍ରୀ କହିଲେ…

ବଲାଙ୍ଗୀର, ୩୧/୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଏକ ଦାଦନ ପ୍ରବଣ ଜିଲା। ତଥ୍ୟ ଅନୁସାରେ ଜିଲାରୁ ୧୯ ହଜାର ଦାଦନ ଶ୍ରମିକ ନିଜ ଘରେ…

ଗଞ୍ଜାମବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର: ପଲ୍ଲୀଶ୍ରୀ ମେଳାକୁ ବୃଦ୍ଧି କରି କହିଲେ…

ଛତ୍ରପୁର,୩୧ା୧(ଦିଲ୍ଲୀପ ସାମଲ): ଗଞ୍ଜାମବାସୀଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶତାଧିକ କୋଟିର ପ୍ରକଳ୍ପ ସହିତ ଆଉ ଏକ ବଡ଼ ଉପହାର ଦେଇଛନ୍ତି। ଗୋପାଳପୁର ବେଳାଭୂମି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri