ଠିକ୍‌ ସମୟରେ ଆସୁନାହାନ୍ତି କର୍ମଚାରୀ

କାମାକ୍ଷାନଗର,୮।୧୧(ଡି.ଏନ.ଏ.): ଢେଙ୍କାନାଳ ଜିଲାର ଆଦିବାସୀ ଅଧ୍ୟୁଷିତ କଙ୍କଡାହାଡ଼ ବ୍ଲକ କାର୍ଯ୍ୟାଳୟକୁ ଠିକ୍‌ ସମୟରେ ଅଧିକାରୀ, କର୍ମଚାରୀମାନେ ଆସୁ ନ ଥିବା ଅଭିଯୋଗ ହେଉଛି। ଅଧିକାରୀ ଓ କର୍ମଚାରୀମାନଙ୍କ ଏପରି ମନମୁଖୀ କାର୍ଯ୍ୟ ପାଇଁ ଦୂରଦୂରାନ୍ତରୁ ବିଭିନ୍ନ ସମସ୍ୟା ନେଇ ଆସୁଥିବା ଲୋକେ ନାହିଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବ୍ଲକ କାର୍ଯ୍ୟାଳୟ ପୂର୍ବାହ୍ନ ୧୦ଟା ସୁଦ୍ଧା ଖୋଲିବା ନିୟମ ଥିଲାବେଳେ ସୋମବାର ପୂର୍ବାହ୍ନ ପ୍ରାୟ ୧୧.୩୦ରେ କାର୍ଯ୍ୟାଳୟରେ ବହୁ ଅଧିକାରୀ ଓ କର୍ମଚାରୀଙ୍କ ଚୌକି ଖାଲି ପଡିଥିବା ଦେଖିବାକୁ ମିଳିଥିଲା। ଏପରିକି ବିଡିଓଙ୍କ କାର୍ଯ୍ୟାଳୟରେ ଚୌକି ମଧ୍ୟ ଫାଙ୍କା ପଡ଼ିଥିଲା। ଏଥିସହ ବ୍ଲକର ମୋ ସରକାର କକ୍ଷ, ସହକାରୀ ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟାଳୟ, ଗ୍ରାମୀଣ ଆବାସ ଯୋଜନା ବିଭାଗ ବିଭିନ୍ନ ବିଭାଗରେ ଅଧିକାରୀ ଓ କର୍ମଚାରୀଙ୍କ ଚୌକିରେ କେହି ନ ଥିବା ଚର୍ଚ୍ଚାର ବିଷୟ ହୋଇଛି।
କଙ୍କଡାହାଡ଼ ବ୍ଲକ ୨୧ ପଞ୍ଚାୟତକୁ ନେଇ ଗଠିତ। ଏହାର ସଦର ମହକୁମା କଙ୍କଡାହାଡ଼ଠାରୁ ୫୦ କି.ମି. ଦୂରରେ ଥିବା ଘାଗରାମୁଣ୍ଡା ପଞ୍ଚାୟତ ପଡ଼ୋଶୀ ପାଲଲହଡା ବ୍ଲକ ସୀମାନ୍ତକୁ ଲାଗିକରି ଥିବାବେଳେ ପରଜଙ୍ଗ ବ୍ଲକ ସୀମାନ୍ତକୁ ଲାଗିଛି କଟୁରିଆ ପଞ୍ଚାୟତ। ସେହିପରି ୩୫ କି.ମି. ଦୂରରେ ଥିବା ମରୁଆବିଲ ପଞ୍ଚାୟତ ଯାଜପୁର ଜିଲା ସୁକିନ୍ଦା ବ୍ଲକ ସୀମାନ୍ତକୁ ଲାଗି ରହିିଛି। ଏତେ ଦୂରରୁ କଙ୍କଡ଼ାହାଡ଼ ବ୍ଲକ କାର୍ଯ୍ୟାଳୟକୁ ସାଧାରଣ ଲୋକମାନେ ଭତ୍ତା, ରାଶନକାର୍ଡ, ପ୍ରଧାନମନ୍ତ୍ରୀ ଆବାସ ଭଳି ଅନେକ ସମସ୍ୟା ନେଇ ଆସୁଥିବାବେଳେ ଅଧିକାରୀ ଓ କର୍ମଚାରୀଙ୍କୁ ନ ପାଇ ନିରାଶ ହେଇ ଫେରୁଥିବା ଅଭିଯୋଗ ହେଉଛି। ଏ ନେଇ ବିଡିଓ ଦୁର୍ଗାଚରଣ ମୁର୍ମୁ କହିଛନ୍ତି, ଏକୁଲ ସେକୁଲ ଯାଉଛି। ପ୍ରତିଦିନ ଅପରାହ୍ନ ୩ରେ କାର୍ଯ୍ୟାଳୟକୁ ଯାଏ। ସକାଳ ସମୟରେ ଫିଲ୍‌ଡରେ ରୁହେ। ବ୍ଲକ ଅଧ୍ୟକ୍ଷା ଚାରୁଲତା ମିଶ୍ର ଘଟଣାକୁ ସ୍ବୀକାର କରିବା ସହ ଅବହେଳା କରୁଥିବା କର୍ମଚାରୀଙ୍କୁ ତାଗିତ କରାଯିବ। ଦରକାର ପଡ଼ିଲେ ଜିଲାପାଳଙ୍କୁ ଜଣାଇବି ବୋଲି କହିଛନ୍ତି। ଉପଜିଲାପାଳ ଜ୍ୟୋତିଶଙ୍କର ସାହୁ କହିଛନ୍ତି, ବିଡିଓଙ୍କୁ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

ବିଦାୟୀ ପୂର୍ବରୁ କିନ୍ନର ବାହାରିଲା ବର, ଶ୍ବଶୁର ଘର ଲୋକେ କଲେ….

ଲକ୍ଷ୍ନୌ,୧୬।୨: ଉତ୍ତର ପ୍ରଦେଶର ବାରବାଙ୍କି ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବିଦାୟୀ ସମୟରେ ବର କିନ୍ନର ବୋଲି ଜଣାପଡିଲା । ଏହାପରେ ହଙ୍ଗାମା…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ଇତିହାସ ରଚିଲେ ରସିଦ୍ ଖାନ୍: ବିଶ୍ୱର ପ୍ରଥମ ବୋଲର ଭାବେ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୬।୨: ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ୍ କ୍ରିକେଟ୍ ଜଗତରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ପୁରୁଷ…

ହିମସ୍ଖଳନ ପରେ ଟ୍ରେନ ଦୁର୍ଘଟଣା, ଅନେକେ ଆହତ

ଗପ୍ପେନଷ୍ଟାଇନ,୧୬।୨: ସୋମବାର ଦକ୍ଷିଣ ସ୍ବିଜରଲ୍ୟାଣ୍ଡରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଗପ୍ପେନଷ୍ଟାଇନ ଗାଁ ନିକଟରେ ହିମସ୍ଖଳନ ପରେ ୮୦ ଜଣ ଲୋକଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

କିଛି ଘଣ୍ଟା ମଧ୍ୟରେ ଇସ୍ତଫା ଫେରାଇ ନେଲେ ଏହି କଂଗ୍ରେସ ନେତା, ହେଲେ କାହିଁକି ନେଲେ ଏଭଳି ନିଷ୍ପତ୍ତି? ଜାଣନ୍ତୁ…

ଗୁଆହାଟି,୧୬।୨: ଆସାମ କଂଗ୍ରେସ ଦଳର ପୂର୍ବତନ ସଭାପତି ଭୂପେନ କୁମାର ବୋରା ସୋମବାର (୧୬ ଫେବୃଆରୀ, ୨୦୨୬) ଦିନ ଦଳର ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଇସ୍ତଫାପତ୍ର ପ୍ରଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri