୩୧ରେ ଷ୍ଟାର୍ଟଅପ୍‌ ଉତ୍ସବ-୨୦୨୪

ଭୁବନେଶ୍ୱର,୩୦।୧: ଓଡ଼ିଶା ସରକାରଙ୍କ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ମାଇକ୍ରୋ, ସ୍ମଲ୍‌ ଆଣ୍ଡ ମିଡିୟମ ଏଣ୍ଟରପ୍ରାଇଜେସ ବା ଏମ୍‌ଏସ୍‌ଏମ୍‌ଇ) ଅଧୀନରେ କାର୍ଯ୍ୟରତ ଷ୍ଟାର୍ଟଅପ ଓଡ଼ିଶା ପକ୍ଷରୁ ୨୦୨୪ ଜାନୁଆରୀ ୩୧ ରେ ‘ଷ୍ଟାର୍ଟଅପ୍‌ ଉତ୍ସବ-୨୦୨୪’ ପାଳିତ ହେବାକୁ ଯାଉଛି। ଏପରିକି ଚଳିତ ବର୍ଷ ଜାନୁଆରୀ ୩୧ରେ ଏକ ମେଗା କାର୍ଯ୍ୟକ୍ରମ ସାଙ୍ଗକୁ ପୁରସ୍କାର ବିତରଣ ସମାରୋହ ଏବଂ ଶିଳ୍ପ ନେତାଙ୍କ ମଧ୍ୟରେ ଭାବବିନିମୟ ଭଳି କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ବିଶେଷ କରି ଆଇସିଏଆଇ,ଏନ୍‌ଆଇଏଫ୍‌, ଆଇଏସବିଏ ଏବଂ ଏନ୍‌ଆରଡିସି ସହିତ ମହତ୍ତ୍ୱପୂର୍ଣ୍ଣ ସ୍ମାରକପତ୍ର ଦ୍ୱାରା ଚିହ୍ନିତ ଏକ ଚମତ୍କାର ଇଭେଣ୍ଟ ହେବାକୁ ଯାଉଛି। ସେହିଭଳି ଷ୍ଟାର୍ଟଅପ୍‌ ଓଡ଼ିଶା ଦ୍ୱାରା ଆୟୋଜିତ ଉକ୍ତ ଉତ୍ସବରେ ‘ମୋତେ କିଛି ପଚାର’ ଶୀର୍ଷକ ଏକ ଦିନିକିଆ ଅଧିବେଶନ ସହିତ ଅନେକ ଗୁଡିଏ ଅଧିବେଶନ ଏବଂ ସଫଳତାର କାହାଣୀ ମଧ୍ୟ ସାମିଲ ରହିଛି। ଅପରପକ୍ଷରେ ବାର୍ଷିକ ଇନକ୍ୟୁବେଟରର ସଫଳତାକୁ ଆଲୋକିତ କରିବା, ବାର୍ଷିକ ସହାୟକ ଇନକ୍ୟୁବେଟର ଏବଂ ବାର୍ଷିକ ଉଦୀୟମାନ ଇନକ୍ୟୁବେଟର ସହିତ ସଫଳ ଇନକ୍ୟୁବେଟରଙ୍କୁ ପ୍ରଶଂସା କରିବା ବାର୍ଷିକ କାର୍ଯ୍ୟକ୍ରମର ପ୍ରମୁଖ ଲକ୍ଷ୍ୟ ରହିଛି। ଷ୍ଟାର୍ଟଅପ୍‌ ଓଡ଼ିଶା ଯାତ୍ରା ଏବଂ ଷ୍ଟାର୍ଟଅପ୍‌ ଓଡ଼ିଶା ଏକ୍ସପ୍ରେସର ଶ୍ରେଷ୍ଠ ଉଦ୍ଭାବକ ଏବଂ ପ୍ରତ୍ୟେକ କାର୍ଯ୍ୟକ୍ରମରୁ ଶ୍ରେଷ୍ଠ ୧୦ ଉଦ୍ଭାବକଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ। ଏହାସହିତ ଛାତ୍ର ନେତୃତ୍ୱାଧୀନ ଉଦ୍ୟୋଗ, ମହିଳା ନେତୃତ୍ୱାଧୀନ ଷ୍ଟାର୍ଟଅପ୍‌ ଆଦି ଉପରେ ଲକ୍ଷ୍ୟ କେନ୍ଦ୍ରୀଭୂତ କରାଯିବ ଏବଂ ୨୦୨୨-୨୩ ର ୧୨୨ ଏବଂ ୨୦୨୩-୨୪ର ୫୧ ଗ୍ରାଣ୍ଟିସ ଷ୍ଟାର୍ଟଅପ୍‌ ଓଡ଼ିଶା ଅନୁଦାନର ଉଲ୍ଲେଖନୀୟ ସଫଳତା ପ୍ରଦର୍ଶନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଲୁଗା ଶୁଖାଇବା ବେଳେ ଲାଗିଗଲା କରେଣ୍ଟ, ତାପରେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ) : ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନବଗୋଛା ଗ୍ରାମରେ ଅଘଟଣ । ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ…

ତାରାତାରିଣୀଙ୍କ ତୃତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା, ସରସ୍ବତୀ ବେଶରେ ଦୁଇ ଭଉଣୀ

ପୁରୁଷୋତ୍ତମପୁର,୨୪।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ତୃତୀୟ ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଗହଳିରେ…

ଖାମେନେଇଙ୍କ ମୃତ୍ୟୁର ୪୮ ଘଣ୍ଟା ପୂର୍ବରୁ ଟ୍ରମ୍ପଙ୍କୁ ଫୋନ କରିଥିଲେ ନେତାନ୍ୟାହୁ, କହିଥିଲେ ବଡ଼ ଗୁମର କଥା, ଜାଣନ୍ତୁ…

ଓ୍ବାଶିଂଟନ,୨୪।୩: ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ଆରମ୍ଭ ହେବାର ୪୮ ଘଣ୍ଟା ପୂର୍ବରୁ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ…

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

ଆମେରିକା-ଇରାନ ଡିଲ୍‌ରେ ଏହି ଦେଶ ସାମିଲ, ଜାଣିଲେ ହୋଇଯିବେ ତାଜୁବ

ଓ୍ବାଶିଂଟନ୍‌,୨୪।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବିବାଦର ମଧ୍ୟସ୍ଥତା ପାଇଁ ପ୍ରୟାସ ଜୋର ଧରିଥିବା ପରି ମନେ ହେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ…

ପେଟ୍ରୋଡଲାର ସାମ୍ରାଜ୍ୟ

ପୃଥିବୀର କୌଣସି ଏକ ପେଟ୍ରୋଲ୍‌ ପମ୍ପରେ ଗାଡ଼ିରେ ଇନ୍ଧନ ଭରିବା ଦୃଶ୍ୟ ସାଧାରଣ ହୋଇପାରେ, କିନ୍ତୁ ଏହା ପ୍ରଚ୍ଛଦପଟରେ ଏକ ବିଶାଳ ଆର୍ଥିକ ବ୍ୟବସ୍ଥା କାମ କରୁଥାଏ,…

ଦୁବାଇରେ ଧରାପଡ଼ିଲେ ଭାରତର ମୋଷ୍ଟ ୱାଣ୍ଟେଡ ଡ୍ରଗ୍ସ ମାଫିଆ! ଖୁବଶୀଘ୍ର ଆସିବେ ଭାରତ

ନୂଆଦିଲ୍ଲୀ,୨୪।୩: ଭାରତର ଡ୍ରଗ ମାଫିଆଙ୍କ ଜଣେ ପ୍ରମୁଖ ବ୍ୟକ୍ତି ଜସବିନ୍ଦର ଓରଫ ‘ଜାଜ’କୁ ଦୁବାଇରେ ଗିରଫ କରାଯାଇଛି। ଭାରତୀୟ ଏଜେନ୍ସିଗୁଡ଼ିକର ନିର୍ଦ୍ଦେଶରେ ଇଣ୍ଟରପୋଲ ସହାୟତାରେ ଏହି ଅପରେଶନ…

ଆମେରିକା ଅପଦସ୍ଥ

ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜକୁ ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଖୋଲା ନ କଲେ ଇରାନକୁ ଭୟାବହ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri