ଅର୍ପଣ ଚାଉଳରେ ପ୍ରସ୍ତୁତ ମହାପ୍ରସାଦ ବଣ୍ଟନ ବନ୍ଦ

ପୁରୀ,୮।୬(ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଅର୍ପଣ ରଥ ମାଧ୍ୟମରେ ମିଳିଥିବା ଚାଉଳରେ ମହାପ୍ରସାଦ ପ୍ରସ୍ତୁତ କରାଯାଇ ଭକ୍ତଙ୍କୁ ବଣ୍ଟନ କରାଯାଉଥିଲା। ଗତ ଫେବୃଆରୀରୁ ପ୍ରତିଦିନ ସୁଆର ମହାସୁଆର ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ରୋଷଶାଳାରେ ଏହି ଖେଚୁଡ଼ି ଓ କାନିକା ମହାପ୍ରସାଦ ପ୍ରସ୍ତୁତ କରାଯାଇ ଉତ୍ତର, ପଶ୍ଚିମ ଏବଂ ଦକ୍ଷିଣ ଦ୍ୱାର ନିକଟରେ ବଣ୍ଟାଯାଇଆସୁଥିଲା। ଫଳରେ ଭକ୍ତମାନେ ମାଗଣାରେ ମହାପ୍ରସାଦ ପାଇବା ସହ କେହି କେହି ଘରକୁ ନେଉଥିଲେ। ଏଥିଯୋଗୁ ଭକ୍ତଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଉଥିଲା। ତେବେ ଗୁରୁବାରଠାରୁ ଏହି ମହାପ୍ରସଦ ବଣ୍ଟନ ବନ୍ଦ କରିଦିଆଯାଇଛି। ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି କ୍ରମେ ମହାପ୍ରସାଦ ବଣ୍ଟନ ବନ୍ଦ କରାଯାଇଥିବା ସୁଆର ମହାସୁଆର ନିଯୋଗ ପକ୍ଷରୁ କୁହାଯାଇଛି। ରାଜ୍ୟରେ ସରକାର ବଦଳିବା ପରେ ଶ୍ରୀମନ୍ଦିର ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଥିବା ସାଧାରଣରେ ଆଲୋଚନା ହେଉଛି। ତେବେ ଏହି ନିଷ୍ପତ୍ତିକୁ ଭକ୍ତ ଏବଂ ଜଗନ୍ନାଥପ୍ରେମୀ ନାପସନ୍ଦ କରିବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଗତ ଜାନୁଆରୀ ମାସରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରାଯାଇଥିଲା। ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ସାରା ରାଜ୍ୟରେ ଅର୍ପଣ ରଥ ବୁଲିଥିଲା। ଭକ୍ତମାନେ ଉକ୍ତ ଅର୍ପଣ ରଥରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଚାଉଳ, ନଡ଼ିଆ, ଗୁୁଆ ଓ ଟଙ୍କା ଆଦି ପ୍ରଦାନ କରିଥିଲେ। ପରବର୍ତ୍ତୀ ସମୟରେ ଭକ୍ତଙ୍କଠାରୁ ସଂଗୃହୀତ ଅର୍ପଣ ଚାଉଳ କ’ଣ ହେବ ବୋଲି ବିଭିନ୍ନ ମହଲରୁ ସରକାରଙ୍କୁ ପ୍ରଶ୍ନ କରାଯିବା ସହ ଏପରି କାର୍ଯ୍ୟକୁ ସମାଲୋଚନା କରାଯାଇଥିଲା। ପରେ ଶ୍ରୀମନ୍ଦିର ପ୍ରଶାସନ ଓ ସରକାରଙ୍କ ନିଷ୍ପତ୍ତି କ୍ରମେ ଉକ୍ତ ଚାଉଳରେ ମହାପ୍ରସାଦ ପ୍ରସ୍ତୁତ କରି ଭକ୍ତଙ୍କୁ ବାଣ୍ଟିବାକୁ ସ୍ଥିର ହୋଇଥିଲା। ସୁଆର ମହାସୁଆର ନିଯୋଗ ମଧ୍ୟ ଉକ୍ତ ଚାଉଳରେ କାନିକା ଓ ଖେଚୁଡ଼ି ପ୍ରସ୍ତୁତ କରି ଭକ୍ତଙ୍କୁ ବାଣ୍ଟିବା ନିମନ୍ତେ ରାଜି ହୋଇଥିଲା। ସାରା ରାଜ୍ୟରୁ ସଂଗୃହୀତ ହୋଇଥିବା ଅର୍ପଣ ଚାଉଳ ପୁରୀରେ ପହଞ୍ଚତ୍ବା ପରେ ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ ରଖାଯାଇଥିଲା। ପ୍ରାୟ ୧୩ କୁଇଣ୍ଟାଲରୁ ଅଧିକ ଚାଉଳ ସଂଗୃହୀତ ହୋଇଥିଲା। ପ୍ରତ୍ୟେକ ଦିନ ଉକ୍ତ ଚାଉଳରେ କାନିକା ଓ ଖେଚୁଡ଼ି ପ୍ରସ୍ତୁତ କରାଯାଇ ଭକ୍ତଙ୍କୁ ବଣ୍ଟନ କରାଯାଉଥିଲା। ତେବେ ରାଜ୍ୟରେ ସରକାର ବଦଳିବା ପରେ ହଠାତ ଗୁରୁବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅର୍ପଣ ଚାଉଳରେ ପ୍ରସ୍ତୁତ ଖେଚୁଡ଼ି ଓ କାନିକା ବଣ୍ଟନ ବନ୍ଦ କରାଯିବାକୁ ନିଷ୍ପତ୍ତି ନିଆଯିବା ସହ ସୁଆର ମହାସୁଆର ନିଯୋଗକୁ ସୂଚନା ଦିଆଯାଇ ଥିଲା। ତେଣୁ ନିଯୋଗ ପକ୍ଷରୁ ଗୁରୁବାରଠାରୁ ଅର୍ପଣ ଚାଉଳରେ କାନିକା ଓ ଖେଚୁଡ଼ି ପ୍ରସ୍ତୁତ ଓ ବଣ୍ଟନ ବନ୍ଦ କରିଦିଆଯାଇଛି। ଏନେଇ ସୁଆର ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆର କହିଛନ୍ତି, ଅର୍ପଣ ଚାଉଳରେ ପ୍ରସ୍ତୁତ ହେଉଥିବା କାନିକା ଓ ଖେଚୁଡ଼ି ଗୁରୁବାରଠାରୁ ବଣ୍ଟନ ବନ୍ଦ କରିଦିଆଯାଇଛି। ଏହା ବନ୍ଦ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଯୋଗକୁ କୁହାଯାଇଛି। ତେବେ ରାଜ୍ୟରେ ନୂତନ ସରକାର ଗଠନ ହେବା ପରେ ନିଯୋଗ ପକ୍ଷରୁ ଏନେଇ ଶ୍ରୀମନ୍ଦିର ପ୍ରଶାସନ ଓ ସରକାରଙ୍କୁ ଭେଟି ଆଲୋଚନା କରାଯିବ। ଭକ୍ତଙ୍କୁ ଯେପରି ମହାପ୍ରସାଦ ପୂର୍ବଭଳି ମିଳିପାରିବ ସେନେଇ ପ୍ରସ୍ତାବ ଦିଆଯିବ। ଅନ୍ୟପକ୍ଷରେ ଏ ସମ୍ପର୍କରେ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କିଛି ଜାଣି ନ ଥିବା କହିଛନ୍ତି। ପ୍ରଶାସନ ପକ୍ଷରୁ କିଛି ନିଷ୍ପତ୍ତି ହୋଇନାହିଁ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯାହା କିଛି ନିଷ୍ପତ୍ତି ନିଆଯାଇଛି ବୋଲି ଜିଲାପାଳ ପ୍ରକାଶ କରିଛନ୍ତି। ମହାପ୍ରସାଦ ବଣ୍ଟନ ବନ୍ଦ ହେବାକୁ ନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଗୁରୁ ଚରଣ ଦାସ ନାମକ ଭକ୍ତ କହିଛନ୍ତି, ଅର୍ପଣ ଚାଉଳରୁ ପ୍ରସ୍ତୁତ ହେଉଥିବା ମହାପ୍ରସାଦକୁ ଭକ୍ତମାନେ ପାଇ ଖୁସି ହେଉଥିଲେ। ତାହାକୁ ହଠାତ ଏପରି ବନ୍ଦ କରିଦେବା ଉଚିତ ହୋଇନାହିଁ। ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ପୁନର୍ବାର ଏହି ବ୍ୟବସ୍ଥା କାର୍ଯ୍ୟକ୍ଷମ କରାଯାଉ ବୋଲି ଦାସ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri