Posted inଜାତୀୟ

ଗୋଟିଏ ପରିବାରକୁ ଭାଙ୍ଗି ନ ଦେବା ପାଇଁ ହାଇକୋର୍ଟଙ୍କ ଏମିତି ନିର୍ଦ୍ଦେଶ

ଗ୍ବାଲିଅର୍‌,୨୭।୨: ଗୋଟିଏ ପରିବାର ଭାଙ୍ଗି ନ ଯିବା ପାଇଁ ଗ୍ବାଲିଅର୍‌ ହାଇକୋର୍ଟ ଏକ ପ୍ରଶଂସନୀୟ ନିଷ୍ପତ୍ତି ଶୁଣାଇଛନ୍ତି। ଅଦାଲତର ଏକକ ବେଞ୍ଚ୍‌ ନିର୍ଦ୍ଦେଶରେ ଏବେ ଜଣେ ବ୍ୟକ୍ତିଙ୍କୁ ଏକ ମାସ ପାଇଁ ଶ୍ୱଶୂର ଘରେ ରହିବାକୁ ପଡ଼ିବ। ଶ୍ୱଶୁର ଘରେ ରହି ଖିରି-ପୁରୀ ଭଳି ସ୍ବାଦିଷ୍ଟ ଖାଦ୍ୟ ଖାଇବାର ମଜା ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ,ଗ୍ବାଲିଅର୍‌ ସେବା ନଗରର ଜଣେ ମହିଳା ତାଙ୍କ ଦୁଇ ବର୍ଷର ପୁଅକୁ ଫେରାଇ ଆଣିବା ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ। ତାଙ୍କ ଅଭିଯୋଗ ମୁତାବକ, ସ୍ବାମୀ ବହୁତ ହଇରାଣ କରିବାରୁ ତାଙ୍କୁ ଶାଶୁଘର ଘର ଛାଡିବାକୁ ପଡିଥିଲା। ତାଙ୍କର ଦୁଇ ବର୍ଷର ପୁଅ ଏବେ ସ୍ବାମୀ, ଶାଶୁ ଏବଂ ଦିଅରଙ୍କ ପାଖରେ ଅଛନ୍ତି। ତେଣୁ ତାଙ୍କ ପୁଅକୁ ମା’ଙ୍କ ପାଖରେ ରହିବାକୁ ଅନୁମତି ଦିଆଯାଉ ବୋଲି ଆବେଦନରେ ଦର୍ଶାଇଛନ୍ତି।
ଏହି ମାମଲାର ଶୁଣାଣି ପାଇଁ କୋର୍ଟ ସମ୍ପୃକ୍ତ ମହିଳାଙ୍କ ସ୍ବାମୀ ଏବଂ ପୁଅଙ୍କୁ ଡକାଇଥିଲେ। ଶୁଣାଣି ସମୟରେ ଆବେଦନକାରୀଙ୍କ ମାତାପିତା ମଧ୍ୟ ଉପସ୍ଥିତ ଥିଲେ। କୋର୍ଟରେ ଆବେଦନକାରୀ ତାଙ୍କ ପିଲାକୁ କୋଳରେ ନେବାକୁ ହାତ ବଢାଇଲେ କିନ୍ତୁ ପିଲାଟି ମା’ଙ୍କ ନିକଟକୁ ଯିବାକୁ ମନା କରିଦେଲେ। ସ୍ତ୍ରୀଙ୍କ ଅଭିଯୋଗର ଜବାବରେ ସ୍ବାମୀ କହିଛନ୍ତି,ଏକ ବର୍ଷ ପୂର୍ବେ ସେ ଝଗଡା କରି ଘରୁ ପଳାଇ ଯାଇଥିଲେ। ପିଲାକୁମଧ୍ୟ ଛାଡିଦେଇଥିଲେ। ମୁଁ ଏକ ବର୍ଷ ହେବ ପୁଅର ଯତ୍ନ ନେଉଛି। ମୁଁ ମଧ୍ୟ ମୋ ସ୍ତ୍ରୀଙ୍କୁ ସାଙ୍ଗରେ ନେବାକୁ ପ୍ରସ୍ତୁତ ଏବଂ ତା’ର ଯତ୍ନ ନେବି। କିନ୍ତୁ ସ୍ତ୍ରୀ ତାଙ୍କ ସହ ଯିବାକୁ ମନା କରିଦେଇଛନ୍ତି। ଯଦି ସେ ଶାଶୁ ଘରକୁ ଯାଆନ୍ତି ତେବେ ତାଙ୍କୁ ମାଡ ଦିଆଯିବ ବୋଲି ସେ ଆଶଙ୍କା କରୁଛନ୍ତି। କୋର୍ଟ ପରିବାରକୁ ଏକାଠି କରିବା ପାଇଁ ସ୍ବାମୀଙ୍କୁ ଏକ ମାସ ପାଇଁ ଶ୍ୱଶୁର ଘରେ ସ୍ତ୍ରୀଙ୍କ ସହ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟରେ ଜ୍ୱାଇଁଙ୍କୁ ସ୍ବାଦିଷ୍ଟ ଭୋଜନ ଖୁଆଇବାକୁ ମଧ୍ୟ ଶାଶୁ-ଶ୍ୱଶୁରଙ୍କୁ କୁହାଯାଇଛି।
ମାର୍ଚ୍ଚ ୨୩ରେ ପୁନର୍ବାର ଏହି ପିଟିସନର ଶୁଣାଣି ହେବ। ସ୍ବାମୀ-ସ୍ତ୍ରୀଙ୍କୁ ସେମାନଙ୍କର ଅନୁଭୂତି କୋର୍ଟରେ କହିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଯୁଦ୍ଧବିରତି ଭିତରେ ଭାରତର ବଡ଼ ବିଜୟ! ୭ବର୍ଷ ପରେ ଚାଇନାକୁ ଦେଲା ଝଟ୍‌କା

ନୂଆଦିଲ୍ଲୀ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ, ବୁଧବାର (୮ ଏପ୍ରିଲ, ୨୦୨୬) ଦିନ ଅଶୋଧିତ ତୈଳ ଭବିଷ୍ୟତରେ ତୀବ୍ର…

ବିବାଦୀୟ ମନ୍ତବ୍ୟ ଦେବା ପରେ କ୍ଷମା ମାଗିଲେ ଖାର୍ଗେ, ଭାବନାକୁ ଆଘାତ ଦେବା…

ନୂଆଦିଲ୍ଲୀ,୮।୪: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଗୁଜରାଟର ଲୋକଙ୍କ ସମ୍ପର୍କରେ ଦେଇଥିବା ବୟାନ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି ଯେ ସେ ସବୁବେଳେ ଗୁଜରାଟର…

ଆମେରିକା-ଇରାନ ଯୁଦ୍ଧବିରତିରେ ଭାରତର ପ୍ରଥମ ପ୍ରତିକ୍ରିୟା: ଆମେ ଏହାକୁ ସ୍ୱାଗତ କରୁଛୁ, ଆମେ ଆରମ୍ଭରୁ…

ନୂଆଦିଲ୍ଲୀ,୮।୪:ଆମେରିକା-ଇରାନ ବିବାଦରେ ଘୋଷଣା ହୋଇଥିବା ଯୁଦ୍ଧବିରତି ଉପରେ ଭାରତ ସରକାର ପ୍ରଥମ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବୁଧବାରବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ଯୁଦ୍ଧବିରତିକୁ ସ୍ୱାଗତ କରି ଏକ…

ଆମେରିକା-ଇରାନ ଯୁଦ୍ଧବିରତି ପରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଏମାନେ ପ୍ରଥମେ ପାଇବେ…

ନୂଆଦିଲ୍ଲୀ,୮।୪: ଆମେରିକା-ଇରାନ ଯୁଦ୍ଧବିରତି ପରେ ତୁରନ୍ତ କେନ୍ଦ୍ର ସରକାର LPG ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦେଶବ୍ୟାପୀ LPG ଅଭାବକୁ ଦୃଷ୍ଟିରେ ରଖି, ସରକାର ଗ୍ୟାସ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ପାକିସ୍ତାନର ପ୍ରଶଂସାରେ ଶତମୁଖ ମେହବୁବା ମୁଫତି: କହୁ କହୁ କହିଦେଲେ…

ଶ୍ରୀନଗର,୮।୪: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଉପରେ ଖୁସି ପ୍ରକାଶ କରିଛନ୍ତି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri