ଶ୍ରୀଚନ୍ଦ୍ରଶେଖରଜୀଉ ୮ ଘଣ୍ଟା ଉପାସ

ଢେଙ୍କାନାଳ ଅଫିସ,୧୬।୯: କପିଳାସ କ୍ଷେତ୍ରାଧିପତି ଶ୍ରୀଚନ୍ଦ୍ରଶେଖରଜୀଉଙ୍କ ପୀଠରେ ଗୁରୁବାର ଚରମ ବିଭ୍ରାଟ ଦେଖାଦେଇଛି। ପ୍ରାପ୍ୟ ବୃଦ୍ଧି ଦାବିରେ ୩ ପୂଜାପଣ୍ଡା ଓ ୬ ସୂପକାର ଇସ୍ତଫା ଦେଇଦେବା ପରେ ଦୈନନ୍ଦିନ ନୀତି ବିଳମ୍ବିତ ହେବା ସହ ୮ ଘଣ୍ଟା ଧରି ଖାଡ଼ା ଉପାସରେ ରହିଥିଲେ ଠାକୁର। ଦେବୋତ୍ତର ବିଭାଗ ପକ୍ଷରୁ ବାହାର ସେବାୟତ ଅଣାଯାଇ ଅପରାହ୍ନ ପ୍ରାୟ ୨ଟାରେ ପ୍ରଥମ ନୀତିକାନ୍ତି ସରିବା ପରେ ସେବା ସ୍ବାଭାବିକ ହୋଇଥିଲା। ଏହାପରେ ଠାକୁରଙ୍କ ନିକଟରେ ଭୋଗ ହୋଇଥିଲା ପ୍ରଥମ ଭୋଗ। ଏଭଳି ଅବ୍ୟବସ୍ଥା ଯୋଗୁ ଦର୍ଶନ ନିମନ୍ତେ ଆସିଥିବା ଶତାଧିକ ଶ୍ରଦ୍ଧାଳୁଙ୍କୁ ନିରାଶରେ ଫେରିବାକୁ ପଡ଼ିଥିଲା। ଆଗକୁ ଦଶହରା ଉପଲକ୍ଷେ ମହାପ୍ରଭୁଙ୍କ ସ୍ବତନ୍ତ୍ର ପୂଜା କରାଯିବାକୁ ଥିବାବେଳେ ଏଭଳି ଅବ୍ୟବସ୍ଥା ଯୋଗୁ ନୀତିକାନ୍ତି ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି।
କପିଳାସ ପୀଠରେ ନିୟୋଜିତ ପୂଜାପଣ୍ଡା ଓ ସୂପକାରମାନଙ୍କୁ ଦେବୋତ୍ତର ବିଭାଗ ପକ୍ଷରୁ ଜଣକ ପିଛା ୬୪୦୦ ଟଙ୍କା ପାଉଣା ପ୍ରଦାନ କରାଯାଉଛି। ପୂର୍ବରୁ ସେମାନେ ୫,୪୦୦ ଟଙ୍କା ପାଉଥିଲେ। ତେବେ ଅଧିକ ପ୍ରାପ୍ୟ ବୃଦ୍ଧି କରିବାକୁ ଦାବି ପରେ ଗତ ମାର୍ଚ୍ଚରେ ୧୦୦୦ ଟଙ୍କା ଲେଖାଏ ବୃଦ୍ଧି କରାଯାଇଥିଲା। ତେବେ ଏହାକୁ ନେଇ ସେମାନେ ସନ୍ତୁଷ୍ଟ ହୋଇ ନ ଥିଲେ। ପୁନର୍ବାର ଦରମା ବଢ଼ାଇବାକୁ ଦାବି କରିଥିଲେ। ବୁଧବାର ଅପରାହ୍ନରେ ଜିଲା କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ବୈଠକରେ ଜିଲାପାଳ, ଜିଲା ଦେବୋତ୍ତର ଅଧିକାରୀ ତଥା ଉପଜିଲାପାଳଙ୍କ ଉପସ୍ଥିତିରେ ହୋଇଥିବା ଆଲୋଚନାବେଳେ ସେମାନେ ପ୍ରାପ୍ୟ ବଢ଼ାଇବା ଦାବି ଦୋହରାଇଥିଲେ। ଜିଲାପାଳଙ୍କ ବହୁ ବୁଝାଶୁଝା ପରେ ସେମାନେ ଜିଦ୍‌ରେ ଅଟଳ ରହିବାରୁ ସମାଧାନର ସୂତ୍ର ବାହାରି ନ ଥିଲା। ଏହାପରେ ୩ ପୂଜାପଣ୍ଡା ଓ ୬ ସୁପକାର ଇସ୍ତଫା ଦେଇ ବୈଠକରୁ ଉଠି ଚାଲି ଆସିଥିଲେ। ମହାପ୍ରଭୁ ଶ୍ରୀଚନ୍ଦ୍ରଶେଖରଙ୍କ ପ୍ରଥମ ନୀତିକାନ୍ତି ପୂର୍ବାହ୍ନ ୧୦ଟା ମଧ୍ୟରେ ଶେଷ ହେଉଥିବାବେଳେ ପୂଜାପଣ୍ଡା ଓ ସୂପକାର ପୂଜା ନ କରିବାରୁ ଗୁରୁବାର ଏଥିରେ ବିଭ୍ରାଟ ହୋଇଥିଲା। ଏ ସମ୍ପର୍କରେ ଦେବୋତ୍ତର ବିଭାଗ ଜାଣିବା ପରେ ବାହାରୁ ପୂଜକଙ୍କୁ ଅଣାଯାଇଥିଲା ଏବଂ ବହୁ ବିଳମ୍ବରେ ଅପରାହ୍ନ ୨ଟା ସୁଦ୍ଧା ଠାକୁରଙ୍କ ପ୍ରଥମ ନୀତିକାନ୍ତି ସମ୍ପନ୍ନ ହୋଇଥିଲା। ତେବେ ଏହି ସମସ୍ୟା ଆଗକୁ ଜଟିଳ ରୂପ ନେବା ଆଶଙ୍କା ରହିଛି। କାରଣ ମୂଳାଷ୍ଟମୀରୁ ମହାଦେବଙ୍କ ସ୍ବତନ୍ତ୍ର ୧୬ ପୂଜା ଆରମ୍ଭ ହୋଇଥାଏ। ଆଗକୁ ଏହି ପୂଜା ଥିବାରୁ ନୀତିରେ ବିଭ୍ରାଟ ହେବା ଆଶଙ୍କା ବେଶି। ଏହାର ସମାଧାନ କରିବା ଲାଗି ଜିଲା ପ୍ରଶାସନ ଏବଂ ଦେବୋତ୍ତର ବିଭାଗ ପକ୍ଷରୁ ଉଦ୍ୟମ କରାଯିବା ଆବଶ୍ୟକ ବୋଲି ପ୍ରତି ଚତୁର୍ଦ୍ଦଶୀରେ ପୀଠକୁ ପୂଜା କରିବାକୁ ଯାଉଥିବା ଶ୍ରଦ୍ଧାଳୁ ସୁକାନ୍ତ କୁମାର ମିଶ୍ର ଦାବି କରିଛନ୍ତି।
ଏ ସଂକ୍ରାନ୍ତରେ ଦେବୋତ୍ତର ନିରୀକ୍ଷକ ପ୍ରଦ୍ୟୁମ୍ନ ତ୍ରିପାଠୀ କୁହନ୍ତି, ପୀଠର ୩ ପୂଜାପଣ୍ଡା ଓ ୬ ସୂପକାର ପ୍ରାପ୍ୟ ବଢ଼ାଇବା ପାଇଁ ଦାବିରେ ଅଟଳ ରହିଥିଲେ। ଗତ ମାର୍ଚ୍ଚ ମାସରେ ସେମାନଙ୍କ ଦରମା ୧ହଜାର ଟଙ୍କା ଲେଖାଏ ବଢ଼ାଯାଇଥିଲା। ଜିଲାପାଳ ବୁଝାଶୁଝା କରିବା ସତ୍ତ୍ୱେ ସେମାନେ ପୂଜା କରିବେ ନାହିଁ ଏବଂ ଇସ୍ତଫା ଦେଉଛୁ ବୋଲି କହି ଚାଲିଯାଇଥିଲେ ା ବାହାରୁ ପୂଜକ ଆଣି ଠାକୁରଙ୍କ ନୀତିକାନ୍ତି କରାଯାଇଛି ବୋଲି ଦେବୋତ୍ତର ନିରୀକ୍ଷକ ସୂଚନା ଦେଇଛନ୍ତି। ଜିଲା ଦେବୋତ୍ତର ଅଧିକାରୀ ତଥା ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳ କୁହନ୍ତି, ପ୍ରାପ୍ୟ ବଢାଇବା ପାଇଁ ସେମାନେ ବାରମ୍ବାର ଜିଦ୍‌ କରୁଛନ୍ତି ା ତେବେ ଠାକୁରଙ୍କର ପୂଜାବିଧି ଅଟକିବ ନାହିଁ। ଶ୍ରୀବଳରାମଙ୍କ ମନ୍ଦିରରୁ ପୂଜକ ନେଇ ଠାକୁରଙ୍କ ନୀତିକାନ୍ତି କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri