ଖାଦ୍ୟାଭାବ ଆଶଙ୍କା

ଅସ୍ବାଭାବିକ ମୌସୁମୀ ଦେଶର ଖାଦ୍ୟ ସୁରକ୍ଷା ପ୍ରତି ବଡ଼ ବିପଦ ସୃଷ୍ଟି କରିବ ବୋଲି ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ମୁଦ୍ରାସ୍ଫୀତି ନିୟନ୍ତ୍ରଣ ଦିଗରେ ‘ସ୍ବାଭାବିକ ମୌସୁମୀ’ ପ୍ରାକୃତିକ ଭାବେ ବଡ଼ ଭୂମିକା ନେଇଥାଏ। ସ୍ବାଭାବିକ ବର୍ଷା ଫସଲ କରାଇ ଲୋକଙ୍କ ଖାଦ୍ୟ ଚାହିଦାକୁ ମେଣ୍ଟାଇଥାଏ। ଦରଦାମ ଓ ତଦ୍‌ଜନିତ ମୁଦ୍ରାସ୍ଫୀତି ବୃଦ୍ଧିକୁ ମଧ୍ୟ ଏହା ନିୟନ୍ତ୍ରଣରେ ରଖିଥାଏ। ମୁଦ୍ରାସ୍ଫୀତି ଉପରେ ଲଗାମ ଲଗାଇବା ପାଇଁ ଭାରତର ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦୁଇଥର ରୋପୋ ରେଟ୍‌ ବୃଦ୍ଧି କଲାଣି। ଏହାଦ୍ୱାରା ଋଣଗ୍ରହିତାଙ୍କ ଉପରେ ଅଧିକ ସୁଧ ବୋଝ ଲଦି ହୋଇଯାଇଛି। ଏବେ ଅସ୍ବାଭାବିକ ମୌସୁମୀରୁ ଭଲ ଫସଲ ଉତ୍ପାଦନ ହେବା ଆଶା ମଉଳୁଛି। ଆଗକୁ ଖାଦ୍ୟ ସଙ୍କଟ ସୃଷ୍ଟି ହେବା ସହ ସରକାରୀ ଯୋଜନାରେ ମାଗଣା ଖାଦ୍ୟଶସ୍ୟ ବଣ୍ଟନ ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି।

ଭୁବନେଶ୍ୱର,୨୬।୬(ବ୍ୟୁରୋ): ଜୁନ୍‌, ଜୁଲାଇରେ ଆବଶ୍ୟକ ବର୍ଷା ହେଉ ନ ଥିବାରୁ ଗତ କିଛି ବର୍ଷ ହେବ କୃଷି ଉତ୍ପାଦନ ପ୍ରଭାବିତ ହେଲାଣି। ଚଳିତ ବର୍ଷ ମୌସୁମୀ ବର୍ଷାର ଅନିୟମିତତା ମଧ୍ୟ କୃଷି କ୍ଷେତ୍ରକୁ ଗଭୀର ଭାବେ ପ୍ରଭାବିତ କରିବା ଚିନ୍ତା ବଢ଼ିଗଲାଣି। ଚଳିତ ବର୍ଷ କେରଳକୁ ମେ’ ୨୯ ରେ ଅର୍ଥାତ୍‌ ସ୍ବାଭାବିକର ୩ ଦିନ ପୂର୍ବରୁ ମୌସୁମୀ ପ୍ରବେଶ କରିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଗଲା। ହେଲେ ପାଗ ଅନୁକୂଳ ନ ହେବାରୁ ମଧ୍ୟଭାରତ ଓ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକରେ ମୌସୁମୀ ପ୍ରବେଶ ବିଳମ୍ବ ହୋଇଛି। ଯଦିଓ କେତେକ ରାଜ୍ୟକୁ ଏହା ପ୍ରବେଶ କରିଛି, ତେବେ ଆରବ ସାଗରରୁ ଜଳୀୟ ବାଷ୍ପ ଆସୁ ନ ଥିବାରୁ ମୌସୁମୀ ବର୍ଷା ହେଉନାହିଁ।
ଦୁର୍ବଳ ମୌସୁମୀ ପ୍ରଭାବ ଓଡ଼ିଶାରେ ଦେଖିବାକୁ ମିଳିଲାଣି। ରାଜ୍ୟରେ ଚାଷୀମାନେ ମୁଖ୍ୟତଃ ମୌସୁମୀ ବର୍ଷା ଉପରେ ନିର୍ଭର କରିଥାଆନ୍ତି। ବର୍ଷା ନ ଥିବାରୁ ଚାଷୀ ହାତବାନ୍ଧି ବସିଛନ୍ତି। ଚଳିତ ବର୍ଷ ଜୁନ୍‌ ୧୬ରେ ରାଜ୍ୟକୁ ମୌସୁମୀ ପ୍ରବେଶ କରିଥିଲେ ମଧ୍ୟ ବର୍ଷାର ନଁା ଗନ୍ଧ ନାହିଁ। ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ଜୁନ୍‌ ପହିଲାରୁ ଜୁନ୍‌ ୨୫ ମଧ୍ୟରେ ସ୍ବାଭାବିକଠାରୁ ୩୭% କମ୍‌ ବର୍ଷା ହୋଇଛି। କେବଳ ଅନୁଗୋଳ, ଢେଙ୍କାନାଳ, ଯାଜପୁର, ନୟାଗଡ଼ ଏବଂ ନୂଆପଡ଼ା ଜିଲାକୁ ବାଦ୍‌ଦେଲେ ରାଜ୍ୟର ୨୫ ଜିଲାରେ ନିଅଣ୍ଟିଆ ପରିସ୍ଥିତି ରହିଛି। ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜୁନ୍‌ ୧ରୁ ଏ ପର୍ଯ୍ୟନ୍ତ ପୁରୀରେ ସ୍ବାଭାବିକଠାରୁ ୮୩ ପ୍ରତିଶତ କମ୍‌ ବର୍ଷା ହୋଇଥିବା ବେଳେ ସୁନ୍ଦରଗଡ଼ ୬୨%, ଭଦ୍ରକ ୬୧%, କେନ୍ଦ୍ରାପଡ଼ା ୬୬%, ନବରଙ୍ଗପୁର ୫୪%, ବୌଦ୍ଧ ୫୩%, ଗଜପତି ୫୫%, ଜଗତ୍‌ସିଂହପୁର ୪୫%, ଝାରସୁଗୁଡ଼ାରେ ୪୪% ବର୍ଷା ହୋଇଛି।
ବିଶେଷଜ୍ଞଙ୍କ ମତରେ ଯଦି ମୌସୁମୀ ବର୍ଷା ୧% କମ୍‌ ବେଶି ହେବ ତେବେ ତାହାର ପ୍ରଭାବ ଦେଶ ତଥା ରାଜ୍ୟର ଘରୋଇ ଅଭିବୃଦ୍ଧି (ଜିଏସ୍‌ଡିପି) ଉପରେ ୦.୩୪% ପଡ଼ିବ। ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ ମଧ୍ୟ ୧୩% ହ୍ରାସ ପାଇବ। ଅନ୍ୟପକ୍ଷରେ ଭଲ ବର୍ଷା ହେଉ ନ ଥିବାରୁ ଚାଷୀ ଧାନ, ଗହମ ବଦଳରେ କମ୍‌ ବର୍ଷାରେ ଶୀଘ୍ର ଅମଳ ହେଉଥିବା ଅର୍ଥକରି ଫସଲ କରିବାକୁ ପସନ୍ଦ କଲେଣି। ଏଥିଯୋଗୁ ଖାଦ୍ୟ ସଙ୍କଟ ଆହୁରି ଭୟଙ୍କର ହେବ ବୋଲି କୃଷି ବିଶେଷଜ୍ଞ ଆଶଙ୍କା କଲେଣି।
ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ ଚଳିତ ବର୍ଷ ଆରବ ସାଗର କିମ୍ବା ବଙ୍ଗୋପସାଗରରୁ ଜଳୀୟ ବାଷ୍ପ ସ୍ଥଳଭାଗକୁ ପ୍ରବେଶ କରୁନାହିଁ। ଏଥିସହିତ ଉତ୍ତର-ପୂର୍ବ ଭାରତରେ ଗରମ ବଢ଼ିଲେ ରାଜ୍ୟରେ ମୌସୁମୀ ସକ୍ରିୟ ରହିଥାଏ। ଚଳିତବର୍ଷ ଏଥିରେ ବ୍ୟତିକ୍ରମ ରହିଛି। ଫଳରେ ମୌସୁମୀ ବର୍ଷା ସ୍ବାଭାବିକ ହୋଇପାରୁ ନାହିଁ। ସୂର୍ଯ୍ୟମୁଖୀ ଚାଷ କରୁଥିବା କେନ୍ଦ୍ରାପଡ଼ାର ଚାଷୀ ବଳରାମ ଲେଙ୍କା କହିଛନ୍ତି ଯେ ଗତ କିଛିବର୍ଷ ହେବ ବର୍ଷା ଅଭାବରୁ ଆଉ ଭଲ ଧାନ ଅମଳ ହେଉନାହିଁ। ମୌସୁମୀ ବର୍ଷା ସ୍ବାଭାବିକ ହେଉ ନ ଥିବାରୁ ଧାନ ବୁଣିବା ବିଳମ୍ବ ହେଉଛି। ଅଧିକ ବର୍ଷା ଯୋଗୁ ତାହା ନଷ୍ଟ ହୋଇଯାଉଛି। ସୂର୍ଯ୍ୟମୁଖୀ, ପନିପରିବା କରି ପରିବାର ଚଳାଉଛି।
କୃଷି ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ଯେ ରାଜ୍ୟର ଚାଷୀମାନେ ସାଧାରଣତଃ ମୌସୁମୀ ବର୍ଷା ଉପରେ ନିର୍ଭର କରିଥାଆନ୍ତି। ଯଦି ଠିକ୍‌ ସମୟରେ ବର୍ଷା ନ ହେବ ତେବେ ଧାନ ଚାଷ ପ୍ରଭାବିତ ହେବ। ଅତ୍ୟଧିକ ବର୍ଷା ହେବା ଦ୍ୱାରା ଖାଲୁଆ ଜମିରେ ମଧ୍ୟ ଚାଷ ସମ୍ଭବ ହେବ ନାହିଁ। ଏଥିଯୋଗୁ କୃଷି ଉତ୍ପାଦନ ପ୍ରଭାବିତ ହେବା ଆଶଙ୍କା ରହିଛି। ଜଳବାୟୁକୁ ଦୃଷ୍ଟିରେ ରଖି ଜଳସେଚନ ବ୍ୟବସ୍ଥା ହେବା ଦରକାର ।

 


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri