ଝାଡ଼ଖଣ୍ଡରୁ ଆନ୍ତଃ ରାଜ୍ୟ ସାଇବର ଠକ ଗିରଫ

ବ୍ରହ୍ମପୁର,୨୪।୯(ସୁବାସ ଚନ୍ଦ୍ର ପାଢ଼ୀ): ଦୀର୍ଘ ବର୍ଷ ପରେ ବ୍ରହ୍ମପୁର ସାଇବର ଥାନା ପୋଲିସକୁ ମିଳିଛି ସଫଳତା। ଜଣେ ଆନ୍ତଃରାଜ୍ୟ ସାଇବର ଠକଙ୍କ ମୋବାଇଲ ଟ୍ରାକିଂ କରି ଝାଡ଼ଖଣ୍ଡର ଦେଓଘରରୁ ଗିରଫ କରିଛି ବ୍ରହ୍ମପୁର ପୋଲିସ ଟିମ। ଗିରଫ ଠକ ହେଲେ ଦେଓଘର ଜିଲା କରୋନ ଥାନା ଅନ୍ତର୍ଗତ ନାଗାଡରି ଗ୍ରାମର ମହମ୍ମଦ ଅଫଜଲ ଅନ୍‌ସାରୀ। ତାଙ୍କୁ ଦେଓଘର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର କରିବା ପରେ ୩ ଦିନିଆ ରିମାଣ୍ଡରେ ବ୍ରହ୍ମପୁର ଆଣିଛି ପୋଲିସ୍‌। ଶନିବାର ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଏସଡ଼ିଜେଏମ କୋର୍ଟରେ ହାଜର କରାଯାଇଥିଲା। ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସାଇବର ଠକ ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କ ସମ୍ପର୍କରେ ଅଧିକ ତଥ୍ୟ ହାସଲ ପାଇଁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ପୋଲିସ କହିଛି। ମହମ୍ମଦ ଅଫଜଲ ଅନ୍‌ସାରୀ ଦେଓଘର ପୋଲିସର ମୋଷ୍ଟ ୱାଣ୍ଟେଡ଼ ଥିଲେ। ତାଙ୍କ ବିରୋଧରେ ଅନେକ ମାମଲା ରହିଛି। ସାଇବର ଥାନା ଅତିରିକ୍ତ ଦାୟିତ୍ୱରେ ଥିବା ଇନ୍ସପେକ୍ଟର ପ୍ରଶାନ୍ତ ଭୂପତିଙ୍କ ସୂଚନା ଅନୁସାରେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଲୀ ଉମାନଗର ୩ୟ ଲାଇନର ଅଜିତ କୁମାର ମିଶ୍ର(୩୯)ଙ୍କ ଠାରୁ ପ୍ରାୟ ୯୫ହଜାର ଟଙ୍କା ସାଇବର ଅପରାଧିମାନେ ଠକି ନେଇଥିଲେ। ଅଜିତ ଗତ ଅଗଷ୍ଟ ମାସରେ ଏକ କୋରିୟର କମ୍ପାନୀର କଷ୍ଟମର କେୟାର ନମ୍ବର ଅନଲାଇନରେ ସର୍ଚ୍ଚ କରୁଥିଲେ। ତାଙ୍କ ବ୍ୟାଙ୍କର ଡେବିଟ୍‌ କାର୍ଡ ପହଞ୍ଚିବାରେ ବିଳମ୍ବ ହେବାରୁ ସେ ଗୁଗୁଲ ଇଞ୍ଜିନ୍‌ ସର୍ଚ୍ଚ କରିଥିଲେ। ଏଥିରୁ ନମ୍ବର ପାଇ ଯୋଗାଯୋଗ କରିଥିଲେ। ଯେଉଁ ବ୍ୟକ୍ତି ଜଣକ ତାଙ୍କ ସହ କଥା ହୋଇଥିଲେ ସେ ମୋବାଇଲରେ କେତେକ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ପାଳନ କଲେ ତାଙ୍କ ସମସ୍ୟା ସମାଧାନ ହୋଇଯିବ ଓ ଘରକୁ ଡେବିଟ କାର୍ଡ ଆସି ପହଞ୍ଚିଯିବ ବୋଲି କହିଥିଲେ। ତାଙ୍କ ନିର୍ଦ୍ଦେଶ ମୁତାବକ ଅଜିତ ବ୍ୟାଙ୍କ ଆକାଉଣ୍ଟ ଅପଡେଟ କରିଥିଲେ। ଫଳରେ ତାଙ୍କ ଆକାଉଣ୍ଟରୁ ପର୍ଯ୍ୟାୟ କ୍ରମେ ପ୍ରାୟ ୯୫ ହଜାର ଟଙ୍କା କଟି ଯାଇଥିଲା। ଏହାପରେ ସେ ଗତ ଅଗଷ୍ଟ ୧୬ରେ ବ୍ରହ୍ମପୁର ସାଇବର ଥାନାର ଦ୍ୱାରସ୍ଥ ହୋଇଥିଲେ। ସାଇବର ଥାନା ପୋଲିସ ୨୧/୨୩ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଠକ ଜଣଙ୍କ କଲ କରିଥିବା ମୋବାଇଲକୁ ଟ୍ରାକିଂ କରି ସାଇବର ଥାନା ପୋଲିସ ଜାଣିବାକୁ ପାଇଥିଲା ଯେ, ଏହି ଠକ ଜଣକ ଝାରଖଣ୍ଡରୁ ନିଜର ନେଟ୍‌ୱାର୍କ ଅପରେଟ୍‌ କରୁଛି। ତେଣୁ ବ୍ରହ୍ମପୁର ଏସ୍‌ପି ସର୍ବଣା ବିବେକ ଏମ୍‌ଙ୍କ ନିର୍ଦ୍ଦେଶରେ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ଏକ ଜଣିଆ ଟିମ୍‌ ଝାରଖଣ୍ଡ ଯାଇ ଠକଙ୍କ ଗତିବିଧି ଅନୁଧ୍ୟାନ କରିଥିଲା। ସ୍ଥାନୀୟ ପୋଲିସ ସହାୟତାରେ ଗତ ୧୯ ତାରିଖ ରାତିରେ ମହମ୍ମଦ ଅଫଜଲ ଅନ୍‌ସାରୀଙ୍କୁ ସେଠାରୁ କାବୁ କରିବାରେ ସକ୍ଷମ ହୋଇଥିଲେ ବୋଲି ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା: ବନ୍ଧା ହେଲେ ୱେବ ଚ୍ୟାନେଲ ସାମ୍ବାଦିକ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): ସାମ୍ବାଦିକ ଆଳରେ ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା। ଖୋର୍ଦ୍ଧା ଅବକାରୀ ବିଭାଗର ଜିଲା ମୋବାଇଲ ୟୁନିଟ ହାତରେ ଧରାପଡ଼ିଲେ ୱେବ ଚ୍ୟାନେଲ ସାମ୍ବାଦିକ...

ପାହାଡ଼ ଉପରେ ପୂଜା ପାଉଛନ୍ତି ମା’ ବାଳକୁମାରୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଏହି ସ୍ଥାନ

ଗଞ୍ଜାମ ,୩୦।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ବ୍ରହ୍ମପୁର ଠାରୁ ୨୫ କି.ମି. ଚିକିଟିରୁ ୮ କିଲୋମିଟର ଗଲାପରେ ଧାନ ଘର ଛକ ଏବଂ ସେଠାରୁ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବଡ଼ ବୟାନ, ବଣଭୋଜି ନାରେ ପ୍ରଦୂଷଣ କଲେ ହେବ…

ଭୁବନେଶ୍ୱର,୩୦।୧୨: ବର୍ତ୍ତମାନ ସମୟରେ ପର୍ଯ୍ୟଟନ ଋତୁ ଚାଲୁଥିବା ବେଳେ ଅନେକ ସ୍ଥାନରେ ପର୍ଯ୍ୟଟକଙ୍କ ଗହଳି ଦେଖାଯାଉଛି । ବଣଭୋଜି କରି ମଜା ନେଉଛନ୍ତି ଲୋକେ ।...

ଖଣି ପାଇଁ ଜମି ଯିବାରୁ ଜୀବନ ହାରିଲେ ଯୁବକ, ୧୭ ଘଣ୍ଟାରୁ ଅଧିକ ସମୟ ମୃତଦେହକୁ ରଖି ବିକ୍ଷୋଭ କଲେ…

ଝାରସୁଗୁଡା, ୩୦।୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଉବୁଡା ଗ୍ରାମର ଜଣେ ୨୫ ବର୍ଷୀୟ ଯୁବକଙ୍କ ସୋମବାର ଆତ୍ମହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ...

ନୂଆବର୍ଷ ପାଇଁ ପୁରୀରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ପୁରୀ,୩୦।୧୨: ନୂଆବର୍ଷ ପାଳନ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ...

ଭଦ୍ରକରେ କିନ୍ନରଙ୍କୁ ଆକ୍ରମଣ: ଚୁଟି କାଟିବା ସହ ଟଙ୍କା ସୁନା ଲୁଟ ଅଭିଯୋଗ, ଥାନାରେ ଉତ୍ତେଜନା

ଭଦ୍ରକ, ୩୦/୧୨(ସନାତନ ରାଉତ): ଭଦ୍ରକରେ ୨ ଗୋଷ୍ଠୀ କିନ୍ନରଙ୍କ ବିବାଦ ଥମିବାର ନାଁ ଧରୁନି । ଉଭୟ ଗୋଷ୍ଠୀ ମଧ୍ୟରେ ଛକା ପଞ୍ଝା ଲାଗି ରହିଥିବା...

ଅତିରିକ୍ତ ତହସିଲଦାରଙ୍କ ଅମାପ ସମ୍ପତ୍ତି: ଘରୁ ମିଳିଲା ଲକ୍ଷ ଲକ୍ଷ ଟଙ୍କା ସାଙ୍ଗକୁ ସୁନା, ଦେଖିକି ଭିଜିଲାନ୍ସ ତାଜୁବ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): କଟକ ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଘରେ କଟକ ଭିଜିଲାନ୍ସ ସେଲ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri