Posted inଖେଳ

ରାଜ୍ୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା: ରଶ୍ମିରଞ୍ଜନ ମିଷ୍ଟର ଓଡ଼ିଶା ୨୦୨୧

ଭୁବନେଶ୍ୱର, ୧୬ା୩ (ସ୍ପୋଟର୍‌ସ ବ୍ୟୁରୋ)-ରଶ୍ମି ରଞ୍ଜନ ସାହୁ ମିଷ୍ଟର ଓଡ଼ିଶା ୨୦୨୧ ବିବେଚିତ ହୋଇଛନ୍ତି। ପୁରୁଣା ଭୁବନେଶ୍ୱର ବଡିବିଲ୍‌ଡିଂ ଆସୋସିଏଶନ ଏବଂ ଶ୍ରୀଶ୍ରୀ ଲିଙ୍ଗରାଜ ସେନାର ମିଳିତ ଆନୁକୂଲ୍ୟରେ ଦୁଇଦିନ ଧରି ୧୮ତମ ସିନିୟର ରାଜ୍ୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ଚାଲିଥିଲା। ଶ୍ରୀଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଭଜନ ମଣ୍ଡପରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ୨୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ୫୫କେଜି ବିଭାଗରେ ସଞ୍ଜିତ୍‌ ବେହେରା (ବାଲେଶ୍ୱର), ଗୋଦାବରୀ ଶତପଥୀ (ପୁରୀ) ଓ ଶୁଭକାନ୍ତ ମଲ୍ଲିିଆ(ଭୁବନେଶ୍ୱର); ୬୦କେଜି ବିଭାଗରେ ଚନ୍ଦନ କୁମାର ସାହୁ (ଗଞ୍ଜାମ), ମନୋଜକୁମାର ପ୍ରଧାନ (କଟକ), ସୌର ଅମ୍ଳାନଜ୍ୟୋତି ମହାନ୍ତି (ଜଗତ୍‌ସିଂହପୁର); ୬୫କେଜିରେ ବିଚିତ୍ର ନାୟକ (ଭୁବନେଶ୍ୱର), ରୋହନ ଡିଗାଲ (ଭୁବନେଶ୍ୱର) ଓ ରାକେଶ କୁମାର ପାଢ଼ୀ (ପୁରୀ); ୮୦କେଜିରେ ଭବାନୀ ଶଙ୍କର ପୃଷ୍ଟି (ବରଗଡ଼), ଲୋକନାଥ ମୁନିରସ୍ତ (ପୁରୀ), ବିଶ୍ୱରଞ୍ଜନ କର (ପୁରୀ); ୮୫କେଜିରେ ଅମିୟ କୁମାର ସେଠୀ (ଜଗତ୍‌ସିଂହପୁର), ବାପି ସାହୁ (ଭୁବନେଶ୍ୱର), ବିକାଶ ଚନ୍ଦ୍ର ବେହେରା(ଗଞ୍ଜାମ); ୯୦କେଜି ଶ୍ରେଣୀରେ ରଶ୍ମିରଞ୍ଜନ ସାହୁ (ଭୁବନେଶ୍ୱର), ନିରୋଜ ପାଢ଼ୀ (ରାୟଗଡ଼ା) ଓ ସୁବାସ ଶ୍ରେଷ୍ଠ (ଓଡ଼ିଶା ପୋଲିସ); ୧୦୦କେଜିରେ କୁମାର ଭରତ (ଭୁବନେଶ୍ୱର), ଅରଜିତ୍‌ ଜେନା (ପୁରୀ), ରାକେଶ ପ୍ରଧାନ (ବଲାଙ୍ଗୀର) ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ହୋଇଥିଲେ।
ଏହାଛଡ଼ା ଫିଟ୍‌ନେସ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ମଧ୍ୟ ହୋଇଥିଲା। ମହିଳା ଫିଟ୍‌ନେସରେ ଜ୍ୟୋତ୍ସ୍ନାରାଣୀ ରାଉତରାୟ (ଭୁବନେଶ୍ୱର), ଶିବାନୀ ଦାଶ (ଅନୁଗୋଳ), ପ୍ରର୍ଯକ୍ତା ଦାସ (ଭୁବନେଶ୍ୱର) ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ହୋଇଥିଲେ। ଏହି ପ୍ରତିଯୋଗିତା ରାଜ୍ୟ ସୁନ୍ଦର ସ୍ବାସ୍ଥ୍ୟ ସଂଘର ସଭାନେତ୍ରୀ ସୁମିତ୍ରା ତ୍ରିପାଠୀ, ସାଧାରଣ ସମ୍ପାଦକ ପ୍ରସନ୍ନ ମହାସୁଆର, ଶ୍ରୀଶ୍ରୀ ଲିଙ୍ଗରାଜ ସେନା ସଭାପତି ରାଜେନ୍ଦ୍ର କୁମାର ସମର୍ଥାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ଉଦ୍‌ଯାପନୀ ଉତ୍ସବରେ ମନ୍ତ୍ରୀ ଅଶୋକ କୁମାର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ବିଜେଡି ଜିଲା ସଭାପତି ବିରଞ୍ଚତ୍ ନାରାୟଣ ମହାସୁପକାର, ରାଜ୍ୟ ଗୃହ ବିଭାଗ ସ୍ବତନ୍ତ୍ର ସଚିବ (ଏଡିଜିପି) ସନ୍ତୋଷ ବାଲା, ପିସି କଲଚର ଚେୟାରମ୍ୟାନ ଅସିତ ତ୍ରିପାଠୀ, ଡ. ଲିଙ୍ଗରାଜ ରଥ, ଓଡ଼ିଶା ଚିଫ୍‌ ପୋଷ୍ଟମାଷ୍ଟର ଜେନେରାଲ ଜଳେଶ୍ୱର କହଁର, ସହକାରୀ ନିର୍ଦ୍ଦେଶକ ସ୍ପୋଟର୍‌ସ ଆଣ୍ଡ୍‌ କଲଚର (ପିଏମ୍‌ଜି)ମହମ୍ମଦ ଆସିଫ ଜାକି ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶାନ୍ତି ଆଲୋଚନାରେ ବାଧା ସୃଷ୍ଟି କଲା ସର୍ତ୍ତାବଳୀ: ଟ୍ରମ୍ପଙ୍କ ପାଖରେ ୪ ବଡ଼ ଦାବି କଲା ଇରାନ, ଲିଷ୍ଟ ଦେଖିଲେ…

ଓ୍ବାଶିଂଟନ୍‌,୨୫।୩: ଆମେରିକା-ଇସ୍ରାଏଲ-ଇରାନ ଯୁଦ୍ଧର ୨୬ ତମ ଦିନରେ, ଆଲୋଚନା ପ୍ରୟାସ ଅଧିକ କଷ୍ଟକର ହୋଇଯାଇଛି। ଇରାନ ମଧ୍ୟସ୍ଥିଙ୍କ ମାଧ୍ୟମରେ ଆମେରିକା ନିକଟରେ ଏହାର ପ୍ରମୁଖ ଦାବି ଉପସ୍ଥାପନ…

‘ଯୁଦ୍ଧ ସମାପ୍ତ କରାଇପାରେ ଭାରତ’, ଇସ୍ରାଏଲର ରାଷ୍ଟ୍ରଦୂତଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟକୁ ନେଇ ବିଶ୍ୱରେ ହଇଚଇ

ନୂଆଦିଲ୍ଲୀ,୨୫।୩: ଇରାନ ଯୁଦ୍ଧ ସମାପ୍ତ କରିବାରେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ନୂଆଦିଲ୍ଲୀରେ ଇସ୍ରାଏଲର ରାଷ୍ଟ୍ରଦୂତ ରୁଭେନ ଆଜାର କହିଛନ୍ତି , ପଶ୍ଚିମ ଏସିଆରେ ଭାରତର ଏକ…

ଗାଧୋଇବାକୁ ଯାଇ ଆଉ ଫେରିନଥିଲେ, ଆଜି ଘୋଡ଼ାହାଡ଼ ନଦୀ ଗଣ୍ଡରୁ ମିଳିଲା ମୃତଦେହ

ଦିଗପହଣ୍ଡି,୨୫।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ନିକଟ ଘୋଡ଼ାହାଡ଼ ନଦୀ ଗଣ୍ଡରୁ ଜଣେ ଯୁବକଙ୍କ ମୃତଦେହକୁ ଅଗ୍ନିଶମବାହିନୀ ବୁଧବାର ଉଦ୍ଧାର କରିଛି।…

LPG ଅଭାବ ମଧ୍ୟରେ ଆହୁରି କଡ଼ାକଡ଼ି ହେଲା ନିୟମ: ବୁକିଂ ସମୟସୀମା ବଢିଲା, ଏଣିକି ଏତେ ଦିନ କରିବାକୁ ପଡିବ ଅପେକ୍ଷା

ନୂଆଦିଲ୍ଲୀ,୨୫।୩: ଏଲପିଜି ସିଲିଣ୍ଡରର ଅଭାବ ମଧ୍ୟରେ, ଗ୍ୟାସ କମ୍ପାନୀଗୁଡ଼ିକ ସେମାନଙ୍କର ବୁକିଂ ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି। ଗ୍ରାହକମାନଙ୍କୁ ସେମାନଙ୍କର ପରବର୍ତ୍ତୀ ସିଲିଣ୍ଡର ବୁକ୍‌ କରିବା ପାଇଁ…

ଦେଶବାସୀଙ୍କ ପାଇଁ ଖୁସିଖବର: ଯୁଦ୍ଧ ମଧ୍ୟରେ ଏହି ୫ ବଡ଼ ନିଷ୍ପତ୍ତି ନେଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ,୨୫।୩: ପଶ୍ଚିମ ଏସିଆରେ ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଭାରତ ସରକାର ଦେଶର ଅର୍ଥନୀତି ଏବଂ ସାଧାରଣ ଜନତାଙ୍କୁ ଏହାର ପ୍ରତିକୂଳ…

‘ଯୁଦ୍ଧ ମଧ୍ୟରେ ଆମେରିକାକୁ ମୂଲ୍ୟବାନ ଉପହାର ପଠାଇଲା ଇରାନ’, ଟ୍ରମ୍ପଙ୍କ ବଡ଼ ସୂଚନା, ସାରା ବିଶ୍ୱ ଚକିତ

ଓ୍ବାଶିଂଟନ୍‌,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଦାବି କରିଛନ୍ତି ଯାହା ସମଗ୍ର ବିଶ୍ୱକୁ ଚକିତ କରିଦେଇଛି। ଟ୍ରମ୍ପ କହିଛନ୍ତି ଯେ…

ଏପ୍ରିଲ ୬ରୁ ସକାଳୁଆ କୋର୍ଟ

କଟକ,୨୫।୩(କୁମାରଶ୍ରୀ): ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ ୬ରୁ ରାଜ୍ୟର ସମସ୍ତ ଜିଲା ଓ ଅଧୀନସ୍ଥ ଅଦାଲତ ସକାଳୁଆ ହେବ। ମଙ୍ଗଳବାର ଏ ନେଇ ହାଇକୋର୍ଟ…

ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ଶେଷ କରିବାକୁ ଅଣ୍ଟା ଭିଡ଼ିଲା ପାକିସ୍ତାନ, କିଏ କିଏ ବୈଠକରେ ଯୋଗଦେବେ, ଜାଣନ୍ତୁ…

ନୂଆଦିଲ୍ଲୀ,୨୫।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ ଭାବରେ ସୂଚିତ କରିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ସମାପ୍ତ କରିବା ପାଇଁ ଆଲୋଚନା ପାକିସ୍ତାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri