Posted inଫୁରସତ

ଅର୍କବଟ ତଳେ ପୂଜା ପାଉଥିଲେ ଶ୍ରୀନଟେଶ୍ୱର

ପୂର୍ବ ଆଲୋଚନାରୁ ଜାଣିଲେ ଶାମ୍ବଙ୍କର ପ୍ରାୟଶ୍ଚିତ୍ତ ପାଇଁ ସେ ଯେଉଁ ତପସ୍ୟା କରିଥିଲେ ମୈତ୍ରେୟବନରେ (କୋଣାଦିତ୍ୟ) ତାହାର ସ୍ମାରକୀ ଦିବସ ହେଉଛି ଶାମ୍ବ ଦଶମୀ। ମନେହୁଏ ଏହି ସ୍ମାରକୀ ଦିବସ ଶାମ୍ବଙ୍କ ତପସ୍ୟାର ସିଦ୍ଧିଲାଭ ଦିବସ। ମୈତ୍ରେୟବନରେ ଏହା ହୋଇ ନ ଥିଲେ ଓଡ଼ିଶାର ଜନମାନସରେ ଏତେ ଗଭୀର ପ୍ରଭାବ ପକାଇ ନ ଥା’ନ୍ତା। ସେହି ଅପୂର୍ବ ଘଟଣାକୁ ସ୍ମରଣ ରଖିବା ପାଇଁ ନିଜର ପୁଣ୍ୟପର୍ବ ପରମ୍ପରାରେ ଓଡ଼ିଆ ଲୋକେ ଏକ ସ୍ବତନ୍ତ୍ର ପର୍ବ ପାଳନ କରୁ ନ ଥା’ନ୍ତେ!
କୋଣାର୍କଠାରେ ଶ୍ରୀମହାଭାସ୍କରଙ୍କ ଉପାସନା ପ୍ରଚଳିତ ହେବା ପରେ ଶାମ୍ବ ଦଶମୀ ଏକ ମୁଖ୍ୟପର୍ବ ଭାବରେ ପାଳିତ ହେଲା। ଏହାକୁ ଏକ ‘ଉତ୍ସବ’ ବୋଲି ଗ୍ରହଣ କରାଯାଇଥିଲା। ଏହି ଉତ୍ସବ ‘ଅର୍କବଟ’ ତଳେ ଆରମ୍ଭ ହେବାର ପରମ୍ପରା ପ୍ରଚଳିତ ହୋଇଥିଲା। ତେବେ ସମ୍ଭାବନା ହୁଏ ଶାମ୍ବ କ’ଣ ସେଇ ଅର୍କବଟ ତଳେ ସିଦ୍ଧି ଲାଭ କରିଥିଲେ! ପଦ୍ମତୋଳା ଗଣ୍ଡରେ ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣ ହୋଇଥିଲା ଆମେ ଜାଣୁ। ତେବେ ସେଇ ଗଣ୍ଡ ଦାଢ଼ରେ ଅର୍କବଟ ଥିଲା କି? ଫଳରେ ମନ୍ଦିର ସଂଲଗ୍ନ ହୋଇ ରହିଥିବାରୁ ଅନେକ ଉତ୍ସବ ଓ ନୀତି ଏହି ଅର୍କବଟ ତଳେ ସମାହିତ ହେଉଥିଲା। ଠିକ୍‌ ଯେପରି ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିରରେ କଳ୍ପବଟ ରହିଅଛି।
ଆମେ ଏତେ କଥା ଲେଖିବାର କାରଣ ଅର୍କବଟ ତଳେ ଶାମ୍ବ ଦଶମୀ ଉତ୍ସବ ଆରମ୍ଭ ବେଳେ ପ୍ରଥମେ ଶାମ୍ବଙ୍କର ପ୍ରଶଂସା କରାଯାଏ, ତା’ ପରେ ତାଙ୍କୁ ପ୍ରାର୍ଥନା କରାଯାଏ। ତା’ପରେ ଶ୍ରୀମହାଭାସ୍କରଙ୍କୁ ଭୋଗ ଅର୍ପଣ କରାଯାଏ। ସେହି ଭୋଗ ଶାମ୍ବଙ୍କୁ ଉପହାର ଦିଆଯାଏ। ଅର୍ଥାତ୍‌ ଶ୍ରୀମହାଭାସ୍କରଙ୍କ ଭୋଗ ପ୍ରଥମେ ଶାମ୍ବଙ୍କୁ ସମର୍ପଣ କରାଯାଏ। ଭୋଗ ପାଇଁ ମନ୍ତ୍ର ବ୍ୟବହାର ହେବା ପରେ ସମର୍ପଣ ପାଇଁ ମନ୍ତ୍ର ଉଚ୍ଚାରଣ କରାଯାଏ। ତା’ପରେ ବସେ ମଧ୍ୟାହ୍ନ ଧୂପ। ମଧ୍ୟାହ୍ନ ଧୂପ ସରିଲେ ଶ୍ରୀପଦ୍ମକେଶର ମନ୍ଦିର ପୂର୍ବଦିଗ ବେଢ଼ାରେ ଥିବା ୧୨ଜଣ ଦେବଦେବୀଙ୍କ ଉପାସନା ଆରମ୍ଭ ହୁଏ। ଏହା ସହିତ ରଥ ଟାଣୁଥିବା ଅଶ୍ୱ ଏବଂ ମନ୍ଦିର ମୂଳଭିତ୍ତିରେ ଥିବା ଚକ୍ରଙ୍କୁ ଉପାସନା କରାଯାଏ। ସୂପକାର ସେବକ ୧୦୮ ପ୍ରକାର ବ୍ୟଞ୍ଜନ ଶାମ୍ବଦଶମୀ ଦିନ ପ୍ରସ୍ତୁତ କରନ୍ତି। ସେହି ବ୍ୟଞ୍ଜନକୁ ପୂଜାପଣ୍ଡା ଉକ୍ତ ଚଉଦଟି ସ୍ଥାନରେ ଅର୍ପଣ କରନ୍ତି। ଏହା ହେଉଛି ପୂର୍ବଦିଗର ବେଢ଼ା କଥା। ତା’ପରେ ଦକ୍ଷିଣବେଢ଼ାରେ ନିଶାମନ୍ଦିରର ଶ୍ରୀରବିନାରାୟଣ ଏବଂ ପାର୍ଶ୍ୱଦେବତା ‘ମିତ୍ର’, ପଶ୍ଚିମ ନିଶା ମନ୍ଦିରର ରୁଦ୍ର, ସୂର୍ଯ୍ୟ ଏବଂ ବୈବସ୍ବତ (ପୂଷାଣ), ଉତ୍ତର ନିଶାମନ୍ଦିରର ବେଦାଙ୍ଗ ଓ ହରିଦାଶ୍ୱଙ୍କୁ ପୂଜା ହୁଏ।
ପୂଜାପଣ୍ଡା ଏହାପରେ ବେଢ଼ା ନାରାୟଣ ମଣ୍ଡପକୁ ବିଜେ କରନ୍ତି। ଶ୍ରୀ ନାରାୟଣଙ୍କୁ ଭୋଗ ଅର୍ପଣ କରିବା ପରେ ମହାଗାୟତ୍ରୀ ମନ୍ଦିରକୁ ବିଜେ କରନ୍ତି। ମହାଗାୟତ୍ରୀଙ୍କୁ ଭୋଗ ଅର୍ପଣ କରିବା ପରେ ସେଠାରେ ବିରାଜିତ ‘ଦେବୀ ସିଦ୍ଧଚଣ୍ଡୀ’ଙ୍କୁ ବ୍ରହ୍ମଗାୟତ୍ରୀ ମନ୍ତ୍ରରେ ଭୋଗ ଅର୍ପଣ କରି ଶେଷରେ ଶ୍ରୀମହାଭାସ୍କରଙ୍କ ଦୁଇଶକ୍ତି ଛାୟାମାୟାଙ୍କୁ ଭୋଗ ଅର୍ପଣ କରନ୍ତି। ମହାଗାୟତ୍ରୀ ଓ ‘ଦେବୀ ସିଦ୍ଧଚଣ୍ଡୀ’ ପ୍ରସଙ୍ଗ ଆମେ ଆଗକୁ ଆଲୋଚନା କରିବା।
ଏଠାରେ ମୁଖ୍ୟ ଆଲୋଚ୍ୟ ବିଷୟ ଶାମ୍ବ ଦଶମୀ ଉତ୍ସବର ରୂପରେଖ। ଆମେ ଟିକିନିଖି ଦେବାର ଅଭିପ୍ରାୟ ଶାମ୍ବଙ୍କୁ ନେଇ ଏକ ସ୍ବତନ୍ତ୍ର ଉତ୍ସବ କେବଳ କୋଣାର୍କଠାରେ ନୁହେଁ ଓଡ଼ିଆ ଜନଜୀବନକୁ କିପରି ପ୍ରଭାବିତ କରିଥିଲା ବିଚାର କରିବା କଥା। ଏଗୁଡ଼ିକ ବାହାରିଆ ପଣ୍ଡିତଙ୍କ ମୁଣ୍ଡକୁ ଜୁଟି ନ ଥିଲା। ସେ କାହୁଁ ଜାଣିବେ ଓଡ଼ିଶାରେ ଶାମ୍ବଙ୍କୁ ନେଇ ଏକ ଗଣଉତ୍ସବ ବିକଶିତ ହୋଇଥିଲା ବୋଲି! ଏତିକିରେ ଉତ୍ସବ ସମାପ୍ତ ହୁଏ ନାହିଁ। ଭୋଗ ପରେ ଆରମ୍ଭ ହୁଏ ହୋମ। ଶହେଆଠ ମନ୍ତ୍ରରେ ଚାଉଳ ବଳି ଦିଅନ୍ତି ବେଦପୁରର ଆଚାର୍ଯ୍ୟମାନେ। ଏହି ବଳି ଦଶଦିଗପାଳଙ୍କୁ ଦିଆଯାଏ। ପରେ ପରେ ନୃତ୍ୟର ଦେବତା ଶ୍ରୀନଟେଶ୍ୱରଙ୍କୁ ପୂଜା କରାଯାଏ। ଶ୍ରୀନଟେଶ୍ୱର ବିଜେ କରିଥିଲେ ଅର୍କବଟ ତଳେ। ତାଙ୍କ ବିଜେସ୍ଥଳୀ ଶ୍ରୀନଟେଶ୍ୱର ଗାଦି ଭାବରେ ପରିଚିତ ଥିଲା। ଏହି ଗାଦିରୁ ମିଳିଥିଲା ଶ୍ରୀପଦ୍ମକେଶର ଦେଉଳ କର୍ମାଙ୍ଗୀ ପୋଥି।
ସେଠାରୁ ପୂଜାପଣ୍ଡା ଫେରି ସିଂହଦ୍ୱାରରେ ଥିବା ଜୟ, ବିଜୟ, ପୌଣ୍ଡ୍ର ଓ ଅଙ୍ଗିରସଙ୍କୁ ପୂଜା କରନ୍ତି। ଶେଷରେ ‘ସୌରଅଗ୍ନି’ଙ୍କୁ ଉପାସନା କରାଯାଏ। ସୌରଅଗ୍ନି ହେଉଛି ଏକ ସ୍ଫଟିକ ପତଳା କାଚ ଉପରେ ଶୂନ୍ୟରୁ ଆସି ବର୍ଷସାରା ପଡ଼ୁଥିବା ସୂର୍ଯ୍ୟଙ୍କ କିରଣ। ସୂର୍ଯ୍ୟଙ୍କ କିରଣକୁ ମଧ୍ୟ ସେ କାଳର କୌଶଳରେ ଓଡ଼ିଆ ଉପାସନା କରୁଥିଲା।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri