ବୟାନ ରେକର୍ଡ, ଟ୍ରେନ୍‌ ତଥ୍ୟ ମାଗିଲା ଜିଆର୍‌ପି

ଭୁବନେଶ୍ୱର,୧୧।୭(ବ୍ୟୁରୋ): ଯୁବ ସାମାଜିକ କର୍ମୀ ଆଦିତ୍ୟ ଦାସ ମୃତ୍ୟୁ ଘଟଣା ଏବେବି ରହସ୍ୟ ହୋଇ ରହିଛି। ଭୁବନେଶ୍ୱର ଜିଆର୍‌ପି ଥାନା ପୋଲିସ ମାମଲାର ତଦନ୍ତ ଚଳାଇଥିଲେ ମଧ୍ୟ କିଛି ବି ନୂଆ ସୁରାକ ପାଇପାରିନି। ଆଦିତ୍ୟଙ୍କ ପିପୁଲ ଫର୍‌ ସେବାର ସଦସ୍ୟ ଓ ତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରୁଛି। ଶୁକ୍ରବାର ସମସ୍ତଙ୍କ ବୟାନ ଆଧାରରେ ପୋଲିସ ସଂଗଠନର ଫଣ୍ଡ୍‌ ଓ ଆଦିତ୍ୟଙ୍କ ଆକାଉଣ୍ଟରେ ଥିବା ଟଙ୍କାକୁ ଯାଞ୍ଚ କରୁଛି। ଏଥିସହ ଘଟଣା ଘଟିଥିବା ସୋମବାର ସନ୍ଧ୍ୟାରେ ଲିଙ୍ଗରାଜ ଷ୍ଟେଶନ ଦେଇ ଯାଇଥିବା ସମସ୍ତ ଟ୍ରେନ୍‌ର ତାଲିକା ମାଗିଛି। ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ଥିବା ମୃତ୍ୟୁ ସମୟ ଆଧାରରେ ଧକ୍କାଦେଇଥିବା ଟ୍ରେନକୁ ଚିହ୍ନଟ କରାଯିବ। ଏହାପରେ ଉକ୍ତ ଟ୍ରେନ୍‌ରେ ଥିବା ଲୋକୋ ପାଇଲଟଙ୍କୁ ପୋଲିସ ପଚରାଉଚରା କରିବ। ଟ୍ରେନ୍‌ ଯିବା ସମୟରେ ଆଦିତ୍ୟ ଟ୍ରେନ୍‌ ଲାଇନରେ ଛିଡା ହୋଇଥିଲେ କି? କେହି ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କଲା ଭଳି ଜଣାପଡିଥିଲା କି? ଏଭଳି କେତେକ ପ୍ରଶ୍ନର ଉତ୍ତର ପାଇବାକୁ ଲକ୍ଷ୍ୟ ରଖିଛି ପୋଲିସ।
ଅନ୍ୟପକ୍ଷରେ ଆଦିତ୍ୟଙ୍କ ସାଙ୍ଗ ପପୁ ଓ ଆଦିତ୍ୟଙ୍କ ସ୍ତ୍ରୀ ଏବେ ପରସ୍ପରକୁ ଦୋଷ ଦେଉଛନ୍ତି। ଆଦିତ୍ୟଙ୍କ ସ୍ତ୍ରୀ କହିଛନ୍ତି ଯେ, ଆଦିତ୍ୟଙ୍କ ସଂଗଠନ ଦ୍ୱାରା ପରିଚାଳିତ ଆଶ୍ରମର ସମସ୍ତ ଦାୟିତ୍ୱ ପପୁ ଓ ବିକାଶଙ୍କୁ ଦିଆଯାଇଥିଲା। ହେଲେ ଦୁହେଁ ତାଙ୍କୁ ବାରମ୍ବାର ପଛରୁ ଧୋକା ଦେଉଥିବା ଭଳି କାମ କରୁଥିଲେ। ପୂର୍ବରୁ ପପୁ ଆଦିତ୍ୟଙ୍କଠାରୁ ନେଇଥିବା ୩୦ ହଜାର ଟଙ୍କା ଫେରାଇ ନ ଥିବାବେଳେ ଭଉଣୀ ବାହାଘର ପାଇଁ ପୁଣି ୭୦ ହଜାର ଟଙ୍କା ମାଗିଥିଲେ। ଆଦିତ୍ୟଙ୍କ ନିକଟରେ ଟଙ୍କା ନ ଥିବାରୁ ସେ ବାଧ୍ୟହୋଇ ଫଣ୍ଡ୍‌ରୁ ଉକ୍ତ ଟଙ୍କା ଦେଇଥିଲେ। ହେଲେ ବିଦ୍ୟାଶ୍ରୀ ଜରୁରୀ କାମ ପାଇଁ ଆଦିତ୍ୟଙ୍କୁ ୫୦ ହଜାର ଟଙ୍କା ମାଗିଥିଲେ ମଧ୍ୟ ସେ ଦେଇପାରି ନ ଥିଲେ। ଏହାକୁ ନେଇ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟ ସାମାନ୍ୟ ଯୁକ୍ତିତର୍କ ହୋଇଥିଲା। ହେଲେ ପପୁ ନେଇଥିବା ଟଙ୍କା କେଉଁଠୁ ଆଣି ସଂଗଠନ ଆକାଉଣ୍ଟ୍‌ରେ ଭରଣା କରିବେ ସେନେଇ ଆଦିତ୍ୟ ମାନସିକ ଚିନ୍ତାରେ ରହୁଥିଲେ ବୋଲି ସ୍ତ୍ରୀ ବିଦ୍ୟାଶ୍ରୀ କହିଛନ୍ତି।
ଅନ୍ୟପକ୍ଷରେ ପପୁ କହିଛନ୍ତି, ଆଦିତ୍ୟ ସବୁବେଳେ କହୁଥିଲେ ଏତେ ଶୀଘ୍ର ବାହାଦେବା ଠିକ୍‌ ନ ଥିଲା। ମୋତେ ଆଦିତ୍ୟ ଟଙ୍କା ଦେଇଥିବାରୁ ସ୍ତ୍ରୀ ବିଦ୍ୟାଶ୍ରୀ ତାଙ୍କସହ ସବୁବେଳେ ଝଗଡ଼ା କରୁଥିଲେ। ତେଣୁ ତାଙ୍କ ମୃତ୍ୟୁ ପଛରେ ପାରିବାରିକ ଝଗଡ଼ା ରହିଥାଇପାରେ। ଟଙ୍କା କଥାକୁ ନେଇ ମୋତେ ସନ୍ଦେହ କରିବା ଠିକ୍‌ ନୁହେଁ। ପୋଲିସ ତଦନ୍ତ କଲେ ହତ୍ୟାକାରୀ କିଏ ପଦାକୁ ଆସିବ ବୋଲି ପପୁ କହିଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାର ନ୍ୟାୟ ନିବେଦନ କରିଛି ୟୋର୍ସ ହୋପ୍‌ ଫାଉଣ୍ଡେଶନ ଟ୍ରଷ୍ଟ୍‌। ସଂଗଠନର ସଦସ୍ୟାସଦସ୍ୟମାନେ ଶୁକ୍ରବାର ସୂଚନା ଭବନ ସମ୍ମୁଖରେ ଆଦିତ୍ୟ ମୃତ୍ୟୁର ସିବିଆଇ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri