ଶ୍ରୀକାନ୍ତଙ୍କ ପ୍ରାର୍ଥିତ୍ୱରୁ ତ୍ରିମୁଖୀ ଲଢ଼େଇ

ବାଲେଶ୍ୱର,୧୬ା୪(ମାନସ ବିଶ୍ୱାଳ):ବାଲେଶ୍ୱର ଲୋକ ସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ଶ୍ରୀକାନ୍ତ ଜେନାଙ୍କ ନାମ ଘୋଷଣା କରାଯାଇଛି। ପୂର୍ବରୁ ଭାଜପାରୁ ପ୍ରତାପ ଷଡ଼ଙ୍ଗୀ ଓ ବିଜେଡିରୁ ଡ.ଲେଖାଶ୍ରୀ ସାମନ୍ତସିଂହାର ପ୍ରାର୍ଥୀ ହୋଇଛନ୍ତି। ଶ୍ରୀକାନ୍ତଙ୍କ ପ୍ରାର୍ଥତ୍ତ୍ୱ ଘୋଷଣା ପରେ ୨୦୧୪ ଓ ୨୦୧୯ ନିର୍ବାଚନ ଭଳି ଏଥର ମଧ୍ୟ ବାଲେଶ୍ୱର ଲୋକ ସଭା ଆସନରେ ତ୍ରିମୁଖୀ ଲଢ଼େଇ ହେବ ବୋଲି ଆଲୋଚନା ଆରମ୍ଭ ହୋଇଛି ା
ନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଶ୍ରୀକାନ୍ତ ଜେନା, ବିଜେଡି ପ୍ରାର୍ଥୀ ରବୀନ୍ଦ୍ର ଜେନା ଏବଂ ଭାଜପା ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ପ୍ରତାପଙ୍କୁ ହରାଇ ରବୀନ୍ଦ୍ର ବିଜୟୀ ହୋଇଥିଲେ। ୨୦୧୯ ନିର୍ବାଚନରେ ବିଜେଡିରୁ ରବୀନ୍ଦ୍ର ଜେନା, ଭାଜପାରୁ ପ୍ରତାପ ଷଡ଼ଙ୍ଗୀ ଓ କଂଗ୍ରେସରୁ ନବଜ୍ୟୋତି ପଟ୍ଟନାୟକ ମଇଦାନକୁ ଓହ୍ଲାଇଥିଲେ। ସେଥର ରବୀନ୍ଦ୍ରଙ୍କୁ ପ୍ରତାପ ପରାସ୍ତ କରିଥିଲେ। ସେତେବେଳେ ଜିଲାରେ ୭ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୪ଟି ବିଜେଡି ଓ ୩ଟି ଭାଜପା ହାତେଇଥିଲା। ୨୦୨୪ ନିର୍ବାଚନ ଅଧିକ ରୋଚକ ହେବ ବୋଲି ଆଲୋଚନା ହେଲାଣି। କାରଣ ଭାଜପାରୁ ଆସି ବିଜେଡିର ପ୍ରାର୍ଥୀ ହୋଇଥିବା ଲେଖାଶ୍ରୀ ଓ ୧୦ ବର୍ଷ ପରେ ପୁଣି ମଇଦାନକୁ ଶ୍ରୀକାନ୍ତ ଆସିଥିବାରୁ ଏଭଳି କୁହାଯାଉଛି।
ପ୍ରତାପ ଷଡ଼ଙ୍ଗୀ ୨ଥର ଏହି ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ଥରେ ବିଜୟୀ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ପଦରେ ମଧ୍ୟ ରହି ଆସିଛନ୍ତି। ନିରାଡ଼ମ୍ବର ଜୀବନଶୈଳୀ ପାଇଁ ସେ ପରିଚିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ସବ୍‌ କା ସାଥ୍‌, ସବ୍‌ କା ବିକାଶ, ସବ୍‌ କା ବିଶ୍ୱାସ’ ସ୍ଲୋଗାନ ସହ ବିକାଶ ପ୍ରସଙ୍ଗ ଉଠାଇ ପୁନଶ୍ଚ ବାଲେଶ୍ୱରରେ ଦଳକୁ ବିଜୟୀ କରିବେ ବୋଲି ପ୍ରତାପ ଆଶା ରଖିଛନ୍ତି। ଅନ୍ୟପକ୍ଷରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବା ପରେ କର୍ମୀମାନେ ଉତ୍ସାହିତ ହୋଇ ପଡ଼ିଛନ୍ତି। ୨୦୦୯ ନିର୍ବାଚନରେ ଶ୍ରୀକାନ୍ତ ଏହି ଆସନରୁ ନିର୍ବାଚିତ ହୋଇ ୟୁପିଏ ସରକାରରେ ମନ୍ତ୍ରୀ ହୋଇଥିଲେ। ତାଙ୍କ ପ୍ରଚେଷ୍ଟାରେ ଜିଲାରେ ହୋଇଥିବା ଉନ୍ନତିମୂଳକ କାର୍ଯ୍ୟ ବିଷୟରେ ଜଣାଇ ସେ ଭୋଟରଙ୍କ ପାଖକୁ ଯାଉଥିବା କହିଛନ୍ତି। ତେବେ କଂଗ୍ରେସର ଅନ୍ୟତମ ଆଶାୟୀ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକଙ୍କ ବଦଳରେ ଶ୍ରୀକାନ୍ତଙ୍କୁ ପ୍ରାର୍ଥୀ କରାଯିବାରୁ ଏବେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ତାଳମେଳ ରହୁ ନ ଥିବା ଦେଖିବାକୁ ମିଳିଛି। ଏହା ଶ୍ରୀକାନ୍ତଙ୍କ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିପାରେ ବୋଲି କୁହାଯାଉଛି। ତଥାପି ସେ ଦ୍ୱିତୀୟଥର ଏହି ଆସନରୁ ବିଜୟୀ ହୋଇ ଦିଲ୍ଲୀ ଗଲେ ‘ବାଲେଶ୍ୱରବାସୀ କୌଣସି କାମ ପାଇଁ ଦିଲ୍ଲୀ ଯିବା ଦରକାର ପଡ଼ିବ ନାହଁି, ବରଂ ଦିଲ୍ଲୀ ବାଲେଶ୍ୱରକୁ ଆସିବ’ ବୋଲି କହୁଛନ୍ତି।
ଆସନରେ ବିଜେଡି ମହିଳା କାର୍ଡ ଖେଳି ଲେଖାଶ୍ରୀଙ୍କୁ ପ୍ରାର୍ଥୀ କରିଛି। ଲେଖାଶ୍ରୀ ବାଲେଶ୍ୱର ଜିଲା ନୀଳଗିରି ବ୍ଲକ କାଂଶ ପଞ୍ଚାୟତର କୃଷ୍ଣ ମହାନ୍ତିଙ୍କ ପୁତ୍ର ବିଜୟ ମହାନ୍ତିଙ୍କ ସ୍ତ୍ରୀ ହୋଇଥିଲେ ମଧ୍ୟ ସେ ଭୁବନେଶ୍ୱରରେ ସବୁବେଳେ ରହନ୍ତି। ନୀଳଗିରି ସହ ତାଙ୍କର ସେମିତି ସମ୍ପର୍କ ନାହଁି କି ଶାଶୁ ଘରକୁ ସେପରି ଆସି ନ ଥାନ୍ତି ବୋଲି ଲୋକେ କହୁଛନ୍ତି। ୨୦୧୪ ସାଧାରଣ ନିର୍ବାଚନରେ ସେ ନୀଳଗିରି ବିଧାନସଭା କ୍ଷେତ୍ରରୁ ପ୍ରାର୍ଥୀ ହେବା ଆଶାରେ ପହଞ୍ଚତ୍ ଉକ୍ତ ଅଞ୍ଚଳରେ କିଛି ସାମାଜିକ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଥିଲା। ତାଙ୍କୁ ବିଜେଡିରୁ ଟିକଟ ନ ମିଳିବାରୁ ସେ ନିର୍ବାଚନ ପରେ ଭାଜପାରେ ଯୋଗଦେଇ କାର୍ଯ୍ୟ କରିଆସୁଥିଲେ। ବାଲେଶ୍ୱର ଲୋକ ସଭା ଆସନ ପାଇଁ ବିଜେଡି ଟିକେଟ ପାଇବା ପରେ ରବିବାର ଲେଖାଶ୍ରୀ ବାଲେଶ୍ୱରରେ ପହଞ୍ଚତ୍ ରେମୁଣାସ୍ଥିତ କ୍ଷୀରଚୋରା ଗୋପୀନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ନବୀନ ପଟ୍ଟନାୟକଙ୍କ ଜନମଙ୍ଗଳ କାର୍ଯ୍ୟ, ଦଳ ଉପରେ ଲୋକଙ୍କର ଆସ୍ଥା ଓ ଭରସାକୁ ପାଥେୟ କରି ବିଜେଡି ଏହି ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛି ବୋଲି ସେ କହିଛନ୍ତି।
ଅତୀତକୁ ଦେଖିଲେ ୨୦୦୪ରେ ଭାଜପା ପ୍ରାର୍ଥୀ ଐର ଖାରବେଳ ସ୍ବାଇଁ, ୨୦୦୯ରେ କଂଗ୍ରେସ ପ୍ରାର୍ଥୀ ଶ୍ରୀକାନ୍ତ ଜେନା, ୨୦୧୪ରେ ବିଜେଡି ପ୍ରାର୍ଥୀ ରବୀନ୍ଦ୍ର ଜେନା ଏବଂ ୨୦୧୯ରେ ଭାଜପା ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବିଜୟୀ ହୋଇଛନ୍ତି। ୨୦୨୪ କାହା ଭାଗରେ ପଡ଼ୁଛି ତାହାକୁ ଅପେକ୍ଷା ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri