Posted inଜାତୀୟ

ବନ୍ଦେ ଭାରତ ଏକ୍ସପ୍ରେସରେ ବାସି ଖାଦ୍ୟ, ଭିଡିଓ ଭାଇରାଲ ପରେ ଆକ୍ସନ ନେଲା ରେଲଓ୍ବେ

ନୂଆଦିଲ୍ଲୀ,୧୧।୧: ଦେଶର ଲକ୍ଷ ଲକ୍ଷ ଯାତ୍ରୀ ପ୍ରତିଦିନ ଟ୍ରେନରେ ଯାତ୍ରା କରନ୍ତି। ଏହି ଯାତ୍ରା ସମୟରେ ଅନେକ ଥର ଲୋକମାନେ ରେଲଓ୍ବେ ଦ୍ୱାରା ପ୍ରଦାନ କରାଯାଇଥିବା ସୁବିଧାଗୁଡ଼ିକର ଅଭାବ ବିଷୟରେ ଅଭିଯୋଗ କରନ୍ତି। ଏବେ ବନ୍ଦେ ଭାରତ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ଏପରି ଅଭିଯୋଗ କରିଛନ୍ତି। ଆକାଶ କେଶରୀ ନାମକ ଜଣେ ଯାତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରିଛନ୍ତି ଯେ ତାଙ୍କୁ ବନ୍ଦେ ଭାରତ ଟ୍ରେନ ନମ୍ବର ୨୨୪୧୬ରେ ଖରାପ ଖାଦ୍ୟ ପରିବେଷଣ କରାଯାଇଥିଲା, ଏହା ପରେ ରେଲଓ୍ବେ ଦୁଃଖ ପ୍ରକାଶ କରିଥିଲା।
ସେ ଲେଖିଛନ୍ତି, ୍‌ମୁଁ ନୂଆଦିଲ୍ଲୀରୁ ବାରାଣାସୀ ଯାତ୍ରା କରୁଛି। ଆମକୁ ଦିଆଯାଇଥିବା ଖାଦ୍ୟ ଦୁର୍ଗନ୍ଧ ଏବଂ ଖାଦ୍ୟର ଗୁଣ ଅତ୍ୟନ୍ତ ଖରାପ ଅଟେ। ଦୟାକରି ମୋର ସମସ୍ତ ଟଙ୍କା ଫେରସ୍ତ କରନ୍ତୁ। ଏହି ଭେଣ୍ଡର ବନ୍ଦେ ଭାରତ ଏକ୍ସପ୍ରେସର ବ୍ରାଣ୍ଡକୁ ନଷ୍ଟ କରୁଛନ୍ତି। ଏହି ସମୟରେ ସେ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି ଯେଉଁଥିରେ ଅନେକ ଲୋକ ଖାଦ୍ୟକୁ ତଳେ ରଖିଛନ୍ତି ଏବଂ ସେମାନେ ସେହି ଖାଦ୍ୟ ନେବାକୁ କର୍ମଚାରୀଙ୍କୁ କହୁଛନ୍ତି। ଭିଡିଓରେ ଲୋକମାନେ କହୁଛନ୍ତି ଯେ ସବଜି ବା ତରକାରୀ ଦୁର୍ଗନ୍ଧ ହେଉଛି।
ଏହା ପରେ, ଆଇଆରସିଟିସି ସେହି ପୋଷ୍ଟକୁ ଗମ୍ଭିରତାର ସହ ଗ୍ରହଣ କରି ଏହାର ରିପ୍ଲାଇ ଦେଇଛି, ଅସନ୍ତୁଷ୍ଟ ଅନୁଭୂତି ପାଇଁ ଆମେ ଦୁଃଖିତ। ଏହି ଘଟଣାକୁ ଗୁରୁତର ସହ ନିଆଯିବ। ସେବା ପ୍ରଦାନକାରୀଙ୍କ ଉପରେ ଉପଯୁକ୍ତ ଦଣ୍ଡବିଧାନ କରାଯିବ। ଏହା ବ୍ୟତୀତ ଦାୟିତ୍ୱବାନ କର୍ମଚାରୀଙ୍କୁ ହଟାଇ ଦିଆଯାଇଛି ଏବଂ ଲାଇସେନ୍ସଧାରୀଙ୍କୁ ନିର୍ଦ୍ଦେଶନାମା ଦିଆଯାଇଛି। ଅନ-ବୋର୍ଡ ସେବାଗୁଡିକର ମନିଟରିଂକୁ ଆହୁରି ମଜବୁତ କରାଯାଉଛି।
ସୂଚନାଯୋଗ୍ୟ, ଟ୍ରେନ ନମ୍ବର ୨୨୪୧୬ ବନ୍ଦେ ଭାରତ ଏକ୍ସପ୍ରେସ ନୂଆଦିଲ୍ଲୀ ଏବଂ ବାରାଣାସୀ ମଧ୍ୟରେ ଚାଲିଥାଏ । ଦେଶର ପ୍ରଥମ ବନ୍ଦେ ଭାରତ ଟ୍ରେନ ବାରାଣାସୀରୁ ନୂଆଦିଲ୍ଲୀ ୨୦୧୯ ରେ ଚଳାଚଳ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri