୩୧ରେ ଷ୍ଟାର୍ଟଅପ୍‌ ଉତ୍ସବ-୨୦୨୪

ଭୁବନେଶ୍ୱର,୩୦।୧: ଓଡ଼ିଶା ସରକାରଙ୍କ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ମାଇକ୍ରୋ, ସ୍ମଲ୍‌ ଆଣ୍ଡ ମିଡିୟମ ଏଣ୍ଟରପ୍ରାଇଜେସ ବା ଏମ୍‌ଏସ୍‌ଏମ୍‌ଇ) ଅଧୀନରେ କାର୍ଯ୍ୟରତ ଷ୍ଟାର୍ଟଅପ ଓଡ଼ିଶା ପକ୍ଷରୁ ୨୦୨୪ ଜାନୁଆରୀ ୩୧ ରେ ‘ଷ୍ଟାର୍ଟଅପ୍‌ ଉତ୍ସବ-୨୦୨୪’ ପାଳିତ ହେବାକୁ ଯାଉଛି। ଏପରିକି ଚଳିତ ବର୍ଷ ଜାନୁଆରୀ ୩୧ରେ ଏକ ମେଗା କାର୍ଯ୍ୟକ୍ରମ ସାଙ୍ଗକୁ ପୁରସ୍କାର ବିତରଣ ସମାରୋହ ଏବଂ ଶିଳ୍ପ ନେତାଙ୍କ ମଧ୍ୟରେ ଭାବବିନିମୟ ଭଳି କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ବିଶେଷ କରି ଆଇସିଏଆଇ,ଏନ୍‌ଆଇଏଫ୍‌, ଆଇଏସବିଏ ଏବଂ ଏନ୍‌ଆରଡିସି ସହିତ ମହତ୍ତ୍ୱପୂର୍ଣ୍ଣ ସ୍ମାରକପତ୍ର ଦ୍ୱାରା ଚିହ୍ନିତ ଏକ ଚମତ୍କାର ଇଭେଣ୍ଟ ହେବାକୁ ଯାଉଛି। ସେହିଭଳି ଷ୍ଟାର୍ଟଅପ୍‌ ଓଡ଼ିଶା ଦ୍ୱାରା ଆୟୋଜିତ ଉକ୍ତ ଉତ୍ସବରେ ‘ମୋତେ କିଛି ପଚାର’ ଶୀର୍ଷକ ଏକ ଦିନିକିଆ ଅଧିବେଶନ ସହିତ ଅନେକ ଗୁଡିଏ ଅଧିବେଶନ ଏବଂ ସଫଳତାର କାହାଣୀ ମଧ୍ୟ ସାମିଲ ରହିଛି। ଅପରପକ୍ଷରେ ବାର୍ଷିକ ଇନକ୍ୟୁବେଟରର ସଫଳତାକୁ ଆଲୋକିତ କରିବା, ବାର୍ଷିକ ସହାୟକ ଇନକ୍ୟୁବେଟର ଏବଂ ବାର୍ଷିକ ଉଦୀୟମାନ ଇନକ୍ୟୁବେଟର ସହିତ ସଫଳ ଇନକ୍ୟୁବେଟରଙ୍କୁ ପ୍ରଶଂସା କରିବା ବାର୍ଷିକ କାର୍ଯ୍ୟକ୍ରମର ପ୍ରମୁଖ ଲକ୍ଷ୍ୟ ରହିଛି। ଷ୍ଟାର୍ଟଅପ୍‌ ଓଡ଼ିଶା ଯାତ୍ରା ଏବଂ ଷ୍ଟାର୍ଟଅପ୍‌ ଓଡ଼ିଶା ଏକ୍ସପ୍ରେସର ଶ୍ରେଷ୍ଠ ଉଦ୍ଭାବକ ଏବଂ ପ୍ରତ୍ୟେକ କାର୍ଯ୍ୟକ୍ରମରୁ ଶ୍ରେଷ୍ଠ ୧୦ ଉଦ୍ଭାବକଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ। ଏହାସହିତ ଛାତ୍ର ନେତୃତ୍ୱାଧୀନ ଉଦ୍ୟୋଗ, ମହିଳା ନେତୃତ୍ୱାଧୀନ ଷ୍ଟାର୍ଟଅପ୍‌ ଆଦି ଉପରେ ଲକ୍ଷ୍ୟ କେନ୍ଦ୍ରୀଭୂତ କରାଯିବ ଏବଂ ୨୦୨୨-୨୩ ର ୧୨୨ ଏବଂ ୨୦୨୩-୨୪ର ୫୧ ଗ୍ରାଣ୍ଟିସ ଷ୍ଟାର୍ଟଅପ୍‌ ଓଡ଼ିଶା ଅନୁଦାନର ଉଲ୍ଲେଖନୀୟ ସଫଳତା ପ୍ରଦର୍ଶନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri