ଆର୍ଥିକ ସଙ୍କଟରୁ ମୁକ୍ତି ପାଇଁ ଶ୍ରୀଲଙ୍କାର ପ୍ରୟାସ, ଏବେ ଭାରତୀୟ ପର୍ଯ୍ୟଟଙ୍କ ଉପରେ ଭରସା…

କଲମ୍ବୋ,୯।୧୦ : ଆର୍ଥିକ ସଙ୍କଟରୁ ମୁକ୍ତି ପାଇଁ ଶ୍ରୀଲଙ୍କାର ପ୍ରୟାସ ଜାରି ରହିଛି। ଏପରି ସ୍ଥଳେ ଏହାର ପର୍ଯ୍ୟଟନ ଶିଳ୍ପକୁ ପୁନଃନିର୍ମାଣ କରିବାକୁ ଚେଷ୍ଟା କରିବା ସହିତ ଶ୍ରୀଲଙ୍କା ଭାରତ ଉପରେ ନିଜର ସମସ୍ତ ଆଶା ରଖିଛି। ଶ୍ରୀଲଙ୍କା ଆଶା କରୁଛି ଯେ ଏହି ପ୍ରୟାସରେ ପ୍ରମୁଖ ଭୂମିକା ଗ୍ରହଣ କରି ଭାରତର ପର୍ଯ୍ୟଟକ ଏହାକୁ ଆର୍ଥିକ ସଙ୍କଟରୁ ବାହାରିବାରେ ସାହାଯ୍ୟ କରିବେ।

ଶ୍ରୀଲଙ୍କାର ବର୍ତ୍ତମାନର ଅସୁବିଧା ହେବାର ଏକ ପ୍ରମୁଖ କାରଣ ହେଉଛି ସେଠାରେ ଥିବା ପର୍ଯ୍ୟଟନ ଶିଳ୍ପର ସ୍ଥିରତା। ଗତ ୧୧ ମାସରେ ଦେଶକୁ ଆସିଥିବା ପର୍ଯ୍ୟଟକଙ୍କ ସଂଖ୍ୟା ବହୁ ଦଶନ୍ଧି ମଧ୍ୟରେ ସର୍ବନିମ୍ନ। ଏଥିପାଇଁ ଶ୍ରୀଲଙ୍କା ସରକାରଙ୍କ ଅଧିକାରୀମାନେ ବିଦେଶୀ ଗଣମାଧ୍ୟମକୁ ଦାୟୀ କରିଛନ୍ତି। ତାଙ୍କ କହିବାନୁସାରେ, ମିଡିଆ ରିପୋର୍ଟ ଯୋଗୁ ବିଦେଶୀ ପର୍ଯ୍ୟଟକଙ୍କ ମଧ୍ୟରେ ଧାରଣା ସୃଷ୍ଟି ହୋଇଛି ଯେ ଶ୍ରୀଲଙ୍କାରେ ଖାଦ୍ୟ ଏବଂ ଅନ୍ୟାନ୍ୟ ଦୈନନ୍ଦିନ ଆବଶ୍ୟକତାର ଅଭାବ ରହିଛି।

ବର୍ତ୍ତମାନ ଶ୍ରୀଲଙ୍କା ସରକାର ଏହାର ପର୍ଯ୍ୟଟନ ଶିଳ୍ପକୁ ପୁଣି ବିକଣିତ କରିବା ପାଇଁ ବିସ୍ତୃତ ଯୋଜନା ପ୍ରସ୍ତୁତ କରୁଛନ୍ତି। ଚଳିତ ବର୍ଷ ପର୍ଯ୍ୟଟକଙ୍କ ଆନୁମାନିକ ସଂଖ୍ୟାକୁ ଆଠରୁ ଦଶ ଲକ୍ଷ ପର୍ଯ୍ୟନ୍ତ ଆକଳନ କରିଛି। ଏହି ପର୍ଯ୍ୟଟକଙ୍କ ଠାରୁ ଶ୍ରୀଲଙ୍କା ୧.୭ରୁ ୧.୮ ବିଲିୟନ ଡଲାର ରୋଜଗାର କରିବାକୁ ସକ୍ଷମ ହେବ । ଯାହା ପୂର୍ବ ଆକଳନଠାରୁ ବହୁତ କମ ଅଟେ। ଏହି ନୂତନ ଯୋଜନା ଅଧୀନରେ ଶ୍ରୀଲଙ୍କା ଭାରତୀୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଏକ ଅଭିଯାନ ଚଳାଇବାକୁ ନିଷ୍ପତ୍ତି ନେଇଛି। ଏହି ଯୋଜନାରେ ଶ୍ରୀଲଙ୍କାର ପର୍ଯ୍ୟଟନ ବ୍ୟବସାୟରେ ପୁଞ୍ଜି ବିନିଯୋଗ ବୃଦ୍ଧି ପାଇଁ ଭାରତୀୟ ଶିଳ୍ପକୁ ପ୍ରବର୍ତ୍ତାଇବା ମଧ୍ୟ ଅନ୍ତର୍ଭୁକ୍ତ।

ଶ୍ରୀଲଙ୍କାର ପର୍ଯ୍ୟଟନ ମନ୍ତ୍ରୀ ହରିନ ଫର୍ନାଣ୍ଡୋ ଗଣମାଧ୍ୟମକୁ କହିଛନ୍ତି ଭାରତ ଆମ ନିକଟତର। ସେଠାରୁ ଆମ ଦେଶ ବିମାନ ସେବା ଦ୍ୱାରା ସଂଯୁକ୍ତ। ଏହା ସହିତ ଆମର ମଧ୍ୟ ଭାରତ ସହିତ ଏକ ବିଶେଷ ସମ୍ପର୍କ ଅଛି। ଭାରତରେ ୨୩ କୋଟି ଲୋକଙ୍କର ଏକ ଶକ୍ତିଶାଳୀ ମଧ୍ୟବିତ୍ତ ଶ୍ରେଣୀ ଅଛି। ଯଦି ଆମେ ସେମାନଙ୍କ ମଧ୍ୟରୁ ଦଶ ପ୍ରତିଶତ ମଧ୍ୟ ଏଠାରେ ଆଣିପାରିବା, ତେବେ ଆସନ୍ତା ବର୍ଷ ୨୩ ଲକ୍ଷ ଭାରତୀୟ ପର୍ଯ୍ୟଟକ ଶ୍ରୀଲଙ୍କାକୁ ଆସିବେ। ଏହା ଆମର ସବୁଠୁ ବଡ ବିଜୟ ହେବ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାରତର ପର୍ଯ୍ୟଟକ ଶ୍ରୀଲଙ୍କା ପାଇଁ ସବୁଠାରୁ ବଡ ଆୟର ଉତ୍ସ। ଚଳିତ ବର୍ଷର ପ୍ରଥମ ନଅ ମାସରେ ଭାରତରୁ ସର୍ବାଧିକ ସଂଖ୍ୟକ ପର୍ଯ୍ୟଟକ ଶ୍ରୀଲଙ୍କା ଯାଇଥିଲେ। ଚଳିତ ବର୍ଷ ସେପ୍ଟେମ୍ବର ପର୍ଯ୍ୟନ୍ତ ଭାରତରୁ ୮୬ ହଜାର ପର୍ଯ୍ୟଟକ ଶ୍ରୀଲଙ୍କା ପରିଦର୍ଶନ କରିଛନ୍ତି। ଶ୍ରୀଲଙ୍କାକୁ ଆସିଥିବା ମୋଟ ପର୍ଯ୍ୟଟକଙ୍କ ମଧ୍ୟରୁ ଏହା ୧୬.୫ ପ୍ରତିଶତ। ବ୍ରିଟେନ, ରୁଷିଆ, ଜର୍ମାନୀ ଏବଂ ଫ୍ରାନ୍ସର ପର୍ଯ୍ୟଟକମାନେ ମଧ୍ୟ ଶ୍ରୀଲଙ୍କା ଭ୍ରମଣରେ ଯାଇଥାନ୍ତି।

ୱେବସାଇଟ ଇକୋନୋମିଟେକ୍ସ ଡଟ କମ ରିପୋର୍ଟ ଅନୁଯାୟୀ ଶ୍ରୀଲଙ୍କାର ପର୍ଯ୍ୟଟନ ଶିଳ୍ପ ଭାରତୀୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଅନେକ ସ୍ବତନ୍ତ୍ର ଯୋଜନା ଆରମ୍ଭ କରିଛି। ଏଥିରେ ସ୍ବତନ୍ତ୍ର ଚାର୍ଟାର୍ଡ ବିମାନ ଦ୍ୱାରା ଭାରତର ଜୁଆ ଖେଳାଳିଙ୍କୁ କଲମ୍ବୋକୁ ଆଣିବା ଅନ୍ତର୍ଭୁକ୍ତ । କିନ୍ତୁ ଏହି ସୁବିଧାର ଲାଭ କେବଳ ସେହି ପର୍ଯ୍ୟଟକଙ୍କ ପାଇଁ ଉପଲବ୍ଧ, ଯେଉଁମାନେ ଶ୍ରୀଲଙ୍କା କାଜିନୋରେ ଏକ ନିର୍ଦ୍ଦିଷ୍ଟ ସର୍ବନିମ୍ନ ପରିମାଣ ଖର୍ଚ୍ଚ କରିବାକୁ ଗ୍ୟାରେଣ୍ଟି ଦିଅନ୍ତି। ଏହା ବ୍ୟତୀତ ଶ୍ରୀଲଙ୍କା ମଧ୍ୟ ଧ୍ୟାନ ଏବଂ ଯୋଗ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଚେଷ୍ଟା କରୁଛି। ଏଥିରେ କେରଳର ଶାନ୍ତିଗିରି ଆଧ୍ୟାତ୍ମିକ କେନ୍ଦ୍ରର ସହାୟତା ନିଆଯାଉଛି। ପର୍ଯ୍ୟଟନ ବିଭାଗର ଅଧିକାରୀଙ୍କ କହିବାନୁସାରେ, ଶ୍ରୀଲଙ୍କା ସରକାର ଗତ ମାସରେ ପର୍ଯ୍ୟଟନ ଅପରେଟରମାନଙ୍କର ଏକ ଟିମ ଭାରତକୁ ପଠାଇଥିଲେ ଯାହାଦ୍ୱାରା ସେମାନେ ସେଠାରୁ ହୋଟେଲ ବୁକିଂ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri