Categories: Home Leftଖେଳ

ଶ୍ରୀଲଙ୍କା ଗସ୍ତ କରିବ ଭାରତ, ଅଗଷ୍ଟରେ ଟେଷ୍ଟ ସିରିଜ୍‌

କଲମ୍ୱୋ,୧୯ା୫: ଶ୍ରୀଲଙ୍କା-ଭାରତ ମଧ୍ୟରେ ଟେଷ୍ଟ ସିରିଜ୍‌ ଆସନ୍ତା ଅଗଷ୍ଟ ଦ୍ୱିତୀୟାର୍ଦ୍ଧରେ ଖେଳାଯିବ। ଏହି ଦୁଇ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ଉଭୟ ମ୍ୟାଚ୍‌ ଲାଗି ଏପର୍ଯ୍ୟନ୍ତ ତାରିଖ ଚୂଡ଼ାନ୍ତ ହୋଇନାହିଁ। କିନ୍ତୁ ସିରିଜ୍‌ ଲାଗି ଶ୍ରୀଲଙ୍କା କ୍ରିକେଟ (ଏସ୍‌ଏଲ୍‌ସି) ଏକ ଦୁଇ ସପ୍ତାହର ଓ୍ୱିଣ୍ଡୋ ଚିହ୍ନଟ କରିଛି।

ମିଳିଥିବା ସୂଚନା ମୁତାବକ, ଏହି ସିରିଜ୍‌ ଅଗଷ୍ଟ ୧୫ ଓ ୨୭ ମଧ୍ୟରେ ଖେଳାଯିବ। ହେଲେ ଏହି ଗସ୍ତରେ ସାମିଲ କରାଯିବାକୁ ଥିବା ୩ଟି୨୦ ମ୍ୟାଚ୍‌ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।
ସମ୍ପାଦକ ଦେବଜିତ ସାଇକିଆ ବର୍ତ୍ତମାନ ଶ୍ରୀଲଙ୍କା କ୍ରିକେଟ(ଏସ୍‌ଏଲ୍‌ସି)ର ପରିସ୍ଥିତିର ମୂଲ୍ୟାଙ୍କନ କରିବା ପାଇଁ ଆଇସିସି ପ୍ରତିନିଧି ଦଳର ସଦସ୍ୟ ଭାବେ ଶ୍ରୀଲଙ୍କା ଗସ୍ତରେ ଅଛନ୍ତି। ଗତ ମାସରେ ରାଷ୍ଟ୍ରପତି ଅନୁରା କୁମାର ଦିସାନାୟକେଙ୍କ ନେତୃତ୍ୱାଧୀନ ସରକାର ଏସ୍‌ଏଲ୍‌ସି କାର୍ଯ୍ୟକାରୀ କମିଟି ଭଙ୍ଗ କରି ଏକ ୯ ଜଣିଆ ଅନ୍ତରୀଣ କମିଟି ଗଠନ କରିଛନ୍ତି। ସାଇକିଆଙ୍କ ଏହି ଗସ୍ତ ଅବସରରେ ଶ୍ରୀଲଙ୍କା କ୍ରିକେଟ ପରିଚାଳନା ଦାୟିତ୍ୱରେ ଥିବା ଅନ୍ତରୀଣ କମିଟି ଦୁଇ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ସମ୍ପର୍କରେ ଆଲୋଚନା କରିପାରନ୍ତି।

Share