ଠିକାକାମକୁ ନେଇ ଭାଜପାରେ ଗୋଷ୍ଠୀ ସଂଘର୍ଷ: ସରପଞ୍ଚଙ୍କ ସ୍ବାମୀଙ୍କୁ ମରଣାନ୍ତକ ଆକ୍ରମଣ

ଦିଗପହଣ୍ଡି,୫ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଅଧୀନ ବିଭିନ୍ନ ଗ୍ରାମରେ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଚାଲିଥିବା ଠିକାକାମକୁ ନେଇ ଦୀର୍ଘଦିନ ଧରି ଲାଗି ରହିଥିବା ବାଦବିବାଦ ହିଂସାକାଣ୍ଡରେ ପରିଣତ ହୋଇଛି। ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ରଙ୍କ ସମର୍ଥକ ତଥା ସରପଞ୍ଚ ପ୍ରିୟଙ୍କା ନାୟକଙ୍କ ସ୍ବାମୀ ଶ୍ୟାମ ନାୟକଙ୍କୁ ବ୍ଲକର ପୂର୍ବତନ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନଙ୍କ ସମର୍ଥକ ମନୋଜ ସାହୁ ଓ ତାଙ୍କ ସହଯୋଗୀମାନେ ବୁଧବାର ମରଣାନ୍ତକ ଆକ୍ରମଣ କରିଛନ୍ତି। ପରେ ସଂଘଟିତ ଗୋଷ୍ଠୀ ସଂଘର୍ଷରେ ପ୍ରତିପକ୍ଷ ଗୋଷ୍ଠୀର ମନୋଜ କୁମାର ସାହୁ, କାଳୁ ଗୌଡ଼, ରାମକୃଷ୍ଣ ଗୌଡ଼ ଏବଂ ମନୋଜ ଗୌଡ଼ ଆହତ ହୋଇଛନ୍ତି। ଆହତ ଶ୍ୟାମଙ୍କୁ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଖବର ପାଇ କେ.ନୂଆଗାଁ ପୋଲିସ ଟିମ୍‌ ଗାଁରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ଗଣ୍ଡଗୋଳ ଆଶଙ୍କାରେ ଥାନା ପକ୍ଷରୁ ୧ ସେକ୍ସନ ଫୋର୍ସ ମୁତୟନ କରାଯାଇଛି। ଗତ ପଞ୍ଚାୟତ ନିର୍ବାଚନ ପରେ ଗ୍ରାମାଞ୍ଚଳର ସମସ୍ତ ଉନ୍ନୟନ କାମ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲା। ସରପଞ୍ଚଙ୍କ ସମର୍ଥକମାନେ ସେସବୁ କାମ ତଦାରଖ କରୁଥିଲେ। ମନୋଜଙ୍କ ସମର୍ଥକମାନେ କାମ ନପାଇବାରୁ ସେ କ୍ଷୁବ୍ଧ ହୋଇପଡ଼ିଥିଲେ। ଏହାକୁ ନେଇ ଦୁଇ ପ୍ରତିପକ୍ଷ ଗୋଷ୍ଠୀଙ୍କ ମଧ୍ୟରେ ଶତ୍ରୁତା ଆରମ୍ଭ ହୋଇଯାଇଥିଲା। ଗତ ପ୍ରାୟ ୬ ମାସ ପୂର୍ବେ ମନୋଜଙ୍କ ନେତୃତ୍ୱରେ ବାଲିପାଟ ଗ୍ରାମ ଶୈବପୀଠରେ ଏକ ସଭା କରାଯାଇଥିଲା। ସଭାରେ ସରପଞ୍ଚ ଏବଂ ତାଙ୍କ ସ୍ବାମୀଙ୍କୁ ବିରୋଧ କରିବା ପାଇଁ ନିଷ୍ପତ୍ତି କରାଯାଇଥିଲା। ମନୋଜଙ୍କ ସମର୍ଥକ କାଳୁ ସହଦେବ ଟିକରପଡ଼ା ଗ୍ରାମରେ ୧୦ ଲକ୍ଷ ଟଙ୍କା ଅଟକଳରେ ଏକ ରାସ୍ତା କାମ ପାଇଁ ନାମଫଳକ ନିର୍ମାଣ କରି ମୋ’ ରୁମ ପକାଇଥିଲେ। ପଞ୍ଚାୟତର ବିନା ଅନୁମୋଦନରେ କରାଯାଉଥିବା ରାସ୍ତାକାମକୁ ସରପଞ୍ଚଙ୍କ ସ୍ବାମୀ ବିରୋଧକରି ବିଡିଓ ଅନାମିକା ପାଣ୍ଡେଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ସରପଞ୍ଚଙ୍କ ସମର୍ଥକମାନେ ଏହି ରାସ୍ତାକାମ କରିଥିଲେ। ପରେ ମନୋଜଙ୍କ ସମର୍ଥକ ୧୦ ଲକ୍ଷ ଟଙ୍କା ବ୍ୟୟରେ କରୁଥିବା ବ୍ୟାଙ୍କ କୋଠା ନିର୍ମାଣରେ ଚଞ୍ଚକତା କରାଯାଇଥିବା ନେଇ ସରପଞ୍ଚଙ୍କ ସ୍ବାମୀ ବିଡିଓଙ୍କ ନିକଟରେ ଅଭିଯୋଗ କରିଥିଲେ। ନିମ୍ନମାନର ପାଇଖାନା କରାଯାଇଥିବା ସହ ପୁଟି ନମାରି ରଙ୍ଗ ଦିଆଯାଇଥିବା ନେଇ ଅଭିଯୋଗ ହେବା ପରେ ବିଡିଓ ବିଲ ବନ୍ଦ କରିଦେଇଥିଲେ। ଏହାକୁ କେନ୍ଦ୍ରକରି ଗତ ସେପ୍ଟେମ୍ବର ୨୭ ତାରିଖରେ ବ୍ଲକ କାର୍ଯ୍ୟାଳୟ ପରିସରରେ ଏନେଇ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ବିଡିଓ ଏନେଇ ଦିଗପହଣ୍ଡି ଥାନାକୁ ଜଣାଇବା ପରେ ପୋଲିସ ଟିମ୍‌ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଉଭୟ ଗୋଷ୍ଠୀଙ୍କୁ ଘଉଡ଼ାଇଥିଲେ।
ସହଦେବ ଟିକରପଡ଼ା ଗ୍ରାମ ଶ୍ରୀ ରଘୁନାଥ ମନ୍ଦିରରେ ୨ ଲକ୍ଷ ଟଙ୍କା ବ୍ୟୟରେ ମଙ୍ଗଳବାର କାମ ସରିଥିଲା। ଗାଁ ଲୋକେ ଶ୍ରମଦାନ କରି ଏହି ନିର୍ମାଣ କାମ କରିଥିଲେ। ବୁଧବାର ସକାଳେ ମନୋଜ ଗାଁକୁ ଯାଇ ଉକ୍ତ କାମର ଫଟୋ ଉଠାଇଥିଲେ। ସରପଞ୍ଚଙ୍କ ସମର୍ଥକମାନେ କାହିଁକି ଫଟୋ ଉଠାଉଛ କହି ତାଙ୍କୁ ଗାଳି ଗୁଲଜ କରିଥଲେ। ମନୋଜ ସେଠାରୁ ଯାଇ କାଳୁଙ୍କ ଦୋକାନ ସମ୍ମୁଖରେ ବସିଥିଲେ। ସରପଞ୍ଚଙ୍କ ସ୍ବାମୀ ସେଠାକୁ ଯାଇ ପଚାରିବାରୁ ତାଙ୍କୁ ମନୋଜ ଏବଂ ତାଙ୍କ ସମର୍ଥକମାନେ ସଂଘବଦ୍ଧ ଆକ୍ରମଣ କରିଥିଲେ। ଖବର ପ୍ରଚାରିତ ହେବା ପରେ ସରପଞ୍ଚଙ୍କ ସମର୍ଥକମାନେ ସେଠାରେ ପହଞ୍ଚି ତାଙ୍କୁ ପ୍ରତି ଆକ୍ରମଣ କରିଥିବା ଜଣାପଡ଼ିଛି। ଘଟଣାକୁ ନେଇ ଗାଁରେ ଚାପା ଉତ୍ତେଜନା ଲାଗି ରହିଥିଲେ ମଧ୍ୟ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା କେ.ନୂଆଗାଁ ଥାନା ଆଇଆଇସି କିଶୋର କୁମାର ସାମଲ କହିଛନ୍ତି।

Dharitri – The Largest & Most Trusted Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

୨୪ ବର୍ଷ ଦେଶସେବା କରି ଘରକୁ ଫେରିଲେ ଯବାନ: ବାଜବାଣ, ନାଚଗୀତରେ ଦୁଲୁକିଲା ଦାଣ୍ଡ

କେନ୍ଦୁଝର,୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୪ ବର୍ଷ ଧରି ଦେଶସେବା କରି ଅବସର ପରେ ଗାଁକୁ ଫେରିଲେ ଯବାନ। ଏଥିପାଇଁ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।…

ଦାରିଙ୍ଗବାଡ଼ିରେ କାୟାକଳ୍ପର ୩ ଜଣିଆ ଟିମ୍‌, ଅବ୍ୟବସ୍ଥା ଦେଖି…

ଦାରିଙ୍ଗବାଡ଼ି,୪ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବୁଧବାର ୩ ଜଣିଆ କାୟାକଳ୍ପ ଦଳ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ ଡାକ୍ତର ଶୁଭ୍ରାଂଶୁ ପ୍ରଧାନ, ମାନସ କୁମାର…

ଛାତ୍ରଙ୍କୁ ଲୁହା ଛଡ଼ରେ ମୁଣ୍ଡରେ ପିଟିଲେ ଅନ୍ୟ ଜଣେ ଛାତ୍ର, ରକ୍ତାକ୍ତ…

ରାୟଗଡ଼ା,୪ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ସ୍ଥିତ ସରକାରୀ ଆଇଟିଆଇର ଜଣେ ଛାତ୍ରକୁ ଆଉ ଜଣେ ଛାତ୍ର ଲୁହା ରଡ଼୍‌ରେ ପିଟି ରକ୍ତାକ୍ତ କରିଥିବା ନେଇ ରାୟଗଡ଼ା…

ସିପିଆଇ ଶାଖା ସମ୍ମିଳନୀ, ସମସ୍ୟା ସମାଧାନ ପାଇଁ ଆନ୍ଦୋଳନ ନିଷ୍ପତ୍ତି  

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ପୋଡ଼ାବାଡ଼ି ଗ୍ରାମରେ ବୁଧବାର ସିପିଆଇର ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କମ୍ରେଡ. ବିଶିକେଶନ…

ସିକେ ନାଇଡୁ ଟ୍ରଫି: ଓଡ଼ିଶା-ବେଙ୍ଗଲ ମୁକାବିଲା

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ଆସନ୍ତା ୬ତାରିଖରୁ ବରଗଡ଼ କ୍ରିଷ୍ଣା ବିକାଶ କ୍ରିକେଟ୍‌ ଗ୍ରାଉଣ୍ଡରେ  ଓଡ଼ିଶା-ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ବୟସ ସି.କେ. ନାଇଡୁ ଟ୍ରଫିର ଇଲାଇଟ୍‌ ଗ୍ରୁପ…

ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ, ମୃତଦେହ ଜବତ

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଜକରାପଲ୍ଲୀ ଗ୍ରାମରେ ଯୌତୁକ ପାଇଁ ସନ୍ଧ୍ୟା ବିଷୋୟୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି…

‘ମନବଳ ଦୃଢ଼ ହେଲେ ହାରିବ କ୍ୟାନସର’

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ବିଶ୍ୱ କର୍କଟ ଦିବସ ଅବସରରେ ବୁଧବାର ବରଗଡ଼ ଫାଇଟର୍ସ ଗ୍ରୁପ୍‌ ପକ୍ଷରୁ ଏକ କର୍କଟ ସଚେତନତା ପଦଯାତ୍ରା ଓ ସଭା ଆୟୋଜିତ ହୋଇଯାଇଛି। ଏହି…

ବାପାଙ୍କୁ ଥଣ୍ଡା ପାନୀୟରେ ପାଇଖାନା ସଫା ଏସିଡ୍‌ ମିଶାଇ ପିଇବାକୁ ଦେଲେ ପୁଅ, ପରେ ପନିକିରେ ଗଳାକାଟି…

ବିଷମକଟକ,୪ା୨(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ସହରର ବ୍ରାହ୍ମଣ ସାହି ଅଞ୍ଚଳରେ ଘଟିଥିବା ଏକ ନିର୍ମମ ହତ୍ୟାକାଣ୍ଡ ସାରା ଅଞ୍ଚଳକୁ ଚକିତ କରିଦେଇଛି। ନିଜ ବାପାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri