ଅବହେଳିତ ଅବସ୍ଥାରେ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି

ଖୋର୍ଦ୍ଧା ଅଫିସ,୧୪ା୧୧: ଭାରତୀୟ ମୁକ୍ତି ସଂଗ୍ରାମର କଥା ଉଠିଲେ, ପ୍ରଥମ ସ୍ବାଧୀନତା ଆନ୍ଦୋଳନର ପାଇକ ବିଦ୍ରୋହ ଓ ପାଇକ ବୀରଙ୍କ କଥା ମନେପଡ଼େ। ପାଇକ ବିଦ୍ରୋହର ଅନ୍ୟତମ କର୍ଣ୍ଣଧାର ବକ୍ସି ଜଗବନ୍ଧୁଙ୍କ ନେତୃ୍‌ତ୍ୱରେ ୧୮୧୭ରେ ଖୋର୍ଦ୍ଧା ମାଟିରୁ ଦିନେ ଇଂରେଜମାନଙ୍କ ବିରୋଧରେ ବିଦ୍ରୋହ ତେଜିଥିଲା। ଶେଷରେ ଭାରତୀୟଙ୍କ ପରାକ୍ରମ ଆଗରେ ଇଂରେଜଙ୍କୁ ହାର୍‌ ମାନିବାକୁ ପଡ଼ିଥିଲା। ବକ୍ସି ଜଗବନ୍ଧୁଙ୍କ ପାଇଁ ଏ ମାଟି ଗୌରବାନ୍ବିତ ହୋଇଛି। ତାଙ୍କ ବଳିଦାନ ଯୋଗୁ ଏ ମାଟି ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ତେବେ ସେହି ମହାନ ବୀରଙ୍କୁ ଯଥୋଚିତ ସମ୍ମାନ ମିଳୁନାହିଁ। ଏପରିକି ତାଙ୍କ ପ୍ରତିମୂର୍ତ୍ତି ଅବହେଳିତ ଅବସ୍ଥାରେ ରହି ଧୂଳିଧୂସରିତ ହୋଇ ପଡ଼ିଛି। ମାତ୍ର ଏଥିପ୍ରତି ପ୍ରଶାସନର ନଜର ନାହିଁ।
ଜାତୀୟ ରାଜପଥ ପାର୍ଶ୍ୱ ଇସ୍କନ ମନ୍ଦିର ନିକଟରେ ରହିଛି ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି। ଏହି ପ୍ରତିମୂର୍ତ୍ତି ଚାରିପଟେ ଅନାବନା ଗଛଲତା ମାଡ଼ିଗଲାଣି। ରାଜପଥ ସମ୍ପ୍ରସାରଣ କାରଣରୁ ପ୍ରତିମୂର୍ତ୍ତିରେ ବହଳେ ଧୂଳିର ଆସ୍ତରଣ ବସିଲାଣି। ମାତ୍ର ଏଥିପ୍ରତି ପ୍ରଶାସନର ନଜର ପଡୁନାହିଁ। ଏ କ୍ଷେତ୍ରରେ ରାଜନୈତିକ ଇଚ୍ଛଶକ୍ତିର ମଧ୍ୟ ଅଭାବ ଦେଖାଦେଇଛି। ପୂଜ୍ୟପୂଜା ପ୍ରତି କିଭଳି ଅବହେଳା କରାଯାଉଛି, ଏହା ହେଉଛି ତାହାର ଏକ ଉଦାହରଣ। ୨୦୦୯ ଜାନୁୟାରୀ ୨୪ରେ ବରୁଣେଇ ଓ ଗଡ଼ଖୋର୍ଦ୍ଧା ବିକାଶ ପରିଷଦ ଆନୁକୂଲ୍ୟରେ ଏହି ପ୍ରତିମୂର୍ତ୍ତି ରାଜପଥ ପାର୍ଶ୍ୱରେ ସ୍ଥାପନି କରାଯାଇଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଥିଲେ। ସେତେବେଳେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ତତ୍କାଳୀନ ବ୍ରହ୍ମଗିରି ବିଧାୟକ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ଭୁବନେଶ୍ୱର କର୍ପୋରେଟର ପ୍ରତାପ ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଡ. ଦିଲୀପ ଶ୍ରୀଚନ୍ଦନ ସଭାପତି ଏବଂ ରାଜକିଶୋର ରାମ ଏହି ପରିଷଦର ଉପଦେଷ୍ଟା ରହିଥିଲେ। କିଛିବର୍ଷ ଧରି ଏହି ପ୍ରତିମୂର୍ତ୍ତି ଭଲ ଅବସ୍ଥାରେ ଥିଲା। ସେଠାରେ ବକ୍ସି ଜଗବନ୍ଧୁଙ୍କ ଜୟନ୍ତୀ ଓ ଶ୍ରାଦ୍ଧ ଦିବସ ପ୍ରଭୃତି ପାଳନ ଅବସରରେ ମାଲ୍ୟାର୍ପଣ କରାଯାଉଥିଲା। ଏବେ ବି ତାଙ୍କ ଜୟନ୍ତୀ ଓ ଶ୍ରାଦ୍ଧ ଦିବସ ଆସିଲେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଉଛି। ମାତ୍ର ଏହାପରେ ସମସ୍ତେ ତାଙ୍କୁ ଭୁଲିଯାଉଛନ୍ତି। ଏଭଳି ଭାବେ ପୂଜ୍ୟପୂଜାକୁ ସମ୍ମାନ ଦିଆଯାଉଛି। ପାଇକ ବିଦ୍ରୋହରେ ବକ୍ସିଙ୍କ ନେତୃତ୍ୱକୁ ନେଇ କୁମ୍ଭୀର କାନ୍ଦଣା କରୁଥିବା କେତେକ ସଙ୍ଗଠନ ଏହି ଅବହେଳିତ ପ୍ରତିମୂର୍ତ୍ତି ସଫା କରିବାକୁ କେବେ ଆସି ନ ଥିବା ସ୍ଥାନୀୟ ଲୋକେ ଗଣମାଧ୍ୟମ ଆଗରେ କହିଛନ୍ତି।
ତେବେ କେବଳ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି ନୁହେଁ, ଗଡ଼ଖୋର୍ଦ୍ଧା ଛକରେ ଥିବା ପଞ୍ଚପାଇକଙ୍କ ପ୍ରତିମୂର୍ତ୍ତିର ସମାନ ଅବସ୍ଥା। ରାଜପଥରୁ ଗଡ଼ଖୋର୍ଦ୍ଧା ମୌଜାରେ ଜିଲା ପ୍ରଶାସନ ପକ୍ଷରୁ ଚିହ୍ନଟ ସ୍ଥାନକୁ ପ୍ରତିମୂର୍ତ୍ତି ସ୍ଥାନାନ୍ତର ଲାଗି ବାରମ୍ବାର ବୈଠକ, ଆଲୋଚନା ସତ୍ତ୍ୱେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଗଲା ନାହିଁ। ଏହି ପଞ୍ଚ ପାଇକଙ୍କ ମୂର୍ତ୍ତି ଚାରିପଟେ ଅନାବନା ଗଛଲତା ମାଡିଗଲାଣି। ପ୍ରତିମୂର୍ତ୍ତି ପଛପଟେ ଗଛ ଉଠିଲାଣି। ମୂର୍ତ୍ତିରେ ଫାଟ ସୃଷ୍ଟି ହେଲାଣି। ସଞ୍ଜ ନଇଁଲେ ଏଠାରେ ଅସମାଜିକଙ୍କ ଆଡ୍ଡା ଜମୁଛି। ଯାନବାହନ ଯିବାବେଳେ ଧୂଳି ଉଡ଼ି ଏହି ପ୍ରତିମୂର୍ତ୍ତି ଉପରେ ପଡ଼ି ଆସ୍ତରଣ ଜମିଗଲାଣି। ଯାହାଙ୍କ ପାଇଁ ଓଡ଼ିଶା ଆଜି ବିଶ୍ୱ ଦରବାରରେ ଗର୍ବିତ, ଯେଉଁମାନେ ଓଡ଼ିଆ ଜାତିର ଅସ୍ମିତା ସେମାନଙ୍କ ପ୍ରତିମୂର୍ତ୍ତିକୁ ଅବହେଳା ପୂଜ୍ୟପୂଜାର ଅପମାନ ସଦୃଶ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ପ୍ରସ୍ତାବିତ ସ୍ଥାନକୁ ଏହି ପ୍ରତିମୂର୍ତ୍ତିକୁ କେବେ ସ୍ଥାନାନ୍ତର କରାଯିବ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜିଲା ପ୍ରଶାସନର ଆନ୍ତରିକତା ଏବଂ ରାଜନୈତିକ ଇଚ୍ଛାଶକ୍ତିର ଅଭାବ କାରଣରୁ ପ୍ରତିମୂର୍ତ୍ତି ସ୍ଥାନାନ୍ତର ହୋଇପାରୁନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଅନ୍ୟପକ୍ଷେ ଏ ନେଇ ଅତିରିକ୍ତ ଜିଲାପାଳ ମନୋଜ ପାଢୀ କହିଛନ୍ତି, ପ୍ରତିମୂର୍ତ୍ତି ସ୍ଥାନାନ୍ତର ଲାଗି ଜମି ଚିହ୍ନଟ ସରିଛି। ଏଥିପ୍ରତି ଗୁରୁତ୍ୱ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri