ଭାସ୍କେଲ ଡ୍ୟାମ୍‌, ପୋଡ଼ାଗଡ଼ ପୀଠର ଉନ୍ନତି ନେଇ ସ୍ଥିତି ଅନୁଧ୍ୟାନ

ଉମରକୋଟ, ୨୫।୩(ଡି.ଏନ୍‌.ଏ.): ଧୋଡ୍ରାସ୍ଥିତ ଘାଟ ଘୋଷାଣୀ ମନ୍ଦିର, ଭାସ୍କେଲ ଡ୍ୟାମ୍‌ ଓ ଐତିହାସିକ ପୋଡ଼ାଗଡ଼ ପୀଠର ସୌନ୍ଦର୍ଯ୍ୟକରଣ କିପରି କରାଯାଇପାରିବ ତାହାର ତର୍ଜମା ନେଇ ଜିଲାସ୍ତରୀୟ ପ୍ରଶାସନିକ ଟିମ୍‌ ଗ୍ରାଉଣ୍ଡ ଜିରୋରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଜିଲାପାଳ କମଳଲୋଚନ ମିଶ୍ରଙ୍କ ସହ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ଲୋକ ପ୍ରତିନିଧି ଏହି ସମୟରେ ଉପସ୍ଥିତ ଥିଲେ। ଉମରକୋଟ ଗସ୍ତରେ କିଛିଦିନ ପୂର୍ବରୁ ୫-ଟି ସଚିବ ଭି .କେ. ପାଣ୍ଡିଆନ ଆସି ଅଞ୍ଚଳର ବିକାଶ ଉପରେ ଗୁରୁତ୍ୱ ଦେବାକୁ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ତାହାକୁ କାର୍ଯ୍ୟକାରୀ କରିବାକୁ ଜିଲା ପ୍ରଶାସନର ତତ୍ପରତା ଦେଖିବାକୁ ମିଳିଛି।
ଜିଲାସ୍ତରୀୟ ଟିମ୍‌ ପ୍ରଥମେ ଘାଟ ଘୋଷାଣୀ ମନ୍ଦିରକୁ ଯାଇଥିଲେ। ମନ୍ଦିରକୁ ଯିବା ଆସିବା ପାଇଁ ପକ୍କାରାସ୍ତା, ମନ୍ଦିର ପାର୍ଶ୍ୱର ଗାର୍ଡୱାଲ, ମନ୍ଦିର ମୁଖଶାଳା, ଶିଶୁ ଉଦ୍ୟାନ, ଲୋକଙ୍କ ଭୋଜିଭାତ ପାଇଁ ଏକ ଘର, ଆଲୋକୀକରଣ ପାଇଁ ଟମ୍‌କୁ ମନ୍ଦିର କମିଟି ପ୍ରସ୍ତାବ ଦେଇଥିଲେ। ଏହାକୁ ଅଗ୍ରାଧିକାର ଦେଇ ଖୁବ୍‌ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ପ୍ରସ୍ତାବକୁ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ଆକଳନକରି ରିପୋର୍ଟ ଦେବାକୁ ଝରିଗାଁ ତହସିଲଦାର ମଧୁସୂଦନ ମାଝି, ଝରିଗାଁ ବିଡିଓ ସତ୍ୟନାରାୟଣ ମେହେର ଓ ଅନ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ମିଳିଛି। ଐତିହାସିକ ପୋଡ଼ାଗଡ଼ ସେବାୟତ ଚାରିଟେବୁଲ ଟ୍ରଷ୍ଟର ସଭାପତି ଉଦ୍ଧବ ଚରଣ ନାୟକ, ସମ୍ପାଦକ ପୁରୁଷୋତ୍ତମ ଭତ୍ରା, ଉପସଭାପତି ଜଗଦୀଶ ନାୟକ, ସହ ସମ୍ପାଦକ ତୁଳସୀରାମ ଭତ୍ରାଙ୍କ ସହ ଜିଲାସ୍ତରୀୟ ଟିମ୍‌ ଆଲୋଚନା କରିଥିଲା। ପ୍ରାଥମିକ ସ୍ତରରେ ଭୈରବ ମନ୍ଦିର, ଚାଉଁରୀୟା ମନ୍ଦିର, ଗାଦିମା ମନ୍ଦିର , ଝାଜଲଦେଇ ମନ୍ଦିର ପୁନରୁଦ୍ଧାର, ଉପର ଗଡ଼ ପାହାଡ଼ ଉପରକୁ ଯିବାକୁ ଶିଡ଼ି, ପକ୍କାରାସ୍ତା, ଆଲୋକୀକରଣ, ପାନୀୟ ଜଳ, ଭୋଜି ପାଇଁ ଆସୁଥିବା ଲୋକଙ୍କ ନିମନ୍ତେ ଏକ ଘର, ଶୌଚାଳୟ, ଗାଡ଼ି ପାର୍କିଂ ବ୍ୟବସ୍ଥା କରିବାକୁ ଭୁବନେଶ୍ୱରସ୍ଥିତ ଆର୍କିଟେକଙ୍କ ସହ ଆଲୋଚନା କରାଯିବ। କେତେ ଟଙ୍କା ଆବଶ୍ୟକ ତା’ର ଆକଳନ କରି ଶୀଘ୍ର ଜିଲାସ୍ତରକୁ ହସ୍ତାନ୍ତର ପାଇଁ ବିଭିନ୍ନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲାପାଳ।
ଭସ୍କେଲ ଡ୍ୟାମ୍‌ ପରିଦର୍ଶନରେ ଯାଇ ଲୋକଙ୍କ ମତ ନେଇ ଶିଶୁ ଉଦ୍ୟାନ, ପାଖ ପାହାଡ଼, ନିକଟସ୍ଥ ଶିବମନ୍ଦିର ସୌନ୍ଦର୍ଯ୍ୟକରଣ, ଡ୍ୟାମ୍‌ରେ ପର୍ଯ୍ୟଟକଙ୍କ ପାଇଁ ବୋଟିଂ ବ୍ୟବସ୍ଥା, ଆଇ ଲଭ୍‌ ଭାସ୍କେଲ ଷ୍ଟାଣ୍ଡ ଲଗାଯିବା ନେଇ ଲୋକେ ଜିଲାପାଳଙ୍କୁ କହିଥିଲେ। ଏହିସବୁର ରକ୍ଷଣାବେକ୍ଷଣ ନେଇ ଲୋକଙ୍କ ସହ ଆଲୋଚନା କରାଯାଇଛି।
ଜିଲାସ୍ତରୀୟ ଟିମ୍‌ରେ ବ୍ଲକ ଅଧ୍ୟକ୍ଷା ସୁଶୀଳା ମାଝି, ଉପାଧ୍ୟକ୍ଷ ଶ୍ୟାମଲାଲ ସରକାର, ଉଠାଜଳସେଚନ ଉପଦେଷ୍ଟା ପ୍ରମୋଦ ପାଢ଼ୀ, ପୌର ଉପାଧ୍ୟକ୍ଷ ସୁଧାଂଶୁ ଦାସ, ଜିଲା ପରିଷଦ-୧ ସଭ୍ୟ ଚନ୍ଦନ ରାୟ, ଡିଆର୍‌ଡିଏ ପିଡି ଅନ୍ୟା ଦାସ , ପୂର୍ତ୍ତ ବିଭାଗ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ପ୍ରଫୁଲ୍ଲ ମିଶ୍ର, ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଅନ୍ତୁନି କିଷାନ, ଉମରକୋଟ ବିଡିଓ ହିମାଞ୍ଚଳ ମାଝି, ଏଇଇ ସଙ୍କେତ ନାୟକ, ଏଇ ଅଶ୍ୱିନୀ ପଟ୍ଟନାୟକ, କନିଷ୍ଟ ଯନ୍ତ୍ରୀ ଦଶରଥ ଖେମଡୁ, ରୁଦ୍ର ପାତ୍ର, ଉମରକୋଟ ତହସିଲଦାର ତୁଳା ମୁଦୁଲି, ଆର୍‌ଆଇ ଶିବାନନ୍ଦ ରାଉତ, ରେଞ୍ଜର ଅସିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri