ପ୍ଲାଷ୍ଟିକ ନୁହେଁ ଏଥର ପାଣି ମିଳିବ ପେପର ବ୍ୟାଗରେ

ହାଇଦ୍ରାବାଦ,୩ ।୭: ସାରା ବିଶ୍ୱରେ ବଢି ଚାଲିଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏହାକୁ ନିୟନ୍ତ୍ରଣ କରିବାକୁ ଏବେ ପ୍ରାୟ ସବୁଠି ପ୍ରୟାସ ଜାରି ରହିଛି । ଏହି କ୍ରମରେ ହାଇଦ୍ରାବାଦରେ ଥିବା ଏକ ଷ୍ଟାର୍ଟ ଅପ୍ ପରିବେଶ ସୁରକ୍ଷା ଦିଗରେ ଆଗେଇ ଆସିଛି । ପ୍ଲାଷ୍ଟିକ ଦ୍ୱାରା ବଢୁଥିବା ଆବର୍ଜନାକୁ ଦୂରେଇ ଦେବାକୁ ଓ ନିଜକୁ ସୁରକ୍ଷିତ ରଖିବାକୁ ଏକ ଇକୋ ଫ୍ରେଣ୍ଡଲି ବୋତଲ ତିଆରି କରିଥିବା କହିଛନ୍ତି ଆଇଟି ବିଶେଷଜ୍ଞ ସୁନିଥ ତାତିନେନି ଓ ଅୟିନପୁଡି । ତେଣୁ ଏବେ ପ୍ଲାଷ୍ଟିକ ବଦଳରେ ପେପର ବ୍ୟାଗରେ ପାଣି ନେଇ ହେବ ବୋଲି ସେମାନେ ଦାବି କରିଛନ୍ତି । ଆଇଟି ବିଶେଷଜ୍ଞ ସୁନିଥ ତାତିନେନି ଓ ଅୟିନପୁଡି ପ୍ଲାଷ୍ଟିକ ବ୍ୟବହାର କମ୍ କରିବା ଉଦ୍ଦେଶ୍ୟରେ ଷ୍ଟାଟ ଅପ୍ ‘କେରୋ ୱାଟର’ ଆରମ୍ଭ କରିଛନ୍ତି । ଏହି କାମ ପାଇଁ ଉଭୟ ଚାକିରି ଛାଡି ଦେଇଛନ୍ତି । ଏହାକୁ ନେଇ ସୁନିତ କୁହନ୍ତି ଯେତେବେଳେ ଜଣେ ବ୍ୟକ୍ତି କୌଣସି ଦୂର ସ୍ଥାନକୁ ଯାତ୍ରା କରୁଛନ୍ତି ସେତେବେଳେ ସେ ୪-୫ ବୋତଲ ପାଣି ନେଇ ଯାଆନ୍ତି । ଏଥିରୁ ୧୦ ପ୍ରତିଶତରୁ କମ୍ ରିସାଇକ୍ଲ ହେଉଥିବା ବେଳେ ଅନ୍ୟ ଗୁଡିକ ପରିବେଶ ଉପରେ କୁପ୍ରଭାବ ପକାଉଛି ଯାହା ଏବେ ଏକ ବଡ ସମସ୍ୟା ହୋଇ ମୁଣ୍ଡ ଟେକିଛି । ଏହାର ସମାଧାନ ଖୋଜି ଆମେ କାର୍ଡବୋର୍ଡରେ ପାଣି ପ୍ୟାକ କରିବା ଆରମ୍ଭ କରିଛୁ ବୋଲି କହିଛନ୍ତି ସୁନିତ । ଏବେ ଏହା ୫ ଲିଟର ଓ ୨୦ ଲିଟର ପ୍ୟାକରେ ମିଳୁଛି ବୋଲି ସେ ପ୍ରକାଶ କରିଛନ୍ତି । ୫ ଲିଟରର ଦାମ୍ ୭୫ ଟଙ୍କା ଥିବା ବେଳେ ୨୦ ଲିଟରର ଦାମ ରହିଛି ୧୨୦ ଟଙ୍କା ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri