ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମହଙ୍ଗା ଭତ୍ତା ୧୭୧.୪%

ଭୁବନେଶ୍ୱର: ଦେଶର ଶିଳ୍ପ ଶ୍ରମିକଙ୍କ ଲାଗି ଉଦ୍ଦିଷ୍ଟ ହାରାହାରି ଖାଉଟି ମୂଲ୍ୟସୂଚୀ ସେପ୍ଟେମ୍ବରରେ ୧୧୮.୧ ପଏଣ୍ଟ ଥିଲା। ଏହା ଅକ୍ଟୋବରରେ ୧୧୯.୫ ପଏଣ୍ଟକୁ ବଢିଛି। ତାଳଚେର, ଅନୁଗୋଳରେ ଏହା ୧୨୭.୪ ଥିବାବେଳେ ଅକ୍ଟୋବରରେ ୦.୨ ପଏଣ୍ଟ ବଢି ୧୨୭.୬ ଛୁଇଁଛି। କଟକରେ ଏହା ୧୨୬.୯ ପଏଣ୍ଟରେ ଅପରିବର୍ତ୍ତିତ ରହିଛି। କେନ୍ଦୁଝରରେ ୧୨୫.୭ରୁ ୦.୧ ପଏଣ୍ଟ ବଢି ୧୨୫.୮ ପଏଣ୍ଟ ହୋଇଛି। ଚଳିତ ଥର ରାଉରକେଲାକୁ ଏଥିରୁ ବାଦ ଦିଆଯାଇଛି। ବର୍ତ୍ତମାନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ କର୍ମଚାରୀମାନେ ୧୬୫.୪% ମହଙ୍ଗା ଭତ୍ତା ପାଉଛନ୍ତି। ସେମାନଙ୍କର ଭତ୍ତାରେ ୬% ବଢି ୧୭୧.୪% ହୋଇଛି। ଏହି ବର୍ଦ୍ଧିତ ଭତ୍ତାକୁ ସେମାନେ ୨୦୨୧ ଜୁଲାଇ ପହିଲାରୁ ପାଇବେ। ଅଧିକାଂଶ ସରକାରୀ କର୍ମଚାରୀ ବର୍ତ୍ତମାନ ୧୭% ମହଙ୍ଗା ଭତ୍ତା ପାଉଛନ୍ତି। ସେମାନଙ୍କର ୧୧% ଭତ୍ତା ବୃଦ୍ଧି ହୋଇ ୨୮% ହୋଇଛି। ବର୍ଦ୍ଧିତ ଡିଏ ମଧ୍ୟରୁ ୪% ପିଛିଲା ଭାବେ ଚଳିତ ବର୍ଷ ଜାନୁୟାରୀ ଏବଂ ଅବଶିଷ୍ଟ ୩% ଜୁଲାଇ ପହିଲାରୁ ଏବଂ ଆଉ ଅବଶିଷ୍ଟ ୪%, ୨୦୨୧ ଜାନୁୟାରୀ ପହିଲାରୁ କର୍ମଚାରୀମାନେ ପାଇବେ।
ବ୍ୟାଙ୍କ କର୍ମଚାରୀମାନେ ବର୍ତ୍ତମାନ ୮୧.୮% ମହଙ୍ଗା ଭତ୍ତା ପାଉଛନ୍ତି। ସେମାନଙ୍କର ଭତ୍ତାରେ ୩.୬% ବୃଦ୍ଧି ଘଟି ୮୫.୪% ହୋଇଛି। ସଂଶୋଧିତ ହାରରେ ୨୬.୩୨% ସେମାନେ ୨୦୨୧ ଫେବୃୟାରୀ ପହିଲାରୁ ପାଇବେ। ସେହିଭଳି ବୀମା କର୍ମଚାରୀମାନେ ବର୍ତ୍ତମାନ ୭୫.୧% ମହଙ୍ଗା ଭତ୍ତା ଲାଭ କରୁଛନ୍ତି। ସେମାନଙ୍କର ମଧ୍ୟ ଡିଏରେ ୩.୬% ବୃଦ୍ଧି ଘଟି ୭୮.୭% ହୋଇଛି। ଏହି ବର୍ଦ୍ଧିତ ଡିଏ ସେମାନେ ଫେବୃୟାରୀ ପହିଲାରୁ ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

HDFC ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ଼ ଝଟକା! ୧ ଏପ୍ରିଲରୁ ବଦଳିବ ଏସବୁ ନିୟମ, ଦେବାକୁ ପଡିବ ମୋଟା ଅଙ୍କର ଟଙ୍କା

ନୂଆଦିଲ୍ଲୀ,୩।୩: HDFC ବ୍ୟାଙ୍କ ଗ୍ରାହକମାନଙ୍କ ପାଇଁ ନୂତନ ଆର୍ଥିକ ବର୍ଷର ଆରମ୍ଭ ଟିକେ କଷ୍ଟକର ହେବାକୁ ଯାଉଛି। ବ୍ୟାଙ୍କ ଏହାର ଲକର ଭଡା ୧୮୪% ବୃଦ୍ଧି କରିଛି…

ଯୁଦ୍ଧକୁ ନେଇ ଆଶଙ୍କାରେ ନିବେଶକ, ୧୦୪୮ ପଏଣ୍ଟ ଖସିଲା ସେନ୍‌ସେକ୍ସ

ମୁମ୍ବାଇ,୩ା୩: ଇରାନ-ଆମେରିକା ଯୁଦ୍ଧ ପଶ୍ଚିମ ଏସିଆ ସମେତ ବିଶ୍ୱ ସମୁଦାୟକୁ ପ୍ରଭାବିତ କରିଛି। ଗୋଟିଏ ପଟେ ଯୁଦ୍ଧବିରତି ପରିବର୍ତ୍ତେ ଆଗକୁ ଆହୁରି ଜଟିଳ ରୂପ ନେବା ଏବଂ…

BSNLର ହୋଲି ଉପହାର, ଏହି ପ୍ଲାନରେ ମିଳିବ ୧୪ ଦିନର ଅତିରିକ୍ତ…

ଭାରତ ସଞ୍ଚାର ନିଗମ ଲିମିଟେଡ୍ (BSNL) ଏହାର ପ୍ରିପେଡ୍ ଉପଭୋକ୍ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ହୋଲି ଅଫର୍ ୨୦୨୬ ଲଞ୍ଚ କରିଛି । କମ୍ପାନୀ ଏହାର ଏକ…

ଇରାନରୁ ଏସବୁ ଜିନିଷ କିଣେ ଭାରତ, ଯୁଦ୍ଧ ଭିତରେ ବଢିଯିବ ଖଜୁରୀ, ପିସ୍ତା ଓ ଫଳ…

ନୂଆଦିଲ୍ଲୀ,୧।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନାର ପ୍ରଭାବ କେବଳ ସେହି ଅଞ୍ଚଳରେ ସୀମିତ ନୁହେଁ, ବରଂ ସମଗ୍ର ବିଶ୍ୱ ଅର୍ଥନୀତିରେ ଅନୁଭୂତ ହେଉଛି। ଇସ୍ରାଏଲୀ ଏବଂ ଆମେରିକା ଆକ୍ରମଣ…

ଇରାନ-ଇସ୍ରାଏଲ ଯୁଦ୍ଧ ଭିତରେ ପେଟ୍ରୋଲ ଦରରେ ନିଆଁ! ଭାରତରେ ମହଙ୍ଗା ହେବ…

ନୂଆଦିଲ୍ଲୀ,୧।୩: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ସଂଘର୍ଷ ବିଶ୍ୱବ୍ୟାପୀ ହଇଚଇ ସୃଷ୍ଟି କରିଛି, ଏବଂ ଏହା ଭାରତର ଅର୍ଥନୀତି ଉପରେ ସିଧାସଳଖ ପ୍ରଭାବ ପକାଇବ ବୋଲି ଆଶଙ୍କା…

LPG Price Hike: ହୋଲି ପୂର୍ବରୁ ବଡ଼ ଝଟକା! ଆଜିଠୁ ମହଙ୍ଗା ହେଲା ଗ୍ୟାସ୍ ସିଲିଣ୍ଡର, ନୂଆ ମୂଲ୍ୟ…

ନୂଆଦିଲ୍ଲୀ, ୧।୩: ସାଧାରଣ ଲୋକଙ୍କ ପାଇଁ ବଡ଼ ଝଟକା। ହୋଲି ପୂର୍ବରୁ ୧ ମାର୍ଚ୍ଚରେ ୨୦୨୬ରେ ଏଲପିଜି ଦର ଅପଡେଟ୍ କରାଯାଇଛି। ହୋଲି ପୂର୍ବରୁ ମଧ୍ୟ ଗ୍ରାହକମାନେ…

ଖାମନେଇ ନା ଡୋନାଲ୍ଡ ଟ୍ରମ୍ପ, କାହାର ଟ୍ରେଜେରୀରେ ଅଛି ଅଧିକ ଟଙ୍କା?

ନୂଆଦିଲ୍ଲୀ,୨୮।୨:ଆମେରିକା ଏବଂ ଇସ୍ରାଏଲର ଇରାନ ଉପରେ ଆକ୍ରମଣ ପରେ, ଇରାନ ଏକ ପ୍ରତିଆକ୍ରମଣ ଆରମ୍ଭ କରିଛି। ଇରାନ ଏକକାଳୀନ ଇସ୍ରାଏଲ ଏବଂ ଅନ୍ୟ ସାତଟି ଦେଶ ଉପରେ…

ସୁନାରେଟ୍‌ରେ ବଡ଼ ବିସ୍ଫୋରଣ! ଯୁଦ୍ଧ ଭିତରେ ୨୩ହଜାର ବଢିଯିବ ଦର

ନୂଆଦିଲ୍ଲୀ,୨୮।୨: ଆମେରିକା ଇରାନ ଉପରେ ଆକ୍ରମଣ କରିଛି। ଏହି ସମୟରେ, ଇସ୍ରାଏଲ ମଧ୍ୟ ମଧ୍ୟପ୍ରାଚ୍ୟ ଦେଶ ବିରୋଧରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଇରାନ ଆକ୍ରମଣ କରି ପ୍ରତିଶୋଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri