Posted inଖେଳ

ରାଜ୍ୟ ସ୍କୁଲ ଓପନ ଚେସ୍‌: ସାଇ ରଞ୍ଜନ ଚାମ୍ପିୟନ

ଭୁବନେଶ୍ୱର, ୧୪ା୮, (ବିଜୟ ରଣା): ଡିଏଭି ପବ୍ଲିକ ସ୍କୁଲ ୟୁନିଟ୍‌-୮ ଓ ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ (ଓଏସ୍‌ସିଏ)ର ମିଳିତ ଆନୁକୂଲ୍ୟରେ ରାଜ୍ୟ ସ୍କୁଲ ଓପନ ଚେସ୍‌ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯାଜପୁର ଟାଉନ୍‌ର ସାଇ ରଞ୍ଜନ ମିଶ୍ର ୫.୫ ପଏଣ୍ଟ ଅର୍ଜନ କରି ଚାମ୍ପିୟନ ହୋଇଛନ୍ତି। ୟୁନିଟ୍‌-୮ ଡିଏଭି ସ୍କୁଲର ଶଙ୍କର ଦାଶ (୫.୫) ରନରଅପ୍‌ ଏବଂ ଲୋୟୋଲା ସ୍କୁଲର ଆୟୁଷ ପରିଡ଼ା (୫.୦) ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ପ୍ରତିଯୋଗିତାରେ ଯଥାକ୍ରମେ ୩ୟ ରୁ ୧୦ମ ସ୍ଥାନ ମଧ୍ୟରେ ସ୍ଥାନ ପାଇଥିବା ଖେଳାଳିମାନେ ହେଲେ ତନୁଶ ସାହୁ, ଆୟାଂଶ ସାମଲ, ଆରିହାନ ମିଶ୍ର, ସାତ୍ତ୍ୱିକ ପଟ୍ଟନାୟକ, ସାଇ ପ୍ରସନ୍ନ ଜୟସିଂ, ଅଦିତି ମହାରଣା ଓ ଦୀପ୍ତରଞ୍ଜନ ସାହୁ। ଅନ୍ୟ ବୟସ ବର୍ଗ ପ୍ରତିଯୋଗିତା ଯଥା ୧୩ ବର୍ଷରୁ କମ୍‌ ବିଭାଗରେ ଅମନ ପଟ୍ଟନାୟକ ଓ ମିତ୍ରଭାନୁ ଖଟୁଆ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ୧୧ ବର୍ଷରୁ କମ୍‌ ବିଭାଗରେ ଅଂଶୁମାନ ବେହେରା ଓ ସାନିଧ୍ୟ ସାହୁ, ୯ ବର୍ଷରୁ କମ୍‌ ବିଭାଗରେ ସାର୍ଥକ ପରିକ୍ଷିତ ପାଲ ଓ ଆଦର୍ଶ ସାହୁ ଏବଂ ୭ ବର୍ଷରୁ କମ୍‌ ବିଭାଗରେ ସତ୍ୟ ନାରାୟଣ ସ୍ପାଇଁ ଓ ରିକ୍ଷିତ ରଞ୍ଜନ ସାହୁ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ହୋଇଥିଲେ। ପୁରସ୍କାର ବିତରଣ ଉତ୍ସବରେ ଅତିଥି ଭାବେ ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନର ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ, ୟୁନିଟ୍‌-୮ ଡିଏଭି ସ୍କୁଲର ପ୍ରତୀମା ମହାପାତ୍ର, ନୀଳମାଧବ ଶ୍ରୀଚନ୍ଦନ ଓ ଖୋଖୋନ ବାଉତି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବସରେ ଚାଲାଣ ହେଉଥିଲା ଦେଶୀ ମଦ: ରହସ୍ୟ ଖୋଲିଦେଲା ନାବାଳକଙ୍କ ବ୍ୟାଗ୍‌

ଉଦଳା,୨୧।୩(ସନ୍ତୋଷ କୁମାର ବାଛିନୀ): ଦାମିକା ବ୍ୟାଗ ଆଉ ବ୍ୟାଗ ଉପରେ ଚିହ୍ନିବା ପାଇଁ ଦିଆଯାଇଛି କୋର୍ଡ। ଆଉ ସେହି ବ୍ୟାଗ ଭିତରେ ରଖାଯାଇଛି ଦେଶୀ ମଦ। ତାହା…

୯୯.୯୩% ଭୋଟ ପାଇ ପୁଣି କିମ୍‌ ଜଙ୍ଗ୍‌ ବିଜୟୀ

ପୋଙ୍ଗୟାଙ୍ଗ୍‌ ,୨୧ା୩: ଉତ୍ତର କୋରିଆ ଶାସକ କିମ୍‌ ଜଙ୍ଗ୍‌ ଉନ୍‌ ଜାତୀୟ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ଏଠାକାର ୧୫ତମ ସୁପ୍ରିମ ପିପୁଲ୍ସ ଆସେମ୍ବ୍ଲି ପାଇଁ…

ସାଉଦି ଆରବରେ ଆଉ ଜଣେ ଭାରତୀୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୧ା୩: ସାଉଦି ଆରବର ରିୟାଧରେ ଗତ ବୁଧବାର ହୋଇଥିବା ଆକ୍ରମଣରେ ଜଣେ ଭାରତୀୟଙ୍କ ମୃତ୍ୟୁ ଘଟିଥିବା ସେଠାର ଭାରତୀୟ ଦୂତାବାସ ଶୁକ୍ରବାର ସ୍ପଷ୍ଟ କରିଛି। ଦୂତାବାସ ପକ୍ଷରୁ…

ମିତ୍ର ରାଷ୍ଟ୍ରମାନଙ୍କ ପାଇଁ ସୁରକ୍ଷିତ ଜାହାଜ ପରିବହନ କରିଡର ଆରମ୍ଭ କଲା ଇରାନ; ଏହି କରିଡର ଦେଇ ଗଲା ଭାରତୀୟ ଜାହାଜ

ତେହରାନ,୨୧।୩: ଯୁଦ୍ଧକାଳୀନ ଉତ୍ତେଜନା ବୃଦ୍ଧି ପାଇଥିବାବେଳେ, ଇରାନ ହର୍ମୁଜ ପ୍ରଣାଳୀ ଦେଇ ସହଯୋଗୀ ଜାହାଜଗୁଡ଼ିକର ସୁରକ୍ଷିତ ପଥକୁ ସହଜ କରିବା ପାଇଁ ଏକ ‘ନିରାପଦ କରିଡର’ ପ୍ରତିଷ୍ଠା…

ଶାରିରୀକ ସମ୍ପର୍କ ରଖିବାକୁ ମନାକଲେ ଯୁମନା: ପ୍ରେମିକ-ମା’ ମିଶି କଲେ ଏମିତି କାମ

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ):ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅଧୀନ ଲଛମନଖୁଣ୍ଟା ଅଞ୍ଚଳରେ ଗତ ୧୭ ତାରିଖରେ ଘଟିଥିବା ମହିଳାଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ୍‌ ହୋଇଛି। ଶାରୀରିକ ସମ୍ପର୍କ…

ହର୍ମୁଜ ଷ୍ଟ୍ରେଟରୁ ଭାରତ ଅଭିମୁଖେ ଆସିବାକୁ ଦୁଇଟି ଗ୍ୟାସ ଟ୍ୟାଙ୍କର୍‌ ପ୍ରସ୍ତୁତ, ଲଙ୍ଗର ନିକଟରେ କରିଛି ଅପେକ୍ଷା

ନୂଆଦିଲ୍ଲୀ,୨୧।୩: କିଛି ଦିନ ଅଟକିବା ପରେ ଦୁଇଟି ଭାରତୀୟ ପତାକାଯୁକ୍ତ LPG ଟ୍ୟାଙ୍କର୍‌ ହର୍ମୁଜ ପ୍ରଣାଳୀ ଦେଇ ଘରକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି। ଉଭୟ ଟ୍ୟାଙ୍କର୍‌ ବର୍ତ୍ତମାନ…

ଗିନିଜ ୱାଲର୍‌ଡ ରେକଡର୍‌ସରେ ଓଡ଼ିଶା ପଖାଳ: ୧,୧୭୭ କିଲୋଗ୍ରାମ ଓଜନର…

ଭୁବନେଶ୍ୱର,୨୧ା୩(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ପର୍ଯ୍ୟଟନ ବିଭାଗ ଏକ ଐତିହାସିକ ବିଶ୍ୱସ୍ତରୀୟ ସଫଳତା ହାସଲ କରିଛି। ୧,୧୭୭ କିଲୋଗ୍ରାମ ଓଜନର ପଖାଳ ପ୍ରସ୍ତୁତ କରିବା ସହ ଏକ ବିଶାଳ ପାତ୍ରରେ…

ବନ୍ଦ ହେବ ଯୁଦ୍ଧ! ‘ସାମରିକ ଅଭିଯାନକୁ ହ୍ରାସ କରିବ ଆମେରିକା’ – ମଧ୍ୟପ୍ରାଚ୍ୟରେ ଜାରି ଉତ୍ତେଜନା ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଦାବି

ଓ୍ବାଶିଂଟନ,୨୧।୩: ଶନିବାର ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ୨୨ ତମ ଦିନ। ସଂଘର୍ଷ ଚତୁର୍ଥ ସପ୍ତାହରେ ପ୍ରବେଶ କରିବା ସତ୍ତ୍ୱେ, ପରିସ୍ଥିତି ଅସ୍ଥିର ରହିଛି। ଉଭୟ ପକ୍ଷ ଡ୍ରୋନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri