Categories: ବାଣିଜ୍ୟ

ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମହଙ୍ଗା ଭତ୍ତା୧୭୩.୮%

ଭୁବନେଶ୍ୱର:  ଦେଶର ଶିଳ୍ପ ଶ୍ରମିକଙ୍କ ପାଇଁ ସର୍ବଭାରତୀୟ ଖାଉଟି ମୂଲ୍ୟସୂଚୀ ପ୍ରକାଶ ପାଇଛି। ୨୦୨୧ ଏପ୍ରିଲ ରେ ଏହା ୧୨୦.୧ ପଏଣ୍ଟ ରହିଥିଲା, ଯାହା ୨୦୨୧ ମେ’ରେ ୦.୫ ପଏଣ୍ଟ ବଢ଼ି ୧୨୦.୬ ପଏଣ୍ଟରେ ପହଞ୍ଚତ୍ଛି।
ତାଳଚେର ଓ ଅନୁଗୋଳରେ ମଧ୍ୟ ଏହା ୧୨୭.୩ ପଏଣ୍ଟରେ ରହିଥିବା ବେଳେ ମେ’ରେ ଏହା ୧.୪ ପଏଣ୍ଟ ବୃଦ୍ଧି ଘଟି ୧୨୮.୭ ପଏଣ୍ଟ ହୋଇଛି। କଟକରେ ଏହା ୧୨୭ ପଏଣ୍ଟରେ ଥିଲା ବେଳେ ବର୍ତ୍ତମାନ ଏହା ୦.୫ ପଏଣ୍ଟ ବଢି ମେ’ରେ ୧୨୭.୫ ପଏଣ୍ଟରେ ରହିଛି। ଅନ୍ୟପକ୍ଷରେ କେନ୍ଦୁଝରରେ ମଧ୍ୟ ଏହା ୧୨୫.୫ ପଏଣ୍ଟରେ ରହିଥିଲା। ମେ’ରେ ଏହା ୧.୩ ପଏଣ୍ଟ ବଢି ୧୨୬.୮ ପଏଣ୍ଟକୁ ଛୁଇଁଛି। ରାଷ୍ଟ୍ରାୟତ୍ତ ଉଦ୍ୟୋଗର କର୍ମଚାରୀମାନେ ବର୍ତ୍ତମାନ ୧୭୦.୫୩% ଭତ୍ତା ପାଉଛନ୍ତି। ବର୍ତ୍ତମାନ ସମୟରେ ଏହା ୩.୨୭% ବୃଦ୍ଧି ପାଇ ୧୭୩.୮% ରେ ରହିଥିବା ସୂଚନା ମିଳିଛି। ଏହା ଜୁଲାଇ ପହିଲାରୁ ସେମାନଙ୍କୁ ଦିଆଯିବ । ସରକାରୀ କର୍ମଚାରୀମାନେ ବର୍ତ୍ତମାନ ୧୭% ଭତ୍ତା ପାଉଛନ୍ତି। ଏବେ ଏହା ୧୪% ବୃଦ୍ଧି ପାଇଛି। ଏହି ବୃଦ୍ଧି ରାଶି ସେମାନଙ୍କୁ ୨୦୨୦ ଜାନୁୟାରୀରେ ଯଥାକ୍ରମେ ୪%, ୨୦୨୦ ଜୁଲାଇରୁ ୩% ଏବଂ ୨୦୨୧ ଜାନୁୟାରୀରେ ୪% ଏବଂ ଅବଶିଷ୍ଟ ୩% ଜୁଲାଇ ୨୦୨୧ରେ ମିଳିବ । ସେହିପରି ବ୍ୟାଙ୍କ ଓ ବୀମା କର୍ମଚାରୀମାନେ ସେମାନଙ୍କର ବର୍ଦ୍ଧିତ ଭତ୍ତା ଅଗଷ୍ଟ ପହିଲାରୁ ପାଇବେ ବୋଲି କୁହାଯାଇଛି।

Share