Posted inଖେଳ

ଏକମାତ୍ର ଭାରତୀୟ ଦ୍ରୁତ ବୋଲର ଭାବେ ଏହି ସଫଳତା ପାଇଛନ୍ତି ଶ୍ରୀନାଥ

ନୂଆଦିଲ୍ଲୀ, ୩୧।୮: ଭାରତୀୟ କ୍ରିକେଟ୍‌ ଦଳରେ ବର୍ତ୍ତମାନ ଯଶପ୍ରୀତ୍‌ ବୁମ୍‌ରା, ମହମ୍ମଦ ସାମି, ଇଶାନ୍ତ ଶର୍ମାଙ୍କ ଭଳି ବିଶ୍ୱର ଶ୍ରେଷ୍ଠ ଦ୍ରୁତ ବୋଲର ରହିଛନ୍ତି। କିନ୍ତୁ ଏଭଳି ଏକ ସମୟ ଥିଲା ଯେତେବେଳେ ଭାରତୀୟ କ୍ରିକେଟ୍‌ରେ ଦ୍ରୁତ ବୋଲରଙ୍କୁ ଗୁରୁତ୍ୱ ଦିଆଯାଉ ନ ଥିଲା। ତେବେ ମହେନ୍ଦ୍ର ସିଂ ଧୋନୀ ଓ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦ୍ରୁତ ବୋଲରମାନେ ଅନେକ ମ୍ୟାଚ୍‌ରେ ଦଳକୁ ଜିତାଇଛନ୍ତି। ଟେଷ୍ଟ କ୍ରିକେଟ୍‌ରେ ୨୦ ଉଇକେଟ୍‌ ଅକ୍ତିଆର କରିବା ଭାରତୀୟ ବୋଲରଙ୍କ ପାଇଁ ଏକ ସାଧାରଣ କଥା ହୋଇସାରିଛି। ଗୋଟିଏ ସମୟରେ ଭାରତୀୟ ଦଳରେ ୨ରୁ ୩ ଜଣ ଭଲ ବୋଲର ରହୁଥିଲେ। ଏପରିକି ଭଲ ବୋଲର ଖୋଜିବା କଷ୍ଟସାଧ୍ୟ ଥିଲା। ସେହି ସମୟରେ ମୟଶୂର ଏକ୍ସପ୍ରେସ ନାମରେ ପରିଚିତ ଜାଭାଗଲ ଶ୍ରୀନାଥ ସାରା ବିଶ୍ୱକୁ ନିଜ ବୋଲିଂର ଗତି ଦେଖାଇଥିଲେ।
ଶାରଜାରେ ପାକିସ୍ତାନ ବିପକ୍ଷରେ ପଦାର୍ପଣ କରି ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିବା ଶ୍ରୀନାଥ ଭାରତ ପକ୍ଷରୁ ୧୨ ବର୍ଷ ଧରି ପ୍ରତିନିଧିତ୍ୱ କରିଥିଲେ। ସୋମବାର ୫୧ ବର୍ଷ ବୟସରେ ପଦାର୍ପଣ କରିଥିବା ଜାଭାଗଲଙ୍କ ନାମରେ ଏକ ସଫଳତା ରହିଛି ଯାହାକୁ ଆଜି ପର୍ଯ୍ୟନ୍ତ ଆଉ କୌଣସି ଭାରତୀୟ ଦ୍ରୁତ ବୋଲର ହାସଲ କରିପାରି ନାହାନ୍ତି। ଭାରତର ଏକମାତ୍ର ଦ୍ରୁତ ବୋଲର ଭାବେ ଶ୍ରୀନାଥ ଦିନିକିଆ କ୍ରିକେଟ୍‌ରେ ୩୦୦ରୁ ଊର୍ଦ୍ଧ୍ୱ ଉଇକେଟ୍‌ ନେଇଛନ୍ତି। ୨୨୯ ଦିନିକିଆ ମ୍ୟାଚ୍‌ ଖେଳି ସେ ୩୧୫ ଉଇକେଟ୍‌ ହାସଲ କରିଛନ୍ତି। ସେହିଭଳି ୬୭ ଟେଷ୍ଟରୁ ତାଙ୍କ ନାମରେ ୨୩୬ ଉଇକେଟ୍‌ ରହିଛି। ଟେଷ୍ଟରେ ସେ ୫ ଥର ୧୦ କିମ୍ବା ଏହାଠାରୁ ଅଧିକ ଉଇକେଟ୍‌ ନେଇଛନ୍ତି। ୨୭ ଜାନୁୟାରୀ ୧୯୯୭ରେ ଶ୍ରୀନାଥ ଜିମ୍ବାଓ୍ବେ ବିପକ୍ଷରେ ଏକ ବଲ୍‌ ପକାଇଥିଲେ ଯାହାର ଘଣ୍ଟା ପ୍ରତି ବେଗ ୧୫୭ କିମି ଥିଲା। ସେ ଭାରତ ପକ୍ଷରୁ ୩ (୧୯୯୨, ୧୯୯୬ ଓ ୧୯୯୯) ବିଶ୍ୱକପ୍‌ ଖେଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଟିରେ ପ୍ଲାଷ୍ଟିକ୍‌ ପୋତିହୋଇ ଜଳଧାରଣ ହ୍ରାସ

ପଟ୍ଟାମୁଣ୍ଡାଇ,୧ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ପ୍ଲାଷ୍ଟିକର ବ୍ୟବହାର ବହୁଳ ଭାବରେ ବଢ଼ିଚାଲିଛି। ସହର ସାରା କୁଢ଼ କୁଢ଼ ପ୍ଲାଷ୍ଟିକ ଅଳିଆ ଓ ଆବର୍ଜନା…

‘ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହାମନିଷୀଙ୍କ ଅବଦାନ ଅବିସ୍ମରଣୀୟ’

କେନ୍ଦୁଝର,୧ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ପବିତ୍ର ଓଡ଼ିଶା ଦିବସରେ ଜିଲା ବିଜୁ ଜନତା ଦଳ ପକ୍ଷରୁ କେନ୍ଦୁଝର ଜିଲା ସଦରମହକୁମାଠାରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଜିଲାପାଳଙ୍କ…

‘ଆତ୍ମନିର୍ଭର ଓଡ଼ିଶା ଗଠନ ପାଇଁ ସରକାର ସଂକଳ୍ପବଦ୍ଧ’

ସାକ୍ଷୀଗୋପାଳ,୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସ୍ମୃତିପୀଠ ପୁରୀ ଜିଲାର ସତ୍ୟବାଦୀରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ ବୁଧବାର ପାଳିତ ହୋଇଛି। ଏହି…

ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟରେ ଓଡ଼ିଆ ଦିବସ ପାଳନ

ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟର ସଭା ଗୃହରେ ୯୧ତମ ଓଡ଼ିଆ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ବ୍ଲକ ମଙ୍ଗଳ…

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା, ଅଭିଯୁକ୍ତ ଗିରଫ

ଚାନ୍ଦବାଲି, ୩୦ା୩(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଞ୍ଚଳର ଜଣେ ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା ହେବା ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ…

ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଗ୍ରାମସଭା: ଏକର ପିଛା ଏତିକି କୋଟି ଦାବି

ପାଟଣା, ୧।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳ ରେ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ଚେମଣା ପଞ୍ଚାୟତ ଅଙ୍ଗି…

ରୋଷେଇ କରୁଥିବାବେଳେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର, ଆଉ ତା’ ପରେ…

ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ମୁଖ୍ୟ ବଜାରସ୍ଥିତ ଦୁଷ୍ମନ୍ତ ସାହୁ ନାମକ ବ୍ୟବସାୟୀଙ୍କ ବାସଭବନ ରୋଷେଇ ଘରେ ରନ୍ଧନ ଗ୍ୟାସ ଫାଟି ଯିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri