ରାଜ୍ୟସ୍ତରୀୟ ଭାଗବତ ମହୋତ୍ସବ

ଭୁବନେଶ୍ୱର,୨୩।୧୦: ପ୍ରେସ କଲୋନି ୟୁନିଟ-୩ ସ୍ଥିତ ରାଧାକୃଷ୍ଣ ମନ୍ଦିରରେ ନିଖିଳ ଉତ୍କଳ ପ୍ରବକ୍ତା ପରିଷଦ ଆନୁକୂଲ୍ୟରେ ସନ୍ଧ୍ୟାତାରା ଯୁବକ ସଂଘ ଏବଂ ମନ୍ଦିର ପରିଚାଳନା କମିଟି ସହଯୋଗରେ ୭ ଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ ଭାଗବତ ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି l

ଚିତ୍ତରଞ୍ଜନ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଯାପନୀ ସଭାରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ସାହିତି୍ୟକ ପ୍ରଦ୍ୟୁମ୍ନ ଶତପଥୀ, ପୁରୀ ଗୋବର୍ଦ୍ଧନ ପୀଠର ପ୍ରତିନିଧି ଇଂ.ପ୍ରଶାନ୍ତ ଆଚାର୍ଯ୍ୟ, ରାମ ମନ୍ଦିର ମୁଖ୍ୟ ପୂଜକ ମହାରୁଦ୍ର ଝା, ପରିଷଦ ଅଧ୍ୟକ୍ଷ ପଣ୍ଡିତ ପଦ୍ମନାଭ ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହି ଭାଗବତ ହିଁ ଜୀବନ ଏବଂ ଜୀବନ ଭାଗବତ ହେବା ଉଚିତ ବୋଲି ମତ ଦେଇଥିଲେ l

ଉଦ୍‌ଘାଟନୀ ସଭାରେ ବିଧାୟକ ଅନନ୍ତ ନାରାୟଣ ଜେନା, ସ୍ବାମୀ ଅଭିରାମ ସରସ୍ବତୀ, ବ୍ରହ୍ମଚାରୀ ସନ୍ତୋଷ ଚୈତନ୍ୟ, ଆଧ୍ୟାତ୍ମିକ ପତ୍ରିକା ଦିବ୍ୟାଲୋକ ସନ୍ଧାନେର ସମ୍ପାଦକ ଶ୍ରୀସନ୍ନ୍ୟାସୀ ଜୀ, ପ୍ରବକ୍ତା ପଣ୍ଡିତ ମହେଶ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

୭ଦିନ ଧରି ଅନୁଷ୍ଠିତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଓଡ଼ିଶାର ୨୩ଟି ଜିଲାରୁ ପ୍ରବଚକ ଯୋଗଦେଇ ଭାଗବତର ବିଭିନ୍ନ ପ୍ରସଙ୍ଗ ଉପରେ ପ୍ରବଚନ ଦେଇଥିଲେ। କଥା ବ୍ୟାସ ପଣ୍ଡିତ ବିଶ୍ୱନାଥ ଶତପଥୀ, ପ୍ରଶାନ୍ତ ବେହେରା, ସୁଧୀର ପତି ଏବଂ କମଲେଶ ମହାରଣାଙ୍କ ସଂଯୋଜନାରେ ଚାଲିଥିବା ଏହି କାର୍ଯ୍ୟକ୍ରମରେ ବାଞ୍ଛାନିଧି ହୋତା, ସରୋଜିନୀ ପତି, ଦୀପ୍ତି ମହାନ୍ତି, ବ୍ରଜେଶ୍ବରୀ ସିଂହ ଓ ଲବ କୁମାର ଶତପଥୀ ପ୍ରମୁଖ ପାରାୟଣରେ ସହଯୋଗ କରିଥିଲେ l

ମନ୍ଦିର ପରିଚାଳନା ସମ୍ପାଦକ ଶେଷରଞ୍ଜନ ପ୍ରଧାନ, ସଦସ୍ୟ ପ୍ରଦୀପ ରାୟଙ୍କ ସହଯୋଗରେ ଅନୁଷ୍ଠିତ ଏହି ଆସରରେ ବହୁ ଭାଗବତ ପ୍ରେମୀଙ୍କୁ ଭାଗବତ ସେବା ସୌରଭ ସମ୍ମାନରେ ସମ୍ମାନିତ କରାଯାଇଥିଲା l ପରିଷଦ ସମ୍ପାଦକ ପଣ୍ଡିତ ପ୍ରମୋଦ କୁମାର ପଣ୍ଡା, କାର୍ଯ୍ୟକାରୀ ଅଧ୍ୟକ୍ଷ ପଣ୍ଡିତ ବିଜୟ କୁମାର ଦେବତା, କୋଷାଧକ୍ଷ ପଣ୍ଡିତ ଅର୍ଜୁନ ମହାନ୍ତିଙ୍କ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ସୁଚାରୁ ଭାବେ ସମ୍ପାଦିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାମାୟଣରେ ସତୀ ସିଦ୍ଧାନ୍ତ

ରାମାୟଣର ଏକ ଓଡ଼ିଆ ସଂସ୍କରଣରେ ବର୍ଣ୍ଣନା କରାଯାଇଛି ଯେ, ଋଷି ଗୌତମ ତାଙ୍କ କନ୍ୟା ଅଞ୍ଜନି ଓ ଦୁଇ ପୁତ୍ରଙ୍କ ସହ ସମୁଦ୍ରକୂଳରେ ଚାଲୁଥିଲେ। ବାଲି ତାତି…

ନାରୀ ପାଇଁ ଭୋଟ ଅଧିକାର

ରାଣରୁ ଜଣାଯାଏ ମଦ୍ର ଦେଶର ନରପତି ଅଶ୍ୱପତି କନ୍ୟା ସନ୍ତାନଟିଏ ଲାଭକରିବା ଉଦ୍ଦେଶ୍ୟରେ ସହସ୍ରାଧିକ ଯଜ୍ଞ କରିଥିଲେ। ସେହିଭଳି ମିଥିଳାର ରାଜା ଜନକ ଏକଦା ଆକାଶରେ ସୁନ୍ଦରୀ…

ଆଖିବୁଜିଲେ ବରଗଡ଼ ଧନୁଯାତ୍ରାର ନନ୍ଦରାଜା ଅଭିନେତା: ଖେଳିଗଲା ଶୋକର ଲହରୀ

ବରଗଡ଼,୨୯।୧(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୋପପୁରରେ ନନ୍ଦରାଜା ଭୂମିକାରେ ଅଭିନୟ କରି ଆସୁଥିବା କଳାକାର ସତ୍ୟନାରାୟଣ ପୋଢଙ୍କ ଗୁରୁବାର ଭୋରରୁ ପରଲୋକ…

୨୦୨୬ରେ ଅପ୍ରତ୍ୟାଶିତ ଧନ ପାଇବେ ୪ ରାଶି! ହେବେ କୋଟିପତି, ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ

ନୂଆ ବର୍ଷ ଆରମ୍ଭ ହେବା ପରେ ବୁଲଗେରିଆନ୍ ଭବିଷ୍ୟଜ୍ଞ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଭାଇରାଲ ହେଉଛି। ୨୦୨୫ ବର୍ଷ ପାଇଁ ସେ କରିଥିବା ଅନେକ ଭବିଷ୍ୟବାଣୀ ସତ୍ୟ…

ସାଇକେଲ୍‌କୁ ଧକ୍କା ଦେଇ ହଠାତ୍‌ ଜଳିଗଲା ବାଇକ୍‌: ଆଉ ତା’ପରେ…

ନୂଆପଡ଼ା, ୨୯ା୧ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ଥାନା ଉଦ୍ୟାନବନ୍ଧ ନିକଟ ଖଇରଭାଡି ଛକ ଜାତୀୟ ରାଜପଥ ଉପରେ ବୁଧବାର ସାଇକେଲକୁ ଧକ୍କା ଦେଇ ଏକ ବାଇକ୍‌…

୨୦୨୭ରେ ୩ଲକ୍ଷ ଛୁଇଁବ ସୁନା, ବଡ଼ ଭବିଷ୍ୟବାଣୀ କରିଦେଲେ…

ନୂଆଦିଲ୍ଲୀ,୨୯।୧: ଯଦି ଆପଣ ଭାବୁଛନ୍ତି ଯେ ସୁନା ଏବଂ ରୂପା ମୂଲ୍ୟ ବର୍ତ୍ତମାନ ଆକାଶଛୁଆଁ ହେଉଛି, ତେବେ ଏକ କାନାଡିୟ ବ୍ୟାଙ୍କର ଏହି ନୂତନ ରିପୋର୍ଟ ଆପଣଙ୍କୁ…

ରାସ୍ତାରେ ଡ୍ରେନେଜ୍‌ ପାଣି, ବଢୁଛି ଅସନ୍ତୋଷ

ବରଗଡ଼,୨୯।୧(ପ୍ରେମାନନ୍ଦ ଖମାରୀ):ନୂତନ ଡ୍ରେନ ନିର୍ମାଣ, ରାସ୍ତା ପ୍ରଶସ୍ତୀକରଣ କରାଯାଇ ବରଗଡ଼ ସହର ବିକଶୀତ ହେଉଛି ବୋଲି କୁହାଯାଉଛି। ମାତ୍ର ସହର ମଧ୍ୟରେ ଏଭଳି ସମସ୍ୟା ରହିଛି, ତାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri