ଭୋକ ବିକଳରେ କନ୍ୟାରତ୍ନ ବିକ୍ରି କରୁଛନ୍ତି ଆଫଗାନୀ, ଖାଦ୍ୟ ସଙ୍କଟ ଚେତାବନୀ ଦେଲା ଜାତିସଂଘ…

କାବୁଲ,୨୭।୧୦: ଆଫଗାନିସ୍ତାନ ଏବେ ଖାଦ୍ୟ ସଙ୍କଟର ସମ୍ମୁଖୀନ ହୋଇଛି। ଲୋକେ ଖାଦ୍ୟ କିଣିବା ପାଇଁ ନିଜର ସମ୍ପତ୍ତି ଏବଂ ପଶୁ ବିକ୍ରୟ କରୁଥିଲେ। ମାତ୍ର ଏବେ ସେମାନଙ୍କୁ ଭୋକ ବିକଳରେ ପିଲାମାନଙ୍କୁ ବିକ୍ରୟ କରିବାକୁ ବାଧ୍ୟ ହେଉଛନ୍ତି। ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବହୁ ମାତାପିତା ନିଜ ନିଜର ସନ୍ତାନଙ୍କୁ ବିକ୍ରି କରୁଛନ୍ତି। ଇତିମଧ୍ୟରେ ଜାତିସଂଘ ପକ୍ଷରୁ ଆଫଗାନିସ୍ତାନରେ ଖାଦ୍ୟ ସଙ୍କଟ ଚେତବାଦୀ ଜାରି କରାଯାଇଛି।
ସମ୍ପ୍ରତି ଏଠାରେ ଲୋକେ କନ୍ୟାରତ୍ନ ବିକ୍ରି କରିବା ଆରମ୍ଭ କରିଥିବା ରିପୋର୍ଟ ନେଇ ଅନ୍ତର୍ଜାତୀୟସ୍ତରରେ ଚିନ୍ତା ପ୍ରକଟ କରାଯାଇଛି। ଦେଶର ପ୍ରାୟ ୨୫ ନିୟୁତ ଲୋକ ଆସନ୍ତା ନଭେମ୍ବରରୁ ଭୋକରେ ରହିବେ ବୋଲି ଜାତିସଂଘ କହିଛି।

ଭୋକରେ ପୀଡିତ ଲୋକମାନେ ବିବାହ ପାଇଁ ଆଠରୁ ଦଶ ବର୍ଷ ବୟସ୍କା କନ୍ୟାରତ୍ନଙ୍କୁ ବିକ୍ରି କରିବା ସାଧାରଣ ଘଟଣାରେ ପରିଣତ ହୋଇଛି। କନ୍ୟାରତ୍ନଙ୍କ ବିକ୍ରି ଯୋଗୂ ଦେଶରେ ଏବେ ବାଲ୍ୟ ବିବାହ ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି ହୋଇଛି। ଦେଶରେ ମରୁଡ଼ି ସମୟରେ ବାଲ୍ୟ ବିବାହ ସଂଖ୍ୟା ବଢ଼ିଥାଏ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। କିନ୍ତୁ ଏବେ ଖାଦ୍ୟ ସଙ୍କଟ ଯୋଗୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ଏଥିରେ ଦର୍ଶାଯାଇଛି।

ବଦଘିସ ପ୍ରଦେଶର ତାଲିବାନର ମଧ୍ୟବର୍ତ୍ତୀକାଳୀନ ରାଜ୍ୟପାଳ ମୌଲବି ଅବଦୁଲ ସତାର ଏକ ବିବୃତ୍ତିରେ କହିଛନ୍ତି ଯେ ଆର୍ଥିକ ସମସ୍ୟା ଯୋଗୁ ବାଲ୍ୟ ବିବାହ ଏବେ ବଢ଼ି ଚାଲିଛି। ଏଥି ସହିତ ମରୁଡ଼ି ପ୍ରଭାବିତ ଅଞ୍ଚଳରେ ବାଲ୍ୟ ବିବାହ ବୃଦ୍ଧି ହେବାର ଖବର ମିଳିଛି। ଦେଶର ତୃତୀୟ ବୃହତ୍ତମ ସହର ହେରାତ ଉପକଣ୍ଠ ଅଞ୍ଚଳରେ ମଧ୍ୟ ବାଲ୍ୟ ବିବାହ ବଢୁଥିବା ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି।

ଗତ ୨୦ ବର୍ଷର ଗୃହଯୁଦ୍ଧରୁ ମୁକ୍ତି ପାଇବାକୁ ସଂଘର୍ଷ କରୁଥିବା ଲୋକଙ୍କ ପାଇଁ ମରୁଡ଼ି ଏବେ ନୂଆ ସଙ୍କଟ ସୃଷ୍ଟି କରିଛି।
ଚଳିତ ଶୀତରେ ଲକ୍ଷ ଲକ୍ଷ ଆଫଗାନୀ ଅନାହାର ଯୋଗୁ ଦେଶାନ୍ତର ହେବାକୁ ବାଧ୍ୟ ହେବେ ବୋଲି ଜାତିସଂଘ ପକ୍ଷରୁ କୁହାଯାଇଛି। ୟେମେନ, ସିରିଆ ଏବଂ କଙ୍ଗୋର ଖାଦ୍ୟ ଅଭାବ ସ୍ଥିତିଠାରୁ ଆଫଗାନିସ୍ତାନର ସଙ୍କଟ ଅଧିକ ଗୁରୁତର ରହିଛି ବୋଲି ଜାତିସଂଘ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

ଇରାନର ଚେତାବନୀ ମଧ୍ୟରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା, ଆକ୍ସନରେ ଇସ୍ରାଏଲ

ତେହରାନ,୯।୪: ଇରାନ ସହିତ ଚାଲିଥିବା ଉତ୍ତେଜନା ଏବଂ ଯୁଦ୍ଧବିରତି ପାଇଁ ପ୍ରୟାସ ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ହିଜବୋଲା ବିରୁଦ୍ଧରେ ସାମରିକ…

ଅଗ୍ନିବୀର ନିଯୁକ୍ତି: ଲିଖିତ ପରୀକ୍ଷା ପାଇଁ ଭାରତୀୟ ସେନା ଜାରି କଲା ସାମ୍ପଲ ପେପର, ମାଗଣାରେ ଏମିତି କରନ୍ତୁ ଡାଉନଲୋଡ୍‌

ନୂଆଦିଲ୍ଲୀ,୯।୪: ଭାରତୀୟ ସେନାରେ ଅଗ୍ନିବୀର ହେବା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। ସେନା ପକ୍ଷରୁ ଲିଖିତ ପରୀକ୍ଷା ପାଇଁ ‘ଫ୍ରି ସାମ୍ପଲ ପେପର…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri