Posted inଖେଳ

ରିଙ୍ଗ୍‌ରେ ବକ୍ସିଂ ଷ୍ଟାରଙ୍କ ଜୀବନ ନେଲା ହୃଦ୍‌ଘାତ

ମୁମ୍ବାଇ,୧୯।୫: ବକ୍ସିଂ ଜଗତ ଗୁରୁବାର ଆଉ ଜଣେ ଷ୍ଟାରଙ୍କୁ ହରାଇଛି। କ୍ୟାରିୟରରେ ଅପରାଜିତ ଥିବା ଜର୍ମାନ ଚାମ୍ପିୟନ ମୁସା ୟାମାକ ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି। ମ୍ୟୁନିକ୍‌ଠାରେ ଶନିବାର ଉଗାଣ୍ଡାର ହାମଜା ଓ୍ବାଣ୍ଡେରାଙ୍କ ବିପକ୍ଷ ମ୍ୟାଚ୍‌ ବେଳେ ୩୮ ବାର୍ଷୀୟ ବକ୍ସର ରିଙ୍ଗ୍‌ରେ ହୃଦ୍‌ଘାତର ସମ୍ମୁଖୀନ ହୋଇଥିଲେ। ଦର୍ଶକଙ୍କ ପାଇଁ ମ୍ୟାଚ୍‌ର ସିଧାପ୍ରସାରଣ କରାଯାଇଥିଲା। ଏହି ଫାଇଟର ତୃତୀୟ ରାଉଣ୍ଡ ମ୍ୟାଚ୍‌ ଆରମ୍ଭ ହେବାର କିଛି କ୍ଷଣ ପୂର୍ବରୁ ମୁସା ହଠାତ୍‌ ଚେତାଶୂନ୍ୟ ହୋଇ ରିଙ୍ଗରେ ପଡ଼ିଯାଇଥିଲେ। ଦ୍ୱିତୀୟ ରାଉଣ୍ଡରେ ପ୍ରତିପକ୍ଷ ବକ୍ସର ଓ୍ବାଣ୍ଡେରାଙ୍କ ଏକ ଶକ୍ତିଶାଳୀ ମୁଥା ଯୋଗୁ ମୁସା ତଳେ ପଡ଼ି ଯାଇଥିଲେ। ଏହାପରେ ସେ ତୃତୀୟ ରାଉଣ୍ଡରେ ଓ୍ବାଣ୍ଡେରାଙ୍କ ମୁକାବିଲା କରିବା ଲାଗ ରିଙ୍ଗ ମଧ୍ୟକୁ ଆସିଥିଲେ। ହେଲେ ଫାଇଟ୍‌ ଆରମ୍ଭ ହେବାର କ୍ଷଣିକ ପୂର୍ବରୁ ସେ ତଳେ ପଡ଼ିଯାଇଥିଲେ। ରିଙ୍ଗରେ ତାଙ୍କ ଚେତା ଫେରାଇ ଆଣିବାକୁ ଉଦ୍ୟମ କରାଯିବା ସହ ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ବିୟୋଗରେ ଖେଳ ଜଗତରେ ଶୋକର ଛାୟା ଖେଳିଯାଇଛି। ଅନ୍ୟପଟେ ମୁସାଙ୍କ ମୃତ୍ୟୁରେ ତୁର୍କୀ ଅଧିକାରୀ ହାସନ ତୁରାନ ଶୋକପ୍ରକାଶ କରିବା ସହ ପରିବାରଲୋକଙ୍କୁ ସମବେଦନା ଜଣାଇଛନ୍ତି। ସେ କହିଛନ୍ତି, ଆମେ ଆମ ଦେଶର ମୁସା ଆସକାନ ୟାମାକଙ୍କୁ ହରାଇଛୁ। ୟୁରୋପିଆନ ଏବଂ ଏସିଆନ୍‌ ଚାମ୍ପିୟନ ଯୁବ ବୟସରେ ହୃଦ୍‌ଘାତରେ ପ୍ରାଣ ହରାଇବା ସମସ୍ତଙ୍କୁ ମର୍ମାହତ କରିଛି ବୋଲି ତୁର୍କୀ ଅଧିକାରୀ ହାସନ ତୁରାନ କହିଛନ୍ତି। ଜର୍ମାନ ବକ୍ସର କ୍ୟାରିୟରରେ ୮ ମ୍ୟାଚ୍‌ ଖେଳିଥିଲେ ଏବଂ ସମସ୍ତ ମ୍ୟାଚ୍‌ରେ ପ୍ରତିଦ୍ୱନ୍ଦ୍ୱୀଙ୍କୁ ନକ୍‌ଆଉଟ୍‌ କରି ମ୍ୟାଚ୍‌ ଜିତିଥିଲେ। ତୁର୍କୀରେ ଜନ୍ମିତ ୟାମାକ ୨୦୧୭ରେ ପେଶାଦାର ବକ୍ସିଂରେ ଯୋଗଦେଇଥିଲେ। କିନ୍ତୁ ୨୦୨୧ରେ ଡବ୍ଲୁବିଫେଡ୍‌ ଇଣ୍ଟରନ୍ୟାଶନାଲ ଟାଇଟଲ ଜିତିବା ପରେ ତାଙ୍କୁ ଲୋକପ୍ରିୟତା ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri