Posted inଫୁରସତ

ଫେସ୍‌ବୁକ୍‌ର ମାୟା

ଏ ମୋବାଇଲ୍‌ ଫୋନ୍‌ ଜମାନା ଯେବେଠୁ ଆରମ୍ଭହେଲା, ସଂସାର ବିଷସାଗରରୁ ସତେ କି ଅମୃତ ହାଣ୍ଡିଏ ଲେଖା ହାତରେ ଧରି ମଣିଷ ନିଆରା ଜୀବନ ଜିଇଁ ଶିଖିଲା । ଆଉ ଯିଏ ଟିପଘଷା ସ୍ମାର୍ଟ ଫୋନ୍‌ ବ୍ୟବହାର କରୁଛନ୍ତି, ସେମାନେ ସମଗ୍ର ଧରାକୁ ସତେ ଯେମିତି ହାତ ମୁଠାରେ ମୁଠେଇ ଧରିଛନ୍ତି ବୋଲି ଭାବୁଛନ୍ତି । ମୋବାଇଲ୍‌ ଏବେ ଆଉ ସଂପର୍କୀୟଙ୍କ ସହ ଦୂରରୁ କଥା ନୁହଁ ବରଂ ମହାଭାରତରେ ଧୃତରାଷ୍ଟ୍ରଙ୍କୁ ସଞ୍ଜୟ ଦିବ୍ୟଦୃଷ୍ଟିରେ ସମସ୍ତ ଘଟଣାଦେଖି ବର୍ଣ୍ଣିବା ଭଳିଆ ସମସ୍ତେ ପାରିବାର ପାଲଟି ଯାଇଛନ୍ତି। ତଥାପି ଏଇ ମୋବାଇଲ୍‌ ଫୋନ୍‌ ଆମ ଜୀବନକୁ ସଜାଡୁଛି କେତେ ଆଉ ବିଗାଡୁଛି କେତେ, କେବେ ଥଣ୍ଡା ମୁଣ୍ଡରେ ଭାବିଛନ୍ତି ? ନା’ ତର୍ଜମା କରିବାକୁ ବେଳ କାହିଁ ? ତା’ ଭିତରେ ଯୋଉମାନେ ଫେସ୍‌ବୁକ୍‌ର ଫେସ୍‌ ସୌନ୍ଦର୍ଯ୍ୟରେ ଫଶି ତା ଭିତରେ ପଶି ଟିପଘଷିବାର ମଜା ପାଇଛନ୍ତି, କାହା ହାତରେ, ସରଗ ଖସିପଡ଼ିଛି ତ କାହା ଭାଗ୍ୟ ଆକାଶ ମଥାରେ ଛିଣ୍ଡିପଡ଼ିଛି।

ଗଲା କେଇଦିନ ତଳେ ଶ୍ରୀଯୁକ୍ତ ସତ୍ୟାନାଶ ବଂଧୁଙ୍କର ଫେସ୍‌ବୁକ୍‌ରେ ଯୋଉ ଫଟୋ ଦେଖିଲି, ସେମିତିଆ ଚେହେରା ଜନମରୁ ଏଯାଏଁ କେବେ ଦେଖିନଥିବାରୁ ଯୋଗାଯୋଗ କରି ବୁଝିଲି ତାଙ୍କ ନାମରେ କେହି ଜଣେ ବୀର ସାହସୀ ଫେକ୍‌ ଆକାଉଣ୍ଟ ଖୋଲି ଟଙ୍କା ମାଗୁଛନ୍ତି । ଖାଲି ସିଏ କ’ଣ ଏକା? ଅନେକ ମାନ୍ୟଗଣ୍ୟ ଭଦ୍ରଜନଙ୍କ ନାମରେ କେତେକିଏ ଏମିତି କାମ ବି କରୁଛନ୍ତି ତ କିଏ କାହା ଆକାଉଣ୍ଟକୁ ହ୍ୟାକ୍‌ କରୁଛନ୍ତି । ଏଇ ”ହ୍ୟାକ୍‌ର“ଙ୍କୁ କେହି ଯେମିତି ସମ୍ବାଦପତ୍ର ବିତରକ ‘ହକର’ ବୁଝିବାର ଭୁଲ୍‌ ନକରନ୍ତି । ଫେସ୍‌ବୁକ୍‌ରେ ଫେକ୍‌ ଆକାଉଣ୍ଟ ଖୋଲୁଥିବା ଏବଂ ହ୍ୟାକରଙ୍କ ହ୍ୟାକ୍‌ କରିବା ଶକ୍ତି ଏମିତି ଯେ, ଆପଣଙ୍କୁ ଜୋକର ବନେଇ ଦିନରେ ବି ତାରା ଦର୍ଶନ କରେଇ ଦେଇ ପାରନ୍ତି ।

ଆଜ୍ଞା ! କେତେବେଳେ ଫେସ୍‌ବୁକ୍‌ରେ ସୁକୁଟି ସାହୁଙ୍କ ପରି ବାନ୍ଦେରୀ, କାଳୀ କୋତରୀ ମୁଖଦାନ୍ତୁରୀମାନେ ବିଶ୍ୱସୁନ୍ଦରୀ ରୂପରେ କୁଇନ୍‌, ପ୍ରିନ୍‌ସେସ୍‌, ଆଞ୍ଜେଲ ନାମରେ ପରିଚିତ କରାଇ ପ୍ରେମ ଜାଲରେ ଫସେଇ ମେସେଞ୍ଜର ଭଳିଆ ବ୍ୟକ୍ତିଗତ ଗଳିଆ ବାଟରେ ନେଇ ଆପଣଙ୍କୁ ଡେଞ୍ଜର ଜୋନ୍‌ରେ ପହଞ୍ଚେଇ ଦେଉଛନ୍ତି ତ, ପୁଣି ପୂର୍ଣ୍ଣ ପ୍ରାଣରେ ପ୍ରେମ କରୁକରୁ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଶୂନ୍ୟ କରି ପାରୁଛନ୍ତି । ପୁଣି କେତେବେଳେ ଫେସ୍‌ବୁକ୍‌ରେ ନକଲି ଫଟୋରେ ମୋହିତ ହୋଇ ବଂଧୁ-ବାନ୍ଧବୀ ଭାବରେ ଏତେ ବିଶ୍ୱାସ କରି ବସୁଛନ୍ତି ଯେ ପୁରୀ, କଟକ, ଭୁବନେଶ୍ୱର ବୁଲି ଆସୁଆସୁ କେତେବେଳେ ପୁନେ, କର୍ଣ୍ଣାଟକ, କାଶ୍ମିର ବା ମୁମ୍ବାଇରେ ପହଞ୍ଚି ଯାଇ ବିଶ୍ୱ ଦରବାରରେ ବିକ୍ରି ହୋଇଯାଉଛନ୍ତି ।

ଏଇ ମୁଖ ପୁସ୍ତିକାରେ ମୁହଁ ମାଡୁମାଡୁ ଆମ ଶାସ୍ତ୍ର ପୁରାଣ, ଶିକ୍ଷା, ସଂସ୍କୃତିକି ତେଣେ ଉଇ ଚରିଗଲାଣି ତ ଚରିତ୍ରରେ କଳଙ୍କ ଲାଗିଲାଣି । ଆଜିକାଲି ଛପା ବହି ଦେଖିଲେ ଖପା ହେଉଛନ୍ତି, ଚିଠି ଲେଖା ଭୁଲି ସୋସିଆଲ୍‌ ମିଡ଼ିଆରେ ମେସେଞ୍ଜର ବା ମେସେଜ୍‌ ବକ୍ସରେ ବାର୍ତ୍ତା ପ୍ରେରଣ କରି ଡାକ ବିଭାଗ ସେବାକୁ ହାଲୁକା କରୁକରୁ ତାଙ୍କ ହାଲତ୍‌ ଖରାପ କଲୁଣି ।
ଆଜିକା ଜମାନାରେ ଆଧୁନିକ ଯୁଗରେ ତାଳଦେଇ ଚାଲିବାପାଇଁ ଫେସ୍‌ବୁକ୍‌ ଭଳି ସୋସିଆଲ୍‌ ମିଡ଼ିଆରେ ଆକାଉଣ୍ଟ ଖୋଲିବା ଜରୁରୀ ହୋଇଯାଇଛି । ଅଳ୍ପ ସମୟରେ ଅନେକ ଖବର ଜାଣିହେଉଛି । ବାର୍ତ୍ତା ବା ଲେଖାଲେଖି ଛାଡ଼ି ଅସଂଖ୍ୟ ଲୋକଙ୍କୁ ଜଣେଇବା, ପହଞ୍ଚେଇବା ସହଜ ହୋଇଛି । ବହୁତ ଭଲ କଥା ଶିଖିବାକୁ ମିଳୁଛି । ହେଲେ ଗୋଟେ କଥା ମନେ ରଖନ୍ତୁ, କେବଳ ମୁହଁର ସୌନ୍ଦର୍ଯ୍ୟରେ ଭୁଲି, ତା’ ରୂପରେ ମୋହିତ ହୋଇ ଯଦି କନ୍ୟାପାତ୍ରୀଙ୍କୁ ନିର୍ବାଚନ କରି ପୁଅର ଜୀବନ ସାଥୀ କଲେ, ତେବେ ଜୀବନସାରା ଭାଲୁ ଲାଙ୍ଗୁଡ଼ ଧରି ନାମ ନେଲା ପରି ହୋଇଥାଏ । ଏ ଫେସ୍‌ବୁକ୍‌ରେ ଅସଲ ଫ୍ରେଣ୍ଡ୍‌ ନ ବୁଝି ବଂଧୁତା କଲେ ଏମିତି ଘଣା ପେଡ଼ିବାକୁ ପଡ଼ିଥାଏ । ମୁହଁ ଠାରୁ ହୃଦୟ ମନର ବାସ୍ତବ ଗୁଣ ତର୍ଜମା କରିବା ଆବଶ୍ୟକ କି’ନା ଅନୁଭବୀ କହିବେ । ଆଜିକାଲି କାଳୀ, ବୁଢ଼ୀ, କୋତରା ବୁଢ଼ା ବି ବିୟୁଟି ପାର୍ଲରରେ ଅସଲ ଚେହେରା ଛପେଇ ସୌନ୍ଦର୍ଯ୍ୟର ରୂପ ପ୍ରଦର୍ଶନ କଲା ପରି ଫେସ୍‌ବୁକ୍‌ର ଫେକ୍‌ ଆକାଉଣ୍ଟ ଫେକ୍‌ ଫଟୋ ଢେର୍‌ ଚର୍ଚ୍ଚିତ ।

‘ମାମୁଁ ଘରେ ଗୋଠେ ଗାଈ, ରାତି ପାହିଲେ ମୋଟେ ନାହିଁ’ ପରି ଫେସ୍‌ବୁକ୍‌ର ବଢ଼ୁଛି ବଂଧୁତ୍ୱ । ବାଡ଼ି ବାଇଗଣ – ପୋଥି ବାଇଗଣ ପରି ଏ ସଂପର୍କ । ଆମ୍ଭେ ଜାଣୁ – ରାଜଦ୍ୱାରେ ଶ୍ମଶାନେ ଚ ଯଃ ତିଷ୍ଠତି ସଃ ବାନ୍ଧବଃ। ଆପଣ ଛାତିରେ ହାତ ଦେଇ କୁହନ୍ତୁ ତ, ଏଇ ମୁଖ ପୁସ୍ତିକାର ବଂଧୁ ଭିତରୁ କେତେଜଣ ଆପଣଙ୍କ ବିପଦଆପଦରେ ସ୍ଥୂଳ ଶରୀରରେ ଆସି ପାଖରେ ଠିଆହୋଇ ଆଶ୍ୱାସନା ବା ସାହାଯ୍ୟ ସହଯୋଗ କରନ୍ତି? କୌଣସି ବଂଧୁଙ୍କର ପ୍ରିୟଜନର ବିୟୋଗରେ ଅଳ୍ପ କିଛି ଆମତ୍ାର ସଦ୍‌ଗତି କାମନା କରି ପ୍ରାର୍ଥନା କଲାବେଳେ, ବହୁତ ବଂଧୁ ଇଂରାଜୀରେ ରିପ୍‌ ଲେଖି କର୍ତ୍ତବ୍ୟ ସାରିଦେଇଥିବାର ଗର୍ବରେ ଫୁଲୁଥାନ୍ତି । ହେଲେ ଯେଉଁ ମୃତ ବ୍ୟକ୍ତିଙ୍କ ପାଇଁ ରିପ୍‌ ଲେଖନ୍ତି ସିଏ ଯଦି ଓଡ଼ିଆ ଛଡ଼ା ଇଂରାଜୀ ନ ବୁଝନ୍ତି, ତେବେ ପରଲୋକରେ କାହାକୁ ତା ଅର୍ଥ ଯାଇ ପଚାରିବେ କୁହନ୍ତୁ ତ ! ତା’ଛଡ଼ା ବହୁତ ଯୁଗ ଉପଯୋଗୀ ଗଳ୍ପ, କବିତା, ପ୍ରବନ୍ଧ, ସମାଲୋଚନା ଆଦି ଅନେକ ପରିଶ୍ରମ କରି ଯେଉଁ କବି, ଗାଳ୍ପିକ, ଲେଖକ ଲେଖି ଛାଡ଼ନ୍ତି – ତାକୁ କେତେ ଜଣ ବଂଧୁ ସତରେ ପଢ଼ନ୍ତି ? ସେମିତି ଦେଖିଲେ ହଜାରକେ ପାଞ୍ଚ ଜଣ ଲୋକ ପଢ଼ି ଗଠନମୂଳକ ମତାମତ ବା ତ୍ରୁଟି ଦର୍ଶାଉଥିବେ ସିନା, ବାକି ପଚାଶ ଶହେ ନାଇସ୍‌, ଗୁଡ୍‌, ବିୟୁଟିଫୁଲ୍‌, ନ’ଲେ ଫୁଲ ସହ ଲାଇକ୍‌ରେ ଟିପମାରି ଛାଡୁଥିବେ – ଯୋଡ଼ିଜାଡ଼ି ସଂପର୍କ ରଖିଥିବେ । ବାକି ଶତକଡ଼ା ଷାଠିଏରୁ ଅଶୀ ବଂଧୁ ତାଲିକାରେ ଖାଲି ଗଡୁଥିବେ ।

ହେଇଟି ଆଜ୍ଞା ! ଆମେ ଆଧୁନିକ ଜମାନାରେ ବାପ-ପୁଅ, ଝିଅ-ଜ୍ୱାଇଁ, ମଉସା-ମାଉସୀ, ମାମୁଁ-ମାଇଁ ଫେସ୍‌ବୁକ୍‌ରେ ସବୁ ବଂଧୁ ବା ସାଙ୍ଗ । ହେଲେ ଟିକେ ଜଗିରଖି ଚଳୁଥିବେ ଟି ! ନ’ହେଲେ ଏଇ ଫେସ୍‌ବୁକ୍‌ର ଫେକ୍‌ ଫ୍ରେଣ୍ଡ୍‌ ସୋସିଆଲ ମିଡ଼ିଆରେ ଅନ୍‌ସୋସିଆଲ୍‌ ଆନିମଲ କେତେବେଳେ ସବୁ ଚଳୁ କରି ଦେଇଥିବେ – ଆପଣ ଜାଣି ପାରିନଥିବେ । ଏମାନଙ୍କୁ ଦୂରରୁ ଦଣ୍ଡବତ କରି ୟାଙ୍କ ପାଦଧୂଳିକି ବେଳକାଳ ଉଣ୍ଡି ମୁଣ୍ଡରେ ମାରୁଥିବେ…।
-ମଙ୍ଗରାଜପୁର, ବୀରହରେକୃଷ୍ଣପୁର, ପୁରୀ-୭୫୨୦୦୨
ମୋ : ୭୦୦୮୧୮୮୮୪୭


Enter your email to get our daily news in your inbox.

All Right Reserved By Dharitri.Com

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri