Posted inଜାତୀୟ

ଷ୍ଟାଲିନ କାଠକଣ୍ଢେଇ ମୁଖ୍ୟମନ୍ତ୍ରୀ: ପଲାନିସ୍ବାମୀ…

ଚେନ୍ନାଇ,୨।୭ : ଏଆଇଏଡିଏମେକେର ମହାସଚିବ ଏଡାପ୍ପଡି କେ ପଲାନିସ୍ବାମୀ କର୍ନାଟକରେ ଶାସକ କଂଗ୍ରେସ ଏବଂ ତାମିଲନାଡୁର ଡିଏମକେକୁ କଡ଼ା ସମାଲୋଚନା କରିଛନ୍ତି। ପଲାନିସ୍ବାମୀ କହିଛନ୍ତି କର୍ନାଟକ ସରକାର କାବେରୀ ନଦୀରେ ମେକେଡାଟୁ ଜଳଭଣ୍ଡାର ନିର୍ମାଣ ପାଇଁ ପ୍ରସ୍ତୁତ ହେଉଛନ୍ତି ଏବଂ ଷ୍ଟାଲିନଙ୍କ ନେତୃତ୍ୱାଧୀନ ତାମିଲନାଡୁ ସରକାର ରାଜ୍ୟବାସୀଙ୍କ ସ୍ବାର୍ଥ ରକ୍ଷା ପାଇଁ କିଛି କରୁନାହାଁନ୍ତି। କର୍ନାଟକର ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ଜଳଭଣ୍ଡାର ନିର୍ମାଣ ବିଷୟରେ କହୁଛନ୍ତି କିନ୍ତୁ ଷ୍ଟାଲିନ ଏହାକୁ ବିରୋଧ କରୁନାହାଁନ୍ତି।

ବାସ୍ତବରେ କର୍ନାଟକର ରାମନଗର ଜିଲାର କନକପୁରା ନିକଟରେ ଥିବା ମେକେଡାଟୁରେ ଏକ ଜଳଭଣ୍ଡାର ନିର୍ମାଣ ହେବ। କର୍ନାଟକ ସରକାର ବେଙ୍ଗାଲୁରୁ ଏବଂ ଏହାର ଆଖପାଖ ଅଞ୍ଚଳକୁ ପାନୀୟ ଜଳ ଯୋଗାଣ ତଥା ୪୦୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ପାଇଁ ଏହି ଜଳଭଣ୍ଡାର ନିର୍ମାଣ କରୁଛନ୍ତି। ଏହି ପ୍ରକଳ୍ପର ମୂଲ୍ୟ ପ୍ରାୟ ନଅ ହଜାର କୋଟି ଟଙ୍କା। ଅନ୍ୟପକ୍ଷରେ ତାମିଲନାଡୁ ସରକାର ଏହି ଜଳଭଣ୍ଡାର ପ୍ରକଳ୍ପକୁ ବିରୋଧ କରୁଛନ୍ତି। ତାମିଲନାଡୁ କହିଛି ଏହି ଜଳଭଣ୍ଡାରର ନିର୍ମାଣ ତାମିଲନାଡୁରେ କାବେରୀ ନଦୀ ପ୍ରବାହକୁ ପ୍ରଭାବିତ କରିବ ଯାହା ରାଜ୍ୟର ଜଳ ଯୋଗାଣ ଉପରେ ନକାରାତ୍ମକ ପ୍ରଭାବ ପକାଇବ।

ତାମିଲନାଡୁର ବିରୋଧୀ ଦଳର ନେତା ପଲାନିସ୍ବାମୀ ଦର୍ଶାଇଛନ୍ତି ତାଙ୍କ ସରକାରଙ୍କ ଉଦ୍ୟମ ସତ୍ତ୍ୱେ ୨୦୧୮ ରେ କାବେରୀ ମ୍ୟାନେଜମେଣ୍ଟ ଅଥରିଟି ବୈଠକରେ ମେକେଡାଟୁ ପ୍ରକଳ୍ପ ବିଷୟରେ ଆଲୋଚନା କରାଯାଇ ପାରିନାହିଁ। ଚଳିତ ବର୍ଷ ମେ ମାସ ପର୍ଯ୍ୟନ୍ତ ଏ ବାବଦରେ କୌଣସି ଆଲୋଚନା ହୋଇ ନ ଥିଲା, କିନ୍ତୁ କର୍ନାଟକରେ କଂଗ୍ରେସ ସରକାର କ୍ଷମତାକୁ ଆସିବା ମାତ୍ରେ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ଏହି ପ୍ରସଙ୍ଗ ଉଠାଇବା ଆରମ୍ଭ କରିଥିଲେ। ଏହି ଦିଗରେ ଶୀଘ୍ର କାର୍ଯ୍ୟ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପଲାନିସ୍ବାମୀ କହିଛନ୍ତି ମୁଁ ଏହି ପ୍ରକଳ୍ପକୁ ଦୃଢ଼ ବିରୋଧ କରିଥିଲି, କିନ୍ତୁ କାଠକଣ୍ଢେଇ ମୁଖ୍ୟମନ୍ତ୍ରୀ ଷ୍ଟାଲିନ କେବଳ ସେତେବେଳେ ଏହାକୁ ବିରୋଧ କରି ନ ଥିଲେ। ତେଣୁ ଏବେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ପଲାନିସୱାମୀ କହିଛନ୍ତି କର୍ନାଟକ ନେତାମାନେ କେନ୍ଦ୍ର ସରକାରଙ୍କ ନିକଟରେ ଏହି ପ୍ରସଙ୍ଗ ଉଠାଉଛନ୍ତି। ଏଆଇଏଡିଏମକେ ନେତା ଡିଏମକେ ସରକାରଙ୍କୁ ଏହି ପ୍ରସଙ୍ଗରେ ନୀରବ ରହିଥିବା ଅଭିଯୋଗ କରିଛନ୍ତି। ପାଲାନିସ୍ବାମୀ କହିଛନ୍ତି ଷ୍ଟାଲିନ ତାଙ୍କର ୩୮ ଏମପିଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି ପ୍ରସଙ୍ଗରେ ଭେଟିବା ଉଚିତ। ଏହି ପ୍ରକଳ୍ପ ଦ୍ୱାରା ତାମିଲନାଡୁକୁ ମରୁଭୂମିରେ ପରିଣତ କରିବାକୁ ହେଉଥିବା ଉଦ୍ୟମକୁ ତାଙ୍କ ଦଳ ବିରୋଧ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri