ସୁନକ ରୁହନ୍ତୁ ପ୍ରଧାନମନ୍ତ୍ରୀ ଚାହୁଁ ନାହାନ୍ତି ୭୦ ପ୍ରତିଶତ ଜନସାଧାରଣ…

ଲଣ୍ଡନ,୧୪।୧୨ : ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଲୋକପ୍ରିୟତାରେ ଉଲ୍ଲେଖନୀୟ ହ୍ରାସ ଘଟିଛି। ୟୁଗଭଦ୍ୱାରା କରାଯାଇଥିବା ଏକ ସର୍ଭେରେ ଏହି ସୂଚନା ସାମ୍ନାକୁ ଆସିଛି। ତାଙ୍କ ସରକାର ଆଣିଥିବା ରୁୱାଣ୍ଡା ନୀତି ଯୋଗୁଁ ଏହା ଘଟିଛି। ସର୍ଭେ ଅନୁଯାୟୀ ୭୦ ପ୍ରତିଶତ ଲୋକ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଏବଂ ୨୧ ପ୍ରତିଶତ ଲୋକ ତାଙ୍କ ସମର୍ଥନରେ ଅଛନ୍ତି।

ସୁନକଙ୍କୁ ପସନ୍ଦ କରିବା ଦୃଷ୍ଟିରୁ ତାଙ୍କ ରେଟିଂ ବର୍ତ୍ତମାନ ମାଇନସ ୪୯ କୁ ଖସି ଆସିଛି, ଯାହା ନଭେମ୍ବର ତୁଳନାରେ ୧୦ପଏଣ୍ଟ କମ ଅଟେ। ଗତ ବର୍ଷ ଅକ୍ଟୋବରରେ ସୁନକ ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ଏପର୍ଯ୍ୟନ୍ତ ଏହା ତାଙ୍କର ସର୍ବନିମ୍ନ ସ୍କୋର ଅଟେ। ସର୍ବେକ୍ଷଣ ଅନୁଯାୟୀ, ଯେଉଁମାନେ ୨୦୧୯ ରେ ସୁନକଙ୍କ ଟୋରି ପାର୍ଟିକୁ ଭୋଟ ଦେଇଛନ୍ତି ସେମାନଙ୍କ ମଧ୍ୟରୁ ୫୬ ପ୍ରତିଶତ ପ୍ରଧାନମନ୍ତ୍ରୀଙ୍କ ବିଷୟରେ ନକାରାତ୍ମକ ମତ ରଖିଛନ୍ତି। ୪୦ ପ୍ରତିଶତ ଲୋକ ତାଙ୍କ ପ୍ରତି ସକାରାତ୍ମକ ମନୋଭାବ ପ୍ରଦର୍ଶନ କରିଛନ୍ତି।

ଟୋରି ସାଂସଦ ଫିଲିପ ଡେଭିସ କହିଛନ୍ତି ବେଆଇନ ଇମିଗ୍ରେଶନ ବନ୍ଦ କରିବାରେ ଟୋରି ପାର୍ଟି ସମ୍ପୂର୍ଣ୍ଣ ଏକଜୁଟ ହୋଇଛି। ଆମେ ବିଶ୍ୱାସ କରୁ ଏଭଳି ଲୋକଙ୍କୁ ରୁୱାଣ୍ଡା ପଠାଇବା ହେଉଛି ସଠିକ ସମାଧାନ। ସେ କହିଛନ୍ତି ଏହି ବିଲ ପ୍ରଭାବଶାଳୀ କି ଉନ୍ନତି ହୋଇପାରିବ ସେନେଇ ସମସ୍ତଙ୍କର ଭିନ୍ନ ମତ ଥାଇପାରେ, କିନ୍ତୁ ବେଆଇନ ଇମିଗ୍ରେଶନ ବନ୍ଦ କରିବାକୁ ଆମେ ସଂସଦରେ ସମ୍ପୂର୍ଣ୍ଣ ଭାବେ ଏକଜୁଟ ହୋଇଛୁ। ଏଥିପାଇଁ ଯାହା ଆବଶ୍ୟକ ତାହା ଆମେ କରିବୁ।।

ସୂଚନାଯୋଗ୍ୟ,ଦେଶରେ ବେଆଇନ ପ୍ରବାସକୁ ରୋକିବା ପାଇଁ ସୁନକ ଏହି ନୀତି ଆଣିଛନ୍ତି। ଏହାର ଉଦ୍ଦେଶ୍ୟ ପୂର୍ବ ଆଫ୍ରିକୀୟ ଦେଶ ରୁୱାଣ୍ଡାକୁ ବେଆଇନ ପ୍ରବାସୀମାନଙ୍କୁ ପଠାଇବା ପାଇଁ ଯୋଜନା କରାଯାଇଛି। ଆସନ୍ତା ବର୍ଷ ବ୍ରିଟେନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଏହା ପୂର୍ବରୁ ଏହା ସୁନକଙ୍କ ପ୍ରମୁଖ ପ୍ରାଥମିକତା ବୋଲି ବିବେଚନା କରାଯାଏ। ଏଥି ସହିତ ଦେଶର ବିରୋଧୀ ଲେବର ପାର୍ଟି କହିଛି ଏହା ବେଆଇନ ଇମିଗ୍ରେସନ ସମସ୍ୟାର ବ୍ୟବହାରିକ ସମାଧାନ ନୁହେଁ।

 


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ବନ୍ଦ ଘୋଷଣା କରି ଟ୍ରମ୍ପ କମାଉଛନ୍ତି ମୋଟା ଅଙ୍କର ଟଙ୍କା! ଜାଣିଲେ ଉଡିବ ହୋସ୍‌

ଓ଼୍ବାଶିଂଟନ,୨୪।୩: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଟ୍ରମ୍ପ ଇରାନକୁ 48 ଘଣ୍ଟାର ଅଲଟିମେଟମ ଦେଇଥିଲେ: ଶତ୍ରୁତା ବନ୍ଦ କର, ନଚେତ ଆମେରିକା ଇରାନର…

LPG ବୁକିଂ ନେଇ ଆସିଲା ନୂଆ ନିୟମ: ଗୋଟିଏ ମାସରେ କେତେ ଗ୍ୟାସ ସିଲିଣ୍ଡର ହୋଇପାରିବ ବୁକ୍‌, ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପ୍ରତ୍ୟେକ ଘରକୁ ନିରବଚ୍ଛିନ୍ନ ଗ୍ୟାସ ଯୋଗାଣ ସୁନିଶ୍ଚିତ କରିବା ପାଇଁ, ସରକାର କିଛି ନିୟମ ସ୍ଥାପନ କରିଛନ୍ତି। ପ୍ରତ୍ୟେକ…

ଯୁଦ୍ଧ ସଙ୍କଟକୁ ନେଇ ରାଜ୍ୟ ସଭାରେ ଏମିତି କ’ଣ କହିଲେ ପ୍ରଧାନମନ୍ତ୍ରୀ ମୋଦି, ସାରା ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୪।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରାଜ୍ୟ ସଭାରେ ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଏବଂ ଭାରତର ରଣନୀତିର ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି। ପଶ୍ଚିମ…

କଲେଜ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ, ଥାନାରେ ଏତଲା ଦେଲେ ହତ୍ୟା….

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର କଲେଜରେ ଯୁକ୍ତ ୨ ଦ୍ୱିତୀୟ ବର୍ଷ କଳା ବିଭାଗରେ ପଢୁଥିବା ଜଣେ ୧୭…

ରେଳ ଟିକେଟ୍ ରିଫଣ୍ଡ ନିୟମରେ ବଡ଼ ପରିବର୍ତ୍ତନ, 8 ଘଣ୍ଟାରୁ କମ୍ ସମୟ ପୂର୍ବରୁ ବାତିଲ୍ କଲେ…..

ନୂଆଦିଲ୍ଲୀ,୨୪।୩: ଟିକେଟ କଳାବଜାର ରୋକିବା ପାଇଁ, ରେଳବାଇ ଏହାର ରିଫଣ୍ଡ ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି। ଏବେ, ଯାତ୍ରୀମାନେ ଟିକେଟ୍ ବାତିଲ କରିବା ପରେ ଆଉ ସମ୍ପୂର୍ଣ୍ଣ…

ଯୁଦ୍ଧରେ ବଢି ଚାଲିଥିବା କ୍ଷତିକୁ ନେଇ ଚିନ୍ତାରେ ପଡ଼ିଗଲେଣି ଟ୍ରମ୍ପ, ଅନ୍ୟ ଉପରେ ଦୋଷ ଲଦି ଏହି ଦେଶକୁ ମନାଇବାକୁ କରୁଛନ୍ତି ପ୍ରୟାସ

ଓ୍ବାଶିଂଟନ,୨୪।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଅସ୍ବୀକାର ଅବସ୍ଥାରେ ବା ଡିନାୟଲ ମୋଡ୍‌ରେ ପ୍ରବେଶ କରିଛନ୍ତି। ସେ ନିଜ ଭୁଲର ଦୋଷ ଅନ୍ୟମାନଙ୍କ ଉପରେ ଲଦିବା…

ବଡ଼ ଖବର! RCBକୁ ଆଉ ଏକ ଝଟକା, IPL ୨୦୨୬ରୁ ବାଦ୍ ପଡିଲେ ଏହି ଖେଳାଳି

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୯ତମ ସିଜିନ୍ ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି । ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ, ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମକୁ…

ଯୁଦ୍ଧ ଶେଷ କରିବାକୁ ରାଜି ହେଲେ ଇରାନର ସର୍ବୋଚ୍ଚ ନେତା! କହିଦେଲେ ଏମିତି…ସାରା ବିଶ୍ୱରେ ଚହଳ

ଓ୍ବାଶିଂଟନ୍‌,୨୪।୩: ଆଜି ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧର ୨୫ତମ ଦିନ। ଉଭୟ ପକ୍ଷ ଦ୍ରୁତ ଆକ୍ରମଣ ଜାରି ରଖିଥିବାବେଳେ ଯୁଦ୍ଧ ଶେଷ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri