Posted inଖେଳ

ରିଙ୍ଗ୍‌ରେ ବକ୍ସିଂ ଷ୍ଟାରଙ୍କ ଜୀବନ ନେଲା ହୃଦ୍‌ଘାତ

ମୁମ୍ବାଇ,୧୯।୫: ବକ୍ସିଂ ଜଗତ ଗୁରୁବାର ଆଉ ଜଣେ ଷ୍ଟାରଙ୍କୁ ହରାଇଛି। କ୍ୟାରିୟରରେ ଅପରାଜିତ ଥିବା ଜର୍ମାନ ଚାମ୍ପିୟନ ମୁସା ୟାମାକ ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି। ମ୍ୟୁନିକ୍‌ଠାରେ ଶନିବାର ଉଗାଣ୍ଡାର ହାମଜା ଓ୍ବାଣ୍ଡେରାଙ୍କ ବିପକ୍ଷ ମ୍ୟାଚ୍‌ ବେଳେ ୩୮ ବାର୍ଷୀୟ ବକ୍ସର ରିଙ୍ଗ୍‌ରେ ହୃଦ୍‌ଘାତର ସମ୍ମୁଖୀନ ହୋଇଥିଲେ। ଦର୍ଶକଙ୍କ ପାଇଁ ମ୍ୟାଚ୍‌ର ସିଧାପ୍ରସାରଣ କରାଯାଇଥିଲା। ଏହି ଫାଇଟର ତୃତୀୟ ରାଉଣ୍ଡ ମ୍ୟାଚ୍‌ ଆରମ୍ଭ ହେବାର କିଛି କ୍ଷଣ ପୂର୍ବରୁ ମୁସା ହଠାତ୍‌ ଚେତାଶୂନ୍ୟ ହୋଇ ରିଙ୍ଗରେ ପଡ଼ିଯାଇଥିଲେ। ଦ୍ୱିତୀୟ ରାଉଣ୍ଡରେ ପ୍ରତିପକ୍ଷ ବକ୍ସର ଓ୍ବାଣ୍ଡେରାଙ୍କ ଏକ ଶକ୍ତିଶାଳୀ ମୁଥା ଯୋଗୁ ମୁସା ତଳେ ପଡ଼ି ଯାଇଥିଲେ। ଏହାପରେ ସେ ତୃତୀୟ ରାଉଣ୍ଡରେ ଓ୍ବାଣ୍ଡେରାଙ୍କ ମୁକାବିଲା କରିବା ଲାଗ ରିଙ୍ଗ ମଧ୍ୟକୁ ଆସିଥିଲେ। ହେଲେ ଫାଇଟ୍‌ ଆରମ୍ଭ ହେବାର କ୍ଷଣିକ ପୂର୍ବରୁ ସେ ତଳେ ପଡ଼ିଯାଇଥିଲେ। ରିଙ୍ଗରେ ତାଙ୍କ ଚେତା ଫେରାଇ ଆଣିବାକୁ ଉଦ୍ୟମ କରାଯିବା ସହ ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ବିୟୋଗରେ ଖେଳ ଜଗତରେ ଶୋକର ଛାୟା ଖେଳିଯାଇଛି। ଅନ୍ୟପଟେ ମୁସାଙ୍କ ମୃତ୍ୟୁରେ ତୁର୍କୀ ଅଧିକାରୀ ହାସନ ତୁରାନ ଶୋକପ୍ରକାଶ କରିବା ସହ ପରିବାରଲୋକଙ୍କୁ ସମବେଦନା ଜଣାଇଛନ୍ତି। ସେ କହିଛନ୍ତି, ଆମେ ଆମ ଦେଶର ମୁସା ଆସକାନ ୟାମାକଙ୍କୁ ହରାଇଛୁ। ୟୁରୋପିଆନ ଏବଂ ଏସିଆନ୍‌ ଚାମ୍ପିୟନ ଯୁବ ବୟସରେ ହୃଦ୍‌ଘାତରେ ପ୍ରାଣ ହରାଇବା ସମସ୍ତଙ୍କୁ ମର୍ମାହତ କରିଛି ବୋଲି ତୁର୍କୀ ଅଧିକାରୀ ହାସନ ତୁରାନ କହିଛନ୍ତି। ଜର୍ମାନ ବକ୍ସର କ୍ୟାରିୟରରେ ୮ ମ୍ୟାଚ୍‌ ଖେଳିଥିଲେ ଏବଂ ସମସ୍ତ ମ୍ୟାଚ୍‌ରେ ପ୍ରତିଦ୍ୱନ୍ଦ୍ୱୀଙ୍କୁ ନକ୍‌ଆଉଟ୍‌ କରି ମ୍ୟାଚ୍‌ ଜିତିଥିଲେ। ତୁର୍କୀରେ ଜନ୍ମିତ ୟାମାକ ୨୦୧୭ରେ ପେଶାଦାର ବକ୍ସିଂରେ ଯୋଗଦେଇଥିଲେ। କିନ୍ତୁ ୨୦୨୧ରେ ଡବ୍ଲୁବିଫେଡ୍‌ ଇଣ୍ଟରନ୍ୟାଶନାଲ ଟାଇଟଲ ଜିତିବା ପରେ ତାଙ୍କୁ ଲୋକପ୍ରିୟତା ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ, କହିଲେ ନୂଆ ସରକାରରେ…

ଭୁବନେଶ୍ବର,୩୧ା୧୨: ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ । ସେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ।...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri