ଶ୍ରୀଦୁର୍ଗା ପକ୍ଷରୁ ମେଗା ଲକି ଡ୍ର ବିଜେତାଙ୍କ ନାମ ଘୋଷଣା

ନୂଆଦିଲ୍ଲୀ,୨ା୧୧: ରାଜ୍ୟର ପ୍ରମୁଖ ତଥା ବ୍ରହ୍ମପୁରର ସର୍ବବୃହତ୍‌ ଶାଢ଼ି ଏବଂ ଗାର୍ମେଣ୍ଟସ୍‌ ପ୍ରତିଷ୍ଠାନ ‘ଶ୍ରୀଦୁର୍ଗା’ ଫ୍ୟାମିଲି ଷ୍ଟୋର ପକ୍ଷରୁ ମେଗା ଲକି ଡ୍ର’ର ବିଜେତା ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବ୍ରହ୍ମପୁରସ୍ଥିତ ସ୍ଥାନୀୟ ଶୁଭମ୍‌ ସେଲିବ୍ରେସନ୍ସଠାରେ ଷ୍ଟୋର ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମେଗା ଲକି ଡ୍ର’ର ବିଜେତାମାନଙ୍କୁ ସମ୍ମାନିତ ସହ ପୁରସ୍କାର ପ୍ରଦାନ କରାଯାଇଛି। ଏହି ଅବସରରେ ଗଞ୍ଜାମ ଚାମ୍ବର ଅଫ୍‌ କମର୍ସର ସଭାପତି ଇପାରି ଶିବପ୍ରସାଦ ରାଓ, ସମ୍ପାଦକ ଭି.ସନ୍ତୋଷ କୁମାର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଲକି ଡ୍ର’ର ଭାଗ୍ୟଶାଳୀ ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ସୋମପେଟା ସହରର ଅଚ୍ୟୁତ ଚୌଧୁରୀ ପ୍ରଥମ ଭାଗ୍ୟଶାଳୀ ବିଜେତା ଭାବେ ସ୍କୁଟର ଜିତିଥିବା ବେଳେ ୬ ଜଣ ରେଫ୍ରିଜରେଟର, ୬ ଜଣ ୱାଶିଂ ମେଶିନ ଏବଂ ୬୦ ଜଣ ଇଣ୍ଡକ୍ସନ କୁକର ଜିତିବାର ସୁଯୋଗ ମଧ୍ୟ ପାଇଛନ୍ତି। ସର୍ବମୋଟ ୭୩ ଜଣ ଭାଗ୍ୟଶାଳୀ ବିଜେତା ଲକି ଡ୍ର ଜରିଆରେ ଉପହାର ଜିତିଛନ୍ତି। ସୂଚନାଯୋଗ୍ୟ ଯେ ଶାରଦୀୟ ପୂଜା ଅବସରରେ ଆରମ୍ଭ ହୋଇଥିବା ‘ଯେତେ କିଣିବେ ସେତେ ଜିତିବେ’ ଅଫର ସମ୍ପର୍କରେ ଘୋଷଣା କରାଯାଇଥିଲା। ଉକ୍ତ ଅଫର୍‌ ଚଳିତ ବର୍ଷ ସେପ୍ଟେମ୍ବର ୩ ରୁ ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ‘ଶ୍ରୀଦୁର୍ଗା’ର ସମସ୍ତ ଷ୍ଟୋରରେ ଜାରି ରହିଥିଲା। ଯେଉଁଥିରେ ପ୍ରତ୍ୟେକ ୯୯୯ ଟଙ୍କାର କ୍ରୟ ଉପରେ ଗ୍ରାହକଙ୍କୁ ଲକି ଡ୍ର’ କୁପନ ପ୍ରଦାନ କରାଯାଇଥିଲା। ମେଗା ଲକି ଡ୍ର ବ୍ୟତୀତ ସାପ୍ତାହିକ ଲକି ଡ୍ର’ରେ ମୋଟ ୧୨ ଜଣ ଭାଗ୍ୟଶାଳୀ ବିଜେତା ୱେଟ ଗ୍ରାଇଣ୍ଡର ଜିତିଥିଲେ। ଏହି କ୍ରମରେ ଚଳିତ ବିବାହ ଋତୁ ପାଇଁ ମଧ୍ୟ ଷ୍ଟୋର ପକ୍ଷରୁ ଆସନ୍ତା ୪ ମାସ ପର୍ଯ୍ୟନ୍ତ ‘ବାଏ ଏବଂ ଫ୍ଲାଏ’ ଅଫର ସମ୍ପର୍କରେ ଶ୍ରୀଦୁର୍ଗା ଫ୍ୟାମିଲି ଷ୍ଟୋରର ମୁଖ୍ୟ ଦର୍ଶନ କୁମାର ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟୋକନ ଅବଧି ନେଇ ମୁହଁ ଖୋଲିଲେ ଶାରଦା: କହିଲେ ଦୁଇ ଦିନରେ…

ଭୁବନେଶ୍ୱର,୩୦।୩: ଟୋକନ ଅବଧି ନେଇ ମୁହଁ ଖୋଲିଲେ ବିଜେଡି ବିଧାୟକ ଶାରଦା ଜେନା। ସେ କହିଛନ୍ତି, ୭ ଦିନ ବୃଦ୍ଧି କରିବାକୁ ଦାବି କରିଥିଲୁ। ଧନ୍ୟବାଦ ସେ…

ସୁଦାନରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଆତଙ୍କରାଜ, ୭୦ରୁ ଅଧିକ ଲୋକଙ୍କୁ ହତ୍ୟା

ନୂଆଦିଲ୍ଲୀ,୩୦ା୩: ସୁଦାନରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଆତଙ୍କର ରାଜତ୍ୱ ଦେଖିବାକୁ ମିଳିଛି । ସୋମବାର ଦିନ ଜଣେ ପୋଲିସ ମୁଖପାତ୍ର ନିଶ୍ଚିତ କରିଛନ୍ତି ଯେ ରାଜଧାନୀର ଉପକଣ୍ଠରେ ଅବସ୍ଥିତ…

ଆତ୍ମସମର୍ପଣ କଲେ ଝାଡ଼ଖଣ୍ଡର ଗ୍ରୁପ ବି ମହିଳା ମାଓବାଦୀ

ରାଉରକେଲା,୩୦।୩(ସଂଗୀତା ଜେନା): ସୀମାନ୍ତ ଅଞ୍ଚଳକୁ ମାଓବାଦୀ ମୁକ୍ତ କରିବାରେ ରାଉରକେଲା ପୋଲିସର ଜାରି ରହିଥିବା ଉଦ୍ୟମକୁ ପୁଣି ଏକ ସଫଳତା ମିଳିଛି। ସରଣ୍ଡା ଜଙ୍ଗଲରେ ସକ୍ରିୟ ଥିବା…

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଶାହରୁଖ ଖାନ୍‌: ସିନେ ଇଣ୍ଡଷ୍ଟ୍ରିରେ ପଡ଼ିଗଲା ଚହଳ

ମଧ୍ୟପ୍ରାଚରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱରେ ପ୍ରଭାବ ପକାଇଛି। କେବଳ ଘରୋଇ ବଜାରରେ ନୁହେଁ ବରଂ ସିନେ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବଲିଉଡ…

ପାକିସ୍ତାନ ମାଧ୍ୟମରେ ଇରାନକୁ ଏମିତି ପ୍ରସ୍ତାବ ଦେଲେ ଟ୍ରମ୍ପ, ରାଗିଗଲା ତେହେରାନ, ଦେଲା ଏମିତି ଜବାବ

ନୂଆଦିଲ୍ଲୀ,୩୦।୩: ମଧ୍ୟପ୍ରାଚ୍ୟ ବିବାଦ ମଧ୍ୟରେ ଇରାନ ଆମେରିକାର ୧୫-ସୂତ୍ରୀ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି। ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାଘାଇ କହିଛନ୍ତି , ତେହେରାନକୁ ଦିଆଯାଇଥିବା…

ହର୍ମୁଜ ଶକ୍ତି ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସରକାର: ଏବେ ଗହମ-ଚାଉଳ ସହିତ ମିଳିବ…

ନୂଆଦିଲ୍ଲୀ,୩୦।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣକୁ ପ୍ରଭାବିତ…

ସ୍ତ୍ରୀଙ୍କ ତଣ୍ଟିଚିପି ମାରିଦେଇଥିଲେ ସ୍ବାମୀ: ମିଳିଲା ଏମିତି ଦଣ୍ଡ

ଗୁଣପୁର,୩୦।୩(ସୁଜାତା ପାଢ଼ୀ): ସ୍ତ୍ରୀ ହତ୍ୟା ମାମଲାରେ ସ୍ବାମୀଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ହୋଇଛି। ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଗାଦିଆଖଳା ପଞ୍ଚାୟତ ବାୟାଗୁଡ଼ା ଗ୍ରାମର ସୁରେନ୍ଦ୍ର ଶବର…

ପେନସନ୍‌ କରାଇ ଦେବାକୁ ୩ ହଜାର ଲାଞ୍ଚ ନେଉଥିଲେ ବରିଷ୍ଠ କିରାଣୀ, ବାନ୍ଧିଲା ଭିଜିଲାନ୍ସ

ନୟାଗଡ/ଖଣ୍ଡପଡା,(ଲୋକନାଥ ମିଶ୍ର/ଅଜୟ କୁମାର ମହାରଣା)୩୦ା୩: ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲା ଖଣ୍ଡପଡ଼ା ସବ-ଟ୍ରେଜେରୀ କର୍ମଚାରୀ ସରୋଜ କୁମାର ସାହୁ । ପେନସନ୍‌ କରାଇ ଦେବାକୁ ଲାଞ୍ଚ ନେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri