Posted inଖେଳ

ରାଜ୍ୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା: ରଶ୍ମିରଞ୍ଜନ ମିଷ୍ଟର ଓଡ଼ିଶା ୨୦୨୧

ଭୁବନେଶ୍ୱର, ୧୬ା୩ (ସ୍ପୋଟର୍‌ସ ବ୍ୟୁରୋ)-ରଶ୍ମି ରଞ୍ଜନ ସାହୁ ମିଷ୍ଟର ଓଡ଼ିଶା ୨୦୨୧ ବିବେଚିତ ହୋଇଛନ୍ତି। ପୁରୁଣା ଭୁବନେଶ୍ୱର ବଡିବିଲ୍‌ଡିଂ ଆସୋସିଏଶନ ଏବଂ ଶ୍ରୀଶ୍ରୀ ଲିଙ୍ଗରାଜ ସେନାର ମିଳିତ ଆନୁକୂଲ୍ୟରେ ଦୁଇଦିନ ଧରି ୧୮ତମ ସିନିୟର ରାଜ୍ୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ଚାଲିଥିଲା। ଶ୍ରୀଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଭଜନ ମଣ୍ଡପରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ୨୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ୫୫କେଜି ବିଭାଗରେ ସଞ୍ଜିତ୍‌ ବେହେରା (ବାଲେଶ୍ୱର), ଗୋଦାବରୀ ଶତପଥୀ (ପୁରୀ) ଓ ଶୁଭକାନ୍ତ ମଲ୍ଲିିଆ(ଭୁବନେଶ୍ୱର); ୬୦କେଜି ବିଭାଗରେ ଚନ୍ଦନ କୁମାର ସାହୁ (ଗଞ୍ଜାମ), ମନୋଜକୁମାର ପ୍ରଧାନ (କଟକ), ସୌର ଅମ୍ଳାନଜ୍ୟୋତି ମହାନ୍ତି (ଜଗତ୍‌ସିଂହପୁର); ୬୫କେଜିରେ ବିଚିତ୍ର ନାୟକ (ଭୁବନେଶ୍ୱର), ରୋହନ ଡିଗାଲ (ଭୁବନେଶ୍ୱର) ଓ ରାକେଶ କୁମାର ପାଢ଼ୀ (ପୁରୀ); ୮୦କେଜିରେ ଭବାନୀ ଶଙ୍କର ପୃଷ୍ଟି (ବରଗଡ଼), ଲୋକନାଥ ମୁନିରସ୍ତ (ପୁରୀ), ବିଶ୍ୱରଞ୍ଜନ କର (ପୁରୀ); ୮୫କେଜିରେ ଅମିୟ କୁମାର ସେଠୀ (ଜଗତ୍‌ସିଂହପୁର), ବାପି ସାହୁ (ଭୁବନେଶ୍ୱର), ବିକାଶ ଚନ୍ଦ୍ର ବେହେରା(ଗଞ୍ଜାମ); ୯୦କେଜି ଶ୍ରେଣୀରେ ରଶ୍ମିରଞ୍ଜନ ସାହୁ (ଭୁବନେଶ୍ୱର), ନିରୋଜ ପାଢ଼ୀ (ରାୟଗଡ଼ା) ଓ ସୁବାସ ଶ୍ରେଷ୍ଠ (ଓଡ଼ିଶା ପୋଲିସ); ୧୦୦କେଜିରେ କୁମାର ଭରତ (ଭୁବନେଶ୍ୱର), ଅରଜିତ୍‌ ଜେନା (ପୁରୀ), ରାକେଶ ପ୍ରଧାନ (ବଲାଙ୍ଗୀର) ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ହୋଇଥିଲେ।
ଏହାଛଡ଼ା ଫିଟ୍‌ନେସ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ମଧ୍ୟ ହୋଇଥିଲା। ମହିଳା ଫିଟ୍‌ନେସରେ ଜ୍ୟୋତ୍ସ୍ନାରାଣୀ ରାଉତରାୟ (ଭୁବନେଶ୍ୱର), ଶିବାନୀ ଦାଶ (ଅନୁଗୋଳ), ପ୍ରର୍ଯକ୍ତା ଦାସ (ଭୁବନେଶ୍ୱର) ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ହୋଇଥିଲେ। ଏହି ପ୍ରତିଯୋଗିତା ରାଜ୍ୟ ସୁନ୍ଦର ସ୍ବାସ୍ଥ୍ୟ ସଂଘର ସଭାନେତ୍ରୀ ସୁମିତ୍ରା ତ୍ରିପାଠୀ, ସାଧାରଣ ସମ୍ପାଦକ ପ୍ରସନ୍ନ ମହାସୁଆର, ଶ୍ରୀଶ୍ରୀ ଲିଙ୍ଗରାଜ ସେନା ସଭାପତି ରାଜେନ୍ଦ୍ର କୁମାର ସମର୍ଥାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ଉଦ୍‌ଯାପନୀ ଉତ୍ସବରେ ମନ୍ତ୍ରୀ ଅଶୋକ କୁମାର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ବିଜେଡି ଜିଲା ସଭାପତି ବିରଞ୍ଚତ୍ ନାରାୟଣ ମହାସୁପକାର, ରାଜ୍ୟ ଗୃହ ବିଭାଗ ସ୍ବତନ୍ତ୍ର ସଚିବ (ଏଡିଜିପି) ସନ୍ତୋଷ ବାଲା, ପିସି କଲଚର ଚେୟାରମ୍ୟାନ ଅସିତ ତ୍ରିପାଠୀ, ଡ. ଲିଙ୍ଗରାଜ ରଥ, ଓଡ଼ିଶା ଚିଫ୍‌ ପୋଷ୍ଟମାଷ୍ଟର ଜେନେରାଲ ଜଳେଶ୍ୱର କହଁର, ସହକାରୀ ନିର୍ଦ୍ଦେଶକ ସ୍ପୋଟର୍‌ସ ଆଣ୍ଡ୍‌ କଲଚର (ପିଏମ୍‌ଜି)ମହମ୍ମଦ ଆସିଫ ଜାକି ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri