ଆଶଙ୍କାରେ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’

ଭୁବନେଶ୍ୱର,୧୨।୧୧(ବ୍ୟୁରୋ): ସରକାରୀ ସ୍ତରରେ ଅନୁଷ୍ଠିତ ହେଉଥିବା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’କୁ ନେଇ ପୁଣି ଆଶଙ୍କା ଦେଖାଦେଇଛି। ଚଳିତବର୍ଷ ପୁସ୍ତକ ହେମ ହେବ କି ନାହିଁ, ତାହାକୁ ନେଇ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟ ସରକାର ଓଡ଼ିଆ ଭାଷା, ସାହିତ୍ୟକୁ ଗୁରୁତ୍ୱ ଦେଉଥିବାବେଳେ ଗତ ୨ବର୍ଷ ଧରି ବନ୍ଦ ରହିଥିବା ପୁସ୍ତକ ମହୋତ୍ସବ ପ୍ରତି ଅନାଗ୍ରହକୁ ନେଇ ପ୍ରକାଶକ ଓ ପାଠକ ମହଲରେ କ୍ଷୋଭ ପ୍ରକାଶ ପାଇଛି। କେତେବେଳେ କୋଭିଡ୍‌ ତ ଆଉ କେତେବେଳେ ଖରା ପାଇଁ ସରକାର ଏହି ପୁସ୍ତକ ମହୋତ୍ସବକୁ ବନ୍ଦ କରିଥିବାବେଳେ ଏବର୍ଷ ପଡ଼ିଆ ମିଳୁ ନ ଥିବା ସୂଚନା ମିଳିଛି।
ଭୁବନେଶ୍ବରରେ ୧୯୮୫ ମସିହାରେ ପ୍ରଥମେ ଭୁବନେଶ୍ବର ପୁସ୍ତକମେଳା ଆରମ୍ଭ ହୋଇଥିଲା। ପରେ ବର୍ଷର ଭିନ୍ନ ଭିନ୍ନ ସମୟରେ ରାଜଧାନୀ ପୁସ୍ତକମେଳା, କଳିଙ୍ଗ ପୁସ୍ତକମେଳା ଓ ଏକାମ୍ର ପୁସ୍ତକମେଳା ନାମରେ ୪ଟି ମେଳା ହେଉଥିଲା। ୨୦୧୯ରେ ଏସବୁ ପୁସ୍ତକମେଳାକୁ ବନ୍ଦ କରାଯାଇ ବର୍ଷରେ ଗୋଟିଏ ପୁସ୍ତକମେଳା ଆୟୋଜନ କରାଯିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ଉକ୍ତ ନିଷ୍ପତ୍ତି ଅନୁସାରେ, ସେହିବର୍ଷ ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆରେ ପ୍ରଥମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ ଆୟୋଜିତ ହୋଇଥିଲା। ଏହାର ଆୟୋଜନ ଦାୟିତ୍ୱ କଟକର ଏକ ଅନୁଷ୍ଠାନକୁ ଦିଆଯାଇଥିଲା। ୨୦୨୦ରେ ଭୁବନେଶ୍ୱର ପୁସ୍ତକମେଳା କମିଟି ‘ଅକ୍ଷର’ର ଆୟୋଜନ କରିଥିଲା। ଏହି କମିଟି ସହ କଳିଙ୍ଗ ପୁସ୍ତକମେଳା, ଏକାମ୍ର ପୁସ୍ତକମେଳା ଏବଂ ଓଡ଼ିଶା ପ୍ରକାଶକ ପୁସ୍ତକ ବିକ୍ରେତା ସଂଘ ମଧ୍ୟ ଆୟୋଜନ ଦାୟିତ୍ୱରେ ରହିଲେ।
ପ୍ରଥମ ଓ ଦ୍ବିତୀୟ ବର୍ଷ ଆଶାନୁରୂପ ସଫଳ ହୋଇ ନ ଥିଲେ ହେଁ ୨୦୨୧ରେ ପୁଣି ତୃତୀୟଥର ପୁସ୍ତକ ମହୋତ୍ସବ ଆୟୋଜନ ପାଇଁ ସରକାର ଅଣ୍ଟା ଭିଡ଼ିଥିଲେ। ତାରିଖ ଘୋଷଣା ସହ ସମସ୍ତ ପ୍ରସ୍ତୁତି ସରିଥିଲା। ହେଲେ କୋଭିଡ୍‌ ସ୍ଥିତି ପାଇଁ ମାତ୍ର ୪ ଦିନ ପୂର୍ବରୁ ପୁସ୍ତକ ମହୋତ୍ସବକୁ ବନ୍ଦ ଘୋଷଣା କରାଯାଇଥିଲା। ପୁନର୍ବାର ୨୦୨୨ ଏପ୍ରିଲରେ ମହୋତ୍ସବ ଆୟୋଜନ ପାଇଁ ପୁଣି ସରକାର ଘୋଷଣା କରିଥିଲେ। ସେହି ସମୟରେ ଅନ୍ୟ ମେଳା ହେଉଥିବାବେଳେ ସରକାର କିନ୍ତୁ ଅତ୍ୟଧିକ ରୌଦ୍ରତାପ ଦର୍ଶାଇ ‘ଅକ୍ଷର’ ପୁସ୍ତକ ମହୋତ୍ସବକୁ ବାତିଲ କରିଥିଲେ। ଚଳିତବର୍ଷ ଆସନ୍ତା ଡିସେମ୍ବର ୯ରୁ ୧୮ ତାରିଖ ଯାଏ ୧୦ଦିନ ଧରି ୪ର୍ଥ ରାଜ୍ୟ ପୁସ୍ତକ ମହୋତ୍ସବ ଅନୁଷ୍ଠିତ ହେବ ବୋଲି ସଂସ୍କୃତି ବିଭାଗ ପକ୍ଷରୁ ଗତ ନଭେମ୍ବର ୪ରେ ସୂଚନା ଦିଆଯାଇଥିଲା। ଏ ନେଇ ଆୟୋଜନ କମିଟି ପକ୍ଷରୁ ପ୍ରକାଶକଙ୍କୁ ସୂଚନା ଦିଆଯାଇଥିଲା। ଇତି ମଧ୍ୟରେ ପ୍ରାୟ ୨୦୦ରୁ ଅଧିକ ପ୍ରକାଶକ ଷ୍ଟଲ ବୁକ୍‌ କରି ସାରିଥିଲେ। ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ ପୁସ୍ତକ ମହୋତ୍ସବ ହେବା ନେଇ ସ୍ଥିର ହୋଇଥିଲା। ତେବେ ୨୦୨୩ ଜାନୁୟାରୀରେ ହେବାକୁ ଥିବା ହକି ବିଶ୍ବକପ୍‌ ପାଇଁ ଉକ୍ତ ପଡ଼ିଆରେ ଡଟ୍‌ ଫେଷ୍ଟ୍‌ ଥିବାରୁ ଓ ଏଥିପାଇଁ ଆୟୋଜକମାନେ ଏକ ମାସ ଆଗରୁ ପଡ଼ିଆ ଚାହୁଁଥିବାରୁ ପୁସ୍ତକ ମହୋତ୍ସବ ପାଇଁ ପଡ଼ିଆ ଦିଆଯାଇପାରିବ ନାହିଁ ବୋଲି ଇଡ୍‌କୋ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଶୁକ୍ରବାର ସୂଚନା ମିଳିଛି। ତେଣୁ ରାଜ୍ୟସ୍ତରୀୟ ପୁସ୍ତକ ମହୋତ୍ସବ ଆୟୋଜନ ନେଇ ସନ୍ଦେହ ଉପୁଜିଛି।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ କହିଛନ୍ତି, ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ ଆୟୋଜନ ପାଇଁ ସ୍ଥାନ ସମସ୍ୟା ସଂକ୍ରାନ୍ତରେ ସରକାରୀ ସ୍ତରରେ କୌଣସି ସୂଚନା ଏ ପର୍ଯ୍ୟନ୍ତ ମିଳିନାହିଁ। ବିଭାଗୀୟ ଅଧିକାରୀଙ୍କୁ ପଠାଇ ଏ ବିଷୟରେ ବୁଝିବି। ଅନ୍ୟ ସ୍ଥାନରେ ମେଳା ହେବ କି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଯେହେତୁ ଏହା ପ୍ରଦର୍ଶନୀ ପଡ଼ିଆରେ ହୋଇଆସୁଛି, ସ୍ଥାନ ପରିବର୍ତ୍ତନ ହେଲେ ଲୋକଙ୍କୁ ଜାଣିବାରେ ଅସୁବିଧା ଉପୁଜିପାରେ। ଅପରପକ୍ଷରେ ଆୟୋଜନ କମିଟିର ସଦସ୍ୟ ତଥା ରାଜଧାନୀ ପୁସ୍ତକମେଳା କମିଟି ସମ୍ପାଦକ ଉପେନ୍ଦ୍ର କୁମାର ଜେନା କହିଛନ୍ତି, ପୁସ୍ତକ ମହୋତ୍ସବକୁ ଅନ୍ୟ ସ୍ଥାନକୁ ଘୁଞ୍ଚାଇବା ନେଇ ଆଲୋଚନା ଚାଲିଛି। କଥାଶିଳ୍ପୀ ତଥା ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା କହଛନ୍ତି, ପୁସ୍ତକ ମହୋତ୍ସବ ପାଇଁ ସରକାରଙ୍କ ଆଗ୍ରହ ଥିଲେ ହେଁ ସଂସ୍କୃତି ନିର୍ଦ୍ଦେଶାଳୟର ଅପାରଗତା ଓ ଅନ୍ୟ ବିଭାଗ ସହ ସମନ୍ବୟ ଅଭାବରୁ ବହି ମେଳା ବାରମ୍ବାର ବନ୍ଦ ହେଉଛି। ସରକାର ପ୍ରତିବର୍ଷ ବ୍ୟୟବରାଦ କରୁଛନ୍ତି ଓ ମେଳା ହେଉ ନ ଥିବାରୁ ଟଙ୍କା କେଉଁ ବାଟରେ ଖର୍ଚ୍ଚ ହୋଇଛି ଏହାର ତଦନ୍ତ ଜରୁରୀ। ଭୁବନେଶ୍ୱରର ପ୍ରକାଶକମାନଙ୍କୁ ଜାଣିଜାଣି ମେଳା ଆୟୋଜନ କାର୍ଯ୍ୟକ୍ରମରୁ ଦୂରେଇ ରଖୁଛି ନିର୍ଦ୍ଦେଶାଳୟ। ବିଶ୍ୱ କପ୍‌ ହକି ବାବଦରେ ବର୍ଷେ ଆଗରୁ ଜଣାଥିଲେ ହେଁ ସଂସ୍କୃତି ନିର୍ଦ୍ଦେଶାଳୟ କାହିଁକି ସମାନ ସମୟରେ ମେଳା କରିବାକୁ ନିଷ୍ପତ୍ତି ନେଇଥିଲେ ଜଣାନ୍ତୁ। ତୁରନ୍ତ ପ୍ରକାଶକଙ୍କ ସହ ଆଲୋଚନା କରି ନିର୍ଦ୍ଦେଶାଳୟ ମେଳା ଏକ ଉପଯୁକ୍ତ ସମୟ ଓ ସ୍ଥାନ ସ୍ଥିର କରୁ ବୋଲି ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri