ଆଶଙ୍କାରେ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’

ଭୁବନେଶ୍ୱର,୧୨।୧୧(ବ୍ୟୁରୋ): ସରକାରୀ ସ୍ତରରେ ଅନୁଷ୍ଠିତ ହେଉଥିବା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’କୁ ନେଇ ପୁଣି ଆଶଙ୍କା ଦେଖାଦେଇଛି। ଚଳିତବର୍ଷ ପୁସ୍ତକ ହେମ ହେବ କି ନାହିଁ, ତାହାକୁ ନେଇ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟ ସରକାର ଓଡ଼ିଆ ଭାଷା, ସାହିତ୍ୟକୁ ଗୁରୁତ୍ୱ ଦେଉଥିବାବେଳେ ଗତ ୨ବର୍ଷ ଧରି ବନ୍ଦ ରହିଥିବା ପୁସ୍ତକ ମହୋତ୍ସବ ପ୍ରତି ଅନାଗ୍ରହକୁ ନେଇ ପ୍ରକାଶକ ଓ ପାଠକ ମହଲରେ କ୍ଷୋଭ ପ୍ରକାଶ ପାଇଛି। କେତେବେଳେ କୋଭିଡ୍‌ ତ ଆଉ କେତେବେଳେ ଖରା ପାଇଁ ସରକାର ଏହି ପୁସ୍ତକ ମହୋତ୍ସବକୁ ବନ୍ଦ କରିଥିବାବେଳେ ଏବର୍ଷ ପଡ଼ିଆ ମିଳୁ ନ ଥିବା ସୂଚନା ମିଳିଛି।
ଭୁବନେଶ୍ବରରେ ୧୯୮୫ ମସିହାରେ ପ୍ରଥମେ ଭୁବନେଶ୍ବର ପୁସ୍ତକମେଳା ଆରମ୍ଭ ହୋଇଥିଲା। ପରେ ବର୍ଷର ଭିନ୍ନ ଭିନ୍ନ ସମୟରେ ରାଜଧାନୀ ପୁସ୍ତକମେଳା, କଳିଙ୍ଗ ପୁସ୍ତକମେଳା ଓ ଏକାମ୍ର ପୁସ୍ତକମେଳା ନାମରେ ୪ଟି ମେଳା ହେଉଥିଲା। ୨୦୧୯ରେ ଏସବୁ ପୁସ୍ତକମେଳାକୁ ବନ୍ଦ କରାଯାଇ ବର୍ଷରେ ଗୋଟିଏ ପୁସ୍ତକମେଳା ଆୟୋଜନ କରାଯିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ଉକ୍ତ ନିଷ୍ପତ୍ତି ଅନୁସାରେ, ସେହିବର୍ଷ ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆରେ ପ୍ରଥମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ ଆୟୋଜିତ ହୋଇଥିଲା। ଏହାର ଆୟୋଜନ ଦାୟିତ୍ୱ କଟକର ଏକ ଅନୁଷ୍ଠାନକୁ ଦିଆଯାଇଥିଲା। ୨୦୨୦ରେ ଭୁବନେଶ୍ୱର ପୁସ୍ତକମେଳା କମିଟି ‘ଅକ୍ଷର’ର ଆୟୋଜନ କରିଥିଲା। ଏହି କମିଟି ସହ କଳିଙ୍ଗ ପୁସ୍ତକମେଳା, ଏକାମ୍ର ପୁସ୍ତକମେଳା ଏବଂ ଓଡ଼ିଶା ପ୍ରକାଶକ ପୁସ୍ତକ ବିକ୍ରେତା ସଂଘ ମଧ୍ୟ ଆୟୋଜନ ଦାୟିତ୍ୱରେ ରହିଲେ।
ପ୍ରଥମ ଓ ଦ୍ବିତୀୟ ବର୍ଷ ଆଶାନୁରୂପ ସଫଳ ହୋଇ ନ ଥିଲେ ହେଁ ୨୦୨୧ରେ ପୁଣି ତୃତୀୟଥର ପୁସ୍ତକ ମହୋତ୍ସବ ଆୟୋଜନ ପାଇଁ ସରକାର ଅଣ୍ଟା ଭିଡ଼ିଥିଲେ। ତାରିଖ ଘୋଷଣା ସହ ସମସ୍ତ ପ୍ରସ୍ତୁତି ସରିଥିଲା। ହେଲେ କୋଭିଡ୍‌ ସ୍ଥିତି ପାଇଁ ମାତ୍ର ୪ ଦିନ ପୂର୍ବରୁ ପୁସ୍ତକ ମହୋତ୍ସବକୁ ବନ୍ଦ ଘୋଷଣା କରାଯାଇଥିଲା। ପୁନର୍ବାର ୨୦୨୨ ଏପ୍ରିଲରେ ମହୋତ୍ସବ ଆୟୋଜନ ପାଇଁ ପୁଣି ସରକାର ଘୋଷଣା କରିଥିଲେ। ସେହି ସମୟରେ ଅନ୍ୟ ମେଳା ହେଉଥିବାବେଳେ ସରକାର କିନ୍ତୁ ଅତ୍ୟଧିକ ରୌଦ୍ରତାପ ଦର୍ଶାଇ ‘ଅକ୍ଷର’ ପୁସ୍ତକ ମହୋତ୍ସବକୁ ବାତିଲ କରିଥିଲେ। ଚଳିତବର୍ଷ ଆସନ୍ତା ଡିସେମ୍ବର ୯ରୁ ୧୮ ତାରିଖ ଯାଏ ୧୦ଦିନ ଧରି ୪ର୍ଥ ରାଜ୍ୟ ପୁସ୍ତକ ମହୋତ୍ସବ ଅନୁଷ୍ଠିତ ହେବ ବୋଲି ସଂସ୍କୃତି ବିଭାଗ ପକ୍ଷରୁ ଗତ ନଭେମ୍ବର ୪ରେ ସୂଚନା ଦିଆଯାଇଥିଲା। ଏ ନେଇ ଆୟୋଜନ କମିଟି ପକ୍ଷରୁ ପ୍ରକାଶକଙ୍କୁ ସୂଚନା ଦିଆଯାଇଥିଲା। ଇତି ମଧ୍ୟରେ ପ୍ରାୟ ୨୦୦ରୁ ଅଧିକ ପ୍ରକାଶକ ଷ୍ଟଲ ବୁକ୍‌ କରି ସାରିଥିଲେ। ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ ପୁସ୍ତକ ମହୋତ୍ସବ ହେବା ନେଇ ସ୍ଥିର ହୋଇଥିଲା। ତେବେ ୨୦୨୩ ଜାନୁୟାରୀରେ ହେବାକୁ ଥିବା ହକି ବିଶ୍ବକପ୍‌ ପାଇଁ ଉକ୍ତ ପଡ଼ିଆରେ ଡଟ୍‌ ଫେଷ୍ଟ୍‌ ଥିବାରୁ ଓ ଏଥିପାଇଁ ଆୟୋଜକମାନେ ଏକ ମାସ ଆଗରୁ ପଡ଼ିଆ ଚାହୁଁଥିବାରୁ ପୁସ୍ତକ ମହୋତ୍ସବ ପାଇଁ ପଡ଼ିଆ ଦିଆଯାଇପାରିବ ନାହିଁ ବୋଲି ଇଡ୍‌କୋ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଶୁକ୍ରବାର ସୂଚନା ମିଳିଛି। ତେଣୁ ରାଜ୍ୟସ୍ତରୀୟ ପୁସ୍ତକ ମହୋତ୍ସବ ଆୟୋଜନ ନେଇ ସନ୍ଦେହ ଉପୁଜିଛି।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ କହିଛନ୍ତି, ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ ଆୟୋଜନ ପାଇଁ ସ୍ଥାନ ସମସ୍ୟା ସଂକ୍ରାନ୍ତରେ ସରକାରୀ ସ୍ତରରେ କୌଣସି ସୂଚନା ଏ ପର୍ଯ୍ୟନ୍ତ ମିଳିନାହିଁ। ବିଭାଗୀୟ ଅଧିକାରୀଙ୍କୁ ପଠାଇ ଏ ବିଷୟରେ ବୁଝିବି। ଅନ୍ୟ ସ୍ଥାନରେ ମେଳା ହେବ କି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଯେହେତୁ ଏହା ପ୍ରଦର୍ଶନୀ ପଡ଼ିଆରେ ହୋଇଆସୁଛି, ସ୍ଥାନ ପରିବର୍ତ୍ତନ ହେଲେ ଲୋକଙ୍କୁ ଜାଣିବାରେ ଅସୁବିଧା ଉପୁଜିପାରେ। ଅପରପକ୍ଷରେ ଆୟୋଜନ କମିଟିର ସଦସ୍ୟ ତଥା ରାଜଧାନୀ ପୁସ୍ତକମେଳା କମିଟି ସମ୍ପାଦକ ଉପେନ୍ଦ୍ର କୁମାର ଜେନା କହିଛନ୍ତି, ପୁସ୍ତକ ମହୋତ୍ସବକୁ ଅନ୍ୟ ସ୍ଥାନକୁ ଘୁଞ୍ଚାଇବା ନେଇ ଆଲୋଚନା ଚାଲିଛି। କଥାଶିଳ୍ପୀ ତଥା ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା କହଛନ୍ତି, ପୁସ୍ତକ ମହୋତ୍ସବ ପାଇଁ ସରକାରଙ୍କ ଆଗ୍ରହ ଥିଲେ ହେଁ ସଂସ୍କୃତି ନିର୍ଦ୍ଦେଶାଳୟର ଅପାରଗତା ଓ ଅନ୍ୟ ବିଭାଗ ସହ ସମନ୍ବୟ ଅଭାବରୁ ବହି ମେଳା ବାରମ୍ବାର ବନ୍ଦ ହେଉଛି। ସରକାର ପ୍ରତିବର୍ଷ ବ୍ୟୟବରାଦ କରୁଛନ୍ତି ଓ ମେଳା ହେଉ ନ ଥିବାରୁ ଟଙ୍କା କେଉଁ ବାଟରେ ଖର୍ଚ୍ଚ ହୋଇଛି ଏହାର ତଦନ୍ତ ଜରୁରୀ। ଭୁବନେଶ୍ୱରର ପ୍ରକାଶକମାନଙ୍କୁ ଜାଣିଜାଣି ମେଳା ଆୟୋଜନ କାର୍ଯ୍ୟକ୍ରମରୁ ଦୂରେଇ ରଖୁଛି ନିର୍ଦ୍ଦେଶାଳୟ। ବିଶ୍ୱ କପ୍‌ ହକି ବାବଦରେ ବର୍ଷେ ଆଗରୁ ଜଣାଥିଲେ ହେଁ ସଂସ୍କୃତି ନିର୍ଦ୍ଦେଶାଳୟ କାହିଁକି ସମାନ ସମୟରେ ମେଳା କରିବାକୁ ନିଷ୍ପତ୍ତି ନେଇଥିଲେ ଜଣାନ୍ତୁ। ତୁରନ୍ତ ପ୍ରକାଶକଙ୍କ ସହ ଆଲୋଚନା କରି ନିର୍ଦ୍ଦେଶାଳୟ ମେଳା ଏକ ଉପଯୁକ୍ତ ସମୟ ଓ ସ୍ଥାନ ସ୍ଥିର କରୁ ବୋଲି ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri