Posted inଜାତୀୟ

ବିହାରକୁ ବଡ଼ ଝଟ୍‌କା ଦେଲେ ମୋଦି ସରକାର, ଆଉ ମିଳିବନି…

ନୂଆଦିଲ୍ଲୀ, ୨୨।୭: ମୋଦି ସରକାରଙ୍କ ତୃତୀୟ ପାଳି ବଜେଟ୍‌ ଆସନ୍ତାକାଲି ଅର୍ଥାତ ଜୁଲାଇ ୨୩ ତାରିଖରେ ସଂସଦରେ ଉପସ୍ଥାପନ ହେବାକୁ ଯାଉଛି । ଏହାର ଠିକ୍‌ ପୂର୍ବରୁ ବିହାରକୁ ବଡ଼ ଝଟ୍‌କା ଲାଗିଛି । ବିହାରର ସ଼୍ବତନ୍ତ୍ର ରାଜ୍ୟ ଦାବିକୁ ନେଇ ମୋଦି ସରକାର ଜବାବ ରଖିଛନ୍ତି । ରାଜ୍ୟ ଅର୍ଥମନ୍ତ୍ରୀ ପଙ୍କଜ ଚୌଧରୀ ଏକ ଲିଖିତ ଉତ୍ତରରେ କହିଛନ୍ତି ଯେ ଅନ୍ତଃ ମନ୍ତ୍ରାଳୟ ସମୂହର ୨୦୧୨ ରିପୋର୍ଟ ଆଧାରରେ ବିହାରକୁ ସ଼୍ବତନ୍ତ୍ର ରାଜ୍ୟ ମାନ୍ୟତା ଦିଆଯାଇପାରିବ ନାହିଁ ।

ଜନତା ଦଳ ୟୁନାଇଟେଡ ନେତା ରାମ ପିରିତ ମୋଣ୍ଡଲ ବିହାରକୁ ସ଼୍ବତନ୍ତ୍ର ମାନ୍ୟତା ଦେବାକୁ ଅର୍ଥମନ୍ତ୍ରୀଙ୍କୁ ଦାବି କରିଥିଲେ। ସେ କହିଥିଲେ ଯେ ଯଦି ବିହାର ଏକ ସ଼୍ବତନ୍ତ୍ର ରାଜ୍ୟ ମାନ୍ୟତା ପାଏ, ତେବେ ଏହି ବିଷୟରେ ବିସ୍ତୃତ ସୂଚନା ଦିଅନ୍ତୁ । ଯଦି ଏହା ଦିଆଯାଇନଥାଏ ତେବେ ଏହାର କାରଣ ଦର୍ଶାଇବାକୁ ସେ ଜଣାଇଥିଲେ । ପଙ୍କଜ ଚୌଧରୀ ଏହାର ଉତ୍ତରରେ ଲେଖିଛନ୍ତି ଯେ ବିହାରକୁ ଏକ ସୱତନ୍ତ୍ର ରାଜ୍ୟ ମାନ୍ୟତା ଦିଆଯାଇପାରିବ ନାହିଁ।

ବିହାରକୁ ବିଶେଷ ମାନ୍ୟତା ନଦେବାର କାରଣ ଅର୍ଥମନ୍ତ୍ରୀ ଏକ ଲିଖିତ ଉତ୍ତରରେ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ଅତୀତରେ ଜାତୀୟ ବିକାଶ ପରିଷଦ (ଏନଡିସି) ଯୋଜନା ସହାୟତା ପାଇଁ କେତେକ ରାଜ୍ୟକୁ ସ଼୍ବତନ୍ତ୍ର ବର୍ଗ ମାନ୍ୟତା ଦେଇଥିଲା । ଯେଉଁଥିରେ ଅନେକ ବୈଶିଷ୍ଟ୍ୟ ରହିଥିଲା । ଯାହାର ବିଶେଷ ବିଚାର ଆବଶ୍ୟକ ଥିଲା। ବିହାର କ୍ଷେତ୍ରରେ ପରିସ୍ଥିତି ଏପରି ନୁହେଁ ଯେ ଏହାକୁ ଏକ ସ଼୍ବତନ୍ତ୍ର ରାଜ୍ୟ ମାନ୍ୟତା ଦିଆଯାଇପାରିବ ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡ଼ି ଉପରେ ଏୟାର ଷ୍ଟ୍ରାଇକ୍‌, ଲେବାନନ୍‌ ସେନା ଅଫିସରଙ୍କ ସମେତ ଚାଲିଗଲା ୯ ଜୀବନ

ବେରୁଟ୍‌ ,୬ା୬: ଇସ୍ରାଏଲ ଏବଂ ଲେବାନନ୍‌ ମଧ୍ୟରେ ନୂଆ ଅସ୍ତ୍ରବିରତି ଚୁକ୍ତିନାମା ସତ୍ତ୍ୱେ ଇସ୍ରାଏଲୀ ସେନା ଆକ୍ରମଣ ଜାରି ରଖିଛି। ଇସ୍ରାଏଲୀ ସେନା ଶନିବାର ଦକ୍ଷିଣ ଲେବାନନ୍‌ରେ…

ସାଇବର ଜାଲିଆତି ସିଣ୍ଡିକେଟ୍‌ର ବଡ଼ ପର୍ଦ୍ଦାଫାଶ

ନୂଆଦିଲ୍ଲୀ,୬ା୬: କେନ୍ଦ୍ରୀୟ ଦିଲ୍ଲୀ ପୋଲିସ ମାସେବ୍ୟାପୀ ଚଢ଼ାଉ କରି ୭ଟି ଆନ୍ତଃରାଜ୍ୟ ସାଇବର ଜାଲିଆତି ସିଣଣ୍ଡିକେଟ୍‌ର ପର୍ଦ୍ଦାଫାଶ କରିବା ସହ ୧୪ ଜଣଙ୍କୁ ଗିରଫ କରିଛି। ଜଣେ…

ଆମେରିକା ପ୍ରବେଶ ପାଇଁ ଇରାନ ଫୁଟବଲ ଦଳକୁ ମିଳିଲା ଭିଜା

ଓ୍ବାଶିଂଟନ,୫।୬: ଯୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍‌) ଇରାନ ବିଶ୍ୱକପ୍‌ ପୁଟ୍‌ବଲ ଦଳର ସଦସ୍ୟମାନଙ୍କୁ ଭିଜା ପ୍ରଦାନ କରିଛି। ଫଳରେ ଇରାନ ଦଳ ଆମେରିକାରେ ପ୍ରବେଶ କରିପାରିବ। ମେକ୍ସିକୋର ଟିଜୁଆନାରେ ଦଳ…

ପେଟ୍ରୋଲ ପମ୍ପ ଛାଡ଼ନ୍ତୁ, ଘର ଆଗରେ ଲଗାନ୍ତୁ EV ଚାର୍ଜିଂ ଷ୍ଟେଶନ; କେଇଦିନରେ ବଦଳିଯିବ ଆପଣଙ୍କ ଭାଗ୍ୟ!

ନୂଆଦିଲ୍ଲୀ,୬।୫: ଦିନ ଥିଲା ଯେତେବେଳେ ପେଟ୍ରୋଲ ପମ୍ପର ମାଲିକ ହେବା ପ୍ରତ୍ୟେକ ବ୍ୟବସାୟୀଙ୍କ ପାଇଁ ଏକ ବଡ଼ ସ୍ବପ୍ନ ଥିଲା। କିନ୍ତୁ ବଦଳୁଥିବା ସମୟ ସହିତ ଏହି…

ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୩୬୮/୩

ନୂଆ ଚଣ୍ଡିଗଡ଼,୬ା୬ ଭାରତ-ଆଫଗାନିସ୍ତାନ ମଧ୍ୟରେ ଏକମାତ୍ର ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ମ୍ୟାଚ୍‌ର ପ୍ରଥମ ଦିନ ସମ୍ପୂର୍ଣ୍ଣ ରୂପେ ଭାରତୀୟ ବ୍ୟାଟରଙ୍କ ନିୟନ୍ତ୍ରଣରେ ରହିଛି। ଅଧିନାୟକ…

ମା ଙ୍କୁ ଆକ୍ରମଣ ପରେ ଝିଅଙ୍କୁ ବଳାତ୍କାର ଉଦ୍ୟମ: ଅଭିଯୁକ୍ତ ଗଲେ ଜେଲ   

ଦିଗପହଣ୍ଡି,୬|୬(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ଚୁଡୁଙ୍ଗପୁର ଗ୍ରାମର ଜଣେ ବିବାହିତା ଯୁବତୀ ତାଙ୍କ ଘର ବାରଣ୍ଡାରେ ବସିଥିବା ବେଳେ  ଗ୍ରାମର ଏ.ଶଙ୍କର ପାତ୍ର ତାଙ୍କୁ…

ରକ୍ତ ଦାନ ମହତ ଦାନ: ଆୟୋଜନ ପାଇଁ ପ୍ରସ୍ତୁତି

ଦିଗପହଣ୍ଡି, ୬|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡିର ଜଣାଶୁଣା ଫଟୋ ଏବଂ ଭିଡିଓଗ୍ରାଫର ସ୍ବର୍ଗତ ଓଡ଼ି ପ୍ରଦୀପ କୁମାରଙ୍କ ଦ୍ଵାଦଶାହ ସ୍ମୃତି ସଭା ଅବସରରେ  ଏକ…

ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଏମ୍‌ଭି-୯୭କୁ ହରାଇ ବେଣ୍ଡାଗୁଡ଼ା ବିଜୟୀ

କୋରୁକୋଣ୍ଡା,୬ା୬(ଅଶୋକ କୁମାର ପରିଡ଼ା): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ତୁମୁସାପାଲ୍ଲୀ ପଞ୍ଚାୟତ ଏମ୍‌ଭି-୨୨ ଗ୍ରାମ ପଡ଼ିଆରେ ଜୟ ମା’ କାଳୀ କ୍ରିକେଟ ଟୁର୍ନାମେଣ୍ଟ ଶନିବାର ଶୁଭାରମ୍ଭ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri