Posted inଜାତୀୟ

ବିରୋଧୀ ମଞ୍ଚ ପ୍ରସ୍ତୁତ

ପାଟନା/ନୂଆଦିଲ୍ଲୀ,୨୩ା୬ (ପ୍ରସ୍ତୁତିି: ଦୁର୍ଯ୍ୟୋଧନ ମିଶ୍ର): ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ଓ ୨୦୧୯ରେ ଲଗାତର ଦୁଇଥର ଭାଜପା ପାଇଁ ଅଭୂତପୂର୍ବ ସଫଳତା ଆଣିଦେଇ ନିରଙ୍କୁଶ କ୍ଷମତା ଉପଭୋଗ କରୁଛନ୍ତି। ମୋଦିଙ୍କ ଲୋକପ୍ରିୟତା ଆଗରେ ବିରୋଧୀଙ୍କ ଅଧିକାଂଶ ରଣନୀତି ଫେଲ୍‌ ମାରୁଛି। ତାଙ୍କୁ ଟକ୍କର ଦେବା ଭଳି ବ୍ୟକ୍ତିତ୍ୱ ବିପକ୍ଷର କୌଣସି ନେତାଙ୍କଠାରେ ଥିବା ଭଳି ମନେହେଉନାହିଁ। ମୋଦିଙ୍କ ସମକକ୍ଷ ହେବା ପାଇଁ ଅତୀତରେ ଅନେକ ନେତା ଉଦ୍ୟମ କରିବା ସତ୍ତ୍ୱେ ବିଭିନ୍ନ କାରଣରୁ ସଫଳ ହୋଇନାହାନ୍ତି। ତେଣୁ ‘ଏକତା ହିଁ ବଳ’କୁ ପୁଞ୍ଜି କରି ଆସନ୍ତା ବର୍ଷର ଲୋକ ସଭା ନିର୍ବାଚନରେ ଭାଜପାର ବିଜୟ ଧାରାରେ ବ୍ରେକ୍‌ ଦେବା ନିମନ୍ତେ ବିଧିବଦ୍ଧ ପ୍ରୟାସ ଆରମ୍ଭ ହୋଇଛି। ସାଧାରଣ ନିର୍ବାଚନ ପଇଁ ମିଳିତ ରଣନୀତି ପ୍ରସ୍ତୁତି ସକାଶେ ବିରୋଧୀ ସଜବାଜ ହେଉଥିବାବେଳେ ବିହାର ମୁଖ୍ୟମନ୍ତ୍ରୀ ତଥା ସଂଯୁକ୍ତ ଜନତା ଦଳ (ଜେଡିୟୁ) ନେତା ନୀତୀଶ କୁମାରଙ୍କ ‘ଏକତା ଉଦ୍ୟମ’ ଏହାକୁ ବଳ ଦେଇଛି। ସବୁ ବିରୋଧୀ ଏକାଠି ହୋଇପାରିଲେ ଶୁକ୍ରବାର ହେବାକୁ ଥିବା ପାଟନା ରାଲି ବିରୋଧୀ ଦଳଗୁଡ଼ିକର ନୈତିକ ମନୋବଳ ବୃଦ୍ଧି କରିପାରେ। ଏହାର ସଫଳତା ଭାଜପାର ନିଦ ହଜାଇ ଦେଇପାରେ। କିନ୍ତୁ ଏଥିପାଇଁ ଆଞ୍ଚଳିକ ଦଳଗୁଡ଼ିକର ନେତାମାନଙ୍କୁ ବ୍ୟକ୍ତିଗତ ମହତ୍ୱାକାଂକ୍ଷା ପରିତ୍ୟାଗ କରିବାକୁ ପଡ଼ିବ ବୋଲି ରାଜନୈତିକ ବିଶ୍ଳେଷକ ମତ ଦେଉଛନ୍ତି। ନୀତୀଶ କୁମାରଙ୍କ ଜେଡିୟୁ ଗତବର୍ଷ ଅଗଷ୍ଟରେ ଭାଜପା ସହ ସମ୍ପର୍କ ତୁଟାଇ ଏନ୍‌ଡିଏରୁ ଓହରିଯାଇଥିଲା। ତାଙ୍କ ନେତୃତ୍ୱାଧୀନ ବିହାର ମହାମେଣ୍ଟ ସରକାରରେ ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ଏବଂ କଂଗ୍ରେସ ପ୍ରମୁଖ ଅଂଶଦାର ରହିଛନ୍ତି। ପାଟନାର ବିରୋଧୀ ମହାମେଳିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ମମତା ବାନାର୍ଜୀ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଦ୍ରାବିଡ ମୁନେତ୍ରା ଗାଝାଗାମ (ଡିଏମ୍‌କେ) ଅଧ୍ୟକ୍ଷ ଏମ୍‌.କେ. ଷ୍ଟାଲିନ୍‌, ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ଅଧ୍ୟକ୍ଷ ଶରଦ ପାଓ୍ବାର, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଆବାହକ ଅରବିନ୍ଦ କେଜ୍‌ରିଓ୍ବାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ (ଏଏପି ନେତା) ଭଗଓ୍ବନ୍ତ ମାନ୍‌, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ନେତା ହେମନ୍ତ ସୋରେନ୍‌ ଏବଂ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି) ମୁଖ୍ୟ ମେହବୁବା ମୁଫ୍‌ତି ସାମିଲ ହୋଇପାରନ୍ତି। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା-ୟୁଟିବି ମୁଖ୍ୟ ଉଦ୍ଧବ ଠାକ୍‌ରେ ଓ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି (ଏସ୍‌ପି) ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ସମେତ ମାକ୍ସବାଦୀ କମ୍ୟୁନିଷ୍ଟ ପାର୍ଟି (ସିପିଏମ୍‌) ନେତା ଡି. ରାଜା ଏବଂ ସିପିଆଇଏମ୍‌ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ମଧ୍ୟ ବୈଠକରେ ଯୋଗଦେବେ। ବିହାର ଅର୍ଥମନ୍ତ୍ରୀ ବିଜୟ କୁମାର ଚୌଧରୀ କହିଛନ୍ତି, ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବିରୋଧୀ ନେତାମାନେ ପାଟନାରେ ପହଞ୍ଚତ୍ବାରେ ଲାଗିଛନ୍ତି। ସେମାନେ ରାଜ୍ୟ ଅତିଥି ଭବନରେ ରହିବେ। ନୀତୀଶଙ୍କ ବାସଭବନରେ ସେମାନଙ୍କର ଏକ ବୈଠକ ବସିବ।
ମିଶନ ୨୦୨୪ର ରଣନୀତି ପ୍ରସ୍ତୁତି ଲାଗି ମମତା ଗୁରୁବାର ପାଟନାରେ ପହଞ୍ଚତ୍ ଆର୍‌ଜେଡି ମୁଖ୍ୟ ଲାଲୁ ଯାଦବଙ୍କୁ ଭେଟିଛନ୍ତି। ଟିଏମ୍‌ସି ସୁପ୍ରିମୋ ମମତା କହିଛନ୍ତି, ଏନ୍‌ଡିଏକୁ ହରାଇବା ପାଇଁ ଆମେ ସମସ୍ତେ ‘ଗୋଟିଏ ପରିବାର ଭଳି’ ଲଢ଼ିବୁ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ପୂର୍ବରୁ କେଜ୍‌ରିଓ୍ବାଲ ଅଡ଼ୁଆ ସ୍ଥିତି ସୃଷ୍ଟି କରିଛନ୍ତି। ଦିଲ୍ଲୀର ପ୍ରଶାସନିକ ସେବାଗୁଡ଼ିକ ଉପରେ ନିୟନ୍ତ୍ରଣ ପ୍ରସଙ୍ଗରେ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶକୁ ରାଜ୍ୟ ସଭାରେ ଗୃହୀତ କରାଇ ନ ଦେବା ପାଇଁ କେଜ୍‌ରିଓ୍ବାଲ ଅଣଭାଜପା ଦଳଗୁଡ଼ିକର ସହଯୋଗ ଲୋଡ଼ୁଛନ୍ତି। ଏହିକ୍ରମରେ ସେ କଂଗ୍ରେସ ନେତା ଖାର୍ଗେ ଓ ରାହୁଲଙ୍କୁ ଭେଟିବା ପାଇଁ ସମୟ ମାଗିଥିଲେ। କିନ୍ତୁ ଦୁହେଁ ତାଙ୍କୁ ଅଦ୍ୟାବଧି ସମୟ ଦେଇନାହାନ୍ତି। ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗରେ କଂଗ୍ରେସ ଆମକୁ ସମର୍ଥନ ନ କଲେ ଏଏପି ବିହାର ବୈଠକ ବର୍ଜନ କରିବ। ଏଥିସହ ଭବିଷ୍ୟତରେ ମଧ୍ୟ ବିରୋଧୀ ବୈଠକଗୁଡ଼ିକରୁ ଦୂରେଇ ରହିବ ବୋଲି କେଜ୍‌ରିଓ୍ବାଲଙ୍କ ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି।
ଉତ୍ତର ପ୍ରଦେଶରୁ କେବଳ ଏସ୍‌ପି ଅଧ୍ୟକ୍ଷ ଅଖିଳେଶ ଯାଦବ ଏହି ବୈଠକରେ ସାମିଲ ହେବାକୁ ଯାଉଛନ୍ତି। ବହୁଜନ ସମାଜ ପାର୍ଟି (ବିଏସ୍‌ପି) ସୁପ୍ରିମୋ ମାୟାବତୀଙ୍କୁ ନିମନ୍ତ୍ରଣ କରାଯାଇ ନ ଥିବାବେଳେ ରାଷ୍ଟ୍ରୀୟ ଲୋକ ଦଳ (ଆର୍‌ଏଲ୍‌ଡି) ମୁଖ୍ୟ ଜୟନ୍ତ ଚୌଧରୀ ପାରିବାରିକ କାର୍ଯ୍ୟକ୍ରମର ଆଳ ଦେଖାଇ ଏଥିରେ ଯୋଗଦେଇ ପାରିବେ ନାହିଁ ବୋଲି କହିଛନ୍ତି। ମାୟାବତୀ କହିଛନ୍ତି, ୟୁପିର ୮୦ ଲୋକ ସଭା ଆସନ ଆଗାମୀ ନିର୍ବାଚନ ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। କିନ୍ତୁ ବିରୋଧୀ ଦଳଗୁଡ଼ିକ ଏହାକୁ ନେଇ ଗମ୍ଭୀର ଥିବା ଭଳି ମନେହେଉନାହିଁ। ସେମାନଙ୍କ ଆଭିମୁଖ୍ୟ ଅସ୍ପଷ୍ଟ। ହୃଦୟ ନ ମିଶାଇ କେବଳ ହାତ ମିଳାଇଦେଲେ ଚଳିବ ନାହିଁ। ଜେଡିୟୁ ମୁଖପାତ୍ର କେ.ସି. ତ୍ୟାଗୀ ଏହାର ଜବାବରେ କହିଛନ୍ତି, ୨୦୨୪ରେ ଭାଜପା ବିରୋଧରେ ଲଢ଼େଇ କରିବାକୁ ଆଗ୍ରହୀ ଦଳଗୁଡ଼ିକୁ ହିଁ ଆମେ ନିମନ୍ତ୍ରଣ କରିଛୁ। ବିଏସ୍‌ପି ଏହି ମେଣ୍ଟରେ ସାମିଲ ହେବାକୁ ଚାହୁଁ ନ ଥିବାରୁ ନିମନ୍ତ୍ରଣ ନଷ୍ଟ କରିବାକୁ ଆମେ ଉଚିତ ମଣିନାହୁଁ। ସେହିପରି ଓଡ଼ିଶା ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ଏବଂ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ମୁଖ୍ୟ କେ. ଚନ୍ଦ୍ରଶେଖର ରାଓଙ୍କୁ ମଧ୍ୟ ବିରୋଧୀ ବୈଠକକୁ ଡ଼କାଯାଇ ନ ଥିବା ଜଣାପଡ଼ିଛି।
ଅନ୍ୟପକ୍ଷେ ବିରୋଧୀଙ୍କ ମହାମେଳିର ଅବ୍ୟବହିତ ପୂର୍ବରୁ ପୋଷ୍ଟର ଓ୍ବାର ଆରମ୍ଭ ହୋଇଛି। ଯେଉଁମାନେ ଭାଜପାକୁ ହରାଇବାକୁ ଚାହୁଁଛନ୍ତି, ସେମାନେ ଆଗେଇ ଆସନ୍ତୁ, ୨୦୨୪ରେ ଭାଜପାକୁ ଉତ୍ତରପ୍ରଦେଶର ୮୦ ଆସନରୁ ବେଦଖଲ କରନ୍ତୁ ବୋଲି ଲକ୍ଷ୍ନୌରେ ପୋଷ୍ଟର ଲଗାଯାଇଛି। ପାଟନାର ଭାଜପା ଅଫିସ ବାହାରେ ଏହାକୁ ବ୍ୟଙ୍ଗକରି ଆଉ ଏକ ପୋଷ୍ଟର ଲଗାଯାଇଛି, ଯହିଁରେ ଲେଖାଯାଇଛି ‘ଦୂରଦୃଷ୍ଟି ବିହୀନ ନେତାମାନେ ନିଜ ଚୌକି ପାଇଁ ଅଧିକ ଚିନ୍ତିତ’। ଏହା ପୂର୍ବରୁ ମଧ୍ୟ ଭାଜପା ବିରୋଧୀ ବୈଠକକୁ ‘ଦିଗହୀନ’ ଏବଂ ନେତାଙ୍କୁ ‘ପ୍ରଧାନମନ୍ତ୍ରୀ ଆଶାୟୀମାନେ’ କହି କଟାକ୍ଷ କରିଛି। ଏହି ମେଗା ରାଲିର ଠିକ୍‌ ପୂର୍ବରୁ ନୀତୀଶଙ୍କୁ ଝଟ୍‌କା ଦେଇଛନ୍ତି ହିନ୍ଦୁସ୍ଥାନୀ ଆଓ୍ବାମ ମୋର୍ଚ୍ଚା (ଏଚ୍‌ଏଏମ୍‌) ମୁଖ୍ୟ ଜିତନ୍‌ରାମ ମାଞ୍ଝି। ସେ ମହାମେଣ୍ଟରୁ ଓହରିଯାଇ ବୁଧବାର ଦିଲ୍ଲୀରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଭେଟିବା ପରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏରେ ପୁନର୍ବାର ସାମିଲ ହୋଇଛନ୍ତି। ନୀତୀଶଙ୍କ ପୂର୍ବ କ୍ୟାବିନେଟରେ ଉପମୁଖ୍ୟମନ୍ତ୍ରୀ ଥିବା ଭାଜପା ନେତା ସୁଶୀଲ ମୋଦି କହିଛନ୍ତି, ବିହାରରେ ଆମେ ୪୦ରୁ ୪୦ ଆସନ ଜିତିବୁ। ଲାଲୁ-ନୀତୀଶଙ୍କ ଦଳ ନିରାଶ ହେବେ। ଦୁର୍ନୀତିଗ୍ରସ୍ତ ନେତାମାନେ ହିଁ ହାତ ମିଳାଉଛନ୍ତି। ଦେଶବାସୀ ମୋଦିଙ୍କୁ ପୁଣି ପ୍ରଧାନମନ୍ତ୍ରୀ କରାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri